Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱେଷ୍ଟଇଣ୍ଡିଜ୍ ବିରୋଧ ପ୍ରଥମ ଦିନିକିଆରେ ଇତିହାସ ସୃଷ୍ଟି କରିବ ଭାରତ, ପ୍ରଥମ ଦଳ ଭାବେ କରିବ ଏହି ରେକର୍ଡ
ଆଜିର ଖବର

ୱେଷ୍ଟଇଣ୍ଡିଜ୍ ବିରୋଧ ପ୍ରଥମ ଦିନିକିଆରେ ଇତିହାସ ସୃଷ୍ଟି କରିବ ଭାରତ, ପ୍ରଥମ ଦଳ ଭାବେ କରିବ ଏହି ରେକର୍ଡ

January 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ଐତିହାସିକ ରେକର୍ଡ କରିବାକୁ ଯାଉଛି। ବାସ୍ତବରେ ଏହା ଭାରତୀୟ ଦଳର ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ। କ୍ରିକେଟ୍ ରେ ଏହି ସଂଖ୍ୟାରେ ପହଞ୍ଚିବାରେ ଏହା ପ୍ରଥମ ଦଳ ହେବ।

ଭାରତୀୟ ଦଳ ଜୁଲାଇ ୧୩ ତାରିଖ ୧୯୭୪ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ୯୯୯ ଟି ଦିନିକିଆ ମ୍ୟାଚ୍ ଖେଳିଛି। କ୍ରିକେଟ୍ ରେ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ କେବଳ ଟିମ୍ ଇଣ୍ଡିଆ ନାମରେ ରେକର୍ଡ ହୋଇଛି। ବର୍ତ୍ତମାନ ଏହା ୧୦୦୦ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ପ୍ରଥମ ଦଳ ହେବାର ରେକର୍ଡ ମଧ୍ୟ କରିବାକୁ ଯାଉଛି। ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବ।

ଏଠାରେ ଶ୍ରେଷ୍ଠ ୫ ଟି ଦଳ ଅଛନ୍ତି ଯେଉଁମାନେ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିଛନ୍ତି:

୧- ଭାରତ: ଟିମ୍ ଇଣ୍ଡିଆ ୯୯୯ ଟି ଦିନିକିଆ ମ୍ୟାଚ୍ ଖେଳିଛି। ଏଥିମଧ୍ୟରେ ଦଳ ୫୧୮ ମ୍ୟାଚ୍ ଜିତିଛି ଏବଂ ୪୩୧ ମ୍ୟାଚ୍ ରେ ହାରିଛି।

୨- ଅଷ୍ଟ୍ରେଲିଆ: କଙ୍ଗାରୁ ଦଳ ଏପର୍ଯ୍ୟନ୍ତ ୯୫୮ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେମାନେ ୫୮୧ ମ୍ୟାଚ୍ ଜିତିଛନ୍ତି ଏବଂ ୩୩୪ ରେ ହାରିଛନ୍ତି।

୩- ପାକିସ୍ତାନ: ଆମର ପଡୋଶୀ ଦେଶ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛି। ପାକିସ୍ତାନ ଦଳ ୯୩୬ ଟି ମ୍ୟାଚ୍ ଖେଳିଛି। ଏହି ଦଳ ୪୯୦ ମ୍ୟାଚ୍ ଜିତି ୪୧୭ ମ୍ୟାଚ୍ ହାରିଛି।

୪- ଶ୍ରୀଲଙ୍କା: ଅନ୍ୟ ଏକ ଏସୀୟ ଦେଶ ଟପ୍-୫ ରେ ଅନ୍ତର୍ଭୁକ୍ତ। ଶ୍ରୀଲଙ୍କା ୮୭୦ ଟି ଦିନିକିଆ ମ୍ୟାଚ୍ ଖେଳିଛି। ଲଙ୍କା ଦଳ ୩୯୫ ମ୍ୟାଚ୍ ଜିତି ୪୩୨ ମ୍ୟାଚ୍ ହାରିଛି।

୫- ୱେଷ୍ଟଇଣ୍ଡିଜ୍: ୱିଣ୍ଡିଜ୍ ଦଳ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛି। ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ୮୩୪ ଟି ଦିନିକିଆ ଖେଳିଛି। ଏହି ଦଳ ୪୦୬ ମ୍ୟାଚ୍ ଜିତି ୩୮୮ ମ୍ୟାଚ୍ ହାରିଛି।

ପ୍ରଥମ ଦିନିକିଆ ଭାରତ ୱେଷ୍ଟଇଣ୍ଡିଜ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.