Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ
ଅନ୍ତରାଷ୍ଟ୍ରୀୟ

ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ

January 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ବାଂଲାଦେଶକୁ ଭାରତ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ୱିକେଟରେ ଜିତିଛି। ଫେବୃଆରୀ ୨ ତାରିଖରେ ହେବାକୁ ଥିବା ସେମିଫାଇନାଲରେ ଏବେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ଆଣ୍ଟିଗୁଆର କୁଲିଜ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ।

ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଚମତ୍କାର ବୋଲିଂ ସାମ୍ନାରେ ବାଂଲାଦେଶର ଦଳ ୩୭.୧ ଓଭରରେ ମାତ୍ର ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲା। ବାଂଲାଦେଶର ଦଳ ଆରମ୍ଭରୁ ଦୁର୍ବଳ ହେବା ଭଳି ମନେ ହେଉଥିଲା। ୫୬ ରନ୍ ରେ ବାଂଲାଦେଶର ୭ ଟି ୱିକେଟ୍ ର ପତନ ଘଟିଥିଲା ଖସି ଯାଇଥିଲା। ଭାରତ ପାଇଁ ରବି କୁମାର ମାତ୍ର ୧୪ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ରବିଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ମଧ୍ୟ ଘୋଷଣା କରାଯାଇଥିଲା। ଛୋଟ ଲକ୍ଷ୍ୟ ହାସଲ କରିବାରେ ଭାରତକୁ ଅଧିକ ଅସୁବିଧା ହୋଇନଥିଲା। ଭାରତୀୟ ଦଳ ୩୦.୫ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଥିଲା। ଏହି ବିଜୟ ସହିତ ଭାରତ ମଧ୍ୟ ଗତ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ବାଂଲାଦେଶ ଠାରୁ ପରାଜୟର ପ୍ରତିଶୋଧ ନେଇଛି। ଗତ ଅଣ୍ଡର-୧୯ ବିଶ୍ୱକପର ଫାଇନାଲ ମ୍ୟାଚରେ ବାଂଲାଦେଶ ଦଳ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରି ଟାଇଟଲ ଜିତିଥିଲା।

ଭାରତୀୟ ଦଳ ବର୍ତ୍ତମାନ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ଅଷ୍ଟ୍ରେଲିଆ ଦଳ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଏକପାଖିଆ ଢଙ୍ଗରେ ପାକିସ୍ତାନକୁ ୧୧୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୭୬ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ପାକିସ୍ତାନର ଦଳ ମାତ୍ର ୧୫୭ ରନ୍ ରେ ସୀମିତ ରହିଯାଇଥିଲା।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଫେବୃଆରୀ ୧ ତାରିଖରେ ହେବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଏବଂ ଆଫଗାନିସ୍ତାନ କ୍ୱାର୍ଟର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

ଅଣ୍ଡର-୧୯ ବିଶ୍ୱକପ କ୍ୱାର୍ଟର ଫାଇନାଲ ବାଂଲାଦେଶ ଭାରତ ସେମିଫାଇନାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.