ଖୁବ୍ ଶୀଘ୍ର ଆସିବ ଜିଓ ୫ଜି, ଘୋଷଣା କଲେ ରିଲାଏନ୍ସ ମୁଖ୍ୟ ଅମ୍ବାନି

Published: Jul 15, 2020, 4:13 pm IST

ମୁମ୍ବାଇ, ଦେଶରେ ଜିଓ ଖୁବ୍ ଶୀଘ୍ର ଜିଓ ୫ଜି ଲଞ୍ଚ୍‌ କରିବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ତଥା ଦେଶର ସର୍ବାଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ଜିଓ ୫ଜି ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଗଠନକୁ ସାକାର କରିବ ବୋଲି ଅମ୍ବାନୀ କହିଛନ୍ତି।

୪୩ ତମ ବାର୍ଷିକ ସାଧାରଣ ବୈଠକରେ ଅମ୍ବାନୀ ଆହୁରି ବି ଘୋଷଣା କରିଛନ୍ତି ଯେ ଜିଓ ପ୍ଲାଟଫର୍ମରେ ଗୁଗୁଲ୍‌ ୩୩, ୭୩୭ କୋଟି ଟଙ୍କା ନିବେଶ କରିବ। ଅମ୍ବାନୀ କହିଛନ୍ତି କି ଜିଓ ୫ଜି ସଲ୍ୟୁସନ୍‌ ଆରମ୍ଭ କରିଛି। ୫ଜି ସଲ୍ୟୁସନ୍‌ ଲଞ୍ଚ୍‌ କରିବା ପରେ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାହା ଉତ୍ସର୍ଗ କରିଛନ୍ତି।

ସେ ଆହୁରି ବି କହିଛନ୍ତି କି ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ପ୍ଲାଟଫର୍ମରେ ବ୍ୟବହାରୀକରୀଙ୍କ ସଂଖ୍ୟା ଅଧା ବିଲିୟନ୍ ହୋଇଯିବ। ଭାରତର ନିଜର ସ୍ବଦେଶୀ ୫ଜି ସଲ୍ୟୁସନ୍‌ ହୋଇଗଲେ ଆମ ଦେଶ ଆଉ ଚୀନ କିମ୍ବା ୟୁରୋପୀୟ ଦେଶଗୁଡ଼ିକ ଉପରେ ଆଉ ନିର୍ଭର କରିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ୧୦ ବିଲୟନ୍‌ ଡଲାର ଭାରତର ଡିଜିଟାଲ୍‌ ପାଣ୍ଠି ପାଇଁ ଘୋଷଣା କରିଥିଲେ।

Related posts