Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’
ଆଜିର ଖବର

ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’

July 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ 'ଆମ ସାହିତ୍ୟ ଘର'
ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ 'ଆମ ସାହିତ୍ୟ ଘର'

ରଣପୁର: ରଣପୁର ସ୍ଥିତ ନବୀନ ଯୁଗଳ ଆଇ.ଟି.ଆଇ. ପରିସରରେ ‘ଆମ ସାହିତ୍ୟ ଘର’ ର ଏକ ସାଧାରଣ ବୈଠକ ସଭାପତି ଉମାକାନ୍ତ ଦାସଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସ୍ଥାର ବିଗତ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା।

ବୈଠକରେ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପମାତ୍ରା ବୃଦ୍ଧି ଓ ଏହାର କୁପ୍ରଭାବ ସ୍ୱରୂପ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନରେ ସମସ୍ତଙ୍କ ସହଭାଗିତାକୁ ଗୁରୁତ୍ୱ ଦେଇ ଆସନ୍ତା ଅଗଷ୍ଟ ୧ ତାରିଖରେ କଳିଙ୍ଗ ଲୋଟସ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଆବାହକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ଅଶୋକ କୁମାର ଦାଶ, ଶୁଭେନ୍ଦ୍ର କୁମାର ସିଂଦେଓ, ସୁଶୀଲ କୁମାର ରଣା, ବିଭୁ ପ୍ରସାଦ ମଲ୍ଲିକ, ବିଭୂତି କୁମାର ଜେନା, ପ୍ରତାପ କୁମାର ମହାନ୍ତିଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ସଂଗଠନର ଉନ୍ନତି ଓ ସମାଜମଙ୍ଗଳ ପାଇଁ ନିଜ ନିଜର ଗଠନମୂଳକ ମତାମତ ପ୍ରଦାନ କରିଥିଲେ।

ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଚେତନତାକୁ ନେଇ ନିରନ୍ତର କାର୍ଯ୍ୟ କରୁଥିବା ‘ଆମ ସାହିତ୍ୟ ଘର’ ର ଏହି ନିଷ୍ପତ୍ତି ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

'ଆମ ସାହିତ୍ୟ ଘର' ବୃକ୍ଷରୋପଣ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି

August 20, 2026

ଦ୍ୱିତୀୟ ଟେଷ୍ଟରେ ବାହାରେ ବସିବେ ଏହି ଖେଳାଳି!: କାହାକୁ ମିଳିବ ସୁଯୋଗ?

August 20, 2026

ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମି ବିଜେଡି ଛାଡି ବିଜେପିରେ ଯୋଗଦାନ

August 20, 2026

ସକ୍ରିୟ କରନ୍ତୁ ଜିଓର 98-ଦିନର ପ୍ଲାନ: ପାଇବେ ଅନେକ ଲାଭ

August 20, 2026
Latest News

ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି

August 20, 2026

ଦ୍ୱିତୀୟ ଟେଷ୍ଟରେ ବାହାରେ ବସିବେ ଏହି ଖେଳାଳି!: କାହାକୁ ମିଳିବ ସୁଯୋଗ?

August 20, 2026

ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମି ବିଜେଡି ଛାଡି ବିଜେପିରେ ଯୋଗଦାନ

August 20, 2026

Raksha Bandhan: ଡାକ ବିଭାଗ ଆଣିଲା ସ୍ବତନ୍ତ୍ର ରାକ୍ଷୀ ବାକ୍ସ, ଭିତରେ ଥିବା ଭିଡିଓକୁ କ୍ଲିକ କରି ଦେଖନ୍ତୁ

August 20, 2026

ସକ୍ରିୟ କରନ୍ତୁ ଜିଓର 98-ଦିନର ପ୍ଲାନ: ପାଇବେ ଅନେକ ଲାଭ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.