Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା: ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଳା ରିଟର୍ଣ୍ଣିଂ ଅଫିସର
ଆଜିର ଖବର

କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା: ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଳା ରିଟର୍ଣ୍ଣିଂ ଅଫିସର

February 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ। ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ ପ୍ରତି ବୁଥରେ ଶତାଧିକ ସଭ୍ୟସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ ଯେ କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ମଧୁସୂଦନ ମିସ୍ତ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ସାଂସଦ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟରର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ପାଇଁ ବ୍ଲକ ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲାପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯିବ।

କଂଗ୍ରେସ ତରଫରୁ ସଭ୍ୟସଂଗ୍ରହ କ୍ଷେତ୍ରରେ ଡିଜିଟାଲ ମାଧ୍ୟମକୁ ଉପଯୋଗ କରିବାର ଥିଲା। କିନ୍ତୁ ରାଜ୍ୟର ସମସ୍ତ ଅଂଚଳରେ ଇଂଟରନେଟ ସୁବିଧା ଉପଲବ୍ଧ ନାହିଁ। ତେଣୁ ଉଭୟ ଡିଜିଟାଲ ଓ ଅଫଲାଇନ ବ୍ୟବସ୍ଥା ମାଧ୍ୟମରେ ସଭ୍ୟ ସଂଗ୍ରହ କରାଯିବ। ପୁନଶ୍ଚ ଶ୍ରୀ ବାବୁ ଚଳିତ ପଂଚାୟତ ନିର୍ବାଚନ ସଂପର୍କରେ କହିଲେ ଯେ ରାଜ୍ୟରେ ଥିବା ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ବିରୋଧରେ ବ୍ୟାପକ ଜନଅସନ୍ତୋଷ ଓ ଆକ୍ରୋଷ ସୃଷ୍ଟି ହୋଇଛି। ଲୋକେ ଉଭୟଙ୍କୁ ପ୍ରତ୍ୟାଖାନ କରି କଂଗ୍ରେସ ଦଳକୁ ସମର୍ଥନ କରିବେ ଓ ପଂଚାୟତ ନିର୍ବାଚନରେ ତା’ର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ସରସ୍ୱତୀ ପୂଜା ଅବସରରେ ଦଳତରଫରୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।

କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026
Latest News

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.