Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ପହଞ୍ଚିଲା ୟୁକ୍ରେନରେ ନିହତ ହୋଇଥିବା ନବୀନଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଭାରତରେ ପହଞ୍ଚିଲା ୟୁକ୍ରେନରେ ନିହତ ହୋଇଥିବା ନବୀନଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

March 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନର ଖାର୍କିଭରେ ବନ୍ଧୁକ ମୁନରେ ଭାରତୀୟ ଛାତ୍ର ନବୀନ ଶେକରାପ୍ପା ଜ୍ଞାନଗୋଦରଙ୍କ ମୃତ୍ୟୁ ଘଟିଛି। ଜିନବୀନଙ୍କ ମୃତଦେହ ଆଜି ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଛି। ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନବୀନ ଶେଖରପ୍ପା ଖାର୍କିଭରେ ରହୁଥିବାବେଳେ ମେଡିକାଲ ଅଧ୍ୟୟନ କରୁଥିଲେ।

ପରିବାର ସଦସ୍ୟ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହା ପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ମଧ୍ୟ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୃତଦେହକୁ ନେଇ ଯାଉଥିବା ବିମାନଟି ସକାଳ ପ୍ରାୟ ୩ ଟାରେ ବାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିଥିଲା, ଯେଉଁଠାରୁ ତାଙ୍କ ମୃତଦେହ କର୍ଣ୍ଣାଟକର ହାଭେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ଜନ୍ମ ଗ୍ରାମକୁ ପଠାଯାଇଥିଲା। ବିମାନ ବନ୍ଦର ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୋମ୍ମାଇ କହିଛନ୍ତି, “ୟୁକ୍ରେନରେ ଗୁଳି ବିନିମୟରେ ନିହତ ହୋଇଥିବା ନବୀନ ଶେଖରପ୍ପାଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିବାରୁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। ”

ଏମବିବିଏସ୍ ଛାତ୍ର ନବୀନ ଶେଖରପ୍ପା କର୍ଣ୍ଣାଟକର ହାଭେରୀ ଜିଲ୍ଲାରୁ ଆସିଛନ୍ତି। ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିର ୨୧ ବର୍ଷ ବୟସ୍କ ନବୀନ ଶେଖରପ୍ପା ଖାଦ୍ୟ କିଣିବା ପାଇଁ ଏକ ଧାଡିରେ ଠିଆ ହୋଇଥିବା ବେଳେ ଋଷ ସେନାର ଗୁଳିରେ ପ୍ରାଣ ହରାଇଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନବୀନ ଶେଖରପ୍ପାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଏହା ସହିତ ପରିବାରର ସଦସ୍ୟଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଛନ୍ତି।

ଏହାପୂର୍ବରୁ ଶନିବାର ଦିନ ନବୀନଙ୍କ ପିତା ଶଙ୍କରାପ୍ପା କହିଛନ୍ତି ଯେ, ଡାକ୍ତରୀ ଅନୁସନ୍ଧାନ ପାଇଁ ପରିବାର ସଦସ୍ୟ ନିଜ ପୁଅର ଶରୀରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବୀନଙ୍କ ପିତା କହିଛନ୍ତି ଯେ, “ମୋ ପୁଅ ମେଡିକାଲ କ୍ଷେତ୍ରରେ କିଛି ହାସଲ କରିବାକୁ ଚାହୁଁଥିଲା, କିନ୍ତୁ ତାହା ହୋଇ ନଥିଲା। ଅନ୍ତତଃ ପକ୍ଷେ ତାଙ୍କ ଶରୀରକୁ ଅନ୍ୟ ଡାକ୍ତରୀ ଛାତ୍ରମାନେ ଅଧ୍ୟୟନ ପାଇଁ ବ୍ୟବହାର କରିପାରିବେ। ତେଣୁ ଆମେ ତାଙ୍କ ଶରୀରକୁ ଡାକ୍ତରୀ ଅନୁସନ୍ଧାନ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛୁ।

ୟୁକ୍ରେନ ଶ୍ରଦ୍ଧାଞ୍ଜଳି ଅର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.