Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି
ବିଶେଷ ଖବର

କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି

April 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା
କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

ଭୁବନେଶ୍ୱର: ମହାନଦୀ କୋଲଫିଲ୍ଡସ ଲିମିଟେଡ଼ (ଏମ୍‌ସିଏଲ୍‌) ଏହାର ଉତ୍ପାଦନ ଓ ଡେସ୍‌ପ୍ୟାଚ୍ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଛି। କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪% ଅଭିବୃଦ୍ଧି କରି ୧୬୮ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରି ଐତିହାସିକ ରେକର୍ଡ଼ ସୃଷ୍ଟି କରିଛି।

କୋଲଇଣ୍ଡିଆର ସହାୟକ କମ୍ପାନୀ ଏମ୍‌ସିଏଲ ୨୦୨୧-୨୨ ଆର୍ଥିକ ବର୍ଷ ଶେଷରେ କୋଇଲା ଉତ୍ପାଦନ, ଡେସ୍‌ପ୍ୟାଚ୍ ଏବଂ ଓଭର ବର୍ଡେନ ହଟାଇବା (ଓବିଆର୍‌) କ୍ଷେତ୍ରରେ ସଫଳତାର ଶୀର୍ଷରେ ରହି ନିଜ ପାରଦର୍ଶିତାର ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି।

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏମ୍‌ସିଏଲ୍  ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓ. ପି ସିଂହ କହିଥିଲେ ଯେ, ଗତ ଆର୍ଥିକ ବର୍ଷ କମ୍ପାନୀ ପାଇଁ ଏକ ସଫଳତାର ବର୍ଷ ହୋଇଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ କମ୍ପାନୀ ୧୦୩% ଅଭିବୃଦ୍ଧି ହୋଇଛି ଯାହାକି ୧୬୮.୧୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରି ଶୀର୍ଷ ସ୍ଥାନରେ ରହି ପାରିଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି।

ଏତଦ୍‌ବ୍ୟତୀତ ପୂର୍ବ ବର୍ଷ ତୁଳନାରେ କୋଇଲା ଡେସ୍‌ପ୍ୟାଚ୍‌ର ୨୧% ବୃଦ୍ଧି କରି ୧୭୬.୧୭ ମିଲିୟନ ଟନ୍ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଇ ପାରିଛି।

ସେହିପରି, ଓବିଆରରେ ଏମ୍‌ସିଏଲ୍ ୧୮% ବୃଦ୍ଧି ଘଟାଇ ୨୦୭ ମିଲିଅନ କ୍ୟୁବିକ୍ ମିଟର ରେକର୍ଡ଼ କରିଛି ଯାହା କି, ଚଳିତ ଆର୍ଥିକବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିପାରିଛି। ସିଏମ୍‌ଡି ଶ୍ରୀ ସିଂଙ୍କ ସହ ଶ୍ରୀ କେ.ଆର୍‌. ବାସୁଦେବନ, ନିର୍ଦ୍ଦେଶକ (ବିତ୍ତ) ଏବଂ କେଶବ ରାଓ, ନିର୍ଦ୍ଦେଶକ (କାର୍ମିକ) ଉପସ୍ଥିତ ଥିଲେ।

ଏତଦ୍‌ବ୍ୟତୀତ ଏସ୍‌. କେ. ପାଲ ନିର୍ଦ୍ଦେଶକ (ବୈଷୟିକ/ଯୋଜନା ଓ ପରିଯୋଜନା) ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। କୋଭିଡ-୧୯ ମହାମାରୀ ସତ୍ତ୍ୱେ ଗତ ୨୦୨୧-୨୨ ଆର୍ôଥକ ବର୍ଷର ତୃତୀୟ ତ୍ରୈୟମାସିକରେ କୋଇଲାର ବୃଦ୍ଧି ଘଟିଥିବା ଚାହିଦାକୁ ପୂରଣ କରିବା ଦିଗରେ ଏମ୍‌ସିଏଲ୍ ସଫଳତା ହାସଲ କରିପାରିଛି।

କମ୍ପାନୀର ଏହି ଉପଲବ୍ଧି ପାଇଁ ସହଯୋଗ କରିଥିବା ରାଜ୍ୟ ପ୍ରଶାସନ, ଲୋକ ପ୍ରତିନିଧି, ଶ୍ରମିକ ସଙ୍ଗଠନ ପ୍ରତିନିଧି, ଭାରତୀୟ ରେଳବାଇ, ପାରିପାଶ୍ୱିର୍କ ଗ୍ରାମବାସୀ ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସିଏମ୍‌ଡି ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି। କୋଇଲା ଚାହିଦାର ଭବିଷ୍ୟତ ବିଷୟରେ ଶ୍ରୀ ସିଂ କହିଛନ୍ତି ଯେ, ଆଗାମୀ ଦିନରେ କୋଇଲାର ଚାହିଦା ଅଧିକ ରହିବ ବୋଲି ଆକଳନ କରାଯାଉଛି।

ବର୍ଷାଋତୁ ଓ ଅନ୍ୟାନ୍ୟ ଆହ୍ୱାନକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି କରିବାରେ ତଥା ଆବଶ୍ୟକ ଚାହିଦା ପୂରଣ କରିବା ଦିଗରେ ଆମେ ଅଗ୍ରିମ ପ୍ରସ୍ତୁତି କରିସାରିଛୁ ବୋଲି ଶ୍ରୀ ସିଂ କହିଛନ୍ତି। ଏଥିସହ କମ୍ପାନୀ ଆର୍ଥିକ ବର୍ଷ ୨୦୨୨ ପାଇଁ ୩,୮୦୫ କୋଟି ଟଙ୍କାର ପୁଞ୍ଜିବ୍ୟୟ ମଧ୍ୟ କରିଛି , ଯାହା ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାକୁ ଏମ୍‌ସିଏଲ୍‌କୁ ସାହାଯ୍ୟ କରିବ।

୨୦୨୨-୨୩ ଆର୍ଥିକ ବର୍ଷ କମ୍ପାନୀ ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ ବୋଲି ଏମ୍‌ସିଏଲ୍ ସିଏମ୍‌ଡି ସୂଚନା ଦେଇଛନ୍ତି। ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ କେଇଲା ଉତ୍ତୋଳନ କରୁଥିବା ଏମ୍‌ସିଏଲ୍ ହେଉଛି ଦେଶର ସର୍ବ ବୃହତ୍ତ କୋଇଲା ଉତ୍ପାଦନକାରୀ କମ୍ପାନୀ।

କୋଇଲା
Share. Facebook Twitter LinkedIn Email WhatsApp Copy Link

Related Posts

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026
Latest News

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.