ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରଚାରକୁ ନିଷେଧ କରିବା ପାଇଁ ଦାବି କରିଛି କଂଗ୍ରେସ । ନିର୍ବାଚନ ଆଚରଣ ବିଧି ଉଲଂଘନ ପାଇଁ ମୋଦିଙ୍କ ଉପରେ ୪୮ ରୁ ୭୨ ଘଣ୍ଟାର ନିଷେଧ କରିବା ଉଚିତ୍ ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ ପ୍ରକାଶ କରିଛନ୍ତି । ଏନେଇ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏବଂ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି । ଉଭୟ ନେତା କହିଛନ୍ତି ମୋଦୀ ଏବଂ ଶାହା ନିର୍ବାଚନ କମିଶନ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧି ଠାରୁ ଉପରେ ନୁହନ୍ତି । ସେମାନଙ୍କ ପ୍ରଚାର ଉପରେ ଅଙ୍କୁଶ ଲଗାଇ ନିର୍ବାଚନ କମିଶନ ଏହା ପ୍ରମାଣ କରନ୍ତୁ ବୋଲି ଉଭୟ ନେତା କହିଛନ୍ତି । ଉଭୟ ନେତା ମୋଦିଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିବା ସମୟରେ ଶାହାଙ୍କ ବିପକ୍ଷରେ ଗୋଟିଏ ଅଭିଯୋଗ ଦାଖଲ କରିଥିଲେ । ଏପ୍ରିଲ୍ ୨୫ଏବଂ ୨୬ ତାରିଖରେ ମୋଦିଙ୍କ ବାରଣାସୀ ଗସ୍ତ ଏବଂ ନାମାଙ୍କନ ଦାଖଲ ସମୟରେ ସେ ଆଦର୍ଶ ଆଚରଣ ବିଧି ଉଲଂଘନର ଅଭିଯୋଗ କରିଛି କଂଗ୍ରେସ ।
ମୋଦି ଏବଂ ଶାହାଙ୍କ ପ୍ରଚାରକୁ ନିଷେଧ କରିବା ପାଇଁ ଦାବି କଲା କଂଗ୍ରେସ
Published:
Apr 30, 2019, 12:26 pm IST
Tags: