Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଇଲେକ୍ଟ୍ରି ବାଇକ ଏମୋ ସୋ’ରୁମ୍ ଉଦ୍‌ଘାଟିତ
ଆଞ୍ଚଳିକ

ଇଲେକ୍ଟ୍ରି ବାଇକ ଏମୋ ସୋ’ରୁମ୍ ଉଦ୍‌ଘାଟିତ

March 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପଟିଆସ୍ଥିତ ସୂର୍ଯ୍ୟବିହାରରେ ଏମୋ ମୋବିଲିଟି ପ୍ରାଇଭେଟ ଲିମିଟେଡ଼ର ଏମୋ ଇଲେକ୍ଟ୍ରି ବାଇକ ସୋ’ରୁମ୍ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋ’ରୁମ୍‌କୁ ଉଦ୍‌ଘାଟନ କରି ଇଲେକ୍ଟ୍ରି ସ୍କୁଟର ଦେଖିବା ସହ ମଡ଼େଲ ଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ।

ଅନ୍ୟତମ ଅତିଥି ଭାବେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଗୁପ୍ତା ପାୱାର ଲିମିଟେଡ଼ର ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ଇ-ସ୍କୁଟର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ଦୂର ହେବା ସହିତ ଏକ ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଉଦ୍‌ଘାଟନୀ ଅବସରରେ ସୋ’ରୁମ୍ ପକ୍ଷରୁ ୬ ପ୍ରକାରର ୫ଟି ମଡେଲ୍ ସ୍କୁଟର ଶୁଭାରମ୍ଭ କରାଯାଇଛି। ଏହି ଇ-ସ୍କୁଟର ଗୁଡ଼ିକରେ ଲିଥିୟମ ଆଇଅନ୍ ବ୍ୟାଟେରୀ ବ୍ୟବହାର ହୋଇଥିବା ବେଳେ ଏହାକୁ ଥରେ ଚାର୍ଜ କଲେ ୧୨୦ କିଲୋମିଟର ଯାଇପାରିବ ବୋଲି ସୋ’ରୁମ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଲିଡ୍ ଏସିଡ୍ ନିର୍ମିତ ଇ-ସ୍କୁଟର ୭୦-୮୦ କିଲୋମିଟର ଯାଇପାରିବ। ଇ-ସ୍କୁଟର ଗୁଡ଼ିକର ଏକ୍ସ ସୋ’ରୁମ୍ ମୂଲ୍ୟ ୬୦ ହଜାରରୁ ଆରମ୍ଭ ହୋଇ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ରାଜ୍ୟ ସରକାରଙ୍କର ଇ-ସ୍କୁଟର ଉପରେ ଥିବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ଗ୍ରାହକମାନେ ପାଇପାରିବେ ବୋଲି ସୋ’ରୁମ୍ ପକ୍ଷରୁ କୁହାଯାଇଥିଲା।

ଏହି ଉତ୍ସବରେ ପରିବେଶବିତ୍ ଏ.କେ. ଶାରଦା, ଏସ୍‌.କେ. ମିଶ୍ର, ଭୁବନେଶ୍ୱର କ୍ଲବ ସଦସ୍ୟ ଅଶୋକ ମିଶ୍ର, ସତିସ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆସୁଛି ଜିଓର ରେକର୍ଡ ଆଇପିଓ, ଆକଳନ ଅନୁଯାୟୀ ମୂଲ୍ୟାଙ୍କନ ୧୨.୭ ଲକ୍ଷ କୋଟି ପହଞ୍ଚିବା ଆଶା

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025
Jindal Ads
BJP Ads
Latest News

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.