Categories
ଆଜିର ଖବର ରାଜ୍ୟ ଖବର

ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ରଣପୁର: ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ଏହି ଖବର ପରିବେଷଣ କରାଯାଇଥିଲା। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁ ଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ।

ଯାହା ଫଳରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଥିଲା ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିଲେ। କିନ୍ତୁ ଗୋଟାଏ ଦିନ ଚିକିତ୍ସା କରି ସେମାନେ ସେଠାରୁ ପଳାଇ ଯାଇଥିଲେ।

ଚିକିତ୍ସା ପରେ ମଧ୍ୟ ହାତୀଟିର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଏପରିକି ହାତୀଟି ଠିଆ ହେବା ପାଇଁ ଅସମର୍ଥ ହୋଇଥିଲା। ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା। ଗତ କାଲି ରାତିରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟ ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେଲା “କାଉଁରୀ-୨୦୨୩”

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା “କାଉଁରୀ ମହୋତ୍ସବ” ପଞ୍ଚମ ବର୍ଷରେ ସଫଳତାର ସହ ପାଦ ଥାପିଛି। ଏହି ପଞ୍ଚମ ବର୍ଷର”କାଉଁରୀ ମହୋତ୍ସବ-୨୦୨୩” ପ୍ରଥମ ଦିବସର ମୁଖ୍ୟ ଅତିଥି ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି।

ମୁଖ୍ୟ ବକ୍ତା ଭାବେ ଜାତୀୟ ପର୍ଯ୍ୟଟକ ବିଭାଗର ଅଧ୍ୟକ୍ଷ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ସେବା ଉତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ରାଜସୁନାଖଳାର ଐତିହ୍ୟ ପରମ୍ପରା, ଶିକ୍ଷା, କଳା, ସଂସ୍କୃତି ଓ ଇତିହାସକୁ ନେଇ ଏକ ବାର୍ଷିକ ବିଶେଷାଙ୍କ ”କାଉଁରୀ” ଉନ୍ମୋଚିତ ହୋଇ ଯାଇଛି।  ରାଜସୁନାଖଳାକୁ ଭଲ ପାଉଥିବା ପ୍ରତ୍ୟେକ କବି, ଲେଖକ ତଥା ବାହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଗଳ୍ପ, କବିତା ଆଦି ଏହି ପତ୍ରିକାରେ ସ୍ଥାନିତ ହୋଇଛି।

ରାଜସୁନାଖଳା ମହୋତ୍ସବ ପାଇଁ ନିର୍ଦ୍ଧିଷ୍ଟ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ।

ଏହି ଅବସରରେ ବିଭିନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ମହୋତ୍ସବ କମିଟି ତରଫରୁ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ରାଜ୍ୟପାଳ ମହୋଦୟଙ୍କୁ ମୁମେଣ୍ଟମ ଉପହାର ଭାବେ ପ୍ରଦାନ କରିଥିଲେ।

ମହାମହିମ ରାଜ୍ୟପାଳ କହିଥିଲେ ଯେ ମୁଁ ଏଠି ଜନସାଧାରଣଙ୍କ ସେବକ ଭାବେ ଉପସ୍ଥିତ ଅଛି। ଶହୀଦ ରଘୁଦିବାକରଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍ସବ ବିନା ଜୀବନ ବ୍ୟର୍ଥ ଅଟେ। ତେଣୁ ସମୟ ସମୟରେ ଉତ୍ସବ କରି ଜୀବନକୁ ସାର୍ଥକ କରିବାର ଆବଶ୍ୟକତା ରହିଛି।

ଏହି ଉତ୍ସବ ମାଧ୍ୟମରେରେ ସଂସ୍କୃତି, ପ୍ରଥା, ପରମ୍ପରାର ପ୍ରଚାର ପ୍ରସାର ହୋଇ ପାରିଛି।  ଏହା ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇ ପାରନ୍ତି। ସଭାକାର୍ଯ୍ୟ ପରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ପ୍ରମେୟର ପାର୍ବଣ କୁଇଜ ପ୍ରତିଯୋଗିତାରେ ରଣପୁରର ରାଜଶ୍ରୀ ସମ୍ମାନୀତ

ରଣପୁର: ଓଡ଼ିଶାର ଅଗ୍ରଣୀ ଖବର କାଗଜ ପ୍ରମେୟ ତରଫରୁ ପାର୍ବଣ କୁଇଜ ସିଜିନ-୩ ପ୍ରତିଯୋଗିତା ଦୁର୍ଗା ପୂଜା ଉପଲକ୍ଷେ କରଯାଇଥିଲା। ଏହି ପ୍ରତିଯୋଗିତା ଦୀର୍ଘ ୨୫ ଦିନ ଧରି ଚାଲୁ ରହିଥିଲା। ପ୍ରତିଦିନ ୫ଟି ଲେଖାଏଁ ପ୍ରଶ୍ନ ପଚାରା ଯାଈଥିଲା। ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ୧୦୦ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ଆଜି ଆଇ.ଟି.ଆର. କଲେଜରେ ସମ୍ମାନୀତ କରିବା ସହ ଉପହାର ଦିଆଯାଇଥିଲା। ଏହି ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ରଣପୁର ସମୁକସାହିର ରାଜଶ୍ରୀ ନାୟକ ସମ୍ମାନିତ ହୋଇଛନ୍ତି।

ଏହି ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମାର୍କେଟିଙ୍ଗ ସେଲ୍ସ ହେଡ଼ ହିମାଂଶୁ ହୋତା, ଭୁବନେଶ୍ୱର ବ୍ୟୁରୋ ହେଡ଼ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ତରଫରୁ ଗଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗମାନଙ୍କୁ ସମ୍ମାନୀତ କରିଥିଲେ।

Categories
ଆଞ୍ଚଳିକ

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

ରଣପୁର: ଶିଶୁ ହସିଲେ ଦୁନିଆ ହସେ। ପ୍ରତିଟି ଶିଶୁ ଭିତରେ ଭର ପୁର ହୋଇ ରହିଛି ବିଭିନ୍ନ ପ୍ରତିଭା। ଏହି ପ୍ରତିଭାର ଉନ୍ମେଷ ପାଇଁ ଶିଶୁ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ପଞ୍ଚାୟତ ସମିତିସଭ୍ୟ ସୁଦର୍ଶନ ମାନସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ କମିଟି ସଭାପତି ଗଣେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ସହକାରୀ ଶିକ୍ଷକ କାହ୍ନୁ ଚରଣ ମୁଦୁଲିଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଆଦି କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରା
ଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ମାନସିଂହ, ପୁଷ୍ପାଞ୍ଜଳି ବାରିକ, ଜୟନ୍ତୀ ବାରିକ, ପ୍ରଦୀପ କୁମାର ମାନସିଂହ, ବିନାୟକ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଟ୍ରେନରୁ ଖସି ଯୁବକ ମୃତ ଘଟଣା: ଗାଁରେ ପହଞ୍ଚିଲା ଯୁବକଙ୍କ ମର ଶରୀର

ରଣପୁର: ଟ୍ରେନରୁ ଖସି ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିବା ଯୁବକଙ୍କ ମର ଶରୀର ଦୁଇ ଦିନ ପରେ ନିଜ ଗାଁ ରେ ପହଞ୍ଚିଥିଲା। ଯୁବକଙ୍କ ଶବ ଗାଁ ରେ ପହଁଚିଲା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରେ ଅଶ୍ରୁ ଧାର ବୋହି ଚାଲିଥିଲା। ଶେଷରେ ଯୁବକଙ୍କ ମର ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା।

ପରିବାରର ଅଭାବ ଅନଟନ ଯୁବକଙ୍କୁ ମାତ୍ର ୨୫ ବର୍ଷ ବୟସରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତେଣୁ ଯୁବକ ଜଣକ ନିଜ ପରିବାରର ଭରଣ ପୋଷଣ ପାଇଁ ଗୁଜୁରାଟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଦୀପାବଳୀ ଅବସରରେ ନିଜ ପରିବାର ତଥା ଗାଁ ସାଙ୍ଗସାଥିଙ୍କ ସହ ମିଶି ଦୀପାବଳୀ ପାଳନ କରି କିଛି ଖୁସି ମୁହୂର୍ତ ବିତାଇବା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ ର ପ୍ରକାଶ କୁମାର ପ୍ରଧାନ ଟ୍ରେନ ଯୋଗେ ଗାଁ କୁ ଫେରୁଥିଲେ। କିଏ ଜାଣିଥିଲା ଗାଁ କୁ ଫେରିବା ବାଟରେ ମୃତ୍ୟୁ ତାକୁ ଜଗି ବସିଛି। ଜାଣିଥିଲେ ହୁଏତ ଯୁବକ ଗାଁ ଫେରି ନ ଥାନ୍ତେ। ସୃଷ୍ଟିର ଲିଖନକୁ କିଏ ବା ଏଡେଇ ପାରିବ? କିଏ ଜାଣିଥିଲା ଦୀପାବଳୀରେ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ନିଜ ଜୀବନ ଦ୍ବୀପକୁ ଲିଭାଇ ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଏ ପାରିରୁ ଆର ପାରିକୁ ଚଳିଯିବ।

ଗୁଜୁରାଟରୁ ଗାଁ କୁ ଫେରିବା ବେଳେ ଭରଚୂନ ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିଲେ। ଦୁଇ ଦିନ ପରେ ଆଜି ତାଙ୍କର ମର ଶରୀରରେ ଗାଁ ରେ ପହଁଚିଲା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି। ମୃତ ପ୍ରକାଶ ତାଙ୍କ ପିତା ରତ୍ନାକର ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ସାନ ପୁଅ ଥିଲେ। ରତ୍ନାକର ଚାଷ କାମ କରି ନିଜ ପରିବାରର ଗୁଜୁରାଣ ଖୁବ କଷ୍ଟରେ ତୁଲାଉ ଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ମାତା ପିତାଙ୍କ ସମେତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ପ୍ରକାଶଙ୍କ ଶବ ସତ୍କାର ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପରେଶ ମିଶ୍ର, ଦିଲୀପ କୁମାର ଜେନା, ବିରଞ୍ଚି ନାରାୟଣ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନରୁ ଖସି ଯୁବକ ମୃତ

ରଣପୁର: ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ ହୋଇ ଯାଇଥିବା ଜଣା ପଡିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗ୍ରାମର ପ୍ରକାଶ କୁମାର ପ୍ରଧାନ (୨୫)।

ଖବର ନେବାରେ ଜଣା ଯାଇଛି ଯେ, ମୃତକ ପ୍ରକାଶ ଜୀବିକା ପୋଷଣ କରିବା ପାଇଁ ଗୁଜୁରାଟ ଯାଇଥିଲେ। ଦୀପାବଳି ଅବସରରେ ଟ୍ରେନ ଯୋଗେ ଗ୍ରାମକୁ ଫେରିଥିବା ବେଳେ ଟ୍ରେନରୁ ଖସି ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ଏହି ଖବର ଗ୍ରାମରେ ପହଂଚିବା ପରେ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ମୃତକ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଗଠନ ହେଲା ଶିକ୍ଷକ ମହାସଂଘ

ରଣପୁର: ଆଜି ରଣପୁର ଶିକ୍ଷା ବ୍ଲକରେ ଶିକ୍ଷକ ମହାସଂଘ ବା ଶିକ୍ଷକ ସମନ୍ୱୟ କମିଟି ଗଠନ ହୋଇ ଯାଇଛି। ରଣପୁର ମଣିନାଗ ପାହାଡ଼ ପାଦ ଦେଶରେ ଥିବା ମା’ ମଣିନାଗଙ୍କ ପୀଠରେ ଏହି ଶିକ୍ଷକ ମହାସଂଘ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ନୀଳକଣ୍ଠ ରଥ, ନୂତନ ପେନସନ ଯୋଜନା ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ପିଟିଆଇ ସଙ୍ଘର ସଭାପତି ଲଡ଼ୁକିଶୋର ପ୍ରଧାନ, ଗଣ ଶିକ୍ଷକ ସଂଘର ସଭାପତି ବସନ୍ତ କୁମାର ବେହେରା, ଟେକେନ ଓଭର ଶିକ୍ଷକ ସଂଘର ସଭାପତି ବ୍ରଜ କିଶୋର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ। ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମସ୍ତ ସର୍କଲର ସଭାପତିମାନେ ମଧ୍ୟ ମଂଚାସୀନ ଥିଲେ।

ଏହି ବୈଠକରେ ପ୍ରାଥମିକ ଶିକ୍ଷକ ସଂଘ, ମଧ୍ୟ ଇଂରାଜୀ ଶିକ୍ଷକ ସଂଘ, ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘ, ଟେକେନ ଓଭର ଶିକ୍ଷକ ସଂଘ, ନିୟୁ ଟେକେନ ଓଭର ସଂଘ, ପିଟିଆଇ ଶିକ୍ଷକ ସଙ୍ଘ ପ୍ରଭୃତି ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସମୁଦାୟ ୬୫୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ। ଏଥିରେ ପ୍ରାଥମିକ ଶିକ୍ଷକ ସଙ୍ଘ ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଏକ୍ସ-କ୍ୟାଡ଼ର ଶିକ୍ଷକ ସଂଘ, ଗଣ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।

ନୂତନ ଭାବେ ଗଠିତ ହୋଇଥିବା ଶିକ୍ଷକ ସମନ୍ୱୟ କମିଟିର ସଭାପତି ଭାବେ ପ୍ରଫୁଲ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଭାବେ ଅନିଲ କୁମାର ପାଇକରାୟ, ଉପସଭାପତି ଭାବେ ନୀଳକଣ୍ଠ ରଥ, ସ୍ମୃତି ରଞ୍ଜନ ଦାଶ, ଅଜୟ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ କର ନିର୍ବାଚିତ ହୋଇଛନ୍ତି। ସଂଗଠନ ସାଧାରଣ ସମ୍ପାଦକ ଭାବେ ବସନ୍ତ କୁମାର ବେହେରା, ଅଶୋକ କୁମାର ବେହେରା, ବସନ୍ତ କୁମାର ବେହୁରା , ବିଜୟା ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ବ୍ରଜ କିଶୋର ପଟ୍ଟନାୟକ, ସୁଶାନ୍ତ କୁମାର ପ୍ରଧାନ, କୁଳମଣି ପଟ୍ଟନାୟକ, ମହେନ୍ଦ୍ର କୁମାର ସୁବୁଦ୍ଧି, ଭାସ୍କର ଚନ୍ଦ୍ର ସାହୁ, ରିତାଞ୍ଜଳୀ ମହାରଣାଙ୍କୁ ମନୋନୀତ କରାଯାଇଛି। ପବିତ୍ର ମୋହନ ସାମନ୍ତରାୟ, ରସାନନ୍ଦ ବେହୁରା କୋଷାଧକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନୀଳମଣି ବେହେରା, ପ୍ରକାଶ ଚନ୍ଦ୍ର ମିଶ୍ର, ବ୍ରଜ କିଶୋର ପ୍ରଧାନ, ନିରଞ୍ଜନ ରଥଙ୍କୁ ଅଡିଟର ଭାବେ ଚୟନ କରାଯାଇଛି।

ସେହିପରି ସୁଶୀଲ କୁମାର ରଣାଙ୍କୁ ମିଡ଼ିଆ କୋର୍ଡିନେଟର ଭାବେ ମନୋନୀତ କରାଯାଇଛି। ମହାସଂଘର ଉପଦେଷ୍ଟା ଭାବେ ଜ୍ୟୋତି ରଞ୍ଜନ ଦାଶ, ଅଶୋକ କୁମାର ଦାଶ, ଜଗନ୍ନାଥ ଦାଶ, ଯୁଧିଷ୍ଠିର ପ୍ରଧାନ, ବିଭୁତି ଭୂଷଣ ମିଶ୍ର, ସୁରେଶ ଚନ୍ଦ୍ର ଶତପଥୀ, ରମାକାନ୍ତ ସାହୁ, ପାର୍ବତୀ ସାହୁ, ବସନ୍ତ ପରିଡା, ପବିତ୍ର ପ୍ରଧାନ ପ୍ରମୁଖଙ୍କୁ ଚୟନ କରାଯାଇଛି।

ନୂତନ ଭାବେ ଗଠିତ ହୋଇଥିବା ଶିକ୍ଷକ ମହାସଂଘର ନିଷ୍ପତ୍ତି ଅନୁଯାୟୀ ଯେ କୌଣସି ବର୍ଗର ଶିକ୍ଷକଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ କାର୍ଯ୍ୟରେ ସମସ୍ତେ ସହଯୋଗ କରିବେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଉଦଘାଟିତ ହେଲା ରଣପୁର ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତ

ରଣପୁର: ଆଜି ଅପରାହ୍ନରେ ରଣପୁର ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତର ଉଦଘାଟନୀ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ହାଇକୋର୍ଟ ବିଚାରପତି ରାଧା କ୍ରିଷ୍ଣ ପଟ୍ଟନାୟକ, ରଣପୁର ବାର ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ରଣପୁର ବାର ଆସୋସିଏସନର ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା କୋର୍ଟର ବିଚାରପତି ଆନଦ ନାରାୟଣ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। କୋର୍ଟ ପରିସର ମଧ୍ୟରେ ବାର ଆସୋସିଏସନ ଘର, ଟ୍ରଞ୍ଜିଟ ଗୃହ ଏବଂ କୋର୍ଟ କର୍ମଚାରୀଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା କ୍ଵାର୍ଟର ମଧ୍ୟ ଶିଳାନ୍ୟାସ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଆଇନ ବିଭାଗରେ କିପରି ଅଧିକ ଆଗ୍ରହ ପ୍ରକାଶ କରିବେ ସେଦିଗରେ ବିଭିନ୍ନ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ହାଇକୋର୍ଟର ରେଜିଷ୍ଟର ଆନଦ ଦାଶ, ନୟାଗଡ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ରଣପୁର ବାର ଆସୋସିଏସନର ସମସ୍ତ ଆଇନୀଜୀବୀ, କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରଣପୁର କଲେଜର ଛାତ୍ରଛାତ୍ରୀ, ଏନ.ସି.ସି. ଛାତ୍ରଛାତ୍ରୀମାନେ ଓ ରଣପୁର ଅଞ୍ଚଳର ବହୁ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ସତ୍ୟ ରଞ୍ଜନ ମତ୍ତା ଧନ୍ୟବାଦ ଦେଇଥିଲେ।

ଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଆଜି ଅପରାହ୍ନରେ ରଣପୁର ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତର ଉଦଘାଟନୀ ପରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଅନ୍ୟତମ ହାଇକୋର୍ଟ ବିଚାରପତି ରାଧା କ୍ରିଷ୍ଣ ପଟ୍ଟନାୟକ ରଣପୁର ମା ମଣିନାଗ ମନ୍ଦିର ଓ ରଣପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ବିଚାରପତି ମହୋଦୟଙ୍କୁ ରଣପୁର ଜଗନ୍ନାଥ ମନ୍ଦିରର ଦେବୋତ୍ତର ଅଧିକାରୀ ତଥା ରଣପୁର ତହସିଲଦାର ରବିନ ଚର୍ଚ୍ଚିଲ, ଦେବୋତ୍ତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଉପଢକନ ଦେଇ ସମ୍ବର୍ଦ୍ଧିତ କରି ମନ୍ଦିର ଭିତରକୁ ପାଛୋଟି ନେଇ ଥିଲେ। ଏହା ପରେ ବିଚାରପତି ମହୋଦୟ ଜଗନ୍ନାଥ ମନ୍ଦିର ବେଢା ପରିକ୍ରମା କରିବା ସହ ପ୍ରଭୁ ଜଗନ୍ନାଥ, ମା ଶୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।

ନୟାଗଡ ଖାଉଟି ଫୋରମର ପୂର୍ବତନ ଅଧ୍ୟକ୍ଷ ନାରାୟଣ ମହାପାତ୍ର ଦ୍ଵିତୀୟ ଶ୍ରୀ କ୍ଷେତ୍ର ରଣପୁର ଜଗନ୍ନାଥ ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସେବାୟତ ହରିହର ନନ୍ଦ, ଆଇନୀଜୀବୀ ଶ୍ରୀକାନ୍ତ ସାହୁ, ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜଙ୍କ ସହ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରଣପୁର: ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ

ରଣପୁର: ଆଜି ରଣପୁର ବି.ସି. ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଣପୁର ରଙ୍ଗୀନ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ବି.ସି. ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ବି.ସି. ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୮ଟି କ୍ଲଷ୍ଟରର ୨୦୫ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ପିଲାମାନଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ରଚନା, ହସ୍ତାକ୍ଷର ଲିଖନ, କୁଇଜ, ମିଲେଟ୍ସ ରଚନା, ବକ୍ତୃତା, ବିତର୍କ, ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଉଛି। ଅପରାହ୍ନରେ ଉଦଯାପନୀ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇ କୃତି ପିଲାମାନଙ୍କୁ ପୁରସ୍କୃତ କରାଯିବ। ଜ୍ୟୋତି ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ରଣପୁର: ଆମ ଓଡିଶା ନବୀନ ଓଡ଼ିଶାରେ ଯୋଡିହେଲା ନୟାଗଡ ଜିଲ୍ଲା ରଣପୁର ବ୍ଲକ। ଓଡିଶା ଆଗକୁ ବଢିବ, ଶସକ୍ତ ହେବ, ପରିବହନ ବ୍ୟବସ୍ଥାରେ ରୂପାନ୍ତର ହେବ, ସାମାଜିକ ଓ ଅର୍ଥନୀତିରେ ବିକାଶ ହେବ। ରାଜ୍ୟରେ ଏହି ବିକାଶ ଧାରା ଆହୁରି ଆଗକୁ ଶିଖର ଛୁଇଁବ। ଆଜି ଲଷ୍ମୀ ଯୋଜନାରେ ବସ ଯୋଜନାର ଶୁଭାରମ୍ଭ ହେଲା।

ଏହିଯୋଜନାରେ ଉପାନ୍ତ ଅଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ସହ ଗାଁ ଗହଳିର ସମୃଦ୍ଧି ଆଣିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ “ଲକ୍ଷ୍ମୀ” ବସ ଯୋଜନା କରିଛନ୍ତି।

ରଣପୁରର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରଣପୁର ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରାଜନୀରାଣୀ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ବିଜ୍ଞାପିତ ଅଞ୍ଚଳର ନଗର ସଭାପତି ଲିଙ୍ଗରାଜ ନାୟକ, ସନ୍ତୋଷ କୁମାର ଲେଙ୍କା, ବିଜୁ ଯୁବ ସଭାପତି ଆକାଶ କୁମାର ପାଣି, ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନର୍ମଦା ରାୟ, ପ୍ରମୁଖ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଚାନ୍ଦପୁର: ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କର ନାମ ପୂର୍ଣ୍ଣ ସାଗର ମାଝୀ (୨୨) ଏବଂ ତା’ର ଘର ଜଙ୍କିଆ ଗ୍ରାମରେ ବୋଲି ଜଣାପଡିଛି।

ଉଲ୍ଲେଖାଯୋଗ୍ୟ ଯେ, ଗତ ବୁଧବାର ରାତିରେ ଜଙ୍କିଆ ବେଆଇନ ପଥର ଖଣିରେ ଚଢ଼ାଉ କରିଥିଲା ରଣପୁର ତହସିଲ ପ୍ରଶାସନ। ଚଢ଼ାଉ ବେଳେ ଖଣି ମାଫିଆ ମାନେ ୪ ଜଣ ଆରଆଇ ଙ୍କ ସମେତ ବହୁ କର୍ମଚାରିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏ ନେଇ ରଣପୁର ତହସିଲଦାର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ଚାନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ, ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ

ରଣପୁର: ଆସନ୍ତାକାଲି ସାରା ଦେଶରେ ଅନୁଷ୍ଠିତ ହେବ ୧୫୪ତମ ଗାନ୍ଧୀ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ସାରା ଦେଶରେ “ସ୍ୱଛତା ହିଁ ସେବା – ଆବର୍ଜନା ମୁକ୍ତ ଭାରତ” ଅକ୍ଟୋବର ୧ ତାରିଖରେ ସାରା ଦେଶରେ ପାଳିତ ହେଉଛି।

ଏହି କାର୍ଯ୍ୟକ୍ରମ ବିଜ୍ଞାପିତ ପରିଷଦ ରଣପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏଥିରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଅପର୍ଣ୍ଣା ଡେଙ୍ଗୁଆ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ ପ୍ରମୁଖ ସାମିଲ ହୋଇ ରଣପୁର ଡାକ୍ତରଖାନା, ପଞ୍ଚୁଦଳ ପଡିଆ, ବଧି ପୁଷ୍କରିଣୀ ଆଦି ସଫେଇ କରିଥିଲେ। ବିଧାୟକ, ଅଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରମୁଖ ହାତରେ ଝାଡୁ ଧରି ଓଳାଇବା ସହ ଅଳିଆକୁ ତୋଳି ଡଷ୍ଟବିନରେ ପକାଇ ଥିଲେ। ୩ ନମ୍ବର ୱାର୍ଡ ଅନ୍ତର୍ଗତ ଉପର ବାଇପାସକୁ ପରିଷ୍କାର ରଖିବା ପାଇଁ ହୋର୍ଡିଙ୍ଗ ବୋର୍ଡ ଲଗାଇବା ସହ ଜନ ସାଧାରଣଙ୍କୁ ସଚେତନ କରାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, କାଉନସିଲର କମଳାକ୍ଷୀ ଦେଵିଦର୍ଶିନୀ, କୈଳାଶ ମହାରଣା, ଦିନେଶ ପରିଡାଙ୍କ ସହ ସମସ୍ତ କାଉନସିଲର, ବିଜ୍ଞାପିତ ପରିଷଦର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ସମ୍ମାନ ଜଣାଇ ଥିଲେ।

Categories
ଆଞ୍ଚଳିକ

ରଣପୁର: ବିଲରେ କାମ କରୁଥିବା ବେଳେ କାମୁଡିଲା ସାପ, ଚାଷୀଙ୍କ ପ୍ରାଣହାନୀ

ରଣପୁର: ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।  ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଡ଼-ବରମୂଳ ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକଙ୍କ ନାମ କୋମଦ ପ୍ରଧାନ, ବୟସ ୬୫ ବର୍ଷ ବୋଲି ଜଣା ପଡିଛି।

କୋମଦ ବିଲରେ କାମ କରୁଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିବା କହିଥିଲେ। ପରେ ପରିବାର ଲୋକଙ୍କ ସହାୟତାରେ କୋମଦଙ୍କୁ ରଣପୁର ମେଡିକାଲକୁ ଅଣା ଯାଇଥିଲା। ସାପ କାମୁଡିବାର ବହୁ ବିଳମ୍ବରେ କୋମଦଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Categories
ଆଞ୍ଚଳିକ

ରଣପୁର: କେନ୍ଦୁଆ ଆଶ୍ରମ ବିଦ୍ୟାଳୟ ଠାରେ ବିଶ୍ଵ ହାତୀ ଦିବସ ପାଳିତ

ରଣପୁର: ପଟିଆ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ବିଶ୍ଵ ହାତୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପରିବେଶ ପାଇଁ ହାତୀର ଉପକାରିତା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ ଦିବସରେ ସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଭଟବ୍ରହ୍ମା, ଶ୍ରେଣୀ ଶିକ୍ଷୟତ୍ରୀ ସଞ୍ଜୁକ୍ତା ରାଣୀ ନାୟକ, ସସ୍ମିତା ପ୍ରଧାନ, ମିତାଲୀ ମଲ୍ଲ ଉପସ୍ଥିତ ଥିବା ବେଳେ ପଲ୍ଲିଶ୍ରୀ ଅନୁଷ୍ଠାନର ସଂଯୋଜକ ଜିତେନ୍ଦ୍ରିୟ ନାୟକ ଓ ସନ୍ତୋଷ କୁମାର ଜେନା ଯୋଗ ଦେଇ ସ୍କୁଲର ଛାତ୍ରଛାତ୍ରୀ, ହାତୀ ସାଥି ମେମ୍ବର ମାନଙ୍କୁ ବିଶ୍ଵ ହାତୀ ଦିବସରେ ବାର୍ତ୍ତା ପ୍ରତିବାଦନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜାପାନ ଟ୍ରଷ୍ଟ ଫର ଗ୍ଲୋବାଲ ଏନଭାରମେଣ୍ଟ , ବୈଷୟିକ ସହାୟତା: ଆର.ସି.ଜ, ଜାପାନ ସହଯୋଗ କରିଥିବା ବେଳେ ଭୁବନେଶ୍ଵର ପଲ୍ଲିଶ୍ରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଂଗଠିତ କରିଥିଲା।

Categories
ଆଞ୍ଚଳିକ

ରଣପୁରରେ ଶିକ୍ଷଣ ସାମଗ୍ରୀ ମେଳା

ରଣପୁର: ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ନେଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରତ୍ୟକ କ୍ଲଷ୍ଟରରୁ ୩ ଟି ଲେଖାଏଁ ଶିକ୍ଷଣ ସାମଗ୍ରୀ ପ୍ରକଳ୍ପ ଆସିଥିଲା। ଏହି ପରି ଭାବେ ସମୁଦାୟ ୫୪ଟି ପ୍ରକଳ୍ପ ଆସିଥିଲା। ଏହାକୁ ନୟାଗଡ ଜିଲ୍ଲା ଶିକ୍ଷକ ତାଲିମ ପ୍ରଶିକ୍ଷକ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷିକା ଦିପ୍ତୀପ୍ରଭା ଦାଶ ଓ ପ୍ରଶିକ୍ଷକ ମାନସ କୁମାର ସାହୁ ପ୍ରମୁଖ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ। ଏଥିରେ ରଣପୁର ବ୍ଲକର ରାଜସୁନାଖଳା, ରଣପୁର ଓ ଗୋପାଳପୁର ପ୍ରତ୍ୟେକ ସର୍କଲରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ଭାବେ ତିନୋଟି ଲେଖାଏଁ ପ୍ରକଳ୍ପ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା। ଏହା ପରେ ବ୍ଲକ ସ୍ତରରେ ମଧ୍ୟ ପ୍ରଥମ, ଦ୍ଵିତୀୟ, ତୃତୀୟ ଭାବେ ୩ଟି ପ୍ରକଳ୍ପକୁ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ଉତ୍କଲ ନିଖିଳ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ଗୋପାଳପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଙ୍ଗଦ ବାଲିଆରସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପାଠ୍ୟକ୍ରମରେ ଶିକ୍ଷଣ ସାମଗ୍ରୀର ଗୁରୁତ୍ୱ ସମ୍ବନ୍ଧରେ ବୁଝାଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଧନ କେନ୍ଦ୍ର କର୍ମୀ ଅକ୍ଷୟ କୁମାର ସାହୁ, ପବିତ୍ର ମୋହନ ସାମନ୍ତରାୟ, ଜ୍ୟୋତି ରଞ୍ଜନ କର, ସୁଶୀଲ କୁମାର ରଣା, ସୁବାଷ ମହାପାତ୍ର, ପ୍ରଦୀପ ରଂଜନ ଖୁଣ୍ଟିଆ, କୈଳାଶ ମାଝୀ, ମାନସ ପଟ୍ଟନାୟକ, ସୁଧାକର ମିଶ୍ର, ପଦ୍ମ ଚରଣ ସେଠି, ପ୍ରଭାତ ଦଳବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗକୁ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳାର ଆୟୋଜନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରିଣୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ

ରଣପୁର: ଆସନ୍ତା ୫ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ। ବ୍ଲକରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସଂଘ ପକ୍ଷରୁ ଗୁରୁବାର ଦିନ ସମସ୍ତ ବର୍ଗର ଶିକ୍ଷକ ସଙ୍ଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଭିନ୍ନ ସଙ୍ଘର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।

ଏହି ଆନ୍ଦୋଳନରେ ସବୁ ବର୍ଗର ଶିକ୍ଷକ ସାମିଲ ହେବେ ବୋଲି ଖବର ମିଳିଛି। ଏହି ଆନ୍ଦୋଳନ AUPTF ସଙ୍ଘ ନେତୃତ୍ୱରେ କରାଯିବ ବୋଲି ଜଣା ପଡିଛି। ବୈଠକରେ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ରଣପୁର ଗସ୍ତ: ତିନି ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶୃତି

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା। ଆଜି ସକାଳେ ରଣପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା। ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ।
ସେଠାରୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ,  ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ  ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।
ତାପରେ ଥାନା ନିକଟରେ ଥିବା ଶହୀଦ ରଘୁ-ଦିବାକର ମଣ୍ଡପକୁ ଯାଇ ଶହୀଦ ରଘୁ-ଦିବାକରଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ଡାକ୍ତର, ରୋଗୀମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଅସୁବିଧା ସମ୍ବନ୍ଧରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ର ବୁଲି ଖାଦ୍ୟର ମାନ ପରଖି ଥିଲେ। ନୂତନ ଭାବେ ତିଆରି ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ବୁଲି ଦେଖି ଥିଲେ।
ଏହା ପରେ ରଣପୁର ମିନି ଷ୍ଟାଡିୟମରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷାକୁ ଖାତିରି ନ କରି ହଜାର ହଜାର ମହିଳା ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟରେ ଲୋକମାନେ ବିଭିନ୍ନ ଅଭିଯୋଗ, ସମସ୍ୟାମୂଳକ ଦରଖାସ୍ତ ୫-ଟି ସଚିବଙ୍କୁ ପ୍ରଦାନ କରିଥିଲେ। ଲୋକମାନଙ୍କ ସମସ୍ୟାଗୁଡିକ ୭ ଦିନ ଭିତରେ ସମାଧାନ କରିବେ ବୋଲି ୫-ଟି ସଚିବ ମତ ଦେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୂଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସଚିବ ମତ ଦେଇଥିଲେ। ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆ ଯାଉଥିବା ବେଳେ ପୁରୁଷମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆଯାଉଛି।
୫-ଟି ସଚିବ ତାଙ୍କର ଅଭିଭାଷଣରେ ନୟାଗଡ ଜିଲ୍ଲାର ପ୍ରତି ଘରକୁ ପାଇପ ଯୋଗେ ଜଳ ଯୋଗଇ ଦିଆଯିବ ବୋଲି କହିଥିଲେ। ଏଥିପାଇଁ ୧୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ଭାଷଣରେ କହିଥିଲେ। ଯଦି ପିଇବା ପାଣି ପାଇବାରେ କୌଣସି ଅସୁବିଧା ହୁଏ, ତାହେେଲେ ୩ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କୃଷି ସମସ୍ୟାଗୁଡିକୁ ପ୍ରାଥମିକତା ଦିଆଯାଇ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଥିଲେ। ମଧୁବାବୁ ପନେସନ ଯୋଜନା ବ୍ୟାଙ୍କ ପରିବର୍ତେ ପଚାୟତରେ ମିଳିବ ବୋଲି କହିଥିଲେ। ଯାହା ଫଳରେ ଲୋକମାନେ ବ୍ୟାଙ୍କରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।   ବି.ସି. ହାଇସ୍କୁଲର ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ସଭ୍ୟ ସତ୍ୟବାନ ସାହୁ, ମାଧବ ଚନ୍ଦ୍ର ପ୍ରଧାନ ୫-ଟି ସଚିବଙ୍କୁ ଭେଟି ବିଦ୍ୟାଳୟର ସମସ୍ୟା ବିଷୟରେ ପ୍ରଦାନ କରିଥିବା ଜଣା ପଡିଛି।
ସେହିପରି ରଣପୁର ନୂତନ ପେନସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ସଭାପତି ଅନୀଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଂଜନ କର, କୋଷାଧକ୍ଷ ସୂଶୀଲ କୁମାର ରଣା, ସୁଶାନ୍ତ କୁମାର ପ୍ରଧାନ ପ୍ରମୂଖ ସଚିବଙ୍କୁ ଭେଟି ଶିକ୍ଷକମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଏକ ମେମୋରାଣ୍ଡମ ପ୍ରଦାନ କରିଥିଲେ। ସେହିପରି ରଣପୁରକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଯାହା ବହୁ ବର୍ଷ ଧରି ରଣପୁର ଜନସାଧାରଣଙ୍କ ଦାବି ଥିଲା ତାହାକୁ ଆଜି ରଣପୁର ଗ୍ରସ୍ତରେ ଆସିଥିବା ସଚିବଙ୍କୁ ଜଗନ୍ନାଥ ସେନା ତରଫତୁ ଦାବିକୁ ଲିଖିତ ଆକାରରେ ପ୍ରଦାନ କରାଯାଇଛି।
ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ତହସିଲଦାର ଇପ୍ସିତ ସାହୁ,  ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଏସ.ଡି.ପି.ଓ କିରନ ହେମ୍ରମ୍‌, ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ସହ ବିଭିନ୍ନ ସରକାରୀ ଅଧୀକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକଙ୍କ ସହ ସମସ୍ତ କାଉନସିଲର, ସରପଚ, ସମିତିସଭ୍ୟ ପ୍ରମୂଖ ଉପସ୍ଥିତ ଥିଲେ। ବର୍ଷା ସତ୍ୱେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର: ଆଜି ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସି.ଆର.ସି.ସି. ସୁଧାକର ମିଶ୍ର, ପୂର୍ବତନ ସି.ଆର.ସି.ସିତଥା ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡମେମ୍ବର ସରୋଜିନୀ ପ୍ରଧାନ, ଆଶାକର୍ମୀ ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।  ଏଥିରେ ୫୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଏକ ହଳ ଜୋତା, ଦୁଇ ହଳ ମୋଜା, ଗୋଟିଏ ଟ୍ରାକ ପ୍ୟାଣ୍ଟ, ଗୋଟିଏ ଟି-ସାର୍ଟ, ଗୋଟିଏ ଟୋପି ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ମଙ୍ଗରାଜ, କାଶୀନାଥ ଜୟସିଂହ, ବିନାୟକ ପ୍ରଧାନ, ରବୀନ୍ଦ୍ର ସଂଗ୍ରାମସିଂହ, ପ୍ରଦୀପ ମାନସିଂହ, ଅଙ୍ଗନବାଡି କର୍ମୀ ପୁଷ୍ପଲତା ଦେଇ, କାନନବାଳା ସାହୁଙ୍କ ସହ ସମସ୍ତ ପରିଚାଳନା କମିଟି ସଭ୍ୟସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

କେରଣ୍ଡାଟାଙ୍ଗି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ରଣପୁର: ନୟାଗଡ଼ ଜିଲ୍ଲାର ରଣପୁର ବ୍ଳକ ଅନ୍ତର୍ଗତ ବାଳକୃଷ୍ଣ ନୋଡାଲ ବିଦ୍ୟାପୀଠ, କେରଣ୍ଡାଟାଙ୍ଗି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ରାଉତରାଙ୍କ ନିମନ୍ତେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସେ ବିଜ୍ଞାନ ଶିକ୍ଷକ ଭାବେ ଏହି ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ଓ ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ସମାପନ କରି ତଥା ଦୀର୍ଘ ୩୭ ବର୍ଷର ସମୟ ଅବଧିରେ ନିଜକୁ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ପାଇଁ ନିଜକୁ ସମର୍ପିତ କରି ପରିଶେଷରେ ଅବସର ନେଲେ।

ଏହି ସଭାରେ ମୁଖ୍ୟ ଅତିଥି ଭବେ ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସମ୍ମାନିତ ଅତିଥି ଭାବେ ରମେଶ ବଳବନ୍ତରାୟ, ଜ୍ଯୋତିରଞ୍ଜନ ଦାସ, ବାଉରିବନ୍ଧୁ ସାହୁ, ପ୍ରଦୀପ ସାହୁ, ପଦ୍ମଚରଣ ବିଶ୍ଵାଳ, ନଟବର ବେହେରା, ପ୍ରଭାକର ସାମନ୍ତରା, ହରପ୍ରିୟା ଗୋମାନସିଂ ଏବଂ ଅରୁଣ କୁମାର ସାହୁ ଯୋଗଦାନ କରିଥିଲେ।

ଏହି ସଭାର ସଭାପତି ଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତିମୟୀ ଭୋଳ ଓ ମଞ୍ଚ ପରିଚାଳନା କରିଥିଲେ କୈଳାଶଚନ୍ଦ୍ର ମାଝି। ସେହି ଅଞ୍ଚଳର ଅନ୍ୟାନ୍ୟ ବିଦ୍ୟାଳୟର ପୁର୍ବତନ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷାପ୍ରେମୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଆସି ସଭାରେ ଶିକ୍ଷକଙ୍କ ଗୁଣଗାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିନା ଫଳକରେ ଚାଲିଛି ରଣପୁର-ଦର୍ପନାରାୟଣପୁର ରାସ୍ତା କାମ: ପ୍ରତ୍ୟେହ ଦୁର୍ଘଟଣା ଘଟୁଥିବା ଅଭିଯୋଗ

ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ ରଣପୁର -ଦର୍ପନାରାୟଣପୁର ରାସ୍ତା ଏବେ ପ୍ରଶସ୍ତିକରଣ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ କାମ ଚାଲିଛି। ତେବେ ଉକ୍ତ କାମ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମାନୀ ଚରମ ସୀମାରେ ପହଂଚି ଥିବା ଦେଖିବାକୁ ମିଳିଛି। ଏପରିକି ବିନା ଫଳକରେ ଅତି ନିମ୍ମମାନର କାମ ହେଉଥିବା ବେଳେ ଅଧା ପନ୍ତରିଆ କାମ ଯୋଗୁଁ ପ୍ରତ୍ୟେହ ଦୁର୍ଘଟଣା ବଢିବାରେ ଲାଗିଛି। ଫଳରେ ଅଚଂଳବାସୀ ଅତିଷ୍ଠ ହୋଇପଡିଥିବା ଅଭିଯୋଗ ହେଉଛି।

ତେବେ ଗତ ଦେଢ ମାସ ତଳେ ଉକ୍ତ ରାସ୍ତାରେ ସାନଗଡ ଠାରେ ନିର୍ମାଣଧିନ ଏକ ଶଙ୍ଖ ଭିତରେ ପଡି ଜୈନିକ ବାଇକ ଚାଳକ ଅତି ଗୁରୁତର ହୋଇ ପଡିଥିବା ବେଳେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ। ସେହିପରି ଅନୁରୂପ ଭାବେ ଆଜି ଭୋର ୫ ଟାରେ ଏକ ବାଇକ ଆରୋହୀ ଉକ୍ତ ରାସ୍ତା ଦେଇ ନୟାଗଡ ଆଡୁ ରଣପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ହରିପୁର ଗାଁ ମୁଣ୍ଡରେ ଅଧା-ପନ୍ତରିଆ ଶଙ୍ଖ ଭିତରକୁ ଖସି ପଡିଥିଲେ। ସକାଳ ୮ ଟାରେ ଘଟଣା ସ୍ଥଳରେ ରଣପୁର ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ବାଇକ (ନମ୍ବର ଙଜ-୦୪-ଓ-୨୩୮୦) , ହେଲମେଟ ଓ ଚପଲ ଉଦ୍ଧାର କରିଥିଲେ। କିନ୍ତୁ ବାଇକ ଚାଳକଙ୍କର କୌଣସି ପତା ମିଳି ନ ଥିବା ପୁଲିସ ସୂତ୍ରରୁ ଜଣା୍ ଯାଇଛି। ତେବେ ଏହାର ଅନୁସନ୍ଧାନ ଜାରି ରହିଛି ବୋଲି ଏଏସଅ୍ଧବ ବିଶ୍ୱଭୂଷଣ ସିଂ କହିଛନ୍ତି।

ଅପରପକ୍ଷେ ହରିପୁର ଗାଁ ମୁଣ୍ଡରେ ଦୀର୍ଘ ମାସ ଧରି ନିର୍ମାଣଧିନ ଶଙ୍ଖ ଏବେ ଅଧା-ପନ୍ତରିଆ ଭାବେ ପଡି ରହିଥିବାରୁ ଏବଂ କୌଣସି ସଙ୍କେତ ଦିଆ ଯାଇ ନ ଥିବାରୁ ଅଜଣା ଯାନବାହନ ଓ ବାଇକ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଅନୁରୂପ ଭାବେ ଅଢେଇ ମାସ ତଳେ ଅସୁରକୁମାରୀ ନିକଟରେ ନିର୍ମାଣ ହେଉଥିବା ଶଙ୍ଖରେ ଏକ ବାଇକ ଦୁର୍ଘଟଣା ଘଟିଥିଲା।

ସେହିପରି ଅଧା ନିର୍ମାଣ ରାସ୍ତା ଯୋଗୁ ରାସ୍ତାରେ ପ୍ରବଳ ଧୂଳି ଉଡୁଛି, ଯାହା ଫଳରେ ଯାତ୍ରୀମାନେ ଅଣ ନିଶ୍ୱାସ ହେଇ ଯାଉଥିବା ଅଭିଯୋଗ ହେଉଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଦୀଜିବୀ ଓ ଅଚଂଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର: ସିଂହଦ୍ୱାରରେ ପହଚିଂଲା ତିନି ରଥ, ଆସନ୍ତାକାଲି ନିଳାଦ୍ରି ବିଜେ ହେବେ ତିନି ଠାକୁର

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହେବାସହ ତିନି ରଥ ସିଂହ ଦ୍ୱାର ନିକଟରେ ପହଚିଂଛି।

ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବିଦଳନ ରଥ ଚଣ୍ଡେଶ୍ୱର ସାହି ଠାରେ ଅଟକି ରହିଥିଲା ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ପବିତ୍ର ବଡ ଏକାଦଶୀ ରେ ରଥଟଣା ବନ୍ଦ ରହିଥିବା ବେଳେ , ପଚୁଂଦୋଳ ପଡିଆଠାରେ ଓଡିଶାର ପ୍ରତିଷ୍ଟିତ କଣ୍ଠ ଶିଳ୍ପିମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହୋଇଯାଇଥିଲା। ଆଜି ରଣପୁର ରେ ଅସୟ ଗରମ ଅନୁଭୂତ ହୋଇଥିଲା।

ଅପରାହ୍ନ ୩ ଟାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳ ମାନେ ଟାଣି ଥିଲେ। ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯାଇଥିଲା। ଅପରାହ୍ନ ୬ଟା ମିନିଟ୍ ରେ ନନ୍ଦିଘୋଷ ଦୋଳମଣ୍ଡପ ନିକଟରେ ଆସି ପହଚିଂଥିଲା। ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ। ରଥ ଚାରିପଟେ ନିରୀକ୍ଷଣ କଲାପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା।

ପରେ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ। ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନିତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା। ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱର ନିକଟରେ ଲାଗିଥିଲା। ରଥ ସିଂହ ଦ୍ୱାର ରେ ପହଚିଂଲା ବେଳକୁ ରାତି ହୋଇଯାଇଥିଲା।

ଆସନ୍ତାକାଲି ଅଧର ପଣା ନିତି ସଂମ୍ପନ୍ନ ପରେ ତିନି ଠାକୁରଙ୍କୁ ନିଳାଦ୍ରିବିଜେ କରାଜିବ ବୋଲି ମନ୍ଦିର ପ୍ରଶାସନ ଠାରୁ ଜଣାଯାଇଛି। ଆଜି ରଥ ଯାତ୍ରାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ସ୍ଥାନୀୟ ତହସିଲ ଦାର ଇପସିତ ସାହୁ , ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ଏନଏସି ଉପାଧକ୍ଷ ବିଶ୍ୱରଞନ ପଟନାୟକ,ସ୍ଥାନୀୟ ଆଇଆଇସି ନିହାର ରଞନ ମହାନ୍ତି ,ରାଜା ମହାନ୍ତି ,ମନ୍ଦିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।