Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦ ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
ବିଶେଷ ଖବର

ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦ ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

May 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ସରକାରଙ୍କର “ସ୍ୱଦେଶୀ” ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରାଯାଇଛି। ଗୃହ ବ୍ୟାପାର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ୧୦୭ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍‌) କ୍ୟାଂଟିନ୍ ଗୁଡିକରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିଛନ୍ତି ଏବଂ ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିବେ।

“ଗାନ୍ଧୀଜୀଙ୍କ ନିମନ୍ତେ ଖଦି ସ୍ୱଦେଶୀର ପ୍ରତୀକ ଥିଲା ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଏକ ସାଧନ ମଧ୍ୟ ଅଟେ। ଖଦି ନିଜେ ହିଁ ଶୁଦ୍ଧତାର ଗ୍ୟାରେଂଟି ଦେଇଥାଏ। ମୁଁ ବହୁତ ଖୁସି ଯେ, ୧୦୭ ପାରା ମିଲିଟାରୀ କ୍ୟାଂଟିନ୍‌ରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ ହୋଇ ଯାଇଛି ଏବଂ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକୁ ସାରା ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ” ବୋଲି ଆସାମର ତାମୁଲପୁରରେ ବିଏସ୍‌ଏଫ୍‌ର କେନ୍ଦ୍ରୀୟ କାର୍ଯ୍ୟଶାଳା ଏବଂ ଷ୍ଟୋର୍‌ର ଭିତି ପ୍ରସ୍ତର ସ୍ଥାପନ କରିବା ଅବସରରେ ଗୃହ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା, ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ବିଏସ୍‌ଏଫ୍ ଏବଂ ସିଆରପିଏଫ୍‌‌ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ଶାହ ଦେଶରେ ସ୍ଥାୟୀ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ନିମନ୍ତେ କେଭିଆଇସିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କେଭିଆଇସିର ପ୍ରମୁଖ ଯୋଜନା ଗୁଡିକ, ଯେମିତିକି ମହୁ ମିଶନ, କୁମ୍ଭାର ସଶକ୍ତିକରଣ ଯୋଜନା, ଚମଡା ଏବଂ ବଢ଼େଇ ସଶକ୍ତିକରଣ ଯୋଜନା ଗୁଡିକର ଆସାମର ବୋଡୋଲ୍ୟାଣ୍ଡରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିଛି। ସେ କହିଥିଲେ ଯେ, “ଯଦି କେଭିଆଇସି ଲୋକ ମାନଙ୍କୁ ନିଜର ସ୍ୱରୋଜଗାର କାର୍ଯ୍ୟକଳାପ ସହିତ ଜୋଡିବା ଆରମ୍ଭ କରି ଦିଏ, ଏହା ନିଶ୍ଚିତ ରୂପରେ ବୋଡୋଲ୍ୟାଣ୍ଡରେ ବେରୋଜଗାରୀ ସମସ୍ୟାକୁ ଶେଷ କରି ଦେବ ଏବଂ ଅସ୍ତଶସ୍ତ୍ର ତ୍ୟାଗ କରି ଦେଇଥିବା ବୋଡୋ ଯୁବକ ମାନଙ୍କୁ ରାଷ୍ଟ୍ରର ବିକାଶ ସହିତ ପୁଣି ଥରେ ଯୋଡି ଦେବ।” ଗୃହ ମନ୍ତ୍ରୀ ଏହି କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, କେଭିଆଇସି ୨୦୨୧- ୨୨ରେ ୧.୧୫ ଲକ୍ଷ କୋଟି ଟଙ୍କା ପରିମାଣର ଐତିହାସିକ ବ୍ୟବସାୟ କରିଛି, ଯେଉଁଥିରେ ପ୍ରାୟ ୨୫୦ ପ୍ରତିଶତର ଅତ୍ୟଧିକ ଅଭିବୃଦ୍ଧି ହୋଇଛି।

ଏହା ପୂର୍ବରୁ, ସ୍ୱଦେଶୀ  ଧାରାକୁ ଆଗକୁ ବଢ଼େଇବା ନିମନ୍ତେ, ଗୃହ ମନ୍ତ୍ରୀ ସମସ୍ତ ସିଏପିଏଫ୍ କ୍ୟାଂଟିନ୍ ଗୁଡିକ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ମାଧ୍ୟମରେ ଅଧିକରୁ ଅଧିକ “ସ୍ୱଦେଶୀ” ଉତ୍ପାଦ ବିକ୍ରି କରିବା ବାଧ୍ୟତାମୂଳକ କରି ଦେଇଥିଲେ। ଆରମ୍ଭରେ ଜାତୀୟ ପତାକା, ସୂତା ତିଆରି ତଉଳିଆ, ମହୁ, କଚିଘନି ସୋରିଷ ତେଲ, ଧୂପକାଠି, ଦଲିଆ, ପାପଡ, ଆଚାର, ଅଁଳା ଉତ୍ପାଦ ଇତ୍ୟାଦି ସହିତ ୩୨ ପ୍ରକାରର ଉତ୍ପାଦର ଯୋଗାଣ ଦିଲ୍ଲୀ ଏନ୍‌ସିଆର୍‌, ପଞ୍ଜାବ, ହରିୟାନା, ଗୁଜରାଟ, ଉତର ପ୍ରଦେଶ, ଆସାମ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ରହିଥିବା କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ।

ସୋରିଷ ତେଲ, କପାରେ ତିଆରି ଦରି, ଉଲ୍‌ରେ ପ୍ରସ୍ତୁତ କମ୍ବଳର ଯୋଗାଣ ନିମନ୍ତେ ପାରାମିଲିଟାରୀ ବଳ ସହିତ କେଭିଆଇସିର ଐତିହାସିକ ବୁଝାମଣା ପରେ ଏହାର ବିକାଶ ହୋଇଥିଲା। ଏବେ ପର୍ଯ୍ୟନ୍ତ କେଭିଆଇସି ବିଭିନ୍ନ ପାରା ମିଲିଟାରୀ ବଳକୁ ପ୍ରାୟ ୧୭ କୋଟି ଟଙ୍କାର ଉତ୍ପାଦ ସଫଳତାର ସହିତ ଯୋଗାଣ କରିଛି। ଯୋଗାଣରେ ୫.୫୦ କୋଟି ଟଙ୍କାର ୩ ଲକ୍ଷ କିଲୋଗ୍ରାମ୍ (୩୦୦୦ ମେଟ୍ରିକ୍ ଟନ୍‌) କଚି ଘନି ସୋରିଷ ତେଲ, ୧୧ କୋଟି ଟଙ୍କା ମୂଲ୍ୟର ୨.୧୦ ଲକ୍ଷ କପାର ଦରି, ୪୦ ଲକ୍ଷ ଟଙ୍କା ମୂଲ୍ୟର ଉଲ୍ ତିଆରି କମ୍ବଳ ସାମିଲ୍ ଅଟେ।

ବିଶେଷ ରୂପରେ, ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ଖଦି ଉତ୍ପାଦକୁ ବିକ୍ରି କରିବା ନିମନ୍ତେ ଏକ ବଡ ପ୍ଲାଟଫର୍ମ (ମଂଚ) ପ୍ରଦାନ କରିବେ ଏବଂ ଏହାର ସିଧାସଳଖ ପ୍ରଭାବ କେଭିଆଇସିର ଉତ୍ପାଦନ ଏବଂ ବିକ୍ରି ଉପରେ ପଡିବ। ପାରା ମିଲିଟାରୀ ବଳକୁ ଖଦି ଉତ୍ପାଦ ଗୁଡିକର ଏକ ବିସ୍ତୃତ ଶୃଙ୍ଖଳାର ଯୋଗାଣ କରିବା ନିମନ୍ତେ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି, ଯେଉଁଥିରେ ଖଦି କପଡା ଏବଂ ରେଡିମେଡ୍ ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖାଇବା ଯୋଗ୍ୟ ଏବଂ ହର୍ବାଲ୍ ଉତ୍ପାଦ ସାମିଲ୍ ହେବ।

କେନ୍ଦ୍ର ଗୃହ ମନ୍ତ୍ରୀ କେନ୍ଦ୍ର ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.