Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ
ଆଜିର ଖବର

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ସଘନ ସଂଶୋଧନ
SIR drive enters final stage across the state

ରଣପୁର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏହି ଅବସରରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ଦେବାଶିଷ ପଟ୍ଟନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରିଗଣନା ଫର୍ମ ପ୍ରଦାନ କରାଯାଇଥିଲା।

ଫର୍ମ ବଣ୍ଟନ ସମୟରେ ରଣପୁର ବିଡିଓ ମନୋଜ କୁମାର ନାୟକ, ବି.ଏଲ.ଓ. ସୁପରଭାଇଜର ସୁଶୀଲ କୁମାର ରଣା, ଟ୍ରେନର ଶକ୍ତି ପ୍ରସାଦ ଆଚାର୍ଯ୍ୟ, ବି.ଏଲ.ଓ. ସୁଷମା ଦେଇ, ଶିକ୍ଷକ ସ୍ୱସ୍ତିକ ଅଧିକାରୀ ଓ ପ୍ରଶାନ୍ତ କୁମାର ଘଡେଇ ପ୍ରମୁଖ ଉପସ୍ଥିତ ରହି ମତଦାତାମାନଙ୍କୁ ଫର୍ମ ସଠିକ ଭାବେ ପୂରଣ କରିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ସମ୍ପର୍କରେ ସଚେତନ କରିଥିଲେ।

ସମ୍ପୃକ୍ତ ଅଧିକାରୀମାନେ ମତଦାତା ତାଲିକାକୁ ଅଧିକ ସଠିକ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ମତଦାତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ମତଦାତାଙ୍କ ସଠିକ ତଥ୍ୟ ସଂଗ୍ରହ କରାଯାଇ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି।

SIR ନୟାଗଡ଼ ଜିଲ୍ଲା ରଣପୁର ସ୍ୱତନ୍ତ୍ର ସଘନ ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

‘ହର ଘର ତିରଙ୍ଗା’ ଅଭିଯାନ: ଦେଶପ୍ରେମ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କଲା ଭାରତୀୟ ରେଳବାଇ

August 15, 2026

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

August 15, 2026

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026
Latest News

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

‘ହର ଘର ତିରଙ୍ଗା’ ଅଭିଯାନ: ଦେଶପ୍ରେମ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କଲା ଭାରତୀୟ ରେଳବାଇ

August 15, 2026

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

August 15, 2026

ଆଜି ଅଗଷ୍ଟ ୧୫ରେ କଣ ରହିଛି ଆପଣଙ୍କର ରାଶିଫଳ: ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.