ରଣପୁର: ବାବା ବୃଦ୍ଧ କମଳେଶ୍ୱର ଦେବ ବରିଷ୍ଠ ନାଗରିକ ସଂଘ, ମାନପୁର-ନୂଆଗାଁ-ମହତପଲ୍ଲୀର ଏକ ସାଧାରଣ ସଭା ଶନିବାର ଦିନ ମାନପୁରସ୍ଥିତ ମା’ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରାୟ ୫୦ ଜଣ ସଦସ୍ୟ ଏହି ସଭାରେ ଯୋଗଦେଇଥିଲେ।
ସଭାରେ ନବଘନ ବେହେରା ସଭାପତିତ୍ୱ କରିଥିବା ବେଳେ ବସନ୍ତ କୁମାର ବେହେରା ଓ ଗୋବିନ୍ଦ ଦାମ୍ବଳ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବୃନ୍ଦାବନପୁର ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ବସନ୍ତ କୁମାର ବାରିକ ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ ଉପେନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ, ଅଧିକାର ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ସଭାରେ ସଂଘର କର୍ମକର୍ତ୍ତାମାନେ ନୂତନ ସଦସ୍ୟମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଶେଷରେ ସମସ୍ତଙ୍କ ସହଯୋଗ ଓ ମଙ୍ଗଳ କାମନା କରି ସଭା ସମାପ୍ତ ହୋଇଥିଲା।


