Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠୁ ଦୁଇ ଦିନ ଧରି ଦେଶରେ ହେବ ଧର୍ମଘଟ, ଜାଣନ୍ତୁ କେଉଁ ବ୍ୟାଙ୍କର ସେବା ହେବ ପ୍ରଭାବିତ
ଆଜିର ଖବର

ଆସନ୍ତାକାଲିଠୁ ଦୁଇ ଦିନ ଧରି ଦେଶରେ ହେବ ଧର୍ମଘଟ, ଜାଣନ୍ତୁ କେଉଁ ବ୍ୟାଙ୍କର ସେବା ହେବ ପ୍ରଭାବିତ

March 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭରତ ବନ୍ଦ ଏବଂ ବ୍ୟାଙ୍କ ଷ୍ଟ୍ରାଇକ୍ ଯୋଗୁଁ ମାର୍ଚ୍ଚ ୨୮-୨୯ ତାରିଖରେ ବ୍ୟାଙ୍କ, ରେଳବାଇ, ପ୍ରତିରକ୍ଷା ସମେତ ସମସ୍ତ କ୍ଷେତ୍ରରେ କାର୍ଯ୍ୟ ଖରାପ ହୋଇପାରେ। ସମସ୍ତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକର ଟ୍ରେଡ ୟୁନିଅନମାନେ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରେଡ ୟୁନିଅନର କେନ୍ଦ୍ରୀୟ ମିଳିତ ମଞ୍ଚ ଏବଂ ସମସ୍ତ ସ୍ଵାଧୀନ ଟ୍ରେଡ ୟୁନିଅନ ସୋମବାର ଏବଂ ମଙ୍ଗଳବାର ଦିନ ଏହି ଭାରତ ବନ୍ଦ ଆହ୍ଵାନ ଦେଇଛନ୍ତି। ଏହି ସଂସ୍ଥାଗୁଡ଼ିକ ଶ୍ରମ ସଂହିତା ରଦ୍ଦ, କୌଣସି କ୍ଷେତ୍ରରେ ଘରୋଇକରଣ, ସମ୍ପତ୍ତି ବିକ୍ରୟ ପାଇଁ ଜାତୀୟ ମୋନେଟାଇଜେସନ୍ ପାଇପଲାଇନ ବାତିଲ, MNREGA ମଜୁରୀ ବୃଦ୍ଧି ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ନିୟମିତକରଣ ଭଳି ଦାବି ଉଠାଇଛନ୍ତି।

ଷ୍ଟ୍ରାଇକ୍ ଯୋଗୁଁ ଏହାର ସେବା କିଛି ପରିମାଣରେ ପ୍ରଭାବିତ ହୋଇପାରେ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କହିଛି। ବ୍ୟବସାୟର ସାଧାରଣ କାର୍ଯ୍ୟ ପାଇଁ ସେ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିଛନ୍ତି। ପିଏନବି କହିଛି ଯେ, ବ୍ୟାଙ୍କର କର୍ମଚାରୀ ସଂଗଠନ ଏହି ଧର୍ମଘଟ ସମ୍ପର୍କରେ ନୋଟିସ ଦେଇଛନ୍ତି, ଯାହା ସେବା ଉପରେ ପ୍ରଭାବ ପକାଇପାରେ।

ସେମାନଙ୍କ ସେବା ପ୍ରଭାବିତ ହୋଇପାରେ ବୋଲି କାନାରା ବ୍ୟାଙ୍କ, ଆରବିଏଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ମଧ୍ୟ କହିଛନ୍ତି। ଦୁଇ ଦିନର ଧର୍ମଘଟ ପରେ ଆର୍ଥିକ ବର୍ଷର ଶେଷ ଦିନରେ ବନ୍ଦ ହେତୁ ମାର୍ଚ୍ଚ ୩୦-୩୧ ତାରିଖ ସୁଦ୍ଧା ବ୍ୟାଙ୍କଗୁଡିକରେ ଗ୍ରାହକଙ୍କ ପାଇଁ ସେବା ପ୍ରଭାବିତ ହୋଇପାରେ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମସ୍ତ ସରକାରୀ କାରବାରକୁ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଆକାଉଣ୍ଟରେ କ୍ରେଡିଟ୍ କରିବାକୁ ପଡିବ। ରିଜର୍ଭ ବ୍ୟାଙ୍କ କହିଛି ଯେ, ସମସ୍ତ ବ୍ୟାଙ୍କକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସରକାରୀ କାରବାର ପାଇଁ ସମସ୍ତ ଶାଖା ଖୋଲିବାକୁ ପଡିବ, ଯାହାଫଳରେ ବ୍ୟବସାୟ ସୁରୁଖୁରୁରେ ଚାଲିବ।

ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ଏକ ବିବୃତ୍ତିରେ କହିଛି ଯେ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଦାବିକୁ ଗୁରୁତ୍ୱ ଦେଇ ଆମେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛୁ। ୟୁନିଅନର ସାଧାରଣ ସମ୍ପାଦକ ସିଏଚ ଭେଙ୍କଟାଚଲମ କହିଛନ୍ତି ଯେ, ଆମର ଚାହିଦା ହେଉଛି ବ୍ୟାଙ୍କଗୁଡିକର ଘରୋଇକରଣ ବନ୍ଦ କରାଯିବା ଉଚିତ ଏବଂ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ମଜବୁତ ହେବା ଉଚିତ୍। ଖରାପ ଋଣର ପୁନରୁଦ୍ଧାର ପାଇଁ କୌଶଳ ମଜବୁତ ହେବା ସହିତ ଜମା ଉପରେ ସୁଧ ହାର ବୃଦ୍ଧି କରାଯିବା ଉଚିତ୍। ଗ୍ରାହକଙ୍କ ପାଇଁ ସେବା ଚାର୍ଜ ହ୍ରାସ କରିବା ସହିତ ପୁରୁଣା ପେନ୍ସନ୍ ଯୋଜନାର ପୁନରୁଦ୍ଧାର ମଧ୍ୟ ଆମର ଚାହିଦାକୁ ଅନ୍ତର୍ଭୁକ୍ତ କରାଯାଇଛି। ସେ ଦାବି କରିଛନ୍ତି ଯେ, ପବ୍ଲିକ ସେକ୍ଟର ବ୍ୟାଙ୍କ, ବେସରକାରୀ, ବିଦେଶୀ ଏବଂ ସମବାୟ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ତାଙ୍କ ଆହ୍ଵାନରେ ଏହି ଧର୍ମଘଟରେ ଯୋଗଦେବେ।

ବ୍ୟାଙ୍କ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025
Latest News

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.