Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲାୟନ୍ସ ଜିଲ୍ଲା ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ
ଆଞ୍ଚଳିକ

ଲାୟନ୍ସ ଜିଲ୍ଲା ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ

March 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଲାୟନ୍ସ ଜିଲ୍ଲା ୩୨୨ସି୪ର ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର କାର୍ଯ୍ୟକଳାପ ପରିଦର୍ଶନ କରିଥିଲେ। ସର୍ବପ୍ରଥମେ ସେ କ୍ଲବର ସଭ୍ୟମାନଙ୍କ ସହ ଘାଟିକିଆରେ ଥିବା ଦୃଷ୍ଟିହୀନ, ମୁକ, ବଧୀର ବିଦ୍ୟାଳୟରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ ଏବଂ ଆମ୍ରି ହସ୍ପିଟାଲସ୍ଥିତ ଅସହାୟ କେନ୍ଦ୍ର ନିମାଂଶଠାରେ ମଧ୍ୟାହ୍ନ ଭୋଜନକୁ ନିଜ ହସ୍ତରେ ଅନ୍ତେବାସୀଙ୍କୁ ଆପ୍ୟାୟିତ କରିଥିଲେ।

ସନ୍ଧ୍ୟାରେ ଗଭର୍ଣ୍ଣର ଲାୟନ ପାଢୀ ଶତାଧିକ ଲାୟନ ସଭ୍ୟମାନଙ୍କ ଗହଣରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସଭାପତି ଲାୟନ କୁନାଲ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ଲାୟନ ଦେବାଶିଷ ପଟ୍ଟନାୟକ କ୍ଲବର ବିବରଣୀ ପାଠ କରିଥିଲେ। ଲାୟନ ମହେନ୍ଦ୍ର ପାତ୍ର, ଲାୟନ ନିର୍ମଳ ବେହେରା ଓ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ ଏବଂ ବହୁ ଲାୟନ ସଭ୍ୟମାନଙ୍କ ଉପସ୍ଥିତିରେ ଲାୟନ ପାଢୀ କ୍ଲବର କାର୍ଯ୍ୟକଳାପ ଉପରେ ଆଲୋକପାତ କରି ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ୩ ଜଣ ପ୍ରଶଂସିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଟ୍ରାଫିକ୍ ଡ଼େପୁଟି କମିଶନର ଡକ୍ଟର କେ.କେ. ପାଣିଗ୍ରାହୀ, ସମାଜସେବୀ ଗଗନ ପାଇଟାଲ ଓ ଭିନ୍ନକ୍ଷମ ମୋନାଲି ସ୍ୱାଇଁ।

ଲାୟନ ପ୍ରଦୀପ୍ତ ମହାନ୍ତି ଉକ୍ତ ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଓ ସର୍ବଶେଷରେ ଲାୟନ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026

ଚାହିଦା ବୃଦ୍ଧି ସମୟରେ ନିରବିଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରୁଛନ୍ତି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.