Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାବଧାନ ରୁହନ୍ତୁ: ଟ୍ରେନ୍ ଏବଂ ଷ୍ଟେସନ୍ ଠାରେ ଅପରାଧୀଙ୍କ ବିରୁଦ୍ଧରେ ରେଳବାଇ ସୁରକ୍ଷାବଳ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ
ଅପରାଧ

ସାବଧାନ ରୁହନ୍ତୁ: ଟ୍ରେନ୍ ଏବଂ ଷ୍ଟେସନ୍ ଠାରେ ଅପରାଧୀଙ୍କ ବିରୁଦ୍ଧରେ ରେଳବାଇ ସୁରକ୍ଷାବଳ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

January 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଏବଂ ରେଳ ପରିସରରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ପୂର୍ବ ତଟ ରେଳପଥ (ଇକୋର) ର ରେଳ ସୁରକ୍ଷା ବଳ (ଆରପିଏଫ୍) ୨୦୨୧ ମସିହା ଜାନୁୟାରୀ ମାସଠାରୁ ଡିସେମ୍ବର ମାସ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସମୟ ମଧ୍ୟରେ ରେଳ ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି ଏବଂ ୧୮୨୯ ଜଣ ଅପରାଧୀଙ୍କୁ ଗିରଫ କରାଯାଇଅଛି।

ପରିଷ୍କାର ପରିଚ୍ଛନ୍ନତା, ଶିଶୁ ଏବଂ ମହିଳାଙ୍କ ଉଦ୍ଧାର, ଭୁଲ ବଶତଃ ନିଜ ଆନୁସଙ୍ଗିକ ଟ୍ରେନ ମଧ୍ୟରେ ଛାଡି ଯିବାର ଉଦ୍ଧାର କାର୍ଯ୍ୟ, ଟ୍ରେନ୍ ଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ଏବଂ ଯାତ୍ରୀ ସୁରକ୍ଷା ବ୍ୟତୀତ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ କ୍ରମାଗତ ଭାବରେ ଅଭିଯାନ ଚଳାଇ ଆସୁଅଛି।

୨୦୨୧ ଜାନୁୟାରୀ ପହିଲା ଠାରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ରେଳ ପରିସର ତଥା ଟ୍ରେନ ଯାତ୍ରା ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା ୩୭୦ ଅପରାଧୀଙ୍କୁ ଗିରଫ କରି ଆଇନ ଏବଂ ଆଦେଶ ଅନୁଯାୟୀ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ ରେଳବାଇ ପୁଲିସକୁ ହସ୍ତାନ୍ତର କରିଛି। ଏହା ବ୍ୟତୀତ, ୧୦୨ ଅପରାଧୀ ଧରାଯାଇଅଛି ଯେଉଁଥିରେ ୫୭ ଟି ଲଗେଜ୍ ଚୋରି, ୩୩ ସ୍ଵର୍ଣ ଅଳଙ୍କାର ଏବଂ ମୋବାଇଲ୍ ଛଡେଇ ନେବା, ୦୨ ପକେଟ୍ ମାର, ମହିଳାଙ୍କୁ ଦୁର୍ବ୍ୟବହାର ଅଭିଭିଯୋଗରେ ୦୬ ଜଣ ଅଭିଯୁକ୍ତ ଏବଂ ୦୪ ମାନବ ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି।

ସେହିଭଳି, ବେଆଇନ ଭାବେ ଟ୍ରେନ୍ ଟିକେଟ୍ ର ଅନଧିକୃତ ବୁକିଂ ଏବଂ ସାଇବର ଅପରାଧରେ ଜଡ଼ିତ ଥିବା ୧୦୬ ଜଣ ଦଲାଲଙ୍କୁ ରେଳବାଇ ସୁରକ୍ଷାବଳ ଦ୍ୱାରା ଗିରଫ କରାଯାଇଅଛି। ସେଥିପାଇଁ ରେଳ ସୁରକ୍ଷା ବଳ ୯୩୧ ଟି ନକଲି ଇମେଲକୁ ନିଷ୍କ୍ରିୟ କରିଥିବାବେଳେ ୫୩.୮୨ ଲକ୍ଷ ଟଙ୍କା ମୂଲ୍ୟର ଟ୍ରେନ୍ ଟିକେଟ୍ ଜବତ କରିଛି।

ଏହା ବ୍ୟତୀତ, ଟ୍ରେନରେ ନିଷେଧାଦେଶ ସାମଗ୍ରୀ ପରିବହନ ପାଇଁ ୮୬ ଟି ମାମଲାରେ ୧୪୦ ଅପରାଧୀଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ପ୍ରାୟ ୯୫ ଲକ୍ଷ ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି। ଏଥିସହ ରେଳ ନିୟମ ଉଲ୍ଲଂଘନକାରୀ ୮୧୩୮ ଜଣଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କଠାରୁ ପ୍ରାୟ ୧୮.୪୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ରେଲୱେ ସମ୍ପତ୍ତି ଚୋରି ଏବଂ ସମ୍ପତି ପ୍ରଭାବିତ କରିବା ଅପରାଧର ମୁକାବିଲା ପାଇଁ ପ୍ରାୟ ୩୭୦ ଜଣଙ୍କୁ ଗିରଫ କରାଯାଇଛି। ୧୮୨ ଟି ମାମଲାରେ ରେଳ ସୁରକ୍ଷା ବଳ ପ୍ରାୟ ୪୩.୯୭ ଲକ୍ଷ ଟଙ୍କା ମୂଲ୍ୟର ରେଳ ସମ୍ପତ୍ତି ପୁନରୁଦ୍ଧାର କରିଛି।

ଟ୍ରେନ୍ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ଆଡକୁ ଅଗ୍ରସର ହୋଇ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ପ୍ରାୟ ୧୧୦୮୬୦ ମାନବ ଶକ୍ତି ବ୍ୟବହାର କରି ୩୦୧୫୬ ମେଲ୍ / ଏକ୍ସପ୍ରେସ ଟ୍ରେନକୁ ସୁରକ୍ଷା ଯୋଗାଇଥିଲା। ଟ୍ରେନ୍ ସୁରକ୍ଷା ସମୟରେ, ରେଳବାଇ ସୁରକ୍ଷାବଳ ୩୧୪ ଯାତ୍ରୀଙ୍କୁ ଉଦ୍ଧାର କରିଛି ଯେଉଁଥିରେ ନାବାଳକ ଶିଶୁ, ମହିଳା ଏବଂ ବରିଷ୍ଠ ନାଗରିକ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ରେଳବାଇ ସୁରକ୍ଷାବଳ ଟ୍ରେନ ମଧ୍ୟରେ ଭୁଲ ବଶତଃ ଛାଡି ପଳାଇଥିବା ପ୍ରାୟ ୫୧୮ ଟି ମାମଲାରେ ପ୍ରାୟ ୨.୯୩ କୋଟି ମୂଲ୍ୟର ଦ୍ରବ୍ୟ କରିଛି ଏବଂ ଉପଯୁକ୍ତ ସ୍ୱୀକୃତି ଏବଂ ଯାଞ୍ଚ ସହିତ ସମ୍ପୃକ୍ତ ଯାତ୍ରୀଙ୍କୁ ହସ୍ତାନ୍ତର କରିପାରିଛି।

ପ୍ରୋଜେକ୍ଟ ‘ମେରୀ ସାହେଲି’ରେ, ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହାର ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ପ୍ରାୟ ୬୮ ଟି ଟ୍ରେନ୍ ଦ୍ୱାରା ଯେଉଁଠାରେ ଏକାକୀ ଯାତ୍ରା କରୁଥିବା ମହିଳା ଯାତ୍ରୀମାନଙ୍କୁ ସେମାନଙ୍କର ଉତ୍ପତି ସ୍ଥଳରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରାଇବାରେ ସହାୟକ ହୋଇପାରିଛି। ଏହି ସମୟ ମଧ୍ୟରେ ଏକାକୀ ଯାତ୍ରା କରୁଥିବା ପ୍ରାୟ ୨୯୬୬୦ ମହିଳା ଯାତ୍ରୀଙ୍କୁ ଏହି ସହାୟତା ମେରୀ ସହେଲି ଦ୍ୱାରା ପ୍ରଦାନ କରାଯାଇପାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026
Latest News

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.