ଗଂଗା ସପ୍ତମୀ କଣ, ଏହା କେବେ ପଡୁଛି, କଣ ରହିଛି ଏହାର ମହତ୍ବ

Published: May 3, 2022, 3:37 pm IST

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଗଂଗା ସପ୍ତମୀ ଏକ ବଡ ପର୍ବ ଭାବେ ପରିଗଣିତ ହୋଇଛି। ଏହା ଓଡିଶାରେ ବିଶେଷ ଭାବେ ପାଳିତ ହେଉ ନ ଥିଲେ ମଧ୍ୟ ଦେଶର ଅନ୍ୟ ଭାଗରେ ଏହା ପାଳିତ ହେଉଛି। ମୁଖ୍ୟତଃ ବୈଶାଖ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥୀରେ ଏହି ପର୍ବ ପଡିଥାଏ। ସେହି ଅନୁସାରେ ଏଥର ଆସନ୍ତା ଆଠ ତାରିଖ ରବିବାର ଦିନ ପଡୁଛି।

ପୌରାଣିକ ତଥ୍ୟ ଅନୁସାରେ ଏହିଦିନ ମାତା ଗଙ୍ଗା ସ୍ବର୍ଗରୁ ଆସି ଦେବ ଦେବ ମହାଦେବଙ୍କ ମୁଣ୍ଡରେ ସ୍ଥାପନ ହୋଇଥିଲେ। ସେଥିପାଇଁ ଏହାକୁ ଗଂଗା ସପ୍ତମୀ ବା ଗଙ୍ଗା ଦଶହରା ନାମରେ ନାମିତ କରାଯାଇଛି। ଏହିଦିନ ଗଂଗା ନଦୀରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି।

Related posts