Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ଅଣସରରେ ଆଜିଠୁ ପଟି ଦିଅଁ ଦର୍ଶନ, କୋଟି ଜନ୍ମର ପୁଣ୍ୟ ପାଇଁ ଭକ୍ତଙ୍କ ଭିଡ଼
ଆଜିର ଖବର

ରଣପୁର: ଅଣସରରେ ଆଜିଠୁ ପଟି ଦିଅଁ ଦର୍ଶନ, କୋଟି ଜନ୍ମର ପୁଣ୍ୟ ପାଇଁ ଭକ୍ତଙ୍କ ଭିଡ଼

June 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଟି ଦିଅଁ ଦର୍ଶନ
ରଣପୁର: ଅଣସରରେ ଆଜିଠୁ ପଟି ଦିଅଁ ଦର୍ଶନ, କୋଟି ଜନ୍ମର ପୁଣ୍ୟ ପାଇଁ ଭକ୍ତଙ୍କ ଭିଡ଼

ରଣପୁର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପରେ ଆଜିଠାରୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପଟି ଦିଅଁ ଦର୍ଶନ ଆରମ୍ଭ ହୋଇଛି। ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରରେ ରହୁଥିବାରୁ ସାଧାରଣ ଭକ୍ତମାନେ ଶ୍ରୀ ବିଗ୍ରହଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇପାରୁ ନାହାନ୍ତି। ଏହି ସମୟରେ ଭକ୍ତଙ୍କ ଦର୍ଶନ ନିମନ୍ତେ ପାରମ୍ପରିକ ଭାବେ ପଟି ଦିଅଁଙ୍କୁ ପୂଜା ଓ ଦର୍ଶନ କରାଯାଏ।

ରାଜ ଅମଳରୁ ଚିତ୍ରକର ସେବାୟତମାନେ ଏହି ପବିତ୍ର ପରମ୍ପରାକୁ ନିଷ୍ଠାର ସହ ପାଳନ କରିଆସୁଛନ୍ତି। ଠାକୁରଙ୍କ ପାରମ୍ପରିକ ଚିତ୍ରକାର ଦୁର୍ଗା ପ୍ରସାଦ ମହାପାତ୍ର ଓ ସତ୍ୟ ନାରାୟଣ ମହାପାତ୍ର ଶୁଦ୍ଧପୁତ ଭାବେ ଅଁଳା ନବମୀ ଠାରୁ ତିଆରି କରି ଆସୁଥିଲେ। ତିନୋଟି ପଟ୍ଟଚିତ୍ରରେ ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଏବଂ ଶ୍ରୀଜଗନ୍ନାଥଙ୍କୁ ଯଜ୍ଞ ଶ୍ରୀ ନୀଳମାଧଵ ବେଶରେ ପୂଜା କରାଯାଇଥାଏ। ଏହି ପଟି ଦିଅଁଙ୍କୁ ଅଣସର କାଳରେ ମନ୍ଦିରରେ ସ୍ଥାପନ କରି ନିୟମିତ ନୀତିକାନ୍ତି କରାଯାଏ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଅନବସର ସମୟରେ ପଟି ଦିଅଁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ହୁଏ। ଏହି ପବିତ୍ର ଦର୍ଶନ ପାଇଁ ଆଜିଠାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଏହି ପ୍ରାଚୀନ ପରମ୍ପରା ଆଜି ମଧ୍ୟ ଭକ୍ତି, ଆସ୍ଥା ଓ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ନିଦର୍ଶନ ହୋଇ ରହିଛି।

ଅଣସର କୋଟି ଜନ୍ମର ପୁଣ୍ୟ ଦେବୀ ସୁଭଦ୍ରା ପଟି ଦିଅଁ ଦର୍ଶନ ବଳଭଦ୍ର ଭକ୍ତଙ୍କ ଭିଡ଼ ରଣପୁର ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026
Latest News

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.