ରଣପୁର: ରଣପୁର ବ୍ଲକ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ପବିତ୍ର ଗଣ ପର୍ବ ରଜ ପରିପ୍ରେକ୍ଷୀରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୫ନମ୍ବର ୱାର୍ଡ଼ ପାମ୍ପଡ଼ା ସ୍ଥିତ ଶ୍ରୀ ଗୁରୁ ଆଶ୍ରମ ଠାରେ ରଜ ଉତ୍ସବ ଓ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ମେଟ୍ରିକ ପରୀକ୍ଷାରେ ଏ-୧ରେ ଉତୀର୍ଣ୍ଣ ହୋଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ତେବେ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ ତଥା କବିତା ଆସର ବହୁ ଆଡମ୍ବର ସହକାରେ ପାଳିତ ହୋଇ ଯାଇଥିବା ବେଳେ ଅନୁଷ୍ଠାନର ସଭାପତି ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାଜଗୁରୁ , ମୁଖ୍ୟ ବକ୍ତା ଡ଼ ପ୍ରିୟମ୍ବଦା ଦାଶ, ସଂମ୍ମାନିତ ଅତିଥି କବି ଗୋଦାବରୀଶ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ,ସମାଜସେବୀ ରାଜ କିଶୋର ପଟ୍ଟନାୟକ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର ସ୍ବାଇଁ , ସାମ୍ବାଦିକ ବ୍ରଜ ରଣସିଂହ ପ୍ରମୁଖ ମଞ୍ଚାସିନ ଥିଲେ। ସମ୍ପାଦକ ନବ କିଶୋର ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିବା ସାଙ୍ଗକୁ ସ୍ୱାଗତ ଭାଷଣ ଦେଇଥିଲେ। ପରେ ସାହିତ୍ୟ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଯୋଗ ଦେଇଥିବା କବି କବୟିତ୍ରୀ ମାନେ ନିଜ ନିଜର କବିତା ପାଠ କରିଥିଲେ।
ସେହିପରି ସମଗ୍ର ବ୍ଲକରେ ଚଳିତ ମେଟ୍ରିକ ପରୀକ୍ଷାରେ ଏ-୧ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ। ଏହାକୁ ଅନୁଷ୍ଠାନ ସହ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ ପରିଚାଳନା କରିଥିଲା ବେଳେ କବିତା ସଂଯୋଜନା କରିଥିଲେ କବି ପୂର୍ଣ୍ଣ ଚନ୍ଦ୍ର ବେହେରା ଓ କବି ଅଜୟ କୁମାର ପ୍ରଧାନ।
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଚିତ୍ତରଞ୍ଜନ ଦାଶ,ରବିନ୍ଦ୍ର ନାୟକ, ସତ୍ୟ ନାରାୟଣ ବାରିକ, ଶ୍ୟାମ ସୁନ୍ଦର ନାୟକ,ଭାସ୍କର ବାରିକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସହାୟତା କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ମନୋଜ କୁମାର ଗୁମାନସିଂହ ଧନ୍ୟବାଦ ଭାଷଣ ଦେଇଥିଲେ।


