Categories
ଆଜିର ଖବର ଜାତୀୟ ଖବର

ଆଇଓସି ସଭାପତି ଥୋମାସ ବାକ୍ ଙ୍କୁ ଭାରତୀୟ ପରମ୍ପରାରେ ସ୍ୱାଗତ କଲେ ନୀତା ଅମ୍ବାନି

ନୂଆଦିଲ୍ଲୀ: ଅକ୍ଟୋବର ୧୫-୧୭ ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ଅଲମ୍ପିକ୍ କମିଟିର ୧୪୧ ତମ ଅଧିବେଶନ ପୂର୍ବରୁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ ବାକ୍ ମଙ୍ଗଳବାର ସନ୍ଧ୍ୟାରେ ନୀତା ଅମ୍ବାନି ଏବଂ ମୁକେଶ ଅମ୍ବାନିଙ୍କ ବାସଭବନରେ ଆତିଥ୍ୟ ଗ୍ରହଣ କରିଛନ୍ତି। ଏହି ଅବସରରେ ନୀତା ଅମ୍ବାନି ଭାରତୀୟ ପରମ୍ପରାରେ ଶ୍ରୀ ବାକ୍ ଙ୍କୁ ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀମତୀ ନୀତା ଅମ୍ବାନି ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ରେ ପ୍ରଥମ ଭାରତୀୟ ମହିଳା ସଦସ୍ୟ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ହ୍ୱାଇଟ ହାଉସ ରାଷ୍ଟ୍ରୀୟ ନୈଶଭୋଜି କାର୍ଯ୍ୟକ୍ରମରେ ଯୋଗଦେଲେ ମୁକେଶ ଅମ୍ବାନି

ନ୍ୟୁୟର୍କ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ନୀତା ଅମ୍ବାନି ପାରମ୍ପରିକ ଭାରତୀୟ ପରିଧାନରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ଯୁକ୍ତରାଷ୍ଟ୍ର ଆମେରିକାର ହ୍ୱାଇଟ ହାଉସ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ନୈଶଭୋଜି (ଡିନର) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ସ୍ୱତନ୍ତ୍ର ଅବସର ପାଇଁ ନୀତା ଅମ୍ବାନି ଭାରତୀୟ ପରମ୍ପରା ଓ ସଂସ୍କୁତିର ଅବିଛେଦ୍ୟ ଅଙ୍ଗ ରହିଥିବା ଭାରତୀୟ ହସ୍ତକଳା ଓ ହସ୍ତଶିଳ୍ପକୁ ପ୍ରଦର୍ଶିତ କରିଥିବା ରିଲାଏନ୍ସ ଫାଉଣ୍ଡେସନର ‘ସ୍ୱଦେଶ’ ଅଭିଯାନର ଏକ ଆକର୍ଷଣୀୟ ସିଲ୍କ ଶାଢ଼ୀ ପରିଧାନ କରିବା ପାଇଁ ବାଛିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି

ଭୁବନେଶ୍ୱର/ ବିଶାଖପାଟଣା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ପୁଂଜିନିବେଶ କରିବ। ଆନ୍ଧ୍ର ପ୍ରଦେଶର ଉତ୍ପାଦଗୁଡ଼ିକୁ ସାରା ଦେଶରେ ପହଂଚାଇବା ଲାଗି ରିଲାଏନ୍ସ ରିଟେଲ୍ ଏହାର କୃଷି ଆଧାରିତ ଉତ୍ପାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର ଏହି ପଦକ୍ଷେପଗୁଡ଼ିକ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ୫୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ‘ଆନ୍ଧ୍ରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ୨୦୨୩’ ରେ ଯୋଗଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପସ୍ଥିତିରେ ଏହି ସମ୍ମିଳନୀରେ ରିଟେଲ୍ କ୍ଷେତ୍ର ସମ୍ପର୍କରରେ ଉପସ୍ଥାପନା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ୬ ହଜାର ଗ୍ରାମର ୧ ଲକ୍ଷ ୨୦ ହଜାରରୁ ଅଧିକ କିରାନା ବ୍ୟବସାୟୀଙ୍କ ସହ ରିଲାଏନ୍ସ ରିଟେଲ୍ ସହଯୋଗିତା ସ୍ଥାପନ କରିଛି। ଡିଜିଟାଲ୍ ଯୁଗରେ ଛୋଟ ବ୍ୟବସାୟୀମାନେ ଯେଭଳି ସମୃଦ୍ଧ ହୋଇପାରିବେ ସେଥିପାଇଁ ସେମାନଙ୍କ ଲାଗି ଆବଶ୍ୟକ ଉପକରଣ ଉପଲବ୍ଧ କରାଯାଇଛି। ରିଲାଏନ୍ସ ରିଟେଲ୍ ଆନ୍ଧ୍ରପ୍ରଦେଶରେ ୨୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି।

ରିଲାଏନ୍ସ ଜିଓ ବିଷୟରେ ପ୍ରକାଶ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସମେତ ସାରା ଦେଶରେ ୨୦୨୩ ଶେଷ ସୁଦ୍ଧା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରି ଜିଓ ଆନ୍ଧ୍ରପ୍ରଦେଶରେ ସବୁଠୁ ବଡ଼ ଏବଂ ଉନ୍ନତ ଡିଜିଟାଲ୍ ନେଟ୍‌ୱର୍କ ପ୍ରସ୍ତୁତ କରିଛି ଯାହା ରାଜ୍ୟର ୯୮ ପ୍ରତିଶତ ଲୋକମାନଙ୍କ ପାଖରେ ପହଂଚିପାରିଛି। ଜିଓ ଟ୍ରୁ-୫ଜି ଜରିଆରେ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ବଡ଼ ଧରଣର ବ୍ୟବସାୟ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ।

ଆନ୍ଧ୍ରପ୍ରଦେଶର ବିଶାଳ ଆର୍ଥିକ କ୍ଷମତାକୁ ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ରାଜ୍ୟର ଆର୍ଥିକ କ୍ଷମତା ଉପରେ ପ୍ରଥମେ ବିଶ୍ୱାସ ପ୍ରକଟ କରିଥିବା କିଛି ହାତଗଣତି ଭାରତୀୟ କଂପାନିଙ୍କ ମଧ୍ୟରୁ ରିଲାଏନ୍ସ ଅନ୍ୟତମ। ରାଜ୍ୟର କେଜି-ଡି୬ ବେସିନ୍ ଓ ତାହାର ପାଇପ୍‌ଲାଇନ୍‌ରେ ଆମେ ୧,୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛୁ। ଦେଶର ମୋଟ ଗ୍ୟାସ୍ ଉତ୍ପାଦନରେ କେଜି-ଡି୬ର ପ୍ରାୟ ୩୦ ପ୍ରତିଶତ ଯୋଗଦାନ ରହିଛି।

ଆନ୍ଧ୍ରପ୍ରଦେଶର ବିଶେଷ ଗୁଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଏଠାରେ ଫାର୍ମା ଓ ଭିତିଭୂମି କ୍ଷେତ୍ରରେ ଉଦ୍ୟୋଗ ଓ ଉଦ୍ୟୋଗପତିମାନଙ୍କ ଲମ୍ବା ଧାଡ଼ି ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶ ପାଖରେ ବିଶାଳ ସମୁଦ୍ର ଉପକୂଳ ରହିଛି ଯାହା ତାହାକୁ ବ୍ଲୁ ଅର୍ଥନୀତିରେ ପରିଣତ କରିବାର କ୍ଷମତା ରଖୁଛି। ନୂଆ ଭାରତର ବିକାଶ କାହାଣୀରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଭରସା ପ୍ରକଟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଉତ୍ତର ପ୍ରଦେଶରେ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ କରିବ: ମୁକେଶ ଅମ୍ବାନି

ଲକ୍ଷ୍ନୌ : ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନି ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଦ୍ୱାରା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଲକ୍ଷ୍ନୌରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍‍’ରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନି। ସେ ଜୋର୍‍ ଦେଇ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ।

ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ଯୋଜନା କରିଛି। ଏହା ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଅକ୍ଷୟ ଶକ୍ତି ପରିଯୋଜନା ହେବ। କମ୍ପାନୀ ଉତ୍ତର ପ୍ରଦେଶରେ ବାୟୋଗ୍ୟାସ୍‍ ବ୍ୟବସାୟରେ ପ୍ରବେଶ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଏ ସମ୍ପର୍କରେ ପ୍ରକାଶ କରି ମୁକେଶ ଅମ୍ବାନି କହିଥିଲେ ଯେ ବାୟୋ ଗ୍ୟାସ୍‍ ଦ୍ୱାରା ପରିବେଶରେ ସୁଧାର ଆସିବ ଏବଂ ତାହାସହିତ କୃଷକମାନଙ୍କୁ ମଧ୍ୟ ବଡ ଲାଭ ମିଳିବ। “ଆମ କୃଷକମାନେ ଅନ୍ନଦାତା ତ ଅଟନ୍ତି, ଏବେ ସେମାନେ ଉର୍ଜାଦାତା ପାଲଟିବେ।”

ରାଜ୍ୟର ଗାଁ ଏବଂ ଛୋଟ ସହରଗୁଡିକରେ ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ରିଲାଏନ୍ସ ଜିଓ ପ୍ଲାଟଫର୍ମ ଜରିଆରେ ଦୁଇଟି ପାଇଲଟ ପ୍ରକଳ୍ପ ‘ଜିଓ ସ୍କୁଲ’ ଏବଂ ‘ଜିଓ-ଏଆଇ-ଡାକ୍ତର’ ସର୍ମ୍ପକରେ ମଧ୍ୟ ଘୋଷଣା କରିଛି। ଏହାସହିତ ଉତ୍ତର ପ୍ରଦେଶର କୃଷି ଏବଂ ଅଣକୃଷି ଉତ୍ପାଦ ସଂଗ୍ରହ ପରିମାଣ ବହୁଗୁଣ ବୃଦ୍ଧି କରିବାକୁ ମୁକେଶ ଅମ୍ବାନି ନିଜର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା କୃଷକ, ସ୍ଥାନୀୟ କାରିଗର, ଶିଳ୍ପକାର ଏବଂ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡିକୁ ଫାଇଦା ମିଳିବ। ମୁକେଶ ଅମ୍ବାନି ୨୦୨୩ ଶେଷ ସୁଦ୍ଧା ଉତ୍ତର ପ୍ରଦେଶର ସମସ୍ତ ସହରରେ ୫ଜି ସେବା ପ୍ରଚଳନ କରିବା ସମ୍ପର୍କରେ ପ୍ରକାଶ କରିଛନ୍ତି।

ଶ୍ରୀ ଅମ୍ବାନି କହିଥିଲେ ଯେ “ନୂଆ ଭାରତ ଗଠନ ନିମନ୍ତେ ଉତ୍ତର ପ୍ରଦେଶ ଆଶାର କେନ୍ଦ୍ର ପାଲଟିଯାଇଛି । ନଏଡାରୁ ଗୋରଖପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଉତ୍ସାହ ଦେଖିବାକୁ ମିଳୁଛି । ଆମେ ସମସ୍ତେ ସମ୍ମିଳିତ ଭାବରେ ଭାରତର ସବୁଠାରୁ ଜନବହୁଳ ରାଜ୍ୟକୁ ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ ମଧ୍ୟରେ ଅନ୍ୟତମରେ ପରିଣତ କରିବା।”

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୁକେଶ ଅମ୍ବାନିଙ୍କ ନେତୃତ୍ୱରେ ୨୦ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ୨୦ ଗୁଣା ବୃଦ୍ଧି

ଭୁବନେଶ୍ୱର: କୋଡ଼ିଏ ବର୍ଷ ପୂର୍ବେ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ହୋଇଥିଲେ। କଂପାନିର ନେତୃତ୍ୱ ଭାର ସମ୍ଭାଳିବା ପରଠାରୁ ସଫଳତାର ଯେଉଁ ଧାରା ଆରମ୍ଭ ହୋଇଥିଲା ତ୍‌ାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ମୁକେଶ ଅମ୍ବାନି ରିଲାଏନ୍ସର ମଙ୍ଗ ସମ୍ଭାଳିବା ପରେ ଗତ ଦୁଇ ଦଶନ୍ଧିରେ କଂପାନିର କଂପାନିର ରାଜସ୍ୱ ଓ ଲାଭ ସମେତ ବଜାର ପୁଂଜୀକରଣରେ ମଧ୍ୟ ଲଗାତାର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ହୋଇଛି। ଏହି ୨୦ ବର୍ଷ ମଧ୍ୟରେ କଂପାନିର ଲାଭ ୨୦ ଗୁଣା ବଢ଼ିଥିବା ବେଳେ ବଜାର ପୁଂଜୀକରଣ ୪୨ ଗୁଣା ବୃଦ୍ଧି ପାଇଛି।

ମୁକେଶ ଅମ୍ବାନିଙ୍କ ଚମତ୍କାର ବ୍ୟବସାୟ ପରିଚାଳନା ଶୈଳୀ ଯୋଗୁ କେବଳ ରିଲାଏନ୍ସରେ ବଡ଼ ଧରଣର ରୂପାନ୍ତରଣ ହୋଇନାହିଁ, ବରଂ ତାଙ୍କ ନେତୃତ୍ୱ ଯୋଗୁଁ ନିବେଶକମାନେ ମଧ୍ୟ ବେଶ ଲାଭବାନ ହୋଇଛନ୍ତି। ପ୍ରତି ବର୍ଷ ୮୭ ହଜାର କୋଟି ଟଙ୍କା ହିସାବରେ ନିବେଶକମାନେ ୧୭.୪ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ଏହି ସମୟରେ ବିଶ୍ୱର ବଡ଼ ବଡ଼ ସଂସ୍ଥାଠାରୁ ରିଲାଏନ୍ସ ନିବେଶ ହାସଲ କରିଛି। ଫେସବୁକ୍‌, ଗୁଗୁଲ୍ ଏବଂ ବିପି ଭଳି ବିଶ୍ୱସ୍ତରୀୟ ସଂସ୍ଥା ରିଲାଏନ୍ସରେ ନିବେଶ କରିବାକୁ ଆଗେଇ ଆସିଥିଲେ।

ଦେଶର ସବୁଠୁ ବଡ଼ କଂପାନିର ସଫଳତା କାହାଣୀର ଅନେକ ଅଧ୍ୟାୟକୁ ମୁକେଶ ନିଜ ହାତରେ ଲେଖିଛନ୍ତି। ପେଟ୍ରୋଲିୟମ୍‌ରୁ ଯାତ୍ରା ଆରମ୍ଭ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟେଲିକମ୍ ଏବଂ ରିଟେଲ୍ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି। ଅମ୍ବାନି ହିଁ ପ୍ରଥମେ ଡାଟାକୁ “ନୂଆ ତୈଳ’ ବୋଲି କହିଥିଲେ। ଜିଓର ଡାଟା ଦେଶରେ ସାଧାରଣ ଲୋକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି।

ଦେଶ ନୁହେଁ ସାରା ଦୁନିଆର ଅନ୍ୟତମ ବୃହତ ଟେଲିକମ୍ କଂପାନି ଜିଓକୁ ମୁକେଶ ପ୍ରତିଷ୍ଠିତ କରିଛନ୍ତି। ବହୁ କମ୍ ସମୟ ଭିତରେ ଜିଓ ଅନେକ ସଫଳତା ହାସଲ କରିଛି। ଡିଜିଟାଲ୍ ଦୁନିଆରେ ଏହା ଯେଉଁଭଳି ଆଗକୁ ବଢ଼ିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା। ସର୍ବାଧିକ ଡିଜିଟାଲ ନେଣଦେଣର ରେକର୍ଡ ଏବେ ଭାରତ ନାମରେ ରହିଛି। ରାସ୍ତାକଡ଼ରେ ଠିଆ ହେଉଥିବା ଠେଲା ବେପାରିଙ୍କଠାରୁ ଆରମ୍ଭ କରି ପଂଚତାରକା ହୋଟେଲ୍ ପର୍ଯ୍ୟନ୍ତ ସବୁ ଆଡ଼େ ଡିଜିଟାଲ୍ ପେମେଂଟ୍ ସୁବିଧା ରହିଛି। ଏଥିପାଇଁ ସରକାର ଭରପୁର ପ୍ରୟାସ କରିଥିବା ବେଳେ ରିଲାଏନ୍ସ ଜିଓର ମଧ୍ୟ ବଡ଼ ହାତ ରହିଛି। ଯେଉଁ ୧ ଜିବି ଡାଟା ପୂର୍ବରୁ ୨୫୦ ଟଙ୍କାରେ ମିଳୁଥିଲା, ଜିଓ ଆସିବା ପରେ ସେହି ଦାମ୍ ପ୍ରାୟ ୧୦ ଟଙ୍କାକୁ ଖସିଆସିଛି । ଡାଟା ବ୍ୟବହାରରେ ଭାରତ ୨୦୧୬ରେ ୧୫୦ତମ ସ୍ଥାନରେ ଥିଲା। ଏବେ ତାହା ସବୁ ଦେଶକୁ ପଛରେ ପକାଇ ଏକ ନମ୍ବର ହୋଇପାରିଛି।

ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ଦୁନିଆର ବଡ଼ ବଡ଼ କଂପାନିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନଲାଇନ୍‌ଠାରୁ ଆରମ୍ଭ କରି ଅଫ୍‌ଲାଇନ୍‌, ରିଟେଲ୍ ଏବଂ ପାଇକାରୀ ଆଦି କ୍ଷେତ୍ରରେ ମୁକେଶଙ୍କ ନେତୃତ୍ୱରେ ରିଲାଏନ୍ସ ଏହାର ସ୍ଥିତିକୁ ବେଶ ମଜଭୁତ କରିପାରିଛି। ଆମାଜନ, ଫ୍ଲିପ୍‌କାର୍ଟ ଓ ୱାଲ୍‌ମାର୍ଟ ଭଳି କଂପାନି ରିଲାଏନ୍ସକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଛନ୍ତି। ରିଲାଏନ୍ସ ରିଟେଲ୍ ଦ୍ରୁତ ଗତିରେ ଷ୍ଟୋର ସଂଖ୍ୟା ବଢ଼ାଉଚି। ଗତବର୍ଷ ପ୍ରଦିଦିନରେ କଂପାନି ହାରାହାରି ୭ ନୂଆ ଷ୍ଟୋର ଖୋଲିବାର ରେକର୍ଡ କରିଥିଲା। ରାଜସ୍ୱ ଦୃଷ୍ଟିରୁ ମଧ୍ୟ ରିଲାଏନ୍ସ ରିଟେଲ୍ ଦେଶର ଏକ ନମ୍ବର ରିଟେଲ୍ କଂପାନି ହୋଇରହିଛି।

ଏତେ ସଫଳତା ସତ୍ତ୍ୱେ ମୁକେଶ ନଅଟକି ଆହୁରି ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ରହିଛନ୍ତି। ରିଲାଏନ୍ସର ଭବିଷ୍ୟତ ପାଇଁ ସେ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି। ଜାମନଗରରେ ନିଉ ଏନର୍ଜି ପାଇଁ ୭୫ ହଜାର କୋଟି ଟଙ୍କା ନିବେଶରେ ନୂଆ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରାଯାଉଛି। ସୋଲାର ଏନର୍ଜି (ସୌର ଶକ୍ତି) ଓ ଗ୍ରିନ୍ ହାଇଡ୍ରୋଜେନ୍ ଉପରେ ମଧ୍ୟ ରିଲାଏନ୍ସ ବେଶ ଦ୍ରୁତ ଗତିରେ କାମ ଜାରି ରଖିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଶ୍ଚର୍ଯ୍ୟ କଥା ୫ଜି ଜରିଆରେ ଗୋରୁଗାଈଙ୍କ ରୋଗ ମଧ୍ୟ ଭଲ ହେବ, ଆସିଲା ‘ଜିଓ ଗୋ-ସମୃଦ୍ଧି’

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି। ଏହି ୫ଜି ସମାଧାନଗୁଡ଼ିକ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୫ଜି ପ୍ରଯୁକ୍ତିକୁ କାମଧେନୁ ଭାବରେ ଅଭିହିତ କରିଛନ୍ତି। ଏହା ଏଭଳି ଏକ ପ୍ରଯୁକ୍ତି ଯାହା ସହର ସହିତ ଗ୍ରାମାଚଂଳ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହେବ।

ନିକଟରେ ଲମ୍ପି ରୋଗ ଯୋଗୁଁ ହଜାର ହଜାର ପଶୁଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଏଭଳି ଏକ ଉତ୍ପାଦ ଆବଶ୍ୟକ ହେଉଥିଲା ଯାହା ପଶୁମାନଙ୍କ ରୋଗ ବିଷୟରେ ଆଗ୍ରୁଆ ସୂଚନା ଦେଇପାରିବ। “ଜିଓ ଗୋ ସମୃଦ୍ଧି’ ନାମରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଡିଭାଇସ୍‌ର ବିକାଶ କରାଯାଇଛି। ପାଂଚ ବର୍ଷ ପର୍ଯ୍ୟନ୍ତ କାମ କରିପାରୁଥିବା ଏହି ୪ ଇଂଚ୍‌ର ଡିଭାଇସ୍‌କୁ କେବଳ ପଶୁମାନଙ୍କ ବେକରେ ଘଂଟି ଭଳି ବାନ୍ଧିବାକୁ ହେବ। ଏହା ପରେ ଡିଭାଇସ୍ ସବୁ କାମ କରିବ। ଦେଶରେ ଦୁଗ୍ଧ ପ୍ରଦାନ କରୁଥିବା ପ୍ରାୟ ୩୦ କୋଟି ପଶୁମାନଙ୍କ ଉପରେ କେବଳ ୫ଜି ସ୍ପିଡ୍ ଜରିଆରେ ଏକସଙ୍ଗେ ନଜର ରଖାଯାଇପାରିବ।

ପଶୁ କେତେବେଳେ ଖାଦ୍ୟ ଖାଇଲେ, କେତେ ବେଳେ ପାଣି ପିଇଲେ, କେତେବେଳେ ପାକୁଳି କଲେ ଭଳି ମହତ୍ୱପୂର୍ଣ୍ଣ ସୂଚନାକୁ ପଶୁପାଳନମାନଙ୍କୁ ଏହି ଡିଭାଇସ୍ ପ୍ରଦାନ କରିବ। ସବୁ ପଶୁପାଳକ ଏହା ଜାଣନ୍ତି ଯେ ରୋଗଗ୍ରସ୍ତ ହେବା ପୂର୍ବରୁ ପଶୁମାନେ ପାକୁଳି କରିବା କମ୍ କରନ୍ତି କିମ୍ବା ବନ୍ଦ କରିଦିଅନ୍ତି। ପାକୁଳି କମ୍ କରିବା କିମ୍ବା ବନ୍ଦ କରିବା ସମ୍ପର୍କରେ ଏହି ଡିଭାଇସ୍ ସତର୍କ ସୂଚନା ଜାରି କରିବ। ଏହି ଡିଭାଇସ୍ ପଶୁଙ୍କ ଗର୍ଭଧାରଣର ସଠିକ୍ ସମୟ ମଧ୍ୟ ଜଣାଇବ।

ଚାଷ ଜମି ଓ ମୃତିକା ସ୍ୱାସ୍ଥ୍ୟର ମଧ୍ୟ ଜିଓର କୃଷି ୫ଜି ଡିଭାଇସ୍ ଯତ୍ନ ନେବ। କେତେ ପରିମାଣର ବର୍ଷା ହୋଇଛି ଓ ମାଟି ତଥା ପରିବେଶରେ ଆର୍ଦ୍ରତା କିଭଳି ରହିଛି ଏବଂ ଅତ୍ୟଧିକ ଗରମ ଭଳି ସୂଚନା ଏହି ଡିଭାଇସ୍ ବାସ୍ତବ ସମୟ ଭିତରେ ଚାଷୀଙ୍କୁ ପ୍ରଦାନ କରିବ। ଏକ ସ୍ୱତନ୍ତ୍ର ପାଣିପାଗ ପରିସ୍ଥିତିରେ କେଉଁଭଳି କୀଟ ଫସଲ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି ତାହାର ସତର୍କ ସୂଚନା ମଧ୍ୟ ଏହି ଡିଭାଇସ୍ ପ୍ରଦାନ କରିବ।

ଜିଓ ଏଭଳି ଡ୍ରୋନ୍ ସମାଧାନ ପ୍ରସ୍ତୁତ କରିଛି ଯେଉଁଥିରେ ୫ଜିର ସଂଯୋଗ ରହିଛି। ଏହି ଡ୍ରୋନ୍ ଜିଓ-କୃଷି ଡିଭାଇସ୍‌ରୁ ତଥ୍ୟ ସଂଗ୍ରହ କରି ଫସଲରେ କୀଟ ଲାଗିବା ପୂର୍ବରୁ ଔଷଧ ସିଂଚନ କରିବ। ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ୱେ ଯଦି ଫସଲରେ କୀଟ ଲାଗିବ ତେବେ ଏହି ବୁଦ୍ଧିମାନ ଡ୍ରୋନ୍ କେବଳ କୀଟ ଲାଗିଥିବା ସ୍ଥାନରେ ଔଷଧ ସିଂଚନ କରିବ। ମାଟି ଭଲ ରହିଲେ ଫସଲ ମଧ୍ୟ ବଢ଼ିଆ ହେବ ଏବଂ ଗାଁ ସମୃଦ୍ଧ ହୋଇପାରିବ।

Categories
ଆଜିର ଖବର ବ୍ୟବସାୟ

ନୂତନ ଶକ୍ତି ବଳରେ ଆସନ୍ତା ୨୦ ବର୍ଷରେ ଭାରତ ହେବ ମହାଶକ୍ତି: ମୁକେଶ ଅମ୍ବାନି

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଫେବ୍ରୁଆରି ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା “ଏସିଆନ୍ ଇକୋନମିକ୍ ଡାଇଲଗ୍ ୨୦୨୨’ କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ପୁଣେ ଇଟଂରନ୍ୟାସନାଲ୍ ସେଂଟର୍ ର ସଭାପତି ରଘୁନାଥ ମାଶେଲକରଙ୍କ ସହିତ ଆଲୋଚନା କରିବା ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ୨୦ ରୁ ୩୦ ଟି ଭାରତୀୟ ଶକ୍ତି କଂପାନି ରିଲାଏନ୍ସ ଭଳି ବଡ ଼ହେବା ଭଳି ସାମର୍ଥ୍ୟ ରଖିଛନ୍ତି।

ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଉର୍ଜ୍ଜା ବା ସବୁଜ ଶକ୍ତି ପାଖରେ ରହିଛି। ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା ସେତେବେଳେ ୟୁରୋପ ଉଭୟ ଭାରତ ଓ ଚୀନ୍‌କୁ ପଛରେ ଛାଡ଼ିଦେଇଥିଲା। ସେହିଭଳି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ ଏସିଆର ଦେଶଗୁଡ଼ିକ ବହୁତ ଆଗକୁ ବଢ଼ିଯାଇଥିଲେ । ଏବେ ଭାରତର ସମୟ ଆସିଛି ଯେଉଁଠାରେ ଭାରତ ସବୁଜ ଓ ସ୍ୱଚ୍ଛ ଶକ୍ତିରେ ଆତ୍ମନିର୍ଭର  ହେବ ଏବଂ ତାହାର ରପ୍ତାନି କରିବ। ଏହା ପରେ ଭାରତକୁ ଏକ ବିଶ୍ୱଶକ୍ତି ହେବାରୁ କେହି ରୋକି ପାରିବେ ନାହିଁ। ସବୁଜଶକ୍ତି ଜରିଆରେ ଭାରତ କେବଳ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରିତ ହେବ ତାହା ନୁଡେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ ଏବଂ ବୈଦେଶିକ ମୁଦ୍ରାର ମଧ୍ୟ ସଂଚୟ ହେବବୋଲି ମୁକେଶ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ମାନନୀୟ ପ୍ରଧାନମନ୍ତ୍ରୀ ନୂତନ ଓ ସ୍ୱଚ୍ଛ ଶକ୍ତିର ଜଣେ ବହୁତ ବଡ଼ ସମର୍ଥକ। ଭାରତ ସବୁଜ ଶକ୍ତି ରପ୍ତାନି କରିବସେଥିରେ ମୋର କୌଣସି ସନ୍ଦେହ ନାହିଁ କାରଣ ସରକାର ନୂତନ ଶକ୍ତି ଲାଗି ଦ୍ୱାର ଖୋଲି ଦେଇଛନ୍ତି। ଏଭଳି ନୀତି ଅଣାଯାଇଛି ଯାହା ଏହା ପାଇଁ ବିଶେଷ ସହାୟକ ହେବ। ଯେଭଳି ଭାରତ ଆଇଟି କ୍ଷେତ୍ରର ମହାଶକ୍ତି ହୋଇଛଇ ସେହିଭଳି ଭାରତ ଅକ୍ଷୟ ଶକ୍ତିରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବବୋଲି ସେ କହିଛନ୍ତି। ଆସନ୍ତା ୨୦ ବର୍ଷରେ ଭାରତରୁ ସ୍ୱଚ୍ଛ ଓ ସବୁଜ ଶକ୍ତି ରପ୍ତାନି ଅର୍ଦ୍ଧ ଟ୍ରିଲିଅନ ଡଲାରରେ ପହଂଚିବାର ସମ୍ଭାବନା ରହିଥିବା ବେଳେ ଭାରତ ଅକ୍ଷୟ ଶକ୍ତିକ୍ଷେତ୍ରରେ ନିବେଶ ଲାଗି ଦୁନିଆର ସବୁଠୁ ପସନ୍ଦର ଦେଶ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ୍ ପକ୍ଷରୁ ଡଞ୍ଜୋରେ ୨୦ କୋଟି ଡଲାରର ନିବେଶ

ଭୁବନେଶ୍ୱର: ଜଣାଶୁଣା ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍ ପକ୍ଷରୁ ଭାରତର ପ୍ରମୁଖ କ୍ୱିକ୍ କମର୍ସ କଂପାନି ଡଞ୍ଜୋରେ ୨୦ କୋଟି ଡଲାର ନିବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏହି ନିବେଶ ଦ୍ୱାରା ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍‌ର ସ୍ଥିତି ଆହୁରି ଦୃଢ଼ ହେବ। ଏହି ନିବେଶ ଜରିଆରେ ଡଞ୍ଜୋର ୨୫.୮ ପ୍ରତିଶତ ଅଂଶଧନର ମାଲିକାନା ହାସଲ କରିଛି ରିଲାଏନ୍ସ ରିଟେଲ୍। ଡଞ୍ଜୋକୁ ବିଭିନ୍ନ ସଂସ୍ଥାରୁ ମୋଟ ୨୪ କୋଟି ଡଲାରର ନିବେଶ ରାଶି ମିଳିଛି।

ହାସଲ କରିଥିବା ପାଣ୍ଠିକୁ ବ୍ୟବହାର କରି ଡଞ୍ଜୋ ପକ୍ଷରୁ ଛୋଟ ଆକୃତିର ଗୋଦାମଗୁଡ଼ିକୁ ନେଇ ଏକ ନେଟୱର୍କ ବିକଶିତ କରାଯିବ ଯେଉଁଥିରେ ତତ୍କାଳ ଡେଲିଭରି ପାଇଁ ସାମଗ୍ରୀଗୁଡ଼ିକୁ ରଖାଯିବ। ଏହା ସହିତ ବିି୨ବି ନେଟୱର୍କର ସମ୍ପ୍ରସାରଣ କରିବା ଉପରେ ମଧ୍ୟ କଂପାନି ଗୁରୁତ୍ୱ ଦେବ। କଂପାନିର ସେବା ଏହବ ୭ଟି ମେଟ୍ରୋ ସହରରେ ଉପଲବ୍ଧ ହେଉଛି ଯାହା ଖୁବଶୀଘ୍ର ୧୫ଟି ସହରକୁ ସମ୍ପ୍ରସାରିତ କରାଯିବ। କ୍ୱିକ୍ କମର୍ସ କ୍ଷେତ୍ରର ଆକାର ୫୦ ବିଲିଅନ ଆମେରିକୀୟ ଡଲାର ହୋଇଥିବା ବେଳେ ଡଞ୍ଜୋ ହେଉଛି ସେହି ବଜାରର ଅଗ୍ରଣୀ ସଂସ୍ଥା। ନିକଟରେ କଂପାନି ବାଙ୍ଗାଲୋରରେ ଏହାର ସେବା ଆରମ୍ଭ କରିଥିଲା। ୧୫-୨୦ ମିନିଟ୍ ଭିତରେ ଫଳ ଓ ପନିପରିବା ହୋମ୍ ଡେଲିଭରି କରିବା ଉପରେ କଂପାନି ଗୁରୁତ୍ୱାରୋପ କରୁଛି।

ପାଣ୍ଠି ପ୍ରଦାନ ବ୍ୟତୀତ ଡଞ୍ଜୋ ଓ ରିଲାଏନ୍ସ ପରସ୍ପର ସହିତ ଆଉ କିଛି ବ୍ୟାବସାୟିକ ବୁଝାମଣା ମଧ୍ୟ କରିବେ। ରିଲାଏନ୍ସ ରିଟେଲ୍ ଦ୍ୱାରା ପରିଚାଳିତ ହେଉଥିବା ରିଟେଲ୍ ଷ୍ଟୋର୍ ପାଇଁ ଡଞ୍ଜୋ ପକ୍ଷରୁ ହାଇପର ଲୋକାଲ ଲଜିଷ୍ଟିକ୍ସ ସୁବିଧା ପ୍ରଦାନ କରାଯିବ ଏବଂ ଏହା ସହିତ ଜିଓ ମାର୍ଟର ମର୍ଚାଂଟ୍ ନେଟୱର୍କ ପାଇଁ ଦୂରଦୂରାନ୍ତ ବା ଶେଷ ଦୂରତା ପର୍ଯ୍ୟନ୍ତ ଡେଲିଭରି ସୁବିଧା ପ୍ରଦାନ କରାଯିବ।

ଏହି ନିବେଶ ବିଷୟରେ ରିଲାଏନ୍ସ ରିଟେଲ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଅନଲାଇନ୍ ଉପଯୋଗିତା କ୍ଷେତ୍ରରେ ପରିବର୍ତନ ହେଉଥିବା ଆମେ ଦେଖିପାରୁଛୁ ଏବଂ ଏହି କ୍ଷେତ୍ରରେ ଡଞ୍ଜୋ ଅତ୍ୟନ୍ତ ପ୍ରଭାବିତ କରିଛି। ଡଞ୍ଜୋ ସହିତ ହୋଇଥିବା ବୁଝାମଣା ଜରିଆରେ ଆମେ ରିଲାଏନ୍ସ ରିଟେଲ୍ ଉପଭୋକ୍ତାମାନଙ୍କୁ ଅଧିକ ସୁବିଧା ଦେଇପାରିବୁ ଏବଂ ରିଲାଏନ୍ସ ରିଟେଲ୍ ଷ୍ଟୋର୍‌ଗୁଡ଼ିକରୁ ଉତ୍ପାଦକୁ ଦ୍ରୁତ ଗତିରେ ଡେଲିଭରି ଦେଇ ଗ୍ରାହକଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ। ଆମ ସହିତ ଯୋଡ଼ି ହୋଇଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ଡଞ୍ଜୋର ହାଇପର୍ ଲୋହାଲ୍ ଡେଲିଭରି ନେଟ୍‌ୱର୍କର ଲାଭ ମିଳିବ।’’

ଡଞ୍ଜୋର ସିଇଓ ଓ ସହ ପ୍ରତିଷ୍ଠାତା କବୀର ବିଶ୍ୱାସ କହିଛନ୍ତି ଯେ, “ଆମର ପ୍ରତିଷ୍ଠା ହେବା ପରଠାରୁ ଗ୍ରାହକମାନଙ୍କୁ ଏକ ଉତ୍କୃଷ୍ଟ ଅନୁଭବ ପ୍ରଦାନ କରିବା ଲାଗି ଆମେ ଉଦ୍ୟମ କରୁଅଛୁ ଏବଂ ଏହି ପାଣ୍ଠି ହାସଲ ପର୍ଯ୍ୟାୟ ବା ଫଣ୍ଡିଂ ରାଉଣ୍ଡ୍ ଆମର ଦୃଷ୍ଟିକୋଣ ପ୍ରତି ଏକ ସୁନ୍ଦର ମାନ୍ୟତା। ରିଲାଏନ୍ସ ରିଟେଲ୍‌ର ଏହି ନିବେଶ ସହିତ ଆମ ପାଖରେ ଏକ ଦୀର୍ଘମିଆଦୀ ବୁଝାମଣା ରହିବ ଯାହା ସହିତ ଆମେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିପାରିବୁ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୫ଜି ସେବା ଭାରତର ଜାତୀୟ ପ୍ରାଥମିକତା ହେବା ଦରକାର: ମୁକେଶ ଅମ୍ବାନି

ଭୁବନେଶ୍ୱର: ଯେତେ ଶୀଘ୍ର ସମ୍ଭବ ଭାରତକୁ ୨ଜିରୁ ୪ଜି ଓ ୫ଜିକୁ ରୂପାନ୍ତରିତ ହେବାକୁ ପଡ଼ିବ। ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରୁ ତଳ ସ୍ତରରେ ବାସ କରୁଥିବା ନିୟୁତାଧିକ ଭାରତୀୟଙ୍କୁ ୨ଜି ମଧ୍ୟରେ ସୀମିତ ରଖିବାର ଅର୍ଥ ସେମାନଙ୍କୁ ଡିଜିଟାଲ୍ ବିପ୍ଳବରୁ ବଂଚିତ କରିବା ସହ ସମାନ। ୫ଜି ସେବା ଆରମ୍ଭ କରିବା ଭାରତର ଜାତୀୟ ପ୍ରାଥମିକତା ହେବା ଉଚିତ ବୋଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୧ କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି।

ଜିଓ ଏକ ସମ୍ପୂର୍ଣ୍ଣ ୧୦୦% ସ୍ୱଦେଶୀ ଓ ବ୍ୟାପକ ୫ଜି ସମାଧାନ ବିକଶିତ କରିଛି ଯାହା ସମ୍ପୂର୍ଣ୍ଣ ରୂପେ କ୍ଲାଉଡ୍ ଉପରେ ପର୍ଯ୍ୟବେସିତ ଓ ଡିଜିଟାଲ୍ ମାଧ୍ୟମରେ ପରିଚାଳିତ ହେଉଛି। ଏହା ଏକ ସମନ୍ୱିତ ଓ ଭବିଷ୍ୟତ ପାଇଁ ଉପଯୋଗୀ ଢାଂଚା ହୋଇଥିବାରୁ ଜିଓର ନେଟ୍‌ୱର୍କ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ୪ଜିରୁ ୫ଜିକୁ ରୂପାନ୍ତରିତ ହୋଇପାରିବ ବୋଲି ସେ କହିଛନ୍ତି।

ଭାରତରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ହୋଇଥିବା ଉଲ୍ଲେଖନୀୟ ଦ୍ରୁତ ବୃଦ୍ଧିର ପ୍ରମୁଖ ବାହକ ଥିଲା ସୁଲଭତା। ଆମେ ଯେତେବେଳେ ନୀତି ଦୃଷ୍ଟିରୁ ସୁଲଭତା କଥା କହିବା ଆମକୁ କେବଳ ସେବାର ସୁଲଭତା ଉପରେ ବିଚାର କରିବାକୁ ହେବ। ପ୍ରକୃତରେ ଭାରତକୁ କେବଳ ସେବାର ସୁଲଭତା ନୁହେଁ ବରଂ ଡିଭାଇସ୍ ଓ ପ୍ରୟୋଗର ସୁଲଭତାକୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ମୁକେଶ କହିଛନ୍ତି। ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଖରେ ଡିଭାଇସ୍ ପହଂଚାଇବା ଲାଗି ୟୁନିଭର୍ସାଲ୍ ସର୍ଭିସ୍ ଅବ୍ଲିଗେସନ ଫଣ୍ଡ୍ (ୟୁଏସ୍‌ଓଏଫ୍‌)ର ପାଣ୍ଠି ବ୍ୟବହାର କରିବା ସପକ୍ଷରେ ସେ ମତ ପ୍ରକାଶ କରିଛନ୍ତି। ସମାଜରେ ପଛୁଆ ବର୍ଗର ଲୋକମାନଙ୍କୁ ଡିଜିଟାଲ୍ ଅଭିବୃଦ୍ଧି ଧାରାରେ ସାମିଲ କରିବା ପାଇଁ ଏମାନଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଡିଭାଇସ୍ ଉପଲବ୍ଧ କରାଇବା ଜରୁରୀ ବୋଲି ସେ କହିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ସିଏମଡି ଶ୍ରୀଯୁକ୍ତ ଅମ୍ବାନି ଏହି ଅବସରରେ କହିଛନ୍ତି ଯେ ଫାଇବର୍‌ରେ ଅସୀମିତ ଡାଟା ଧାରଣ କ୍ଷମତା ରହିଛି। ତେଣୁ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବା ପାଇଁ ଭାରତକୁ ଫାଇବର୍ ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ। ଏଭଳିକି କୋଭିଡ୍ ସମୟରେ ଜିଓ ପକ୍ଷରୁ ୫ ନିୟୁତ ଘରକୁ ଫାଇବର୍ ଟୁ ହୋମ୍ ସଂଯୋଗ ପ୍ରଦାନ କରାଯାଇଥିଲା। ଯଦି ଶିଳ୍ପର ସବୁ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ତେବେ ଆମେ ଗତ ଦଶନ୍ଧୀରେ ଯେଭଳି ମୋବାଇଲ୍ ଟେଲିଫୋନ୍ ସେବାକୁ ଦେଶର କୋଣ ଅନୁକୋଣରେ ପହଂଚାଇଥିଲେ ସେହିଭଳି ଦ୍ରୁତ ଗତିରେ ସାରା ଦେଶରେ ଫାଇବର୍‌କୁ ପହଂଚାଇବା ଲକ୍ଷ୍ୟ ହାସଲ କରିବା।

ଭାରତୀୟମାନେ ପ୍ରଯୁକ୍ତିକୁ ବଡ଼ ଉତ୍ସାହର ସହ ଗ୍ରହଣ କରିଛନ୍ତ। କୋଭିଡ୍ ମୁକାବିଲା ଲାଗି ଲଗାଯାଇଥିବା ଲକ୍‌ଡାଉନ୍ ଆମକୁ ଦୋହଲାଇ ଦେଇଥିବା ବେଳେ ପ୍ରଯୁକ୍ତି ହିଁ ଆମକୁ ବଂଚାଇଥିଲା ଏବଂ ଜୀବନଜୀବିକାକୁ ସୁରକ୍ଷିତ ରଖିଥିଲା ବୋଲି ମୁକେଶ ଅମ୍ବାନି କହିଛନ୍ତି।

ସୂଚନାଯୋଗ୍ୟ ଯେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ୨୦୨୧ ଭର୍ଚୁଆଲ୍ ମୋଡ୍‌ରେ ଆଜି ଠାରୁ (ବୁଧବାର) ଆରମ୍ଭ ହୋଇଛି ଓ ଏହା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି। ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି। 

ଇଟଂରନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଂଟର୍‌ସ ଅଥରିଟି (ଆଇଏଫ୍‌ଏସ୍‌ସିଏ) ପକ୍ଷରୁ ଆୟୋଜିତ ଇନ୍‌ଫିନିଟି ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ଦେଶ ପାଖରେ ରହିଛି। ଆଧାରଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ ଡିଜିଟାଲ୍ ପେମେଂଟ୍ ଆଦି ଜରିଆରେ ଦେଶର ଡିଜିଟାଲ୍ ପରିଚୟ ବେଶ ଉତ୍ସାହଜନକ ରହିଛି। ଆମେ ତଥ୍ୟର ଗୋପନୀୟତା ସୁରକ୍ଷା ବିଲ୍ ଓ କ୍ରିପ୍ଟୋକରେନ୍ସି ବିଲ୍ ଉପସ୍ଥାପନ କରିବାକୁ ଯାଉଛେ । ଆମେ ସଠିକ୍ ପଥରେ ଅଛନ୍ତି ବୋଲି ମୁକେଶ କହିଛନ୍ତି।

 ଭାରତ ଓ ବିଶ୍ୱର ପ୍ରତିଟି ଦେଶ ଲାଗି ଡାଟା ଓ ଡିଜିଟାଲ୍ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ। ପ୍ରତି ଦେଶ ପାଖରେ ନିଜ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ରହିଛି ବୋଲି ସେ କହିଛନ୍ତି। ସୀମାପାର କାରବାର ଲାଗି ଏକ ଏକକ ବିଶ୍ୱ ମାନକ ପ୍ରଚଳନ ହେବା ଆବଶ୍ୟକତା ରହିଥିବା ମୁକେଶ କହିଛନ୍ତି। ତଥ୍ୟର ସୁରକ୍ଷା ଓ ଡିଜିଟାଲ୍ ଭିତ୍ତିଭୂମି ଲାଗି ନୀତି ଓ ନିୟମରେ ସଠିକ୍ ସନ୍ତୁଳନ ରହିବା ଦରକାର ବୋଲି ସେ କହିଛନ୍ତି। 

ମୁକେଶ କହିଛନ୍ତି ଯେ ମୁଁ ବ୍ଲକ୍‌ଚେନ୍ ପ୍ରଯୁକ୍ତି ଉପରେ ବିଶ୍ୱାସ କରେ। ଏହା କ୍ରିପ୍ଟୋକରେନ୍ସି ଠାରୁ ସମ୍ପୂର୍ଣ୍ଣ ଅଲଗା। ଏକ ବିଶ୍ୱାସ ଭିତିକ ସମାନତାର ସମାଜ ଲାଗି ବ୍ଲକ୍‌ଚେନ୍ ପ୍ରଯୁକ୍ତି ଜରୁରୀ। ବ୍ଲକ୍‌ଚେନ୍‌କୁ ବ୍ୟବହାର କରି ପ୍ରତି ପ୍ରକାର କାରବାରରେ ଆମେ ଅତୁଳନୀୟବିଶ୍ୱାସଜନକସ୍ୱୟଂକ୍ରିୟ ଓ ଦକ୍ଷତା ହାସଲ କରିପାରିବା। ଅର୍ଥନୀତିର ଜୀବନରେଖା କୁହାଯାଉଥିବା ଯୋଗାଣ ଶୃଙ୍ଖଳକୁ ଆମେ ଏହା ଜରିଆରେ ଆଧୁନିକୀକରଣ କରିପାରିବା ବୋଲି ସେ କହିଛନ୍ତି।

 ଭାରତ ଏକ ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେଉଛି। ତଥ୍ୟ ହେଉଛି ନୂଆ ତୈଳ। ଏହା କିନ୍ତୁ ପାରମ୍ପରିକ ତୈଳ ଠାରୁ ଭିନ୍ନ। ପାରମ୍ପରିକ ତୈଳ କିଛି ନିର୍ଦିଷ୍ଟ ଦେଶରେ ଉତୋଳନ କରାଯାଉଛି ମାତ୍ର ନୂଆ ତୈଳ ବା ତଥ୍ୟକୁ ଯେକେହି ଯେକୌଣସି ସ୍ଥାନରେ ରହି ସୃଷ୍ଠି କରିପାରୁଛନ୍ତି। ସବୁ କ୍ଷେତ୍ରଭୌଗୋଳିକ ସ୍ଥିତି ଓ ଶ୍ରେଣୀରେ ସମାନତା ଆଣିବାର ଶକ୍ତି ଏହା ପାଖରେ ରହିଛି ବୋଲି ମୁକେଶ କହିଛନ୍ତି।

 ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍‌କ୍ଲାଉଡ୍ ଏବଂ ଡାଟା ସେଂଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ। ପରବର୍ତୀ ପଦକ୍ଷେପ ହେବ ମେସିନ୍‌ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଟଂରନେଟ୍ ଅଫ୍ ଥିଙ୍ଗସ୍। ଆସନ୍ତା ବର୍ଷ ଭାରତରେ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ବିଶ୍ୱର ଅନ୍ୟତମ ସବୁଠୁ ଉନ୍ନତ ଡିଜିଟାଲ୍ ଭିତ୍ତିଭୂମି ଥିବା ରାଷ୍ଟ୍ରରେ ଆମେ ପରିଣତ ହେବାକୁ ଯାଉଛୁ।

 ମୁକେଶ କହିଛନ୍ତି ଯେ ଡିଜିଟାଲ୍ ଭିତିଭୂମି ଓ ନୀତି ନିୟମ ପ୍ରଣୟନ କରି ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେବାର ପଥରେ ଭାରତ ବହୁତ ଭଲ ଭାବେ ରହିଛି। ସବୁ କିଛିର ମୂଳ କେନ୍ଦ୍ର ହେଉଛି ଫାଇନାନ୍ସ। ମୋର ବିଶ୍ୱାସ ରହିଛି ଯେ ଆମେ ଡିଜିଟାଲକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ ଏବଂ ନୂଆ ପିଢ଼ିର ପ୍ରଯୁକ୍ତିର ଅଭ୍ୟୁଦୟ ହେଉଥିବାରୁ ଫାଇନାନ୍ସର ଏକ ବିକେନ୍ଦ୍ରୀକରଣ ମଡେଲ୍‌କୁ ଗ୍ରହଣ କରିବାର ସୁଯୋଗ ଆମ ପାଖରେ ରହିଛି। କେନ୍ଦ୍ରୀୟ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ରହିବକିନ୍ତୁ ଏହା ସହିତ ଏକ ବିକେନ୍ଦ୍ରୀକରଣ ପ୍ରଯୁକ୍ତି ସମାଧାନ ରହିବ ଯେଉଁଥିରେ ଫାଇନାନ୍ସ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ।

 ରିଅଲ ଟାଇମ୍ ପ୍ରଯୁକ୍ତି ବାଣିଜ୍ୟକୁ କେବଳ ଦିନକରେ କିମ୍ବା ଘଂଟାକରେ ନୁହେଁ ବରଂ ସେହି ସମୟରେ ସମ୍ପାଦନ କରିବ। ସ୍ମାର୍ଟ କଂଟ୍ରାକ୍ଟ ବାସ୍ତବତାରେ ପରିଣତ ହେବ। ଇଟଂରନେଟ୍ ଅଫ୍ ଥିଙ୍ଗସକୁ ବ୍ୟବହାର କରି ଭୌତିକ ଭିତିଭୂମି ସହିତ ରିଅଲ ଟାଇମ୍ ପ୍ରଯୁକ୍ତିଡିଷ୍ଟ୍ରିବ୍ୟୁଟେଡ୍ ଲେଜର୍‌ବ୍ଲକ୍‌ଚେନ୍‌ସ୍ମାର୍ଟ ଟୋକେନ୍ ଆଦିର ସମନ୍ୱୟ ହେଲେ ବିକେନ୍ଦ୍ରୀକରଣ ଫାଇନାନ୍ସ କ୍ଷେତ୍ର ବଡ଼ ଧରଣର ପୁନମାର୍ଜିତ ହୋଇପାରିବ ଯାହା କେବେ କଳ୍ପନା କରାଯାଇନଥିଲା ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜର୍ମାନିର ନେକ୍ସୱେଫ୍‌ରେ ନିବେଶ ଏବଂ ଡେନ୍‌ମାର୍କର ଷ୍ଟିସ୍‌ଡଲ୍ ସହ ସହଭାଗିତା ଘୋଷଣା କଲା ରିଲାଏନ୍ସ

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବିଷୟରେ ଘୋଷଣା କରାଯାଇଛି। ଜର୍ମାନିର ନେକ୍ସୱେଫ୍‌ରେ ୨.୫ କୋଟି ୟୁରୋ ନିବେଶ କରିବା ବିଷୟରେ ମଙ୍ଗଳବାର ଆର୍‌ଏନ୍‌ଇଏସ୍‌ଏଲ୍ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟ ଏକ ଘୋଷଣା ଭାବେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ବିକାଶ ଓ ନିର୍ମାଣ ଲାଗି ଷ୍ଟିସ୍‌ଡଲ୍ ସହିତ ବୁଝାମଣା କରାଯାଇଛି। ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ଫ୍ରେଡରିକ୍‌ସେନ୍‌ଙ୍କ ଭାରତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡରିକ୍‌ସେନ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଭାରତୀୟ ବଜାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନେକ୍ସୱେଫ୍ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରାଯାଇଛି ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି। ଆରଏସ୍‌ଇଏନ୍‌ଏଲ୍ ପକ୍ଷରୁ କୁହାଯାଇଛି ଯେ କଂପାନି ନେକ୍ସୱେଫ୍‌ର ୮୬,୮୮୭ ସିରିଜ୍‌-ସି ପ୍ରିଫର୍ଡ ସେୟାରକୁ ସେୟାର ପିଛା ୨୮୭.୭୩ ୟୁରୋରେ କିଣିବ। ଏହା ବ୍ୟତୀତ ଆରଏନଇଏସ୍‌ଏଲ୍‌କୁ ୧ ୟୁରୋ ହିସାବରେ ୩୬,୨୦୧ ୱାରେଂଟ୍ ମଧ୍ୟ ଜାରି କରାଯିବ।

ସେମିକଣ୍ଡକ୍ଟରରେ ବ୍ୟବହାର ହେଉଥିବା ମୋନୋକିଷ୍ଟାଲାଇନ୍ ସିଲିକନ୍ ୱେଫର୍ସକୁ ନେ୍‌କ୍ସୱେଫ୍ ନିର୍ମାଣ କରୁଛି। ସେମିକଣ୍ଡକ୍ଟରକୁ ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣରେ ବ୍ୟବହାର କରାଯାଉଛି। ଷ୍ଟକ୍ ଏକ୍ସଚେଂଜକୁ  ଦେଇଥିବା ସୂଚନାରେ ରିଲାଏନ୍ସ ଜଣାଇଛି ଯେ ନେକ୍ସୱେଫ୍ ଯେଉଁ ମୋନୋକ୍ରିଷ୍ଟାଲାଇନ୍ ସିଲିକନ୍ ୱେଫର୍ସର ବିକାଶ ଓ ଉତ୍ପାଦନ କରୁଛିସେଥିରେ ବ୍ୟବହାର ହେଉଥିବା କଂଚାମାଲ ବହୁତ ସୁଲଭ ମୂଲ୍ୟର ଏବଂ କଂପାନିର ପ୍ରଯୁକ୍ତି ଜ୍ଞାନକୌଶଳ ଉତ୍ପାଦନର ଅନେକ ମହଙ୍ଗା ପ୍ରକ୍ରିୟାକୁ ସମାପ୍ତ କରିଛି। ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଯେ ଏହା ଜରିଆରେ ରିଲାଏନ୍ସ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ ପହଂଚିପାରିଛି।

ଏହି ବୁଝାମଣା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମେ ସର୍ବଦା ଔଦ୍ୟୋଗିକ କ୍ଷେତ୍ରରେ ଆଗରେ ରହିବାରେ ବିଶ୍ୱାସ କରୁ। ନେକ୍ସ୍‌ୱେଫ୍ ସହିତ ଆମର ଏହି ସହଯୋଗିତା ଆମେ ଭାରତୀୟ ଅର୍ଥନୀତି ଲାଗି ସୁଲଭ ମୂଲ୍ୟର ସବୁଜ ଶକ୍ତିର ଯେଉଁ ଆବଶ୍ୟକତା ରହିଛି ତାହାକୁ ପୂରଣ କରିବା ଲାଗି ଆରମ୍ଭ କରିବାକୁ ଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମିସନର ପରିଚାୟକ। ଫୋଟୋଭୋଲ୍‌ଟାଇକ୍ ନିର୍ମାଣରେ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଉପସ୍ଥାପନ କରିବା ଦିଗରେ ଆମର ନେକ୍ସୱେଫ୍‌ରେ ନିବେଶ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମର ବିଶ୍ୱାସ ରହିଛି ଯେ ନେକ୍ସୱେଫ୍‌ର ଅଭିନବ ଅତି ପତଳା ୱେଫରସୋଲାର ପ୍ୟାନେଲ୍ ନିର୍ମାଣକାରୀ ଓ ଉପଭୋକ୍ତାଙ୍କୁ ଲାଭ ପ୍ରଦାନ କରିବ। ରିଲାଏନ୍ସ ପାଇଁ ସୌର ଓ ଅନ୍ୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ ପୃଥିବୀକୁ ବଂଚାଇବା ଓ ଏହାକୁ ଜଳବାୟୁ ସଙ୍କଟରୁ ଉଦ୍ଧାର କରିବା ଲାଗି ସାରା ବିଶ୍ୱରେ ଚାଲିଥିବା ମିସନ ପ୍ରତି ଆମର ଏକ ଯୋଗଦାନ।’’

ଷ୍ଟିସ୍‌ଡଲ୍ ହେଉଛି ଡେନ୍‌ମାର୍କର ଏକ କଂପାନି ଯାହା ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ଔଦ୍ୟୋଗିକ ବିକାଶ ଦିଗରେ କାର୍ଯ୍ୟ କରୁଛି। ଗୁଜରାଟର ଜାମନଗରରେ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସ ଉତ୍ପାଦନ କରିବା ଲାଗି ଏକ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ବିଷୟରେ ପୂର୍ବରୁ ମୁକେଶ ଅମ୍ବାନି ଘୋଷଣା କରିଥିଲେ। ଏହି ବୁଝାମଣା ଅନୁସାରେ ଆରଏନ୍‌ଇଏସ୍‌ଏଲ୍ ଓ ଷ୍ଟିସ୍‌ଡଲ୍ ମିଳିତ ଭାବେ ନିଜ ପ୍ରଯୁକ୍ତିକୁ ବ୍ୟବହାର କରି ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ଔଦ୍ୟୋଗିକ ବିକାଶକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବେ। ଏହା ସହିତ ଏହାର ନିର୍ମାଣ ସୁବିଧା ସ୍ଥାପନ କରିବାରେ ସହଯୋଗ କରିବେ। ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଆର୍‌ଆଇଏଲ୍ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ ଯେଅକ୍ଟୋବର ୧୦ ତାରିଖରେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ନରୱେ୍‌ର କଂପାନି ଆରଇସି ସୋଲାର ହୋଲ୍‌ଡିଂସ୍‌କୁ ଅଧିଗ୍ରହଣ କରିଥିବା ବିଷୟରେ ଘୋଷଣା କରିଥିଲା। ଏହା ଜରିଆରେ ଫଟୋଭୋଲ୍‌ଟାଇକ୍ ନିର୍ମାଣ କ୍ଷେତ୍ରରେ ଆର୍‌ଆଇଏଲ୍ ଦୁନିଆର ଅଗ୍ରଣୀ ସଂସ୍ଥାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ଆରଇସି ପାଖରେ ଦୁନିଆର ସବୁଠୁ ଉତ୍କୃଷ୍ଟ ହେଟେରୋଜଙ୍କସନ୍ ପ୍ରଯୁକ୍ତି ରହିଛି। ଏହା ବ୍ୟତୀତ ଆରଏନ୍‌ଇଏସ୍‌ଏଲ୍ ପକ୍ଷରୁ ଅକ୍ଟୋବର ୧୦ରେ ଷ୍ଟର୍ଲିଂ ଆଣ୍ଡ୍ ୱିଲ୍‌ସନ୍ ସୋଲାର ଲିମିଟେଡ୍‌ର ୪୦% ଅଂଶଧନକୁ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି

ଭୁବନେଶ୍ୱର: ଆନ୍ତର୍ଜାତିକ ଜଳବାୟୁ ଶିଖର ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଜଳବାୟୁ ଦୃଷ୍ଟିରୁ ଭାରତ ଓ ଦୁନିଆ ଏବେ କଠିନ ସମୟ ଦେଇ ଗତି କରୁଛି। ବିଶ୍ୱ ତାପନ (ଗ୍ଲୋବାଲ୍ ୱାର୍ମିଂ)ର ବିପଦ ଆମ ସାମ୍ନାରେ ରହିଛି। ଏଭଳି ଏକ ସମୟରେ ଆମ ପାଖରେ ଏକମାତ୍ର ବିକଳ୍ପ ରହିଛିଯାଇଛିତାହା ହେଉଛି ଦ୍ରୁତ ଗତିରେ ସବୁଜସ୍ୱଚ୍ଛ ଓ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା। ଏହି ବିପଦକୁ ସୁଯୋଗରେ ପରିଣତ କରି ଭାରତକୁ ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀଙ୍କ ଗ୍ରିନ୍ ହାଇଡ୍ରୋଜେନ୍ ମିସନ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଏହା ହେଉଛି ଏକ ଦ୍ୱେତ ରଣନୀତି। ଗୋଟିଏ ପଟେ ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ ଓ ଦ୍ୱିତୀୟରେ ଭାରତ ବିଶ୍ୱ ପ୍ରୟାସର ନେତୃତ୍ୱ ନେଇ ବିଶ୍ୱରେ ଅଗ୍ରଣୀ ରହିବ। ଭାରତର ୭୫ତମ ସ୍ୱାଧୀନତା ଦିବସ ଅର୍ଥାତ “ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି ମିସନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶ ଓ ସାରା ଦୁନିଆକୁ ସବୁଜ ଶକ୍ତି ଆପଣେଇବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ନିକଟରେ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିସାରିଛି। ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ୍ ଲକ୍ଷ୍ୟ ପ୍ରତି ଆମେ ଦୃଢ଼ ଭାବେ ଅଗ୍ରସର ହେଉଛୁ।

ଭାରତ କିଭଳି ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରହିପାରିବ ସେ ଉପରେ ନିଜର ମତପ୍ରକାଶ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତୀୟ ଉପମହାଦେଶରେ ପ୍ରଚୁର ମାତ୍ରାରେ ସବୁଜ ଶକ୍ତିର ସମ୍ବଳ ଉପଲବ୍ଧ ରହିଛି। ଏଠାରେ ସୂର୍ଯ୍ୟ ଦେବ ଓ ବାୟୁ ଦେବ ପ୍ରଚୁର ମାତ୍ରାର ଶକ୍ତି ପ୍ରଦାନ କରୁଛନ୍ତି। ବର୍ଷର ୩୦୦ ଦିନ ଖରା ହେଉଛି। ଦେଶର ମାତ୍ର ୦.୦୫% ଜମିକୁ ବ୍ୟବହାର କରି ସହଜରେ ୧୦୦୦ ଗିଗାୱାଟ୍ ସୌର ଶକ୍ତି ଉତ୍ପନ୍ନ କରାଯାଇପାରିବ। ଟୁ-ୱେ ଗ୍ରିଡ୍‌ମାଇକ୍ରୋ ଗ୍ରିଡ୍ ଓ ଉତମ ଶକ୍ତି ସଂରକ୍ଷଣ ସମାଧାନକୁ ବ୍ୟବହାର କରି ଏବଂ ସ୍ମାର୍ଟ ମିଟରରେ ନିବେଶ କରି ଆମେ ସାଧାରଣ ଜନତାଙ୍କ ନିକଟରେ ଶକ୍ତି ପହଂଚାଇପାରିବା। ଭାରତ ସରକାର ଦେଶରେ ଏକ ସବୁଜ ହାଇଡ୍ରୋଜେନ୍ ପରିବ୍ୟବସ୍ଥା ବା ଇକୋସିଷ୍ଟମ୍ ତିଆରି କରିବାର ଯୋଜନା ରଖିଛନ୍ତି ଯାହା ବ୍ୟାପକ ପୁଞ୍ଜିନିବେଶ ଆକର୍ଷିତ କରିବ ବୋଲି ସେ କହିଛନ୍ତି।

ସବୁଜ ଶକ୍ତି ପ୍ରତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିବଦ୍ଧତାକୁ ଦୋହରାଇ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନୂଆ ଶକ୍ତି ବ୍ୟବସାୟ ରୋଡମ୍ୟାପ୍‌କୁ ଉପସ୍ଥାପନ କରିଛନ୍ତିି। ସେ କହିଛନ୍ତି ଯେ ଜାମନଗରରେ ଆମେ ୫୦୦୦ ଏକର ଜମିରେ ଧୀରୁଭାଇ ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ବିକଶିତ କରିବା କାର୍ଯ୍ୟ ଆରମ୍ଭ କରିଦେଇଛୁ। ଏହା ଦୁନିଆର ଅନ୍ୟତମ ସର୍ବବୃହତ୍ ଏକୀତୃତ ଅକ୍ଷୟ ଶକ୍ତି ଉତ୍ପାଦନ ପରିସର ହେବ। ଏହି ପରିସରରେ ଚାରିଗୋଟି ଗିଗା ଫ୍ୟାକ୍ଟ୍ରି ରହିବ ଯାହା ମଧ୍ୟରେ ଅକ୍ଷୟ ଶକ୍ତିର ସବୁ ପ୍ରକାର ବ୍ୟବସ୍ଥା ରହିବ। ଏଥିରେ ପ୍ରଥମେ ଏକ ଏକୀକୃତ ସୋଲାର ଫଟୋଭୋଲ୍‌ଟାଇକ୍ ମଡ୍ୟୁଲ୍ କାରଖାନା ହେବ। ଦ୍ୱିତୀୟରେ ଏକ ଶକ୍ତି ସଂରକ୍ଷଣ ବ୍ୟାଟେରି କାରଖାନା ରହିବ। ତୃତୀୟରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଲାଗି ଏକ ଇଲେକ୍ଟ୍ରୋଲାଇଜର୍ କାରଖାନା ହେବ। ଚତୁର୍ଥରେ ହାଇଡ୍ରୋଜେନ୍‌କୁ ଶକ୍ତିରେ ରୂପାନ୍ତରିତ କରିବା ଲାଗି ଏକ ଇନ୍ଧନ ସେଲ୍ କାରଖାନା ରହିବ। ଆସନ୍ତା ତିନି ବର୍ଷରେ ଏଥିପାଇଁ ରିଲାଏନ୍ସ ୭୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସେ କହିଛନ୍ତି।

୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ ଯୋଗଦାନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୩୦ ସୁଦ୍ଧା ଅତିକମ୍‌ରେ ୧୦୦ ଗିଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବ ବୋଲି ସେ କହିଛନ୍ତି। ସବୁଜ ହାଇଡ୍ରୋଜେନ୍‌କୁ ସବୁଠ ସୁଲଭ ଇନ୍ଧନରେ ପରିଶତ କରିବା ଲାଗି ସାରା ବିଶ୍ୱରେ ଉଦ୍ୟମ ଜାରି ରହିଛି। ଏହାର ବ୍ୟବହାର ମୂଲ୍ୟକୁ କିଲୋଗ୍ରାମ ପିଛା ଦୁଇ ଡଲାରରୁ କମ୍ ରଖିବାକୁ ପ୍ରୟାସ କରାଯାଉଛି। ମୁକେଶ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି ଦଶନ୍ଧିର ଶେଷ ହେବା ପୂର୍ବରୁ ରିଲାଏନ୍ସ ଏହି ଲକ୍ଷ୍ୟ ହାସଲ କରିବ। ଭାରତ ଗୋଟିଏ ଦଶକରେ ଏକ ଡଲାରରେ ଏକ କିଲୋଗ୍ରାମ୍ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିବ ଏବଂ ଏହା କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି।

୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି।

ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ। ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି।

ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍‌ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ। ରିଲାଏନ୍ସ ରିଟେଲ୍ ଦ୍ରୁତ ଅଭିବୃଦ୍ଧି ପଥରେ ଥିବାରୁ ଆସନ୍ତା ୩ ରୁ ୫ ବର୍ଷ ଭିତରେ ଏହା ତିନି ଗୁଣା ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି। ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ଅଗ୍ରଣୀ ଥିବା ସେ କହିଛନ୍ତି। ଗବେଷଣା, ଡିଜାଇନ୍ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ। ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି ଯାହା ଏହା ପ୍ରତି ଗ୍ରହକମାନଙ୍କର ରହିଥିବା ବିଶ୍ୱାସକୁ ପରିଦର୍ଶିତ କରୁଛି ବୋଲି ସେ କହିଛନ୍ତି। ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି। ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ “ଗ୍ରାହକ ଆପଣଙ୍କର, ସହାୟତା ଆମର” ବୋଲି ଏହି ଅବସରରେ ସେ କହିଛନ୍ତି।

ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର୍ ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି। ପ୍ରାୟ ପ୍ରତି ୮ ଜଣରେ ଜଣେ ଭାରତୀୟ ରିଲାଏନ୍ସ ରିଟେଲ୍‌ରୁ କ୍ରୟ କରୁଥିବା ଦେଖାଯାଇଛି। ମହାମାରୀ ସମୟରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରିଥିବା ଗ୍ରୋସରୀ ବ୍ୟବସାୟରେ ପ୍ରତିଦିନ ପ୍ରାୟ ୩୦ ଲକ୍ଷ ୟୁନିଟ୍ ବିକ୍ରି ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଦିନକୁ ପାଂଚ ଲକ୍ଷ ୟୁନିଟ୍ ଭାବରେ ସାରା ବର୍ଷରେ ୧୮ କୋଟି ୟୁନିଟ୍ ପୋଷାକ ବିକ୍ରି କରୁଥିବା ଶ୍ରୀ ଅମ୍ବାନି ସୂଚନା ଦେଇଛନ୍ତି। ଏହି ପରିମାଣର ପୋଷାକ ବ୍ରିଟେନ୍‌, ଜର୍ମାନି ଓ ସ୍ପେନ୍‌ର ଜନସଂଖ୍ୟାର ପୋଷାକ ଆବଶ୍ୟକତାକୁ ଏକକାଳୀନ ପୂରଣ କରିବାକୁ ସକ୍ଷମ।

ଫେସନ ପୋର୍ଟାଲ୍ ଆଜିଓରେ ୨୦୦୦ ଲେବେଲ୍ ଓ ବ୍ରାଣ୍ଡ୍ ରହିଛି ଏବଂ ଏହା ଗ୍ରାହକମାନଙ୍କୁ ପସନ୍ଦ କରିବା ପାଇଁ ୫ ଲକ୍ଷରୁ ଅଧିକ ବିକଳ୍ପ ପ୍ରଦାନ କରୁଛି। ଆଜିଓ ସଂପ୍ରତି ରିଲାଏନ୍ସର ପୋଷାକ ବ୍ୟବସାୟକୁ ୨୫% ଅବଦାନ ପ୍ରଦାନ କରୁଛି। ଗତବର୍ଷ ଆମେ ୪.୫ କୋଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଛି । ଅର୍ଥାତ ଦିନକୁ ୧,୨୦,୦୦୦ ୟୁନିଟ୍ ବିକ୍ରି ହୋଇଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

ରିଲାଏନ୍ସ ରିଟେଲ୍ ନିକଟରେ ନେଟ୍‌ମେଡସ୍‌, ଅର୍ବାନ୍ ଲାଡର୍ ଓ ଜିଭାମେକୁ ଅଧିଗ୍ରହଣ କରିଥିବା ବେଳେ ସେବା ପ୍ରଦାନକୁ ନୂଆ ଶିଖରରେ ପହଂଚାଇବା, ଓମନିଚ୍ୟାନେଲ୍ ଦକ୍ଷତା ବଢ଼ାଇବା ଓ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କଂପାନି ଏହିଭଳି ଅଧିଗ୍ରହଣ ଜାରି ରଖିବ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣୁଛନ୍ତି ନୂଆ ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ନେକ୍ସଟ୍’, ଜାଣନ୍ତୁ କଣ ଏଥିରେ ରହିଛି

ଭୁବନେଶ୍ୱର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି ।

ଆଣ୍ଡ୍ରଏଡ୍ ଭିତ୍ତିକ ଏହି ଫୋନ୍‌ର ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି । ମୁକେଶ ଅମ୍ବାନି ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍‌କୁ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏବଂ ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ଏହା ବଜାରରେ ମିଳିବ ।

ଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ୍‌-ନେକ୍ସଟ ସ୍ମାର୍ଟଫୋନ୍‌ରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ମଧ୍ୟ ଆପ୍ ଡାଉନ୍‌ଲୋଡ୍ କରିପାରିବେ । ସ୍ମାର୍ଟଫୋନ୍‌ରେ ଉନ୍ନତ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପ୍‌ଡେଟ୍ ମଧ୍ୟ ମିଳିବ । ସବୁ ପ୍ରକାର ସୁବିଧା ସୁଯୋଗ ଥିବା ଏହି ସ୍ମାର୍ଟଫୋନ୍‌କୁ ମୁକେଶ ଅମ୍ବାନି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭାବେ ଅଭିହିତ କରିଛନ୍ତି । ଗତବର୍ଷ ରିଲାଏନ୍ସ ଜିଓ ପକ୍ଷରୁ ଗୁଗୁଲ୍ ସହ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ ।

ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍‌ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍‌କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’

ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍‌ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍‌ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି ।

ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍‌ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌, ସ୍କ୍ରିନ୍‌ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍‌ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।

ଜିଓ-ଗୁଗୁଲ୍‌ର ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ବ୍ୟାପକ ପରିବର୍ତନ ଆଣିବ। ଯେଉଁ ୩୦ କୋଟି ଲୋକଙ୍କ ହାତରେ ଏବେବି ୨ଜି ଫୋନ୍ ରହିଛି ଏହା ସେମାନଙ୍କ ଜୀବନ ବଦଳାଇଦେବ । ହାଇ ସ୍ପିଡ୍‌, ଭଲ ଅପରେଟିଂ ସିଷ୍ଟମ୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହି ନୂଆ ସ୍ମାର୍ଟଫୋନ୍ ଜିଓର ଗ୍ରାହକଙ୍କ ସଂଖ୍ୟା ବଢ଼ାଇବ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି। ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି। ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ରିଟେଲର ତାଳିକାରେ ଏହା କ୍ରମାଗତ ଚାରିବର୍ଷ ହେଲା ସ୍ଥାନ ପାଇଆସୁଛି। ଗତବର୍ଷ ଏହା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ୫୦ ରିଟେଲର ତାଲିକାରେ ରିଲାଏନ୍ସ ରିଟେଲ ଶୀର୍ଷରେ ରହିଥିବାବେଳେ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନରେ ରହିଛିି। ତେବେ ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ତାଲିକାରେ ଗତବର୍ଷ ରହିଥିବା ୫୬ତମ ସ୍ଥାନରୁ ତିନିଟି ସ୍ଥାନ ଉପରକୁ ଉଠି ଏହା ୫୩ତମ ସ୍ଥାନରେ ରହିଥିବା ଡେଲଏଟ ପକ୍ଷରୁ ପ୍ରସ୍ତୁତ ଏବଂ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ତାଲିକାରୁ ଜଣାଯାଇଛି।

ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କମ୍ପାନୀର ଅଭିବୃଦ୍ଧି ୪୧.୮% ହୋଇଛି ଏବଂ ଏହାର ଉପଭୋକ୍ତା ଇଲେକଟ୍ରୋନିକ୍ସ, ଫ୍ୟାଶନ, ଲାଇଫଷ୍ଟାଇଲ ଏବଂ ତେଜରାତି ବା ଗ୍ରେସେରୀ ଷ୍ଟୋର ସଂଖ୍ୟା ୧୩.୧% ବୃଦ୍ଧି ପାଇଥିବା କାରଣରୁ କମ୍ପାନୀକୁ ଏଭଳି ସଫଳତା ମିଳିଥିବା କୁହାଯାଇଛି। ୨୦୨୦ ଆର୍ଥିକ ବର୍ଷ ଶେଷସୁଦ୍ଧା ଦେଶର ୭ହଜାରରୁ ଅଧିକ ସହର ଓ ନଗରରେ ଏହାର ଖୁଚୁରା ଷ୍ଟୋର ସଂଖ୍ୟା ୧୧,୭୮୪କୁ ବୃଦ୍ଧିପାଇଛି।

ତତ୍‌ସହିତ ଉଭୟ ଡିଜିଟାଲ ଇ-କମର୍ସ ବ୍ୟବସାୟ ଏବଂ ବି୨ବି ବ୍ୟବସାୟ ଏହାର ଅଭିବୃଦ୍ଧିରେ ଦ୍ୱିତୀୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡେଲଏଟ୍ ପକ୍ଷରୁ କୁହାଯାଇଛି। ହ୍ୱାଟ୍‌ସଆପ ବ୍ୟବହାର କରି ଜିଓମାର୍ଟ ପ୍ଲାଟଫର୍ମରେ ରିଲାଏନ୍ସର ଡିଜିଟାଲ ବ୍ୟବସାୟ ତ୍ୱରାନ୍ୱିତ କରିବା ଏବଂ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ସହାୟତା କରିବାକୁ କମ୍ପାନୀ ହ୍ୱାଟ୍‌ସଆପ ସହିତ ସହଭାଗିତା କରୁଛି। ରିଲାଏନ୍ସ ରିଟେଲ ୨୦୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ଶ୍ରୀ କନ୍ନନ ଡିପାର୍ଟମେଂଟାଲ ଷ୍ଟୋର୍‌ର ୨୯ଟି ଷ୍ଟୋର ଅଧିଗ୍ରହଣ କରିବା ସହିତ ଫ୍ୟୁଚର ଗ୍ରୁପ୍‌ର ଖୁଚୁରା, ପାଇକାରୀ ଏବଂ ଲଜିଷ୍ଟିକ୍ସ ୟୁନିଟକୁ ୩.୪ ବିଲିଅନ ଡଲାରରେ ଅଧିଗ୍ରହଣ କରିବା ସମ୍ପର୍କରେ ୨୦୨୦ ଅଗଷ୍ଟରେ ଘୋଷଣା କରିଥିଲା। ଇ-କମର୍ସ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ କରିଥିବର ଦୁଇଟି ଅଧିଗ୍ରହଣ ମଧ୍ୟରେ ଭାଇଟାଲିକ ହେଲ୍‌ଥ ଏବଂ ଏହାର ଅନ୍‌ଲାଇନ ଫାର୍ମାସି ପ୍ଲାଟଫର୍ମ ନେଟ୍‌ମେଡ୍ସକୁ ଅଗଷ୍ଟରେ ଅଧିଗ୍ରହଣ କରିଥିଲା ଏବଂ ନଭେମ୍ବରରେ ଅନ୍‌ଲାଇନ ହୋମ ଡେକୋର କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶ ଅଧିଗ୍ରହଣ କରିଥିଲା।

ସୂଚନା ଯୋଗ୍ୟ ଯେ ଡେଲଏଟ ପକ୍ଷରୁ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ରିଟେଲରଙ୍କ ଏହି ତାଲିକାର ଶୀର୍ଷରେ ଆମେରିକାର ପ୍ରମୁଖ ରିଟେଲର ସଂସ୍ଥା ୱାଲମାର୍ଟ ରହିଛି। ବିଶ୍ୱର ଶୀର୍ଷ ୧୦ଟି ରିଟେଲର ମଧ୍ୟରେ କେବଳ ଆମେରିକାରୁ ୭ଟି ରହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ, ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି।

ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ଡିଜିଟାଲ ଟ୍ରାନ୍‌ସଫର୍ମେସନ ୱାର୍ଲଡ ସିରିଜ ୨୦୨୦ରେ ଗୁରୁବାର ଉଦ୍‌ବୋଧନ ଦେଇ ଅମ୍ବାନି କହିଛନ୍ତି, ଭାରତ ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭ କରିବ। ଡିଜିଟାଲ ସଂଯୋଗୀକରଣ, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ଇଣ୍ଟରନେଟ ଅଫ୍ ଥିଙ୍ଗ୍‌ସ, ସ୍ମାର୍ଟ ଡିଭାଇସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଡିଜିଟାଲ ପ୍ରଯୁକ୍ତି ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଆଧାର ହେବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି। ଭାରତକୁ ନେତୃତ୍ୱ ସ୍ଥାନ ନେବାକୁ ହେଲେ ତାହାକୁ ଅଲ୍‌ଟ୍ରା ହାଇସ୍ପିଡ କନେକ୍ଟିଭିଟି, ସୁଲଭ ସ୍ମାର୍ଟ ଡିଭାଇସ ଏବଂ ଉନ୍ନତ ଡିଜିଟାଲ ଆପ୍ଲିକେସନ ତଥା ସଲ୍ୟୁସନ ଉପରେ ଧ୍ୟାନ ଦେବାକୁ ପଡିବ।

ଜିଓର ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି, ଜିଓ ଆସିବା ପୂର୍ବରୁ ଭାରତ ପ୍ରାୟତଃ ୨ଜିରେ ସୀମିତ ରହିଥିଲା। ଜିଓ ଜରିଆରେ ଦେଶକୁ ପ୍ରଥମ ଥର ପାଇଁ ଆଇପି ଭିତ୍ତିିକ ନେଟୱର୍କ କନେକ୍ଟିଭିଟି ମିଳିଲା। ଦେଶରେ ୨ଜି ସେବା ପ୍ରଚଳନ କରିବାକୁ ଅବଶିଷ୍ଟ କମ୍ପାନୀଗୁଡିକ ୨୫ବର୍ଷ ସମୟ ନେଇଥିବାବେଳେ ଜିଓ ମାତ୍ର ୩ବର୍ଷ ମଧ୍ୟରେ ଭାରତରେ ୪ଜି ନେଟୱର୍କ କାର୍ଯ୍ୟକାରୀ କଲା ।

ସୁଲଭ ମୂଲ୍ୟର ଡିଭାଇସ କ୍ଷେତ୍ରରେ ମଧ୍ୟ ଭାରତ ବହୁ ପଛରେ ପଡିଥିଲା। ସ୍ମାର୍ଟଫୋନ ମହଙ୍ଗା ଥିଲା ଏବଂ ଫିଚରଫୋନଗୁଡିକ ୪ଜି ପ୍ରଯୁକ୍ତିରେ କାମ କରୁନଥିଲା । ଜିଓର ଇଞ୍ଜିନିୟରମାନେ ଯଥେଷ୍ଟ ଉଦ୍ୟମ କରି ଭାରତର ଅତ୍ୟନ୍ତ ସୁଲଭ ମୂଲ୍ୟର ୪ଜି ଡିଭାଇସ ଜିଓଫୋନ ପ୍ରସ୍ତୁତ କଲେ । ଜିଓଫୋନର ସାମର୍ଥ୍ୟ ଉପରେ ଭରସା କରି ଜିଓ ଭାରତରେ ପ୍ରଥମ କରି ଗ୍ରାମୀଣ ଅଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ଅମ୍ବାନି କହିଥିଲେ, ଯେତେବେଳେ ଡିଜିଟାଲ କନେକ୍ଟିଭିଟି, ସୁଲଭ ମୂଲ୍ୟର ଡିଭାଇସ, ଡିଜିଟାଲ ଆପ୍ଲିକେସନ ଏବଂ ସଲ୍ୟୁସନ୍ସକୁ ଏକତ୍ର କରିଦିଆଗଲା, ସେତେବେଳେ ଅସାଧାରଣ ସଫଳତା ମିଳିଥିଲା । ଭାରତର ଜନସାଧାରଣ ଜିଓ ପୂର୍ବରୁ ଯେତିକି ଡାଟା ବ୍ୟବହାର କରୁଥିଲେ, ସମ୍ପ୍ରତି ତାହାଠାରୁ ୩୦ଗୁଣ ଅଧିକ ଡାଟା ବ୍ୟବହାର କରୁଛନ୍ତି । ଡାଟା ବ୍ୟବହାର ୦.୨ ବିଲିଅନ ଜିବିରୁ ୧.୨ ବିଲିଅନ ଜିବିକୁ ବୃଦ୍ଧିପାଇଛି।

ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବ ଜୀବନର ସବୁ କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଅପ୍ରତ୍ୟାଶିତ ମୂଲ୍ୟ ପ୍ରଦାନ ଏବଂ ସମୃଦ୍ଧି ଆଣିବାର ଅନନ୍ୟ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ସେଥିପାଇଁ ଆମକୁ ପରବର୍ତ୍ତୀ ପିଢିର ପ୍ରଯୁକ୍ତି ଭିତ୍ତିଭୂମି ନିର୍ମାଣରେ ପୁଞ୍ଜିନିବେଶ କରିବାକୁ ହେବ ବୋଲି ସେ ଉଲ୍ଲେଖ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ଅଗ୍ରଣୀ ହେବା ପାଇଁ ପ୍ରକୃଷ୍ଟ ସମୟ, ଅମ୍ବାନି

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି। ତାହାସହିତ ଦେଶରେ ଅପ୍‌ଟିକାଲ ଫାଇବର ନେଟୱର୍କ ସମ୍ପ୍ରସାରଣ ଦ୍ରୁତଗତିରେ ଚାଲିଛି। ସମସ୍ତ ନଗର ଓ ସହର ସମେତ ୬ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକକୁ ଏଥିରେ ସଂଯୁକ୍ତ କରିବା ପ୍ରଚେଷ୍ଟା କରାଯାଉଛି। ଏହାଦ୍ୱାରା ଫିକ୍ସଡ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଶୀର୍ଷ ରାଷ୍ଟ୍ରଗୁଡିକ ମଧ୍ୟରେ ରହିବ।

ବିଶ୍ୱସ୍ତରୀୟ ଡାଟା ସେଣ୍ଟର ସ୍ଥାପନ ସହିତ ଭାରତ କଂପ୍ୟୁଟର ଶକ୍ତିରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟ ବ୍ୟାପକ ଡାଟା ସୃଷ୍ଟି କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡାଟାର ଗୋପନୀୟତାକୁ ନିଶ୍ଚିତ କରିବା ଏବଂ ଦେଶର ସମ୍ବଳକୁ ସୁରକ୍ଷିତ ରଖିବା ସକାଶେ ସରକାର ଆଗାମୀ ଦିନରେ ଏକ ଦୃଢ ଡାଟା ନିୟାମକ ବିଧିବ୍ୟବସ୍ଥା ପ୍ରଣୟନ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଆଶା ପ୍ରକାଶ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ‘ସାମାଜିକ ସଶକ୍ତିକରଣ ପାଇଁ ଦାୟିତ୍ୱସମ୍ପନ୍ନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆରଏଆଇଏସଇ) ୨୦୨୦ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ଶ୍ରୀ ଅମ୍ବାନି ଡାଟାର ଜାତୀୟକରଣ ସକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଆଗାମୀ ଦିଗରେ ଭାରତ ଡିଜିଟାଲ ପୁଞ୍ଜିକୁ ନେଇ ଅଧିକରୁ ଅଧିକ ପ୍ରତିଯୋଗିତା କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ବିକାଶ ନିମନ୍ତେ ବିପୁଳ ଡିଜିଟାଲ ପୁଞ୍ଜିର ଫାଇଦା ଉଠାଇବାକୁ ଭାରତ ପାଖରେ ଅନନ୍ୟ ସୁଯୋଗ ରହିଥିବା ସେ କହିଥିଲେ। ଭାରତୀୟ ଅର୍ଥନୀତି ଓ ନାଗରିକ ସମାଜ ମିଳିତ ଭାବରେ ଦ୍ରୁତ ଗତିରେ ବିପୁଳ ପରିମାଣରେ ଡାଟା ସୃଷ୍ଟି କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିମନ୍ତେ ଡାଟାକୁ କଞ୍ଚାମାଲ ଭାବରେ ବ୍ୟବହାର କରାଯାଇଥାଏ। ଡାଟା ମଧ୍ୟ ଏକ ପ୍ରକାରର ଡିଜିଟାଲ ପୁଞ୍ଜି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ବଳ। ତେଣୁ ଡାଟା ସୁରକ୍ଷା ନିଶ୍ଚିତ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜରୁରୀ ଆବଶ୍ୟକତା ରହିଛି।

ଭାରତର ୧୩୦  କୋଟି ଲୋକ ଯେତେବେଳେ ଡିଜିଟାଲ ପଦ୍ଧତିରେ ସଶକ୍ତ ହେବେ ସେତେବେଳେ ସେମାନେ ନୂତନ ଡିଜିଟାଲ ଉଦ୍ୟୋଗ ବ୍ୟାପକ ଭାବେ ସୃଷ୍ଟି କରିବେ ଏବଂ ତାହା ଦ୍ରୁତତର ଅର୍ଥନୈତିକ ଅଭିବୃଦ୍ଧି, ବୃହତ୍ତର ସମୃଦ୍ଧି, ଉଚ୍ଚ ଗୁଣାତ୍ମକ ମାନର ନିଯୁକ୍ତି ସୁଯୋଗ ଏବଂ ଆମ ସମାଜର ସବୁ ସ୍ତରରେ ଉତ୍ତମ ଜୀବନଧାରଣ ମାନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ ସୂଚନା ଦେଇଥିଲେ। ଅମ୍ବାନି କହିଲେ, ପୃଥିବୀ ପୃଷ୍ଠରେ ଏକ ବୃଦ୍ଧିମାନ ଜୀବନର ଜନ୍ମ ସହିତ ଆଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କେବଳ ତୁଳନା କରାଯାଇପାରିବ।

ଆଗାମୀ ଦଶନ୍ଧିଗୁଡିକରେ ମୋଟ ଅଣ-ଜୈବିକ ବୁଦ୍ଧିମତା ସମୁଦାୟ ମାନବ ଜାତିର ବୁଦ୍ଧିକୁ ଟପିଯିବ। କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବେହେଲେ ମଣିଷ ମସ୍ତିଷ୍କର ପ୍ରତିବଦଳ ସ୍ଥାନ ନେଇପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ସଂପୃକ୍ତ ଅନ୍ୟାନ୍ୟ ପ୍ରଯୁକ୍ତି ଭାରତ ତଥା ବିଶ୍ୱ ସମ୍ମୁଖରେ ଥିବା ବହୁ ଜଟିଳ ସମସ୍ୟାର ସମାଧାନ ଦିଗରେ ଆମର ସାମର୍ଥ୍ୟକୁ ପରିବ୍ୟାପ୍ତ କରିବ ବୋଲି ସେ ମତ ଦେଇଥିଲେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତାଙ୍କ ଉଦ୍‌ବୋଧନରେ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାରତକୁ ତାହାର ଆକାଂକ୍ଷିତ ଲକ୍ଷ୍ୟ ହାସଲ ଦିଗରେ ସୁରୁଖୁରୁରେ ଅଗ୍ରସର ହେବାରେ ସମର୍ଥ କରାଇବ। ସେଥିମଧ୍ୟରେ ଦେଶକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରଣ କରିବା, ଶିଳ୍ପ ଏବଂ ବ୍ୟବସାୟଗୁଡିକ ‘ଆତ୍ମନିର୍ଭର’ କରିବା ଏବଂ ନୂତନ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳରେ ଭାରତ ଆଧିପତ୍ୟ ବିସ୍ତାର କରିବା, ଭାରତୀୟ କୃଷିକ୍ଷେତ୍ରର ଆଧୁନିକିକରଣ ଏବଂ କୃଷକଙ୍କ ଆୟ ବୃଦ୍ଧି, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଯୋଗାଣ ଆଦି ଅନ୍ତର୍ଭୁକ୍ତ।

ସେ କହିଲେ, ଭାରତୀୟ ଶିଳ୍ପ ଏବଂ ଭାରତୀୟ ଯୁବଗୋଷ୍ଠୀ ତଥା ସମୁଦାୟ ରାଷ୍ଟ୍ର ଏକ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛନ୍ତି ଯାହା ଏକ ସୁଦୃଢ, ଚିରସ୍ଥାୟୀ ଏବଂ ସମଭାବାପନ୍ନ ନୂତନ ଭାରତ ଗଠନ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୋତ୍ସାହିତ କରିବ। ତେଣୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ତଥା ଏହା ଯେଭଳି ପ୍ରତ୍ୟେକ ଭାରତୀୟଙ୍କ କାର୍ଯ୍ୟରେ ଲାଗିପାରିବ, ସେଥିପାଇ ପ୍ରକୃଷ୍ଟ ସମୟ ଉପନୀତ ଏବଂ ସମସ୍ତ ସାଧନ ପ୍ରସ୍ତୁତ ବୋଲି ସେ କହିଥିଲେ।

ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଅନ୍ୟାନ୍ୟ ନେତୃବୃନ୍ଦ, ବରିଷ୍ଠ ଅଧିକାରୀ, ଭାରତୀୟ ଶିଳ୍ପ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୁବ୍ ଶୀଘ୍ର ଆସିବ ଜିଓ ୫ଜି, ଘୋଷଣା କଲେ ରିଲାଏନ୍ସ ମୁଖ୍ୟ ଅମ୍ବାନି

ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍‌ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ଜିଓ ୫ଜି ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଗଠନକୁ ସାକାର କରିବ ବୋଲି ଅମ୍ବାନୀ କହିଛନ୍ତି।

୪୩ ତମ ବାର୍ଷିକ ସାଧାରଣ ବୈଠକରେ ଅମ୍ବାନୀ ଆହୁରି ବି ଘୋଷଣା କରିଛନ୍ତି ଯେ ଜିଓ ପ୍ଲାଟଫର୍ମରେ ଗୁଗୁଲ୍‌ ୩୩, ୭୩୭ କୋଟି ଟଙ୍କା ନିବେଶ କରିବ। ଅମ୍ବାନୀ କହିଛନ୍ତି କି ଜିଓ ୫ଜି ସଲ୍ୟୁସନ୍‌ ଆରମ୍ଭ କରିଛି। ୫ଜି ସଲ୍ୟୁସନ୍‌ ଲଞ୍ଚ୍‌ କରିବା ପରେ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାହା ଉତ୍ସର୍ଗ କରିଛନ୍ତି।

ସେ ଆହୁରି ବି କହିଛନ୍ତି କି ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ପ୍ଲାଟଫର୍ମରେ ବ୍ୟବହାରୀକରୀଙ୍କ ସଂଖ୍ୟା ଅଧା ବିଲିୟନ୍ ହୋଇଯିବ। ଭାରତର ନିଜର ସ୍ବଦେଶୀ ୫ଜି ସଲ୍ୟୁସନ୍‌ ହୋଇଗଲେ ଆମ ଦେଶ ଆଉ ଚୀନ କିମ୍ବା ୟୁରୋପୀୟ ଦେଶଗୁଡ଼ିକ ଉପରେ ଆଉ ନିର୍ଭର କରିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ୧୦ ବିଲୟନ୍‌ ଡଲାର ଭାରତର ଡିଜିଟାଲ୍‌ ପାଣ୍ଠି ପାଇଁ ଘୋଷଣା କରିଥିଲେ।