Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କିଷାନ୍ କ୍ରେଡିଟ୍ କାର୍ଡରୁ କୃଷକଙ୍କୁ ମିଳେ ଅନେକ ସୁବିଧା, ଶସ୍ତା ଋଣ ସହିତ ଉପଲବ୍ଧ ହୋଇଥାଏ ଏହି ସବୁ ଜିନିଷ
ବିଶେଷ ଖବର

କିଷାନ୍ କ୍ରେଡିଟ୍ କାର୍ଡରୁ କୃଷକଙ୍କୁ ମିଳେ ଅନେକ ସୁବିଧା, ଶସ୍ତା ଋଣ ସହିତ ଉପଲବ୍ଧ ହୋଇଥାଏ ଏହି ସବୁ ଜିନିଷ

March 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ଭାରତ ଏକ କୃଷି ଦେଶ ଭାବରେ ପରିଗଣିତ ହୋଇଛି। ଦେଶର ଏକ ବୃହତ ଜନସଂଖ୍ୟା କୃଷିରୁ ନିଜର ଭରଣପୋଷଣ କରନ୍ତି। ଦେଶର ଜିଡିପିର ୧୭ ରୁ ୧୮ ପ୍ରତିଶତ କୃଷି ଅବଦାନ ରହିଛି। ଏଭଳି ପରିସ୍ଥିତିରେ ସରକାର ଚାଷୀଙ୍କ ସହାୟତା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ୍ କ୍ରେଡିଟ୍ କାର୍ଡ। କୃଷି ଉତ୍ପାଦନ ଅନେକ ଜିନିଷ ଉପରେ ନିର୍ଭର କରେ ଯେଉଁଥିରେ ପାଗ ମୁଖ୍ୟ ଅଟେ।

ଅନେକ ଥର ଝଡ, ବାତ୍ୟା, ଅତ୍ୟଧିକ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଏ। ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଋଣ ନେବା ଆବଶ୍ୟକ ହୋଇଥାଏ। ସେମାନେ ପ୍ରାୟତଃ ତାଙ୍କ ଆଖପାଖର ଲୋକଙ୍କଠାରୁ ବହୁତ ଅଧିକ ସୁଧ ହାରରେ ଋଣ ନେଇଥାନ୍ତି। ଏହା ପରେ, ସେମାନେ ଜୀବନସାରା ସେହି ଋଣର ଭାରରେ ପୋତି ହୋଇ ରହିଥାନ୍ତି। ଏପରି ପରିସ୍ଥିତିରେ ଚାଷୀଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର କିଷାନ କ୍ରେଡିଟ କାର୍ଡ ଆରମ୍ଭ କରିଛନ୍ତି। ୧୯୯୮ ମସିହାରେ କିଷାନ୍ କ୍ରେଡିଟ୍ କାର୍ଡ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଶସ୍ତା ସୁଧ ହାରରେ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା ଅଛି। ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ-

କିଷାନ୍ କ୍ରେଡିଟ୍ କାର୍ଡର ଲାଭ?:

କିଷାନ୍ କ୍ରେଡିଟ କାର୍ଡ ମାଧ୍ୟମରେ ସରକାର କମ୍ ସୁଧ ହାରରେ ଚାଷୀଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଅନ୍ତି। ଏହି ଋଣ କେବଳ ୪ ପ୍ରତିଶତ ସୁଧ ହାରରେ ଦିଆଯାଏ। ଏହି କାର୍ଡ ପାଇବା ପାଇଁ ଆପଣଙ୍କୁ ଅତିକମରେ ୧୮ବର୍ଷ ବୟସ ହୋଇଥିବା ଆବଶ୍ୟକ। ସର୍ବାଧିକ ୭୫ ବର୍ଷର ଜଣେ କୃଷକ ଏହି କ୍ରେଡିଟ୍ କାର୍ଡର ଲାଭ ଉଠାଇ ପାରିବେ।

କିଷାନ୍ କ୍ରେଡିଟ୍ କାର୍ଡ ପାଇବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍:

– ଭୋଟର୍ ଆଇଡି କାର୍ଡ
– ଆଦ କାର୍ଡ
– ଡ୍ରାଇଭିଂ ଲାଇସେନ୍ସ
– ପାସପୋର୍ଟ
– କୃଷକଙ୍କ ଜମି କାଗଜପତ୍ର

କେସିସି ପାଇଁ କିପରି ଆବେଦନ କରିବେ?:

କିଷାନ୍ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବାକୁ, ଆପଣ ଯେକୌଣସି ସରକାରୀ ବ୍ୟାଙ୍କରେ ଆବେଦନ କରିପାରିବେ। ବ୍ୟାଙ୍କକୁ ଯାଆନ୍ତୁ ଏବଂ କିଷାନ୍ କ୍ରେଡିଟ୍ କାର୍ଡର ଆବେଦନ ଫର୍ମ ପୂରଣ କରନ୍ତୁ। ଏହା ପରେ ଆପଣଙ୍କୁ ଉପରୋକ୍ତ ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ। ଏହା ପରେ ଆପଣ କିଷାନ୍ କ୍ରେଡିଟ୍ କାର୍ଡ ପାଇବେ। ଏହା ବ୍ୟତୀତ ଆପଣ ବ୍ୟାଙ୍କଗୁଡିକର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ KCC ପାଇଁ ଆବେଦନ କରିପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Latest News

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.