ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ସକାଳ ୫.୧୫ ମିନିଟ୍ ସମୟରେ ଖଲାସୁଣି ବନ୍ୟଜନ୍ତୁ ଅଭୟାରଣ୍ୟକୁ ଲାଗିଥିବା କେନ୍ଦୁମୁଣ୍ଡା PRF ଭିତରେ ବେଆଇନ ଭାବେ ଦେଶୀ ବନ୍ଧୁକ, ଗୁଳି ଏବଂ ପଶୁ ସାମଗ୍ରୀ ରଖି ବନ୍ୟଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଶିକାରୀମାନେ ହେଲେ ଦେଓଗଡ଼ ଜିଲ୍ଲା ବଡସିମଲାଇ ଗ୍ରାମର ମଦନ ପାତ୍ର, କିସିଣ୍ଡା ଥାନା ଜେମାଜୁରୀ, ଗ୍ରାମର ବୁଧଦେବ ଟପ୍ପୋ ଓ
ରାଜୁ ଲୁହା କିସିଣ୍ଡା ଥାନା ଜେମାଜୁରୀ ଗ୍ରାମର ବୋଲି ବନବିଭାଗର ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି।
ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ୧ ଟି ଗୁଳି / ଗୋଳାବାରୁଦ ଓ ପଶୁ ସାମଗ୍ରୀ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ କହିଛି। ଅଭିଯୁକ୍ତମାନେ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁମୁଣ୍ଡା ଜଙ୍ଗଲରେ ଚଢ଼ାଉ କରି ଏମାନଙ୍କୁ ଧରିବାରେ ସଫଳ ହୋଇଥିଲା।


