Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ପାଳିତ ହେଲା ରାମ ନବମୀ: ଆକର୍ଷଣୀୟ ମେଢ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ

ରଣପୁର: ଆଜି ପ୍ରବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଚଳ ହୋଇ ଉଠିଥିଲା। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ରଣପୁରରେ ଦ୍ୱିତୀୟ ଥର ପାଇଁ ଧୁମ୍‌ଧାମ୍ ସହ ବିଶାଳ ଶୋଭାଯାତ୍ରା କରାଯାଇ ରାମନବମୀ ଉତ୍ସବକୁ ବହୁ ଆଡମ୍ବର ଭାବେ ପାଳନ କରାଯାଇଛି। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା। ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓ ବଡଦାଣ୍ଡ ଗେରୁଆ ହନୁମାନ ପତକାରେ ଆଛାଦିତ ହୋଇ ଯାଇଥିଲା।

ପରେ ଏକ ଶୋଭାଯାତ୍ରାରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀ ରାମଙ୍କର ପୂଜା ପାଠ ସହ ମନ୍ତ୍ର ଉଚାରଣ କରାଯାଇଥିଲା। ସେଠାରେ ହଜାର ହଜାର ରାମ ଭକ୍ତମାନଙ୍କ ରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା। ଦୀର୍ଘ ସମୟ ଧରି ପୂଜା ପାଠ ପରେ ଏକ ବିଶାଳ ଶୋଭାଯାତ୍ରା ସହ ବାଜା, ବାଣ ରୋଷଣୀ ସହ ରଣପୁର ପରିକ୍ରମା କରିଥିଲେ।

ରାମଧ୍ୱନିରେ ରଣପୁର ବଡଦାଣ୍ଡ କମ୍ପି ଥିଲା। ଏଥିରେ ଏକ ଦଶପୁଂଟର ରାମମୂତୀ ର୍ ଓ ହନୁମାନଙ୍କ ମୂର୍ତୀ ସାମିଲ ହୋଇଥିଲା। ଢୋଲ ,ଘଂଟ, ମାଦଳ ଓ ରାମ ଧ୍ୱନିରେ ରଣପୁରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏଥିରେ ମୁଖ୍ୟତଃ ପାରମ୍ପରିକ ନୃତ୍ୟ ଓଡିଶୀ, ଘୋଡା ନାଚ, ହାତୀ-ସିଂହ ଲଢେଇ, ଅଘୋରୀ ନୃତ୍ୟ, ପାଇକ ନୃତ୍ୟ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇ ନଗର ପରିକ୍ରମା କରାଯାଇ ଥିଲା।

ଏହି ଶୋଭାଯାତ୍ରାରେ ହଜାର ହଜାର ରାମ ଭକ୍ତ ସାମିଲ ହୋଇ ଏହି ମାହୋଲକୁ ଆନନ୍ଦର ସହ ଉପଭୋଗ କରିଥିଲେ। ଶୋଭାଯାତ୍ରାଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂବା ପରେ ଶ୍ରୀ ରାମଙ୍କର ଆଳତି କରାଯାଇଥିଲା। ହଜାର ହଜାର ରାମ ଭକ୍ତ ହାତ ରେ ପତକା ଧରି ବେକ ଓ ମସ୍ତକରେରେ ଉତରୀୟ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ପ୍ରଭୁ ରାମଚନ୍ଦ୍ରଙ୍କ ଭଜନରେ ଯୁବକ ମାନେ ଗୀତର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା।

ଆଜି ରାମନବମୀ ଉପଲକ୍ଷ ରଣପୁର ସମସ୍ତ ମଠ ଓ ମନ୍ଦିରରେ ଧୁମଧାମରେ ପାଳନ ହେଇଥିବା ସାଙ୍ଗକୁ ରଣପୁର ବଜରଙ୍ଗ ଦଳ ଓ ଶ୍ରୀରାମ ସେନା ସଂଗଠନର ଆକର୍ଷଣୀୟ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଉଚ୍ଚାୟତ କରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୫ ଘଂଟାର ଶୋଭାଯାତ୍ରା ପରେ ରାମ ଭକ୍ତମାନେ ରଣପୁର ଅଧୀଷ୍ଠତ୍ରି ଦେବୀ ମା ମଣିନାଗଙ୍କ ନିକଟରେ ପହଚିଂଥିଲେ।

ଏହି ଶୋଭାଯାତ୍ରା ରଣପୁର ପରିକ୍ରମା କରିବା ବେଲେ ପ୍ରତି ଛକ ମାନଙ୍କରେ ଶହଶହ ଶ୍ରଦ୍ଧାଳୁ ମାନେ ଭିଡ ଜମାଇ ଥିବା ଦେଖିବାକୁ ମିଳିଥିଲା। ଶେଷରେ ମଣିନାଗ ପୀଠରେ ରାମ ଭକ୍ତ ମାନେ ପ୍ରଶାଦ ସେବନ କରିଥିଲେ। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନର ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସଫଳ ରୁପାୟନ କରିଥିଲେ। ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ରଣପୁର ପୋଲିସ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମେରୁରେ ଓହଳତମ ଖେଳିଲେ ଭଗତା: ଆଜି ନିଆଁରେ ଚାଲିବେ ଭଗତା

ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି। ଗାଁ ଗହଳି ପୁରପଲ୍ଲୀରେ ସବୁଆଡେ ଆଜି ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।

ଆଜି ଶୈବ ଉପାସକମାନେ ରଣପୁର ଅଚଂଳରେ ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି। ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି। ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା।

ରଣପୁର ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ, ଲେମ୍ବୋଡି ବାଲୁଙ୍କେଶ୍ୱର, ଲତାର ବାଲୁଙ୍କେଶ୍ୱର ଦେବ, କଙ୍କିଆ ଲୋକେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର, ଗୋପାଳପୁର ନୀଳକଣ୍ଠେଶ୍ୱର ଦେବ, ମଝିଆଖଣ୍ଡର କମଳେଶ୍ୱର ଦେବ ଆଦି ସମସ୍ତ ୨୭ କୋଠରୀରେ ଏହି ଓହଳତମ ଦେଖିବା ପାଇଁ ମେରୁ ସନ୍ଧ୍ୟାରେ ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା। ରବିବାର ଦଣ୍ଡ ଯାତ୍ରାର ଶେଷ ପର୍ବରେ ଭଗତା ମାନେ ନିଆଁରେ ଝାମୁ ଚାଲିବେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଗାଁ ମୁହାଁ ୧୬ ଟିକିଆ ହାତୀ ପଲ, ବ୍ୟାପକ ଫସଲ ହାନୀ

ରଣପୁର: ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଖାଦ୍ୟ ଖାଇବା ଆଶାରେ ହାତୀ ପଲ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଧନ ଜୀବନ ନଷ୍ଟ ହେବା ସହ ହାତୀରେ ଶିକାର ହେଉଛନ୍ତି ମଣିଷ ସମାଜ।

ଗତ କାଲି ରାତିରେ ମୟୁର ଝାଲିଆ ଗାଁ ନିକଟରେ ୧୬ ଟିକିଆ ହାତୀ ପଲକୁ ଦେଖି ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ହାତୀକୁ ଦେଖି ଲୋକେ ଭୟଭୀତ ହୋଇଥିଲେ। ଲୋକଙ୍କ ଠାରୁ ଖବର ପାଇ ହାତୀ ଘଉଡ଼ାଇବାକୁ ଘଟଣା ସ୍ଥଳରେ ପହଞ୍ଚିଥୀଲା ରଣପୁର ବନ ବିଭାଗ।

ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଡ୍ରୋନ ସାହାଯ୍ୟରେ ହାତୀଙ୍କର ଗତି ବିଧି ଉପରେ ନଜର ରଖିଥିଲେ। ପରେ ହାତୀ ଘଉଡ଼ାଇବାକୁ ବନ ବିଭାଗ ଆରମ୍ଭ କରିଥିଲା ଅପରେସନ। ଦୀର୍ଘ ସମୟ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ଚେଷ୍ଟା କରିବା ପରେ ହାତୀ ପଲ ଜଙ୍ଗଲକୁ ପଳାଇ ଯାଇଥିଲେ।

ହାତୀ ପଲରେ ୪ଟି ଦନ୍ତା, ୬ଟି ମାଇ ହାତୀ ସହ ୬ଟି ଛୁଆ ହାତୀ ଥିବା ଜଣା ପଡିଛି।  ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ସତ୍ୟ ନାରାୟଣଙ୍କୁ ଭରସା କଲେ ନବୀନ: ରଣପୁର ବିଧାନସଭା ଆସନ ପାଇଁ ଟିକେଟ ଦେଲା ବିଜେଡ଼ି

ରଣପୁର: ଐତିହାସିକ ଗଡ଼ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ସତ୍ୟ ନାରାୟଣ ପ୍ରଧାନଙ୍କ ଉପରେ ପୁନର୍ବାର ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀର ବିକାଶ କରିବା ପାଇଁ ପୁଣି ସତ୍ୟ ନାରାୟଣ ପ୍ରଧାନଙ୍କୁ ବିଜେଡି ଦଳ ବିଧାୟକ ଟିକେଟ ଦେଇଛି। ଏହି ଖବର ରଣପୁର ଞ୍ଚଳରେ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ।

ସ୍ଥାନୀୟ ଲୋକମାନଙ୍କ ସହ ଦଳୀୟ କର୍ମୀ ମାନେ ମିଠା ଖୁଆଇ ଖୁସି ମନାଇଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀର ରାଇପଡା ଗ୍ରାମରେ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ଦଳୀୟ କର୍ମୀମାନେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦ୍ୱଗୁଣିତ ହୋଇଥିବା ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ରଣପୁର: ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ମହାନ୍ତି ଓ ସି.ଆର.ସି.ସି. ସୁଶୀଲ କୁମାର ରଣା ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ର ଆଶିଷ ସୁନ୍ଦରାୟଙ୍କୁ ଉପଢୌକନ ଓ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧନା କରାଯାଇ ଥିଲା। ଏହା ସହିତ ସମସ୍ତ ପିଲାମାନଙ୍କୁ ପୁଷ୍ପଗୁଛ ଓ ଉପହାର ଦିଆ ଯାଇ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।  ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ବକ୍ତବ୍ୟ ରଖିଲା ବେଳେ କାନ୍ଦି ପକାଇ ଥିଲେ।  ସମସ୍ତ ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ଅଶ୍ରୁ ଧାର ବୁହାଇ ଚାଲିଥିଲେ। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ, ଶିକ୍ଷକ ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସଦସ୍ୟସଦସ୍ୟା ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସି.ଆର.ସି.ସି. ଙ୍କୁ ସମ୍ବର୍ଦ୍ଧନା

ରଣପୁର: ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଆଉ କେଉଁ ଅସୁବିଧା ରହୁଛି, ତାହାର ପ୍ରତିକାର ପାଇଁ କଣ ପଦକ୍ଷେପ ନିଆ ଯାଇପାରିବ ତାହାକୁ ସମୀକ୍ଷା କରିବା ପାଇଁ ବ୍ଲକର ପ୍ରତ୍ୟକ୍ଷ କ୍ଲଷ୍ଟରରେ ଜଣେ ଜଣେ ସି.ଆର.ସି.ସି. ଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ କଣ ସୁବିଧା ଅସୁବିଧା ରହିଛି ତାହାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ସମୀକ୍ଷା କରାଯାଇଥାଏ।

ଏହି ସମୀକ୍ଷା ବୈଠକ ପ୍ରତି ଦୁଇ ମାସରେ ଥରେ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ରାଜସୁନାଖଳା ଦ୍ୱାରା ମାର୍ଚ୍ଚ ୧୫ ଓ ୧୬ ତାରିଖରର ଏହି ଦୁଇ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୫ ତାରିଖ ଦିନ ଗଣିଆ, ଖଣ୍ଡପଡା, ଓଡଗାଁ, ନୂଆଗାଁ ବ୍ଲକର ସି.ଆର.ସି.ସି. ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା ବେଳେ ମାର୍ଚ୍ଚ ୧୬ ତାରିଖ ଦିନ ରଣପୁର, ନୟାଗଡ, ଦଶପଲ୍ଲା, ଭାପୁର ସି.ଆର.ସି.ସି. ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା।

ଏହି ସମୀକ୍ଷା ବୈଠକ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ବଟକୃଷ୍ଣ ସାହୁ, ଅନିନ୍ଦିତା ପ୍ରିୟଦର୍ଶିନୀ, ମାନସ କୁମାର ସାହୁ, ସନ୍ତୋଷ କୁମାର ମିଶ୍ର, ଦୀପକ କୁମାର ପ୍ରଧାନ ପ୍ରମୁଖ ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ସି.ଆର.ସି.ସି. ମାନଙ୍କ ସହିତ ଆଲୋଚନା କରିଥିଲେ।

ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନୟାଗଡ ଜିଲ୍ଲାର ଉତ୍ତମ ସି.ଆର.ସି.ସି. ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ନୟାଗଡ ବ୍ଲକ ସି.ଆର.ସି.ସି. ମୃତ୍ୟୁଞ୍ଜୟ ଷଡ଼ଙ୍ଗୀଙ୍କୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀ, ସମସ୍ତ ଶିକ୍ଷକ ପ୍ରଶିକ୍ଷକ ଏବଂ ସମସ୍ତ ସି.ଆର.ସି.ସିମାନଙ୍କ ଦ୍ୱାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଞ୍ଚଳିକ

ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ରଣପୁର ସାମ୍ବାଦିକ ୟୁନିୟନର ବିକ୍ଷୋଭ ପ୍ରଦର୍ଶନ

ରଣପୁର: ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଆଜି ଓଡିଶା ସାମ୍ବାଦିକ ୟୁନିୟନ ଡାକରାରେ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକ ସାମ୍ବାଦିକ ୟୁନିୟନ ଏହାକୁ ସମର୍ଥନ କରି କଳାବ୍ୟାଚ ପରିଧାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାମ୍ବାଦିକମାନଙ୍କ ସମ୍ମାନ, ସୁରକ୍ଷା ଓ ପେନସନ ଆଦି ଦାବି ନେଇ ଓଡିଶା ସାମ୍ବାଦିକ ୟୁନିୟନ ତରଫରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି।

ରଣପୁର ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଭାପତି ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂହ, ବରିଷ୍ଠ ସଭ୍ୟ ରଘୁନାଥ ନାୟକ, କୃଷ୍ଣ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ସାହୁ,ଚନ୍ଦ୍ରଭାନୁ ପରିଡା, ରଜନୀକାନ୍ତ ମିଶ୍ର, ଆଲୋକ କୁମାର ମହାରଣା, ପ୍ରସନ୍ନ କୁମାର ସାମନ୍ତରାୟ, ବିପିନ ବିହାରୀ ସାହୁ, ରଂଜିତ ସାହୁ, ନିରଞ୍ଜନ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ସ୍ଥାନୀୟ ପଞ୍ଚୁଦୋଳ ପଡିଆ ସ୍ଥିତ ରଘୁ-ଦିବାକର ସ୍ନୁତି ମଣ୍ଡପ ଠାରେ ଏକତ୍ରିତ ହୋଇଥିଲେ। ପରେ କଳା ବ୍ୟାଚ ପରିଧାନ କରିବା ସହିତ ସାମ୍ବାଦିକଙ୍କ ନିମନ୍ତେ ଉପରୋକ୍ତ ଦାବି ନେଇ ସରକାରୀ ବିରୋଧୀ ନାରା ଦେଇ ଶାନ୍ତି ଉପାୟ ଅବଲମ୍ବନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Categories
ଆଞ୍ଚଳିକ

ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ରଣପୁର: ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଣପୁରର ବିଭିନ୍ନ ଶୈବ ମନ୍ଦିର।  ବିଭିନ୍ନ ଶୈବ ପୀଠରେ ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରଣପୁରର ବାବା ସ୍ଵପ୍ନେଶ୍ଵର ମନ୍ଦିର, ବାବୁ ଚଣ୍ଡେଶ୍ୱର ମନ୍ଦିର, ବାବା ଆଖଣ୍ଡଳମଣି ମନ୍ଦିର, ବାବା ବାଲୁଙ୍କେଶ୍ୱର ମନ୍ଦିର, ମଝିଆଖଣ୍ଡ କମଳେଶ୍ଵର ମନ୍ଦିର, ପୁରୁଣାବସନ୍ତ ବାଲୁକଙ୍କେଶ୍ୱର ମନ୍ଦିର, ବଜ୍ରକୋଟ ବାଲୁଙ୍କେଶ୍ୱର ଦେବ ମନ୍ଦିର ସମେତ ସମସ୍ତ ଶୈବ ମନ୍ଦିରରେ ଜାଗର ଯାତ୍ରା ଧୁମଧାମର ସହ ପାଳିତ ହୋଇ ଯାଇଛି। ରାତି ୧୨ଟାରେ ମନ୍ଦିରଗୁଡିକରେ ଦୀପ ଉଠିବ।

ଏହି ଅବସରରେ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ ଶୈବ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଲମ୍ବା ଧାଡି ଲାଗିରହିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ସମସ୍ତ ମନ୍ଦିରରେ ଭକ୍ତମାନେ ନିଷ୍ଠାର ସହ ଦୀପ ଜାଳି ପ୍ରଭୁ ନୀଳକଣ୍ଠଙ୍କୁ ଧ୍ୟାନ କରିବା ସହ ନିଜର ମନ ସ୍କାମନା ପୂରଣ ପାଇଁ ପାର୍ଥନା କରିଥିଲେ। ମନ୍ଦିରଗୁଡିକରେ ନାମ ସଂକୀର୍ତ୍ତନ ସହ ଭଜନ କୀର୍ତ୍ତନ ଚାଲିଥିଲା। ଭକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ପାଳିତ

ରଣପୁର: ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ହେଉଛି। ଆଜି ହେଉଛି ସେହି ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମବାର୍ଷିକୀ। ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ।  ସ୍ୱାଧୀନତା ସଂଗ୍ରାମର ବହ୍ନି ପିଲାଟି ଦିନରୁ ତାଙ୍କ ଭିତରେ ଜାଗି ଉଠିଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ସେ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବରହରଲାଲ ନେହେରୁଙ୍କ ସେ ଅତିପ୍ରିୟ ଅନୁଗତ ଥିଲେ। ସ୍ୱାଧୀନତା ପରେ ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାର ସ୍ବପ୍ନ ଦେଖିଥିଲେ। ୬୦ ଦଶକର ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ। ତାଙ୍କ ନେତୃତ୍ୱରେ ୧୪୦ ରୁ ୮୨ ଆସନ କଂଗ୍ରେସ ଜିତିଥିଲା। ୧୯୬୧ ମସିହାରେ ମାତ୍ର ୪୫ ବର୍ଷ ବୟସରେ ସେ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ। ବିଜୁ ବାବୁଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କୁହାଯାଏ। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ପାଇଁ ସେ ପଦକ୍ଷେପ ନେଇଥିଲେ ବୋଲି କୁହାଯାଏ।

ଏହି ଅବସରରେ ରଣପୁରରେ ବିଜୁ ଜୟନ୍ତୀ ପାଳିତ ହୋଇ ଯାଇଛି। ପ୍ରଥମେ ପଞ୍ଚୁଦୋଳ ପଡିଆରେ ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଅୟମ ଆରମ୍ଭ କରାଯାଇଥିଲା। ଏହା ପରେ ପଞ୍ଚୁଦୋଳ ପଡିଆ ଠାରୁ ମଣିନାଗ ମନ୍ଦିର ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଏହା ପରେ ମଣିନାଗ କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନା କରାଯାଇଥିଲା। ଏହା ସହିତ ରଣପୁର ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ପଞ୍ଚୁଦୋଳ ପଡିଆରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ବିଜୁ ବାବୁଙ୍କ ଜୀବନୀ କଥା ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, କିଶୋର ପଟ୍ଟନାୟକ, ଆଇନୀଜୀବୀ ବନମାଳୀ ମହାପାତ୍ର, ସୁଦର୍ଶନ ମାନସିଂହ, ଦିନେଶ ପରିଡା, କାମଳାକ୍ଷୀ ଦେବୀଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୫ ଲାଇସେନ୍ସ ବିହୀନ ବନ୍ଧୁକ ଜବତ ସହ ୫ ଗିରଫ

ରଣପୁର: ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥି ନିମନ୍ତେ ଶରଣକୁଳ ଏସ୍ଡ଼ିପିଓ ସୁଧାକର ସାହୁଙ୍କ ତତ୍ୱାବଧାନରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କର ଆଇନ ଶୃଙ୍ଖଳା ଉପରେ କଡା ଦୃଷ୍ଟି ରଖିବା ସହ ପାଟ୍ରୋଲିଂକୁ ଜୋର କରିଥିବା ଜଣା ପଡିଛି।

ରଣପୁର ଥାନାର ଇନ୍ସପେକ୍ଟର ପଞ୍ଚାନନ ପରିଡା ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି। ସେମାନେ ଏହି ବନ୍ଧୁକକୁ ବନ୍ୟ ଜନ୍ତୁ ଶିକାର କରିବାରେ ବ୍ୟବହାର କରୁଥିଲେ ବୋଲି ଜଣା ପଡିଛି। ଗିରଫ ବ୍ୟକ୍ତିମାନେ ବନ୍ଧୁକର ଲାଇସେନ୍ସ ଦେଖାଇ ପାରି ନ ଥିଲେ। ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ସେମାଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି।

ସେହିପରି ଚାନ୍ଦପୁର ପୋଲିସ ଦୁଇ ଜଣଙ୍କୁ ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ଗିରଫ କରିଥିବା ଜଣା ପଡିଛି। ଏ ନେଇ ଅପରାହ୍ନରେ ରଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

୨୫ତମ ବାର୍ଷିକ ପୂଜା ଉତ୍ସବ ପାଳୁଛି ବୀଣାପାଣି କ୍ଲବ: ୧୬ ରେ ଆସିବେ କଣ୍ଠଶିଳ୍ପୀ ଅଭିଜିତ ଓ ପମି

ରଣପୁର: ନୟାଗଡ ଜିଲ୍ଲା ରଣପୁର ଏନ.ଏ.ସି. ସ୍ଥିତ ବୀଣାପାଣି କ୍ଲବ ଆନୁକୂଲ୍ୟରେ ୨୫ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ମେଢ଼କୁ ଅତି ଆକାର୍ଷଣୀୟ ଭାବେ ସଜା ଯାଇଛି।  ଏହି ମେଢ଼କୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।

୨୫ତମ ବାର୍ଷିକ ପୂଜା ଉପଲକ୍ଷେ କ୍ଲବ ଦ୍ୱାରା ଫେବୃଆରୀ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।  କ୍ଲବ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁଯାୟୀ ଫେବୃଆରୀ ୧୫ ତାରିଖରେ ଡ୍ୟାନ୍ସ ଧମକା, ଫେବୃଆରୀ ୧୬ ତାରିଖରେ ମେଲୋଡି ନାଇଟ, ଫେବୃଆରୀ ୧୭ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫେବୃଆରୀ ୧୮ ତାରିଖରେ ଭସାଣି ଉତ୍ସବର କାର୍ଯ୍ୟସୂଚୀ ରହିଛି। ୧୬ ତାରିଖ ମେଲୋଡି ନାଇଟରେ ଅର୍କେଷ୍ଟ୍ରା ସା-ରେ-ଗା-ମା-ପା କଣ୍ଠଶିଳ୍ପୀ ସଙ୍ଗୀତକାର ଅଭିଜିତ ମଜୁମଦାର ଏବଂ କଣ୍ଠଶିଳ୍ପୀ ପମି ମିଶ୍ର ଯୋଗ ଦେବାର ମଧ୍ୟ ସୂଚନା ରହିଛି।

Categories
ଆଞ୍ଚଳିକ

ବିଦ୍ୟାଳୟ ସ୍ତରୀୟ ଭାଷା ସମ୍ମିଳନୀ ଅନୁଷ୍ଠିତ

ରଣପୁର: ସାରା ରାଜ୍ୟରେ ଆରମ୍ଭ ହୋଇଛି ଓଡିଆ ଭାଷାର ମହାପର୍ବ। ସାରା ରାଜ୍ୟ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଏହି ମହୋତ୍ସବରେ ସାମିଲ ହୋଇଛନ୍ତି। ଏଥିରେ ସାରା ରାଜ୍ୟର ବିଦ୍ୟାଳୟଗୁଡିକ ମଧ୍ୟ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ହୋଇଛି।

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଓୟୁଜେ ସଭାପତି ତଥା ଓୟୁଜେ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ସାହିତ୍ୟିକ ରମେଶ ଚନ୍ଦ୍ର ବଳିଆରସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡମେମ୍ବର ସରୋଜିନୀ ପ୍ରଧାନ, ଚନ୍ଦ୍ରକାନ୍ତ ମଙ୍ଗରାଜ, ରବିନ୍ଦ୍ର କୁମାର ସଂଗ୍ରାମସିଂହ, ଗଙ୍ଗାଧର ଷଣ୍ଢ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ବନିତା ବଳିଆରସିଂହଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଆମେ ସମସ୍ତେ ଓଡ଼ିଆ, ଓଡ଼ିଆ ଭାଷା ଆମ ପରିଚୟ।  ଭାଷା ହିଁ ଭବିଷ୍ୟତ। ଭାଷାର ଉନ୍ନତି ପାଇଁ ପିଲାମାନେ ପ୍ରତ୍ୟେକ ଦିନ ବହି ପଢିବା, ଲେଖିବା କାର୍ଯ୍ୟ ସହିତ ଜଡିତ ହେବା ଉଚିତ।

ସେହିପରି ମୁଖ୍ୟ ବକ୍ତା ଶ୍ରୀ ସାହୁ କହିଥିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ପରିଚୟ।  ଭାଷା ହିଁ ମନୁଷ୍ୟ ସମାଜ ଗଠନର ମୂଳଧାର । ତେଣୁ ଆମେ ଭାଷାକୁ ଗୁରୁତ୍ୱ ଦେଇ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି।

ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।  ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଅତିଥିମାନଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଏକ ଶ୍ରେଣୀଗୃହକୁ ବିଭିନ୍ନ ଓଡ଼ିଆ ଭାଷା ପୁସ୍ତକ, ପିଲାଙ୍କ ହାତ ତିଆରି ଚିତ୍ର, ଝୋଠି, ଗୀତ, ଗଳ୍ପରେ ଆକର୍ଷଣୀୟ ଭାବେ ସଜା ଯାଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିଲା।

ବିଦ୍ୟାଳୟ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ, କାଶୀନାଥ ଜୟସିଂହଙ୍କ ସହିତ ସମସ୍ତ ପରିଚାଳନା ସଦସ୍ୟ ଓ ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ |

ସେହିପରି ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଧୂମଧାମ ସହ ପାଳିତ ହୋଇଯାଇଛି | ସେହିପରି ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି | ଏହା ସହ ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର ପ୍ରାଥମିକ ବିଦ୍ୟାଳୟ, ପିମ୍ପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଙ୍କିଆ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି |

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଜାତୀୟ ବାଳିକା ଦିବସ ପାଳିତ

ରଣପୁର: ଜାତୀୟ ବାଳିକା ଦିବସ ଅବସରରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ପ୍ରବଚିକା ଡ଼. କଳ୍ପନା ରଥ, ସମ୍ମାନିତ ଅତିଥି ଭାବେ ରଣପୁର ଏନ.ଏ.ସି. ଚେୟାରମ୍ୟାନ ରଙ୍ଗୀନ ମହାନ୍ତି, ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ସିଡିପିଓ ମାଧୁରୀ ପଣ୍ଡା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା ଝିଅ ଓ ପୁଅ ମଧ୍ୟରେ ତଫାତ କରିବା ନାହିଁ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ରଣପୁର ଏନ.ଏ.ସି. ଚେୟାରମ୍ୟାନ ରଙ୍ଗୀନ ମହାନ୍ତି ଝିଅମାନଙ୍କୁ ସମ୍ମାନ ଅଧିକାର ଦେଇ ପାଠ ପଢେଇବା ପାଇଁ କହିଥିଲେ। ଅଙ୍ଗନବାଡି ସିଡିପିଓ ନିଜ ଲକ୍ଷରେ ଅଟଳ ରହି କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳ ହେବେ ବୋଲି ମତ ରଖିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। କୈଳାଶ ଚନ୍ଦ୍ର ମାଝୀ, ସୁଶୀଲ କୁମାର ରଣା, ଜ୍ୟୋତି ରଞ୍ଜନ କର, ସୁଧାକର ମିଶ୍ରଙ୍କ ସମେତ ସମସ୍ତ ସାଧନ କେନ୍ଦ୍ର କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗ୍ରୁପ, ଅଙ୍ଗନବାଡି କର୍ମୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪

ରଣପୁର: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଘ ସାମନ୍ତ ମିନି ଷ୍ଟାଡିଅମ ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ବରଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଡିଶା ଶିକ୍ଷା ବିକାଶ ସମିତି ସମ୍ଭାଗର ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଅପରାହ୍ନରେ ଏକ ସଭାକାର୍ଯ୍ୟ କରାଯାଇଥିଲା। ଏଥିରେ ଅତିଥି ଭାବେ ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ତଥା ଶିକ୍ଷବିତ୍ତ ତଥା ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ, ଉପ-ସଭାପତି ପ୍ରିୟରଞ୍ଜନ ଦେଓ, ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ, ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ନନ୍ଦ, ପରିଚାଳନା କମିଟିର ସଭ୍ୟା ପିଙ୍କି ମହାପାତ୍ର, ଜୋସ୍ନାରାଣୀ ସେଠୀ, ସଭ୍ୟ ପ୍ରମୋଦ ବଳିଆରସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ମାଆ ମାନଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ମାଆ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ।

ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆକାର୍ଷଣୀୟ ମନୋରଞ୍ଜନ ଭିତ୍ତିକ ତଥା ଶିକ୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ସେଥି ମଧ୍ୟରୁ ତୃତୀୟ ଶ୍ରେଣୀର ପ୍ରିତମ ନାୟକ, ସୋମ୍ୟ ରଞ୍ଜନ ରଣା ଓ ସମସ୍ତ ଛାତ୍ରଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ନଟିଆ ଡ୍ୟାନ୍ସ ବେଶ ଆକାର୍ଷଣୀୟ ଥିଲା। ଶିକ୍ଷବିତ୍ତ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଦ୍ୱାରା ସ୍ୱରଚିତ “ମାଟି ମୋ ରଣପୁର” ସାଂସ୍କୃତିକ କାର୍ଯ୍ୟ ଅନ୍ୟତମ ବିଶେଷ ଆକର୍ଷଣ ଥିଲା ବେଳେ ବୋଧ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ ଆରିଆ ଅମ୍ରିତାଙ୍କ ‘ବଜେ ବଇଁଶୀ’ ନୃତ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ମହାପାତ୍ରଙ୍କ ତତ୍ୱାବଧାନରେ ଗୁରୁମା ସୁଶ୍ରୀ ସଙ୍ଗୀତା ତ୍ରିପାଠୀ, ଗୁରୁଜୀ ଚିତ୍ତ ରଞ୍ଜନ ରଥ, ସବିତା ପଟ୍ଟନାୟକ, ସାଗରିକ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶ୍ରୀକାନ୍ତ ଦାଶଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଲେଶ୍ୱର ଦେବଙ୍କ ପୀଠରେ ଦ୍ୱାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ରଣପୁର: ରଣପୁର ଏନଏସି ସ୍ଥିତ ପାମ୍ପଡା ଠାରେ ଥିବା ପ୍ରସିଦ୍ଧ ଶୈବ ପୀଠ ବେଲେଶ୍ୱର ଦେବ ଙ୍କ ଦ୍ୱାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ଗତ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା, ପ୍ରବଚକ ରତ୍ନାକର ରାୟଙ୍କ ଦ୍ୱାରା ଭାଗବତ କଥାମୃତ, ଗୁରବାର ସୂର୍ଯ୍ୟପୂଜା, ଦେବତା ବରଣ ପ୍ରଥମ ଆହୁତି, ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଭାଗବତ କଥାମୃତ ପରିବେଷଣ କରାଯାଇଥିଲା।

ସେହିଭଳି ଆଜି ସୂର୍ଯ୍ୟପୂଜା ଓ ଯଜ୍ଞକର୍ମ ପରେ ପ୍ରବଚିକା ଡଃ କଳ୍ପନା ରଥଙ୍କ ଦ୍ୱାରା ଭାଗବତ କଥାମୃତ ରହିଥିବା ବେଳେ ଶନିବାର ଶାମ୍ବ ଦଶମୀ ଦିନ ପୂର୍ଣ୍ଣାହୁତି, ସାଧୁ ଧର୍ମସଭା, ପ୍ରବଚକ ବିରଂଚି ନାରାୟଣ ତ୍ରିପାଠୀଙ୍କ ଦ୍ୱାରା ଭାଗବତ କଥାମୃତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ମଠର ମହନ୍ତ ଶ୍ରୀ ପର୍ଶୁରାମ ଦାସ ମହାରାଜ, ଦଧିବାମନ ମଠର ମହନ୍ତ ଶ୍ରୀ ରାମଚରଣ ଦାସ ମହାରାଜ, ବଡ ମଠର ମହନ୍ତ ଶ୍ରୀ ହରିଶରଣ ଦାସ ମହାରାଜ, ଗୋଡଖୋଲ ମଠ ମହାରାଜ ଶ୍ରୀ ଗୋପାଳଚରଣ ଦାସ ମହାରାଜ, ରାଧାକାନ୍ତ ମଠର ମହନ୍ତ ଶ୍ରୀ ସନ୍ଥଚରଣ ଦାସ ମହାରାଜ ଙ୍କ ସହ ସମସ୍ତ ଆଂଚଳିକ ମଠର ମହନ୍ତ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ପାମ୍ପଡା, ଜୟପୁର, ବାଉରୀ ସାହି, ମାର୍ଥାପଦର ଓ ନୂଆଗାଁ ବାସୀ ଙ୍କର ପୂର୍ଣ୍ଣ ସହଯୋଗ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଅର୍ଜୁନ ରାଉତଙ୍କୁ ସହିଦ ଘୋଷଣା ଦାବି

ରଣପୁର: ଆଜି ୫ ଟି ଅଧକ୍ଷ ଭିକେ ପାଣ୍ଡିଆନ ରଣପୁର ଆସି ସରକାରଙ୍କର ବିଭିନ୍ନ ଲୋକାଭିମୁଖ୍ୟ ଯୋଜନା ସର୍ମ୍ପକରେ ଉଦବୋଧନ ଦେଇଛନ୍ତି। ଆଜି ମଧ୍ୟହ୍ନରେ ବାଣପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାପରେ ଏକ ହେଲିକ୍ଟରରେ ରଣପୁର ଆସି ପହଚିଂଥିଲେ। ପରେ ସେ ଜେଲ ପଡିଆଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।

ଗତ ଜୁଲାଇ ୨୦ ରେ ସେ ରଣପୁର ଆସିଥିଲେ। ସେତେବଳେ ୩୫୦ ଟି ଅଭିଯୋଗ ସେ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩୦୦ ଟି ଫାଇସଲା ହୋଇଯାଇଛି ବୋଲି ସେ ମତ ଦେଇଥିଲେ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୭ କୋଟି ୫୦ଲକ୍ଷ ଅନୁଦାନ କେବଳ ରଣପୁର ପାଇଁ ଯୋଗେଇ ଦେଇଥିବା କହିଛନ୍ତି। ସେହିପରି ରଣପୁର ମନ୍ଦିରର ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇଛନ୍ତି ବୋଲି ସେ କହିଥିଲେ।

ରଣପୁର ଜଗନ୍ନାଥ ମନ୍ଦିର ପାଇଁ ୪କୋଟି ୬୦ ଲକ୍ଷ, ତଳ ଓ ଉପରମଣିନାଗ ପାଇଁ ୫ କୋଟି, ଶରଣକୂଳ ଲଡୁବାବା ମନ୍ଦିରର ପାଇଁ ୫ କୋଟି ,ରଣପୁର କଲେଜ ଓ ସୁନାଖଳା କଲେଜ ପାଇଁ କୋଟି ଟଙ୍କା ଲେକ୍ଷାଏଁ ଅନୁଦାନ ଯୋଗାଇ ଦେଇଛନ୍ତି। ଜୁଲାଇ ମାସ ରୁ ଆଜି ମଧ୍ୟରେ ରଣପୁର ନିର୍ବାଚନ ମଣ୍ଡଳିରେ ୮୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ ମତ ଦେଇଥିଲେ ।ସେ ଆଜି ମଧ୍ୟ ଲୋକ ମାନଙ୍କ ଠାରୁ ମନ୍ଦିର ,ମସଜିଦ ଓ କମ୍ୟୁନିଟି ସେଟଂର ପାଇଁ ଅଭିଯୋଗ ଗ୍ରହଣ କରିଥିଲେ। ଯେଉଁ ି ସବୁ ଅଭିଯୋଗ ଆସୁଛି ତାହା ୧୦ ଦିନ ଭିତରେ ପୁରଣ କରାଯିବ ବୋଲି ସେ ମତ ଦେଇଥିଲେ।

ବିଜୁ ସ୍ୱାସ୍ଥ୍ୟା କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷପ ବୋଲି ସେ ମତ ଦେଇଥିଲେ।ଏହି ଯୋଜନାରେ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାରେ ଯୋଗାଇ ଦେଇଛନ୍ତି। କେହି ଲୋକ ଅସୁସ୍ଥ ହୋଇ ପଡିଲେ ବଡ ବଡ ମେଡିକାଲରେ ଚିକିତ୍ସା ହୋଇ ପାରିବେ। ଲୋକମାନେ ଧନି ଲୋକ ଭଳିଆ ବଡବଡ ମେଡିକାଲରେ ଯାଇ ଚିକିତ୍ସା ହୋଇ ପାରିବେ। ଅର୍ଥ ପାଇଁ କାହାର ଜୀବନ ଜୀବନ ନାହିଁ।

ପ୍ରତ୍ୟେକ ଗରିବର ଜୀବନ ଆମ ପାଇଁ ମୂଲ୍ୟ ବାନ। ଯେଉଁ ମାନେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ସେମାନେ ନବୀନ କାର୍ଡ ଯୋଗେଇ ଦିଆଯିବ ବୋଲି ସେ ମତ ଦେଇଥିଲେ। ଜାନୁଆରୀ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଲୋକମାନେ ଆବେଦନ କରିପାରିବେ। ପ୍ରତରକ ପଚଂୟତରେ ଲକ୍ଷ୍ମୀ ବସ ଯୋଜନାରେ ବସ ଚାଲିବ ଏଥିରେ ମହିଳା ଓ ଛାତ୍ରଛାତ୍ରୀ ୫ ଟଙ୍କାରେ ଜାତାୟତ କରିପାରିବେ। ଏହି ବସ ପଚାଂୟତ ରୁ ବ୍ଲକ ପର୍ଯ୍ୟନ୍ତ ଯିବ। ପ୍ରତି ପଚାଂୟତ ରେ ବ୍ୟାଙ୍କ ମଧ୍ୟ ଖୋଲାଯାଉଛି। ଆଗାମି ଦିନରେ ବାର୍ଦ୍ଧକ୍ଷ ,ଭିନ୍ନକ୍ଷମ ଓ କଳାକାରା ଭତା ବଢିବ ବୋଲି ସେ ମତ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ରବିନ୍ଦ୍ର କୁମାର ସାହୁ, ବିଜେଡି ସଂଗଠନିକ ସଂପାଦକ ବବିଦାସ,ନୟାଗଡ ବିଧାୟକ ଅରୁଣ ସାହୁ,ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୦ ହଜାର ଉର୍ଦ୍ଦ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

ଅର୍ଜୁନ ରାଉତଙ୍କୁ ସହିଦ ଘୋଷଣା ଦାବି କଲା ରଣପୁର ପ୍ରେସ କ୍ଲବ

ଆଜି ୫ ଟି ଅଧକ୍ଷ ରଣପୁର ଗ୍ରସ୍ତ ବେଳେ ରଣପୁର ପ୍ରେସ କ୍ଲବ ତରଫରୁ ୨ ଟି ଦାବି ପତ୍ର ଦିଆଯାଇଛି। ଦେଶ ସ୍ୱାଧିନତାରେ ରଣପୁର ର ଅବଦାନ ଅତୁଳନିଅ। ବେଜେଲଗ୍ରେଟ ଗୁଳିରେ ଅର୍ଜୁନ ରାଉତ ସହିଦ ହୋଇଥିଲେ। ପରେ ଉତେକ୍ତ ଲୋକ ବାଡେଇ ମାରିଦେଇଥିଲେ ପରେ ଏହି ଘଟଣାରେ ରଘୁଦିବାକର ଙ୍କୁ ଫାଇସି ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଅର୍ଜୁନ ରାତଉ କୁ ସହିଦ ଘୋଷଣା କରାଯାଇନଥିବାରୁ ପ୍ରେସକ୍ଲବ ସହିଦ ଦାବି କରିଛି। ସେହିପରି ରଣପୁର ଖିଲାମୁଣ୍ଡା ଏକ ଐାତିହାସି ପୀଠ ହୋଇଥିବା ବେଳେ ସରକାରଙ୍କର ଏଥିପ୍ରତି ଦୃଷ୍ଟି ପଡିନାହିଁ। ସେହିପରି ଅସୁରକୁମାରୀ ପୀଠ ରେ ପ୍ରତିଦିନ ଭିଡ ଜମୁଥିବା ବେଳେ ଏହି ପୀଠର ଏହି ପୀଟର ଉନ୍ନତି କରଣ ପାଇଁ ଓ ରଣପୁର କୁ ଏକ ସର୍ବଡିଭିଜନ କରେିବା ପାଇଁ ଦାବି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦାୟ ନେଲା ୨୦୨୩, ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ଆରମ୍ଭ ହେଲା ନୂଆବର୍ଷ

ରଣପୁର: ସବୁଆଡେ ଆଜି ପୁରୁଣା ବର୍ଷ ୨୦୨୩ କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୪ କୁ ସ୍ୱାଗତ କରାଯାଇଛି। ଏହି ଅବସରରେ ଲୋକମାନେ ପରିବାର, ବନ୍ଧୁବର୍ଗଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ସ୍ଥାନ ବୁଲି ଭୋଜି ଭାତରେ ମଜି ଥିଲେ।

ଓଡିଶାରେ ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ନୂତନ ବର୍ଷରେ ଭକ୍ତମାନେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ନୂତନ ବର୍ଷଟି ଭଲରେ ବିତିବା ପାଇଁ ପ୍ରଭୁଙ୍କୁ ନିବେଦନ କରିଥିଲେ। ଏହି ସମୟରେ ରଣପୁର ବଜାରରେ ସାମୟିକ ଭାବେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।

ଅନ୍ୟ ପଟେ ବେଶ ଜଣାଶୁଣା ସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳି ଥିଲା।  ଏଥିପାଇଁ ପ୍ରାୟ ୪ ଘଣ୍ଟା ଧରି କୋଟଗଡ଼ ପାର୍କ ଠାରୁ ସୁନାଖଳା ପର୍ଯ୍ୟନ୍ତ ଏବଂ ସୁନାଖଳା ଠାରୁ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରେ ଯାନବାହାନଗୁଡିକ ଅଟକି ରହିଥିଲା। ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା, ଯାହା ଫଳରେ ଯାତ୍ରୀମାନେ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଶେଷରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ପାର୍କରେ ପହଞ୍ଚି ଲୋକମାନଙ୍କ ପ୍ରବେଶକୁ ବନ୍ଦ କରି ପାର୍କର ଗେଟ ବନ୍ଦ କରିଥିଲେ। ଏହା ସ୍ୱତେ ଟ୍ରାଫିକ ସମସ୍ୟା ନ କମିବାରୁ ରଣପୁର ଥାନାର ସହାୟତା ନେଇଥିଲେ। ଫଳରେ ରଣପୁର ପୋଲିସ ଓ ସୁନାଖଳା ଫାଣ୍ଡି ପୋଲିସ ମିଳିତ ଭାବେ ପାର୍କ ନିକଟକୁ ଯାଇ ଟ୍ରାଫିକ ସମସ୍ୟାକୁ ଧୀରେ ଧୀରେ ଆୟତ୍ତଧୀନ କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମସ୍ୟା କରିବା ପାଇଁ ଗାଡିଚାଳକ, ପର୍ଯ୍ୟଟକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ରଣପୁର: ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ଏହି ଖବର ପରିବେଷଣ କରାଯାଇଥିଲା। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁ ଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ।

ଯାହା ଫଳରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଥିଲା ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିଲେ। କିନ୍ତୁ ଗୋଟାଏ ଦିନ ଚିକିତ୍ସା କରି ସେମାନେ ସେଠାରୁ ପଳାଇ ଯାଇଥିଲେ।

ଚିକିତ୍ସା ପରେ ମଧ୍ୟ ହାତୀଟିର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଏପରିକି ହାତୀଟି ଠିଆ ହେବା ପାଇଁ ଅସମର୍ଥ ହୋଇଥିଲା। ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା। ଗତ କାଲି ରାତିରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟ ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେଲା “କାଉଁରୀ-୨୦୨୩”

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା “କାଉଁରୀ ମହୋତ୍ସବ” ପଞ୍ଚମ ବର୍ଷରେ ସଫଳତାର ସହ ପାଦ ଥାପିଛି। ଏହି ପଞ୍ଚମ ବର୍ଷର”କାଉଁରୀ ମହୋତ୍ସବ-୨୦୨୩” ପ୍ରଥମ ଦିବସର ମୁଖ୍ୟ ଅତିଥି ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି।

ମୁଖ୍ୟ ବକ୍ତା ଭାବେ ଜାତୀୟ ପର୍ଯ୍ୟଟକ ବିଭାଗର ଅଧ୍ୟକ୍ଷ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ସେବା ଉତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ରାଜସୁନାଖଳାର ଐତିହ୍ୟ ପରମ୍ପରା, ଶିକ୍ଷା, କଳା, ସଂସ୍କୃତି ଓ ଇତିହାସକୁ ନେଇ ଏକ ବାର୍ଷିକ ବିଶେଷାଙ୍କ ”କାଉଁରୀ” ଉନ୍ମୋଚିତ ହୋଇ ଯାଇଛି।  ରାଜସୁନାଖଳାକୁ ଭଲ ପାଉଥିବା ପ୍ରତ୍ୟେକ କବି, ଲେଖକ ତଥା ବାହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଗଳ୍ପ, କବିତା ଆଦି ଏହି ପତ୍ରିକାରେ ସ୍ଥାନିତ ହୋଇଛି।

ରାଜସୁନାଖଳା ମହୋତ୍ସବ ପାଇଁ ନିର୍ଦ୍ଧିଷ୍ଟ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ।

ଏହି ଅବସରରେ ବିଭିନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ମହୋତ୍ସବ କମିଟି ତରଫରୁ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ରାଜ୍ୟପାଳ ମହୋଦୟଙ୍କୁ ମୁମେଣ୍ଟମ ଉପହାର ଭାବେ ପ୍ରଦାନ କରିଥିଲେ।

ମହାମହିମ ରାଜ୍ୟପାଳ କହିଥିଲେ ଯେ ମୁଁ ଏଠି ଜନସାଧାରଣଙ୍କ ସେବକ ଭାବେ ଉପସ୍ଥିତ ଅଛି। ଶହୀଦ ରଘୁଦିବାକରଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍ସବ ବିନା ଜୀବନ ବ୍ୟର୍ଥ ଅଟେ। ତେଣୁ ସମୟ ସମୟରେ ଉତ୍ସବ କରି ଜୀବନକୁ ସାର୍ଥକ କରିବାର ଆବଶ୍ୟକତା ରହିଛି।

ଏହି ଉତ୍ସବ ମାଧ୍ୟମରେରେ ସଂସ୍କୃତି, ପ୍ରଥା, ପରମ୍ପରାର ପ୍ରଚାର ପ୍ରସାର ହୋଇ ପାରିଛି।  ଏହା ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇ ପାରନ୍ତି। ସଭାକାର୍ଯ୍ୟ ପରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ପ୍ରମେୟର ପାର୍ବଣ କୁଇଜ ପ୍ରତିଯୋଗିତାରେ ରଣପୁରର ରାଜଶ୍ରୀ ସମ୍ମାନୀତ

ରଣପୁର: ଓଡ଼ିଶାର ଅଗ୍ରଣୀ ଖବର କାଗଜ ପ୍ରମେୟ ତରଫରୁ ପାର୍ବଣ କୁଇଜ ସିଜିନ-୩ ପ୍ରତିଯୋଗିତା ଦୁର୍ଗା ପୂଜା ଉପଲକ୍ଷେ କରଯାଇଥିଲା। ଏହି ପ୍ରତିଯୋଗିତା ଦୀର୍ଘ ୨୫ ଦିନ ଧରି ଚାଲୁ ରହିଥିଲା। ପ୍ରତିଦିନ ୫ଟି ଲେଖାଏଁ ପ୍ରଶ୍ନ ପଚାରା ଯାଈଥିଲା। ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ୧୦୦ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ଆଜି ଆଇ.ଟି.ଆର. କଲେଜରେ ସମ୍ମାନୀତ କରିବା ସହ ଉପହାର ଦିଆଯାଇଥିଲା। ଏହି ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ରଣପୁର ସମୁକସାହିର ରାଜଶ୍ରୀ ନାୟକ ସମ୍ମାନିତ ହୋଇଛନ୍ତି।

ଏହି ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମାର୍କେଟିଙ୍ଗ ସେଲ୍ସ ହେଡ଼ ହିମାଂଶୁ ହୋତା, ଭୁବନେଶ୍ୱର ବ୍ୟୁରୋ ହେଡ଼ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ତରଫରୁ ଗଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗମାନଙ୍କୁ ସମ୍ମାନୀତ କରିଥିଲେ।

Categories
ଆଞ୍ଚଳିକ

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

ରଣପୁର: ଶିଶୁ ହସିଲେ ଦୁନିଆ ହସେ। ପ୍ରତିଟି ଶିଶୁ ଭିତରେ ଭର ପୁର ହୋଇ ରହିଛି ବିଭିନ୍ନ ପ୍ରତିଭା। ଏହି ପ୍ରତିଭାର ଉନ୍ମେଷ ପାଇଁ ଶିଶୁ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ପଞ୍ଚାୟତ ସମିତିସଭ୍ୟ ସୁଦର୍ଶନ ମାନସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ କମିଟି ସଭାପତି ଗଣେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ସହକାରୀ ଶିକ୍ଷକ କାହ୍ନୁ ଚରଣ ମୁଦୁଲିଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଆଦି କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରା
ଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ମାନସିଂହ, ପୁଷ୍ପାଞ୍ଜଳି ବାରିକ, ଜୟନ୍ତୀ ବାରିକ, ପ୍ରଦୀପ କୁମାର ମାନସିଂହ, ବିନାୟକ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।