ୱେଷ୍ଟଇଣ୍ଡିଜ୍ ବିରୋଧ ପ୍ରଥମ ଦିନିକିଆରେ ଇତିହାସ ସୃଷ୍ଟି କରିବ ଭାରତ, ପ୍ରଥମ ଦଳ ଭାବେ କରିବ ଏହି ରେକର୍ଡ

Published: Jan 31, 2022, 4:29 pm IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ଐତିହାସିକ ରେକର୍ଡ କରିବାକୁ ଯାଉଛି। ବାସ୍ତବରେ ଏହା ଭାରତୀୟ ଦଳର ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ। କ୍ରିକେଟ୍ ରେ ଏହି ସଂଖ୍ୟାରେ ପହଞ୍ଚିବାରେ ଏହା ପ୍ରଥମ ଦଳ ହେବ।

ଭାରତୀୟ ଦଳ ଜୁଲାଇ ୧୩ ତାରିଖ ୧୯୭୪ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ୯୯୯ ଟି ଦିନିକିଆ ମ୍ୟାଚ୍ ଖେଳିଛି। କ୍ରିକେଟ୍ ରେ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ କେବଳ ଟିମ୍ ଇଣ୍ଡିଆ ନାମରେ ରେକର୍ଡ ହୋଇଛି। ବର୍ତ୍ତମାନ ଏହା ୧୦୦୦ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ପ୍ରଥମ ଦଳ ହେବାର ରେକର୍ଡ ମଧ୍ୟ କରିବାକୁ ଯାଉଛି। ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବ।

ଏଠାରେ ଶ୍ରେଷ୍ଠ ୫ ଟି ଦଳ ଅଛନ୍ତି ଯେଉଁମାନେ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିଛନ୍ତି:

୧- ଭାରତ: ଟିମ୍ ଇଣ୍ଡିଆ ୯୯୯ ଟି ଦିନିକିଆ ମ୍ୟାଚ୍ ଖେଳିଛି। ଏଥିମଧ୍ୟରେ ଦଳ ୫୧୮ ମ୍ୟାଚ୍ ଜିତିଛି ଏବଂ ୪୩୧ ମ୍ୟାଚ୍ ରେ ହାରିଛି।

୨- ଅଷ୍ଟ୍ରେଲିଆ: କଙ୍ଗାରୁ ଦଳ ଏପର୍ଯ୍ୟନ୍ତ ୯୫୮ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେମାନେ ୫୮୧ ମ୍ୟାଚ୍ ଜିତିଛନ୍ତି ଏବଂ ୩୩୪ ରେ ହାରିଛନ୍ତି।

୩- ପାକିସ୍ତାନ: ଆମର ପଡୋଶୀ ଦେଶ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛି। ପାକିସ୍ତାନ ଦଳ ୯୩୬ ଟି ମ୍ୟାଚ୍ ଖେଳିଛି। ଏହି ଦଳ ୪୯୦ ମ୍ୟାଚ୍ ଜିତି ୪୧୭ ମ୍ୟାଚ୍ ହାରିଛି।

୪- ଶ୍ରୀଲଙ୍କା: ଅନ୍ୟ ଏକ ଏସୀୟ ଦେଶ ଟପ୍-୫ ରେ ଅନ୍ତର୍ଭୁକ୍ତ। ଶ୍ରୀଲଙ୍କା ୮୭୦ ଟି ଦିନିକିଆ ମ୍ୟାଚ୍ ଖେଳିଛି। ଲଙ୍କା ଦଳ ୩୯୫ ମ୍ୟାଚ୍ ଜିତି ୪୩୨ ମ୍ୟାଚ୍ ହାରିଛି।

୫- ୱେଷ୍ଟଇଣ୍ଡିଜ୍: ୱିଣ୍ଡିଜ୍ ଦଳ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛି। ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ୮୩୪ ଟି ଦିନିକିଆ ଖେଳିଛି। ଏହି ଦଳ ୪୦୬ ମ୍ୟାଚ୍ ଜିତି ୩୮୮ ମ୍ୟାଚ୍ ହାରିଛି।

Related posts