Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଶକ୍ତି ବଳରେ ଆସନ୍ତା ୨୦ ବର୍ଷରେ ଭାରତ ହେବ ମହାଶକ୍ତି: ମୁକେଶ ଅମ୍ବାନି
ଆଜିର ଖବର

ନୂତନ ଶକ୍ତି ବଳରେ ଆସନ୍ତା ୨୦ ବର୍ଷରେ ଭାରତ ହେବ ମହାଶକ୍ତି: ମୁକେଶ ଅମ୍ବାନି

February 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଫେବ୍ରୁଆରି ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା “ଏସିଆନ୍ ଇକୋନମିକ୍ ଡାଇଲଗ୍ ୨୦୨୨’ କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ପୁଣେ ଇଟଂରନ୍ୟାସନାଲ୍ ସେଂଟର୍ ର ସଭାପତି ରଘୁନାଥ ମାଶେଲକରଙ୍କ ସହିତ ଆଲୋଚନା କରିବା ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ୨୦ ରୁ ୩୦ ଟି ଭାରତୀୟ ଶକ୍ତି କଂପାନି ରିଲାଏନ୍ସ ଭଳି ବଡ ଼ହେବା ଭଳି ସାମର୍ଥ୍ୟ ରଖିଛନ୍ତି।

ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଉର୍ଜ୍ଜା ବା ସବୁଜ ଶକ୍ତି ପାଖରେ ରହିଛି। ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା ସେତେବେଳେ ୟୁରୋପ ଉଭୟ ଭାରତ ଓ ଚୀନ୍‌କୁ ପଛରେ ଛାଡ଼ିଦେଇଥିଲା। ସେହିଭଳି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ ଏସିଆର ଦେଶଗୁଡ଼ିକ ବହୁତ ଆଗକୁ ବଢ଼ିଯାଇଥିଲେ । ଏବେ ଭାରତର ସମୟ ଆସିଛି ଯେଉଁଠାରେ ଭାରତ ସବୁଜ ଓ ସ୍ୱଚ୍ଛ ଶକ୍ତିରେ ଆତ୍ମନିର୍ଭର  ହେବ ଏବଂ ତାହାର ରପ୍ତାନି କରିବ। ଏହା ପରେ ଭାରତକୁ ଏକ ବିଶ୍ୱଶକ୍ତି ହେବାରୁ କେହି ରୋକି ପାରିବେ ନାହିଁ। ସବୁଜଶକ୍ତି ଜରିଆରେ ଭାରତ କେବଳ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରିତ ହେବ ତାହା ନୁଡେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ ଏବଂ ବୈଦେଶିକ ମୁଦ୍ରାର ମଧ୍ୟ ସଂଚୟ ହେବ, ବୋଲି ମୁକେଶ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ମାନନୀୟ ପ୍ରଧାନମନ୍ତ୍ରୀ ନୂତନ ଓ ସ୍ୱଚ୍ଛ ଶକ୍ତିର ଜଣେ ବହୁତ ବଡ଼ ସମର୍ଥକ। ଭାରତ ସବୁଜ ଶକ୍ତି ରପ୍ତାନି କରିବ, ସେଥିରେ ମୋର କୌଣସି ସନ୍ଦେହ ନାହିଁ କାରଣ ସରକାର ନୂତନ ଶକ୍ତି ଲାଗି ଦ୍ୱାର ଖୋଲି ଦେଇଛନ୍ତି। ଏଭଳି ନୀତି ଅଣାଯାଇଛି ଯାହା ଏହା ପାଇଁ ବିଶେଷ ସହାୟକ ହେବ। ଯେଭଳି ଭାରତ ଆଇଟି କ୍ଷେତ୍ରର ମହାଶକ୍ତି ହୋଇଛଇ ସେହିଭଳି ଭାରତ ଅକ୍ଷୟ ଶକ୍ତିରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବ, ବୋଲି ସେ କହିଛନ୍ତି। ଆସନ୍ତା ୨୦ ବର୍ଷରେ ଭାରତରୁ ସ୍ୱଚ୍ଛ ଓ ସବୁଜ ଶକ୍ତି ରପ୍ତାନି ଅର୍ଦ୍ଧ ଟ୍ରିଲିଅନ ଡଲାରରେ ପହଂଚିବାର ସମ୍ଭାବନା ରହିଥିବା ବେଳେ ଭାରତ ଅକ୍ଷୟ ଶକ୍ତିକ୍ଷେତ୍ରରେ ନିବେଶ ଲାଗି ଦୁନିଆର ସବୁଠୁ ପସନ୍ଦର ଦେଶ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 20, 2025

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025
Latest News

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ସ୍ୱଦେଶୀ ହିଁ ଶକ୍ତି: ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

October 20, 2025

ପାଞ୍ଚ ଦିନ ମଧ୍ୟରେ ଟ୍ରମ୍ପଙ୍କ ସହ ମୋଦୀଙ୍କ ସାକ୍ଷାତ?: ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ବଢିଲା ରାଜନୈତିକ ଚର୍ଚ୍ଚା

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.