ଓଡିଶାର ଆଠଟି ସହରରେ ଆରମ୍ଭ ହାଲୋ କ୍ୟାବ ସର୍ଭିସ

Published: Apr 14, 2022, 9:20 pm IST

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ହାଲୋ କ୍ୟାବ ସର୍ଭିସ । ଓଲା ଉବେର ପରି ଏହି ଦେଶୀୟ ହାଲୋ କ୍ୟାବ ଲୋକମାନଙ୍କୁ ଯାନବାହନର ସୁବିଧା ଯୋଗାଇ ଦେବ। ସେଥିପାଇଁ  ଆପ ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ପ୍ଲେଷ୍ଟୋର ରୁ ଏହି ଆପ ଡାଉନଲୋଡ କରି ସେବା ହାସଲ କରିପାରିବେ। ଏହି ଆପ ମାଧ୍ୟମରେ ଲୋକମାନେ ନିଜର ମନପସନ୍ଦର ୪ ଚକିଆ ଯାନ ସହିତ ଅଟୋ ଓ ବ୍ୟବସାୟିକ ଯାନ ବୁକିଙ୍ଗ କରି ପାରିବେ।

ହାଲୋ କ୍ୟାବ ଅନ୍ୟ କ୍ୟାବ ସଂସ୍ଥା ଠାରୁ ବହୁତ ଭିନ୍ନ ଅଟେ। ଏହା ବହୁତ ନୂଆ ଫିଚର ପ୍ରଦାନ କରୁଛି। ଲୋକମାନେ ଏହି ଆପ ସହିତ ନିଶୁକ୍ଳ ନମ୍ବରରେ (୧୮୦୦ ୩୧୩ ୬୭୬୭୬୭) କଲ କରି ଟ୍ଯାକ୍ସି ସହିତ  ପରିବହନ ଯାନ ମଧ୍ୟ ବୁକିଙ୍ଗ କରି ପାରିବେ। ଏହି ସେବା ଏବେ ଭୁବନେଶ୍ବର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବ୍ରହ୍ମପୁର, ବଲାଙ୍ଗୀର ଓ କଟକରେ ଆରମ୍ଭ ହୋଇ ଅଛି।

ଏଥିରେ ପ୍ରତି ଟ୍ରିପ ରେ ୧ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ଓ ପ୍ରଧାନ ମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିବା ପାଇଁ କଂପାନୀ ବ୍ୟବସ୍ଥା କରିଛି। ଏଥି ସହିତ ପ୍ରତ୍ୟେକ ଟ୍ରିପରେ ଯାତ୍ରୀ ମାନଙ୍କ ପାଇଁ ବୀମା ମଧ୍ୟ ଉପଲବ୍ଧ ଅଛି। ଏଥିରେ ଡ୍ରାଇଭର ମାନଙ୍କ ପାଇଁ ଅନ୍ୟ କ୍ୟାବ ମାନଙ୍କ ଠାରୁ ଅଧିକ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ଖୁବଶୀଘ୍ର ଏହି ସେବା ଦିଲ୍ଲୀ, କଲିକତା, ରାୟପୁର, ବିଶାଖାପାଟନମରେ ଉପଲବ୍ଧ ହେବାକୁ ଯାଉଛି। ଏହି ସର୍ଭିସ ରେସୁମିଙ୍ଗ ସେରିମୋନିରେ ହାଲୋ କ୍ୟାବ ର ପ୍ରତିଷ୍ଠାତା, କାର୍ଯ ନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Related posts