Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ
ଅନ୍ତରାଷ୍ଟ୍ରୀୟ

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
If the Democrats win, democracy in America will come to an end: Elon Musk
If the Democrats win, democracy in America will come to an end: Elon Musk

ଓ୍ବାସିଂଟନ୍‌: ଆମେରିକା ରାଜନୀତିରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପ୍ରସିଦ୍ଧ ଉଦ୍ୟୋଗୀ ତଥା ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍ ମସ୍କ ଏକ ବଡ଼ ଓ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ନିଜର ଅଗ୍ରିମ ମତଦାନ ସାବ୍ୟସ୍ତ କରିସାରିବା ପରେ ଚେତାବନୀ ଦେଇଛନ୍ତି ଯେ, ଯଦି ଡେମୋକ୍ରାଟ୍ ଦଳ ସଂସଦର ଉଭୟ ଗୃହ ଏବଂ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ଏହା ଆମେରିକା ପାଇଁ ଏକ ବଡ଼ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ। ଏହାଦ୍ୱାରା ଦେଶରେ ଗଣତନ୍ତ୍ରର ଶେଷ ହେବ ଏବଂ ଆମେରିକା କେବଳ ଗୋଟିଏ ଦଳୀୟ ଶାସନ ବ୍ୟବସ୍ଥାରେ ପରିଣତ ହୋଇଯିବ।

ଏକ ବାର୍ତ୍ତା ଜାରି କରି ଏଲନ୍‌ ମସ୍କ କହିଛନ୍ତି ଯେ, ଡେମୋକ୍ରାଟ୍‌ମାନେ ପୂର୍ଣ୍ଣ ବହୁମତ ପାଇଲେ ସେମାନେ ସଂସଦରେ ନିଜର ସ୍ଥାୟୀ ପ୍ରଭାବ ବିସ୍ତାର କରିବା ପାଇଁ ଦେଶର କେତେକ ନୂତନ ଅଞ୍ଚଳକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବେ। ଏହାସହ ଆମେରିକାର ସୀମାକୁ ସମ୍ପୂର୍ଣ୍ଣ ଖୋଲିଦେଇ ବେଆଇନ ଭାବେ ରହୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ଆଇନଗତ ମାନ୍ୟତା ପ୍ରଦାନ କରିବେ, ଯାହାଦ୍ୱାରା ସେମାନଙ୍କର ସ୍ଥାୟୀ ଭୋଟ୍‌ବ୍ୟାଙ୍କ ପ୍ରସ୍ତୁତ ହୋଇପାରିବ। ଏପରିକି ସେମାନେ ନିଜର ଆଧିପତ୍ୟ ବଜାୟ ରଖିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ପଛାଇବେ ନାହିଁ।

ଏହି ସ୍ଥିତିକୁ ଏଡ଼ାଇବା ପାଇଁ ମସ୍କ ସାଧାରଣ ଜନତାଙ୍କୁ ରିପବ୍ଲିକାନ୍ ଦଳର ପ୍ରାର୍ଥୀମାନଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ସଂସଦର ଉଚ୍ଚସଦନରେ ରିପବ୍ଲିକାନ୍ ଦଳର ନିୟନ୍ତ୍ରଣ ରହିବା ଅତ୍ୟନ୍ତ ଜରୁରୀ। କେବଳ ବାକ୍‌ପଟୁତା ନୁହେଁ, ମସ୍କ ନିଜେ ରିପବ୍ଲିକାନ୍ ଦଳର ନିର୍ବାଚନୀ ପ୍ରଚାର ପାଇଁ ବିପୁଳ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଟେକ୍ସାସ୍ ରାଜ୍ୟର ସଂସଦୀୟ ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ କେନ୍ ପାକ୍ସଟନ୍‌ଙ୍କ ସମର୍ଥନରେ ମସ୍କ ପ୍ରାୟ ୧୯୦ ନିୟୁତ ଡଲାରରୁ ଅଧିକ ଅର୍ଥରାଶି ଦାନ କରିଛନ୍ତି।

ଡେମୋକ୍ରାଟ୍ ପ୍ରାର୍ଥୀଙ୍କ ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ମାତ୍ ଦେବା ପାଇଁ ଏହି ବିପୁଳ ଅର୍ଥ ବିଜ୍ଞାପନ ଓ ପ୍ରଚାର କାର୍ଯ୍ୟରେ ବ୍ୟବହୃତ ହେଉଛି। ରିପବ୍ଲିକାନ୍ ଦଳର ବିଶେଷ ସଂସ୍ଥାଗୁଡ଼ିକ ଜରିଆରେ ବିଭିନ୍ନ ଦୂରଦର୍ଶନ, ଗଣମାଧ୍ୟମ ଓ ରେଡିଓରେ ପ୍ରଚାର ଅଭିଯାନକୁ ବ୍ୟାପକ କରାଯାଇଛି। ଆମେରିକା ରାଜନୀତିରେ ମସ୍କଙ୍କର ଏହି ପ୍ରତ୍ୟକ୍ଷ ଭାଗୀଦାରୀ ଏବଂ ଶାସକ ଦଳ ବିରୋଧରେ କଠୋର ଆଭିମୁଖ୍ୟ ବର୍ତ୍ତମାନ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।

ଆମେରିକା ଏଲନ୍ ମସ୍କ ଡେମୋକ୍ରାଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026

ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା: ୩ ମୃତ

October 30, 2026

ଇଟାଲୀୟ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୧୧ ଆହତ

October 30, 2026
Latest News

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026

ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଲେ କୃଷ୍ଣସାର ମୃଗ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.