ନେହେୱାଲଙ୍କ ଉପରେ ଅଭିନେତା ସିଦ୍ଧାର୍ଥଙ୍କ ଆପତ୍ତିଜନକ ମନ୍ତବ୍ୟ ଘଟଣା: କେନ୍ଦ୍ର ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

Published: Jan 11, 2022, 2:08 pm IST

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହେୱାଲଙ୍କ ଉପରେ ଅଭିନେତା ସିଦ୍ଧାର୍ଥଙ୍କ ଆପତ୍ତିଜନକ ମନ୍ତବ୍ୟକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜ୍ଜୁ ନିନ୍ଦା କରିଛନ୍ତି। ନିକଟରେ ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ସାଇନା ଟ୍ୱିଟ୍ କରି କହିଥିଲେ ଯେ, ଯେତେବେଳେ ନିଜର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ଶିକାର ହୁଅନ୍ତି, ସେତେବେଳେ କୌଣସି ରାଷ୍ଟ୍ର ନିଜକୁ ସୁରକ୍ଷିତ ବୋଲି ଦାବି କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅରାଜକତାବାଦୀଙ୍କ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି। ଏହାର ଉତ୍ତରରେ ସିଦ୍ଧାର୍ଥ ଟ୍ୱିଟ୍ କରି କହିଥିଲେ ଯେ, ସଟଲ୍ କକ୍ ଚାମ୍ପିଅନ୍ ଅଫ୍ ୱାର୍ଲ୍ଡ। ଖୁସିର କଥା ଆମ ପାଖରେ ଭାରତର ରକ୍ଷକ ଅଛନ୍ତି।

ରିଜିଜୁ କହିଛନ୍ତି ଯେ, ସାଇନାଙ୍କ ସଫଳତା ପାଇଁ ଭାରତ ଗର୍ବିତ, ଯାହା ଦେଶକୁ ଏକ କ୍ରୀଡ଼ା ସୁପର ପାୱାର୍ କରିବାରେ ସହାୟକ ହୋଇଛି। ସେ ଟୁଇଟ୍ କରି କହିଛନ୍ତି ଯେ, ଅଲିମ୍ପିକ୍ ପଦକ ବିଜେତା ବ୍ୟତୀତ ସେ ଜଣେ ଦେଶପ୍ରେମୀ। ତାଙ୍କ ପରି ବ୍ୟକ୍ତିଙ୍କ ବିଷୟରେ ଏହିପରି ହାଲୁକା ବକ୍ତବ୍ୟ ସେହି ବ୍ୟକ୍ତିର ଅଭଦ୍ର ମାନସିକତାକୁ ଦର୍ଶାଏ।

Related posts