Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା
ଆଜିର ଖବର

ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା

November 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳଚଞ୍ଚଳ ହେବ କଟକ ସହର। ଏଥର ମହୋତ୍ସବରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ ଜିଲ୍ଲା ପ୍ରଶାସନ ସର୍ତ୍ତମୂଳକ ଅନୁମତି ଦେଇଛି। ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆ ଓ ଏହାର ୫ କିଲୋମିଟର ପରିଧିକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ନିର୍ଦ୍ଦେଶ ଜାରି କରିଛନ୍ତି।

ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ଏହି ଐତିହାସିକ ମହୋତ୍ସବ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ନିଜ ନିଜର କଳା, ସଂସ୍କୃତି ଓ ପରମ୍ପରା ପ୍ରଦର୍ଶନ କରିବେ। ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାର ହୋଇପାରିବ। ଏହାଦ୍ୱାରା ଦର୍ଶକ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ।

ଅନ୍ୟପଟେ ଚଳିତବର୍ଷ ବାଲିଯାତ୍ରାକୁ ୫୦ ଲକ୍ଷରୁ ଅଧିକ ଲୋକ ଆସିବାର ଆକଳନ କରାଯାଇଛି। ବହୁ ବିଶିଷ୍ଟ ଅତିଥି ଓ ଭିଭିଆଇପିଙ୍କ ଆଗମନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ। ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ପଡ଼ିଆ ଓ ଏହାର ୫ କିଲୋମିଟର ପରିଧିରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲାଗୁ ହୋଇଛି।

କେବଳ ଡ୍ରୋନ୍ ନୁହେଁ, ପାରାଗ୍ଲାଇଡର, ପାରାମୋଟର, ହ୍ୟାଙ୍ଗ ଗ୍ଲାଇଡର, ମାଇକ୍ରୋଲାଇଟ୍ ବିମାନ, ହଟ୍ ଏୟାର ବେଲୁନ୍ ଓ ୟୁଏଭି ଉଡ଼ାଣ ମଧ୍ୟ ନିଷିଦ୍ଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଉପକରଣ ଜବତ ସହ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏହି ସମୟରେ ଉଡ଼ନ୍ତା ଉପକରଣ ବ୍ୟବହାର କରିବାକୁ ଚାହୁଁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ୍ ସେକ୍ସନରୁ ପୂର୍ବାନୁମତି ନେବାକୁ ପଡ଼ିବ। ତେବେ ରାତି ୧୧ଟା ଯାଏଁ ସାଂସ୍କୃତିକ ଆସରର ଅନୁମତି ଏବଂ ଡ୍ରୋନ୍ ଉଡ଼ାଣ ଉପରେ କଡ଼ା କଟକଣା ମଧ୍ୟରେ ଏଥର ବାଲିଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।

Bali Jatra Drone Ban Bali Jatra News Cuttack Bali Jatra 2026
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରୁ ବିହାର, ପରେ ୟୁପି: ମୋଦୀଙ୍କ ଶନିବାର କାର୍ଯ୍ୟସୂଚୀ ଜାଣନ୍ତୁ

November 21, 2026

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026

ପରିବାରର ସ୍ୱୀକୃତି ମିଳିଲାନି, ଶେଷରେ ୧୦ ମାସର ଶିଶୁକୁ କୂଅରେ ଫିଙ୍ଗିଦେଲା ମା’!

November 21, 2026

ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି

November 21, 2026
Latest News

ବୋତ୍ସୱାନା ଚିତା ଦେଲା ୪ ଶାବକ; ଭାରତରେ ଚିତା ସଂଖ୍ୟା ୬୨କୁ ବୃଦ୍ଧି

November 21, 2026

ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା

November 21, 2026

ପଶ୍ଚିମବଙ୍ଗରୁ ବିହାର, ପରେ ୟୁପି: ମୋଦୀଙ୍କ ଶନିବାର କାର୍ଯ୍ୟସୂଚୀ ଜାଣନ୍ତୁ

November 21, 2026

ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ

November 21, 2026

ସୁନା ଦରରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ, ବର୍ଷକ ତଳକୁ ଫେରିଲା ମୂଲ୍ୟ!

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.