Categories
ଆଜିର ଖବର ରାଜ୍ୟ ଖବର

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଭୁବନେଶ୍ଵର: ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍‌ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି, ଦାରିଙ୍ଗିବାଡ଼ି ଘାଟ ସେକ୍ସନ ବର୍ତ୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ ଖରାପ ମାନର ଜ୍ୟାମିତିକ ଆକାର ଯୋଗୁ ଗାଡ଼ି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି। ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ବାହନଗୁଡ଼ିକୁ ୫୯ ନମ୍ବର ଜାତୀୟ ରାଜପଥକୁ ଏଡ଼ାଇବାକୁ ହେଉଛି । ବିଶେଷ କରି ଶୀତଦିନେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ବଢ଼ାଇବା ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତ୍ତା ସୁଦୃଢ଼ ହେବ ଏବଂ ୫୯ ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗରେ ଯୋଗାଯୋଗ ସୁନିଶ୍ଚିତ ହେବ।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହାର ପରିଣାମ ସ୍ୱରୂପ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। ଗରିବ ହିତାଧିକାରୀ ଏବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବାଘଦିଆନି ଗ୍ରାମପଞ୍ଚାୟତରେ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରମା ନାଏକ କହିଛନ୍ତି, ପୂର୍ବରୁ ସେ ପାରମ୍ପରିକ ଚୁଲିରେ ରୋଷେଇ କରୁଥିଲେ। ଜାଳେଣି କାଠ ସଂଗ୍ରହ ପାଇଁ ତାଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ୁଥିଲା। ଏବେ ଉଜ୍ଜ୍ୱଳା ଯୋଜନା ତାଙ୍କର ଭାଗ୍ୟ ବଦଳାଇ ଦେଇଥିବାରୁ ଶ୍ରୀମତୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହି ପଞ୍ଚାୟତର ଅନ୍ୟ ଜଣେ ମନରେଗା ହିତାଧିକାରୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କହିଛନ୍ତି, ପୂର୍ବରୁ ସେ ଦାଦନ ଖଟିବାକୁ ଗାଁ ଛାଡ଼ି ବାହାର ରାଜ୍ୟକୁ ଯାଉଥିଲେ। କିନ୍ତୁ ଏବେ ତାଙ୍କ ଅଞ୍ଚଳରେ ମନରେଗା ଯୋଜନାର ସଫଳ ରୂପାୟନ ହେଉଥିବାରୁ ସେ ଘର ପାଖରେ କାମ ପାଇପାରୁଛନ୍ତି।

କେବଳ ଏହି ଦୁଇ ହିତାଧିକାରୀ ନୁହନ୍ତି, ସ୍ଥାନୀୟ ଅଞ୍ଚଳରେ ଏମିତି ଅନେକ ଗରିବ, ବଞ୍ଚିତ,  ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଜୀବନରେ କେନ୍ଦ୍ର ସରକାରଙ୍କ ସାମାଜିକ ଯୋଜନାଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି।

 

**********

P.S.

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ପୁନର୍ବାର ଜାରି ରହିଛି। ବିଭିନ୍ନ ସ୍ଥାନରେ ଯାତ୍ରାକୁ ବିପୁଳ ସ୍ୱାଗତ କରାଯାଉଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସଚେତନ ଓ ପଞ୍ଜୀକରଣ କରାଯାଉଛି । ଶନିବାର ଏହି ଯାତ୍ରା କଳାହାଣ୍ଡି ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ହିତାଧିକାରୀ ଓ ଜନପ୍ରତିନିଧିମାନେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ ହେବା ସହିତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଥିଲେ।

ଅନ୍ୟପକ୍ଷରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଞ୍ଚି କେନ୍ଦ୍ରୀୟ ଯୋଜନାର ସଚେତନତା ବାର୍ତ୍ତା ବାଣ୍ଟିଛି । ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଛି।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ନଭେମ୍ବର ୧୫ ତାରିଖ, ଜନଜାତୀୟ ଗୌରବ ଦିବସ  ଉପଲକ୍ଷେ ଆରମ୍ଭ କରିଥିଲେ । ଏହି ଯାତ୍ରା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁନର୍ବାର ଆଦିବାସୀ ଓ ଗ୍ରାମାଞ୍ଚଳରେ କେନ୍ଦ୍ରୀୟ ଯୋଜନାର ୧୦୦ ପ୍ରତିଶତ ବିସ୍ତାର ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ବାଳିକା ଖୋ-ଖୋ ଏବଂ କବାଡି ପ୍ରତିଯୋଗୀତା ଅନୁଷ୍ଠିତ

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ବେଟୀ ବଚାଓ ବେଟୀ ପଢାଓ ଏବଂ ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା କେବଳ ଝିଅ ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ବିଭାଗ ଦ୍ବାରା ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ। ଆଜି ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ବଛା ହୋଇ ଆସିଥିବା ଝିଅ ମାନଙ୍କୁ ନେଇ ଖୋର୍ଦ୍ଧା ଷ୍ଟାଡିୟମରେ ଖୋ-ଖୋ ଏବଂ କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏହି ପ୍ରତିଯୋଗୀତାକୁ ଆୟୋଜନ କରିଥିଲେ। ଏହି ପ୍ରତିଯୋଗୀତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ଅନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଝିଅ ମାନେ କିପରି ସେମାନକ ଜୀବନ ଯୁଦ୍ଧରେ ଆଗକୁ ବଢି ସଫଳତା ଲାଭ କରିବା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତାକୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପି ଇ ଟି ଶିକ୍ଷକ ସୂଚାରୁ ରୂପେ ପରିଚାଳନା କରିଥିଲେ। କବାଡି ପ୍ରତିଯୋଗିତାରେ ରେ ବାଲିପାଟଣା ଖୋର୍ଦ୍ଧା ବ୍ଲକକୁ ହରାଇ ଚମ୍ପିୟାନ ହୋଇଥିବାବେଳେ ଖୋ-ଖୋ ରେ ଜଟଣୀ ଖୋର୍ଦ୍ଧାକୁ ହରାଇ ଚମ୍ପିୟାନ ହୋଇଛନ୍ତି। ଏହି ପ୍ରତିଯୋଗିତାର ଅପରାହ୍ନରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ବ୍ରଜ କିଶୋର ମହାପାତ୍ର, ଖୋର୍ଦ୍ଧାର ବରିଷ୍ଠ ପି ଇ ଟି ଶିକ୍ଷକ ଭାଗିରଥ ଜେନା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବୋସନ ଅଫିସର ସୌମେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ବାଲିପାଟଣା ଏବଂ ଜଟଣୀ ବ୍ଲକ ର ପିଲାମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ କନ୍ୟା ମାନଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣପତ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରଞ୍ଜନ କୁମାର ଗୋଛାୟତ, ଶଚିନ୍ଦ୍ରନାଥ ସାହୁ, ସୁକାନ୍ତ କୁମାର ପୃଷ୍ଟି, ଅଶୋକ କୁମାର ସେଠି, ରତାଞ୍ଜଳି ମହାନ୍ତି ପରିଚାଳନା କରିଥିଲେ। ୟୁନିଟ ର ପରାମର୍ଶଦାତ୍ରୀ ମନସ୍ବିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ସମଗ୍ର ବିଶ୍ୱରେ ପରିଚିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ କାରଣରୁ ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଟ୍ବିଟର ଉପରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ ନୀତି ଉପରେ କେନ୍ଦ୍ରର ଗୁରୁତ୍ୱ କିପରି ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ କରୁଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଟକ ଟାଙ୍ଗୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି ଟାଙ୍ଗୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ଏହାବ୍ୟତୀତ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଆଜି ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାକୁ ଦେଖି ମହାରାଷ୍ଟ୍ର ସାମ୍ବାଦିକମାନେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା।

କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଠାରେ ସାମ୍ବାଦିକଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନେ ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।
ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ, ଅନୁଷ୍ଠାନର ଲକ୍ଷ୍ୟ, ସଫଳତା, କାର୍ଯ୍ୟକଳାପ ଏବଂ ଆକାଂକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେ କହିଥିଲେ, ଅନୁଷ୍ଠାନ ସବୁଜ ବିପ୍ଳବରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ଭାରତକୁ ଖାଦ୍ୟ ଶସ୍ୟର ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲା। ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ବ୍ୟାପକ ଲକ୍ଷ୍ୟ ସହିତ ଜଳବାୟୁ ସହନଶୀଳ କିସମର ଫସଲ ବିକଶିତ କରାଯାଉଛି ବୋଲି ସେ କହିଥିଲେ। ସାମ୍ବାଦିକମାନେ ଅନୁଷ୍ଠାନର ସମସ୍ତ ବିଭାଗର ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ, ସେମାନେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗଶାଳା, ସୁବିଧା ଏବଂ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି କେନ୍ଦ୍ର ମନ୍ତ୍ରୀଙ୍କ ଦିନିକିଆ ଚିଲିକା ଗସ୍ତ: ମତ୍ସ୍ୟଜୀବିଙ୍କ ସମ୍ମିଳନୀରେ ହେଲେ ସାମିଲ

ଚିଲିକା (ସୀତାରା ଅଗ୍ରୱାଲ): କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ଦିନିକିଆ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିଛନ୍ତି। ଶ୍ରୀ ରୁପାଲା ଆଜି ମଧ୍ୟାହ୍ନରେ ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ଏକ ସରକାରୀ ସଭାରେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ସାଗର ପରିକ୍ରମା ଯୋଜନା ଅନ୍ତର୍ଗତ ଆୟୋଜିତ ଏହି ଗସ୍ତରେ ଶ୍ରୀ ରୁପାଲା ଚିଲିକା କୂଳ ମାଛ ମାର୍କେଟ ବୁଲିବା ସହ ବହୁ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଥିଲେ। ସଭାରେ ବହୁ ମତ୍ସ୍ୟଜୀବିଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ଅବଗତ କରିଥିଲେ।

ଭାରତ ସରକାର ମତ୍ସ୍ୟଜୀବିଙ୍କ ଉନ୍ନତି ପାଇଁ ସଦାବେଳେ ବଦ୍ଧ ପରିକର ବୋଲି କହିଥିଲେ ଶ୍ରୀ ରୁପାଲା। ଏହାପରେ କେନ୍ଦ୍ରମନ୍ତ୍ରୀ ନଈରୀ ଗ୍ରାମରେ ଏକ ବିଶାଳ ମତ୍ସ୍ୟଜୀବି ସମ୍ମିଳନୀରେ ଯୋଗଦେଇ ମତ୍ସ୍ୟଜୀବିମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନହିତକାରି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

ପରିଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସିଙ୍ଗେଶ୍ୱର ପଞ୍ଚାୟତ ମଠପୁର ଗ୍ରାମର ମତ୍ସ୍ୟଜୀବି ତୋଫାନ ବେହେରାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କ ପରିବାର ସହ ମତ ବିନିମୟ କରିବା ସହ ହାଲଚାଲ ପଚାରି ବୁଝିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳି ସାତପଡ଼ା ଅଭିମୁଖେ ଗସ୍ତ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା ସମ୍ବିତ ପାତ୍ର ଉପସ୍ଥିତ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅନୁଭୂତି ବଖାଣିଲେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ

ଭୁବନେଶ୍ୱର: ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ହେଉଛି ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତାରେ ସଫଳତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ପିଏମ୍‌ କିଷାନ୍‌ ଆଦି କେନ୍ଦ୍ରୀୟ ଯୋଜନା ସାଧାରଣ ନାଗରିକ, ବିଶେଷ କରି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିକଟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀମାନେ ‘ମେରୀ କାହାନୀ ମେରୀ ଜୁବାନୀ’ ଅନ୍ତର୍ଗତ ନିଜର ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଫୁଲମଣି ମହାନ୍ତ କୁହନ୍ତି, ବାସଗୃହ ନିର୍ମାଣ ପାଇଁ ସହାୟତା ମିଳିବା ପରେ ତାଙ୍କର ୫ ଜଣିଆ ପରିବାର ଜୀବନରେ ସୁଧାର ଆସିଛି। ପକ୍କା ଘରେ ରହୁଥିବାରୁ ଖରାବର୍ଷର ଭୟ ରହୁନାହିଁ। ସେମାନେ ଖୁବ୍‌ ଖୁସିରେ ଚଳୁଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ବାସନ୍ତୀ ବେହେରା କୁହିଛନ୍ତି, ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ମିଳିଛି। ରିହାତି ଦରରେ ସିଲିଣ୍ଡର ଭରିବା ସହିତ ସେ ଧୂଆଁମୁକ୍ତ ପରିବେଶରେ ରୋଷେଇ କରିପାରୁଛନ୍ତି। ପାରମ୍ପରିକ ଚୁଲିରେ ରୋଷେଇ କରିବା ପାଇଁ କାଠ ଜାଳେଣି ସଂଗ୍ରହ କରିବାର ସମସ୍ୟାରୁ ମୁକ୍ତି ମିଳିଛି। ଏହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ରକ୍ଷା ହେବା ସହ ପରିବେଶ ସଂରକ୍ଷଣ ମଧ୍ୟ ହୋଇପାରୁଛି। ତାଙ୍କର ଜୀବନ ଅଧିକ ସହଜ ହୋଇଛି।

ଆଉ ଜଣେ ଗ୍ରାମାଞ୍ଚଳ ହିତାଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପିଏମ୍‌ କିଷାନ ଯୋଜନାରେ ମାସିକ ୬ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି। ଏହା ତାଙ୍କର ଚାଷ କାମରେ ବିଶେଷ ସହାୟକ ହେଉଛି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କ ଭଳି ଚାଷୀଙ୍କ ପାଇଁ ପିଏମ୍‌ କିଷାନ ଯୋଜନା ବେଶ ଲାଭଜନକ ବୋଲି କହିବା ସହ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବର୍ତ୍ତମାନ ଦେଶର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳରେ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ଚଳିତ ମାସରୁ ଲାଗୁ ହେବ ସିଏଏ: ଉପକୃତ ହେବେ ୨ ହଜାର ହିନ୍ଦୁ-ଶିଖ୍ ଶରଣାର୍ଥୀ 

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ୨୦୨୪ରେ ପ୍ରଥମ ବଡ଼ ପଦକ୍ଷେପଭାବେ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରାୟ ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ୨୬ ଜାନୁଆରୀ ପୂର୍ବରୁ ଏହି ଆଇନର ନିୟମାବଳୀ ବିଜ୍ଞପ୍ତି ପ୍ରକାଶ ପାଇବ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବାଂଲାଦେଶରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କ ପାଇଁ ଆଶ୍ୱାସନା ଆଣିବ। ସେହିପରି ପାକିସ୍ତାନରୁ ନିର୍ଯାତନାର ଶିକାର ହୋଇ ଆସିଥିବା ହିନ୍ଦୁ-ଶିଖ ଶରଣାର୍ଥୀଙ୍କୁ ମଧ୍ୟ ବଡ଼ ଆଶ୍ୱସ୍ତି ମିଳିବ। ପରିସଂଖ୍ୟାନ ଅନୁଯାୟୀ, ୨୦୧୪ ସୁଦ୍ଧା ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୨ ହଜାର ଲୋକ ଭାରତକୁ ଆସିଛନ୍ତି।

ସିଏଏ ଲାଗୁ ହେଲେ ସେମାନଙ୍କୁ ନାଗରିକତା ମିଳିବାର ବାଟ ସଫା ହେବ। ଡିସେମ୍ବର ୨୭ରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ପରେ ସିଏଏ ଲାଗୁ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଠୋସ୍ ସଙ୍କେତ ମିଳିଛି। ସାଧାରଣ ସଭାରେ ସେ କହିଥିଲେ ଯେ ସିଏଏ ହେଉଛି ଦେଶର ଆଇନ। ଏହାକୁ କେହି ଅଟକାଇ ପାରିବେ ନାହିଁ।

୨୦୧୯ ଡିସେମ୍ବର ୧୧ତାରିଖରେ ସଂସଦରେ ସିଏଏକୁ ଅନୁମୋଦନ ମିଳିଥିଲା। ତେବେ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରିବାର ସମୟସୀମାକୁ ୮ ଥର ବୃଦ୍ଧି କରିଛନ୍ତି।

ବିଦେଶୀଙ୍କୁ ବହିଷ୍କାର କରିବା ପାଇଁ କୌଣସି ଆଇନ ନାହିଁ, ଏହା ୩ ଦେଶର ନିର୍ଯାତିତ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ

ସିଏଏରୁ କିଏ ପାଇବ ନାଗରିକତା?:

ସିଏଏ ଅଧୀନରେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଧାର୍ମିକ ନିର୍ଯାତନାର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତା ଦିଆଯିବ। କେବଳ ଏହି ତିନି ଦେଶର ଲୋକମାନେ ନାଗରିକତା ପାଇଁ ଆବେଦନ କରିପାରିବେ। ଅନ୍ୟ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସିଏଏର ଲାଭ ପାଇବେ ନାହିଁ।

ସିଏଏ ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ

ଭାରତୀୟ ନାଗରିକଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। ସମ୍ବିଧାନ ଅନୁଯାୟୀ ଭାରତୀୟଙ୍କର ନାଗରିକତାର ଅଧିକାର ରହିଛି। ସିଏଏ କିମ୍ବା କୌଣସି ଆଇନ ଏହାକୁ ଛଡ଼ାଇ ନେଇପାରିବ ନାହିଁ।

କ’ଣ ହେବ ଆବେଦନ ପ୍ରକ୍ରିୟା

ଆବେଦନ ପ୍ରକ୍ରିୟା ଅନ୍ ଲାଇନ୍ ହେବ। ଆବେଦନକାରୀମାନେ ଭାରତରେ କେବେ ପହଞ୍ଚିଥିଲେ ତାହା ଜଣାଇବାକୁ ପଡ଼ିବ। ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଟ୍ରାଭେଲ ଡକ୍ୟୁମେଣ୍ଟ ନ ଥିଲେ ମଧ୍ୟ ଆବେଦନ କରିପାରିବେ। ଏହା ଅଧୀନରେ ଭାରତରେ ରହିବାର ଅବଧିକୁ ପାଞ୍ଚ ବର୍ଷରୁ ଅଧିକ ସମୟ ରଖାଯାଇଛି। ଅନ୍ୟ ବିଦେଶୀ (ମୁସଲମାନ)ଙ୍କ ପାଇଁ ଏହି ସମୟ ସୀମା ୧୧ ବର୍ଷରୁ ଅଧିକ।

ଏସବୁ ଦେଶର ବେଆଇନ ମୁସଲମାନ ପ୍ରବାସୀଙ୍କ ବିଷୟରେ କ’ଣ

ସିଏଏ ବିଦେଶୀଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ନୁହେଁ। ବେଆଇନ ଶରଣାର୍ଥୀଙ୍କୁ ପ୍ରତ୍ୟାର୍ପଣ କରିବା ସହ ଏହାର କୌଣସି ସମ୍ପର୍କ ନାହିଁ। ଏଭଳି ଶରଣାର୍ଥୀଙ୍କ ପାଇଁ ବିଦେଶୀ ଆଇନ ୧୯୪୬ ଓ ପାସପୋର୍ଟ ଆକ୍ଟ ୧୯୨୦ ଲାଗୁ ହୋଇସାରିଛି। ଉଭୟ ଆଇନ ଅନୁଯାୟୀ କୌଣସି ଦେଶ କିମ୍ବା ଧର୍ମର ବିଦେଶୀଙ୍କୁ ଭାରତରୁ ପ୍ରବେଶ କିମ୍ବା ବହିଷ୍କାର କରାଯାଏ।

ସରକାର ଏପର୍ଯ୍ୟନ୍ତ କାହିଁକି ସିଏଏକୁ ସ୍ଥଗିତ ରଖିଛନ୍ତି

ବିଜେପି ଶାସିତ ଆସାମ ଓ ତ୍ରିପୁରାରେ ସିଏଏକୁ ନେଇ ଆଶଙ୍କା ଦେଖାଦେଇଛି। ଆସାମରେ ମଧ୍ୟ ପ୍ରଥମ ବିକ୍ଷୋଭ ହୋଇଥିଲା। ୧୯୭୧ ମାର୍ଚ୍ଚ ୨୪ ପୂର୍ବରୁ ଆସାମକୁ ଆସିଥିବା ବିଦେଶୀମାନଙ୍କୁ ନାଗରିକତା ଦିଆଯିବ ବୋଲି ସିଏଏରେ ବ୍ୟବସ୍ଥା ରହିଛି। ଏହାପରେ ବାଂଲାଦେଶ ଏକ ଅଲଗା ଦେଶରେ ପରିଣତ ହୋଇଥିଲା।

ସିଏଏକୁ ନେଇ ଲୋକେ କ’ଣ ଭୟ କରୁଥିଲେ

ସିଏଏକୁ ଦେଶରେ ଏନଆରସି ଅର୍ଥାତ୍ ଜାତୀୟ ନାଗରିକତା ପଞ୍ଜିକାରେ ପରିଣତ କରିବାର ଏକ ସିଡି ଭାବରେ ଦେଖାଯାଉଥିଲା। ସେମାନଙ୍କୁ ବିଦେଶୀ ଅନୁପ୍ରବେଶକାରୀ କହି ବହୁ ସଂଖ୍ୟକ ଲୋକଙ୍କୁ ବାହାର କରି ଦିଆଯିବ ବୋଲି ଲୋକେ ଆଶଙ୍କା କରିଥିଲେ। ପଡ଼ୋଶୀ ବାଂଲାଦେଶରେ ସିଏଏ ପରେ ଏନଆରସି ଲାଗୁ ହେବା ପରେ ବହୁ ସଂଖ୍ୟକ ବାଂଲାଦେଶୀ ଶରଣାର୍ଥୀ ବାଂଲାଦେଶ ଫେରିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

କେଉଁ ରାଜ୍ୟରେ ବିଦେଶୀଙ୍କୁ ନାଗରିକତା ଦିଆଯାଉଛି?

ନାଗରିକତା ଆଇନ ୧୯୫୫ ଅନୁଯାୟୀ ୯ଟି ରାଜ୍ୟର ୩୦ରୁ ଅଧିକ ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ନାଗରିକତା ପ୍ରଦାନ ପାଇଁ କ୍ଷମତା ଦିଆଯାଇଛି। ଏହି ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା, ପଞ୍ଜାବ, ୟୁପି, ଦିଲ୍ଲୀ, ମହାରାଷ୍ଟ୍ର।

୪ ବର୍ଷରେ ୩,୧୧୭ ସଂଖ୍ୟାଲଘୁଙ୍କୁ ମିଳିଲା ନାଗରିକତା

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ୨୦୨୧ ଡିସେମ୍ବରରେ ରାଜ୍ୟସଭାରେ କହିଥିଲେ ଯେ ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୧ ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ମୋଟ ୩୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି।

ତେବେ ୮୨୪୪ଟି ଆବେଦନ ଆସିଥିଲା। ଗୃହ ମନ୍ତ୍ରାଳୟର ୨୦୨୧-୨୨ ରିପୋର୍ଟ ଅନୁଯାୟୀ, ୨୦୨୧ ଏପ୍ରିଲ-ଡିସେମ୍ବରରେ ମୋଟ ୧୪୧୪ ଜଣ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି।

ବିକ୍ଷୋଭରେ ସୃଷ୍ଟି ହୋଇଥିବା ଦଙ୍ଗାରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା
ଲୋକସଭାକୁ ଆସିବା ପୂର୍ବରୁ ଏହି ବିଲ୍ ବିବାଦରେ ରହିଥିଲା, କିନ୍ତୁ ଏହା ଆଇନରେ ପରିଣତ ହେବା ପରେ ଏହାର ବିରୋଧ ତୀବ୍ର ହୋଇଥିଲା। ଦିଲ୍ଲୀର ଅନେକ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୨୦୨୦ ଫେବ୍ରୁଆରି ୨୩ ତାରିଖ ରାତିରେ ଜାଫରାବାଦ ମେଟ୍ରୋ ଷ୍ଟେସନରେ ଜନସମାଗମ ହେବା ପରେ ହିଂସାକାଣ୍ଡ ଘଟି ଦଙ୍ଗାରେ ପରିଣତ ହୋଇଥିଲା।

ଦିଲ୍ଲୀର ପାଖାପାଖି ୧୫ଟି ଅଞ୍ଚଳରେ ଦଙ୍ଗା ହୋଇଥିଲା। ଅନେକ ଲୋକ ପ୍ରାଣ ହରାଇଥିଲେ, ଅନେକ ଲୋକଙ୍କୁ ଛୁରୀ ଓ ଖଣ୍ଡା ଭଳି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଦଙ୍ଗାରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ଆହତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅନୁଭୂତି ବଖାଣିଲେ ହିତାଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିଶନ ଗ୍ରାମାଞ୍ଚଳ ମହିଳାଙ୍କ ସ୍ବାସ୍ଥ୍ୟ ରକ୍ଷା କରିବା ସହ ସେମାନଙ୍କ ସମ୍ମାନ ସୁନିଶ୍ଚିତ କରିଛି। କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ପାଇ ଗ୍ରାମୀଣ ମହିଳାମାନେ ସେମାନଙ୍କ ଘର ପାଖରେ ପାଇଖାନା ନିର୍ମାଣ କରିଛନ୍ତି। ସେମାନଙ୍କୁ ଆଉ ବାହାରକୁ ଖୋଲାରେ ଶୌଚ ହେବାକୁ ଯିବାକୁ ପଡ଼ୁନାହିଁ। ଏହା ସେମାନଙ୍କ ପାଇଁ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିଛି ବୋଲି ସ୍ୱଚ୍ଛ ଭାରତ ଅଭିଯାନର ମହିଳା ହିତାଧିକାରୀମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ନିକଟରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ଲୁବେନଗଡ଼ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ସ୍ବଚ୍ଛ ଭାରତ ଅଭିଯାନର ମହିଳା ହିତାଧିକାରୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱଚ୍ଛ ଭାରତ ମିଶନ ସେମାନଙ୍କ ଗାଁ ପରିମଳରେ ସୁଧାର ଆଣିଥିବା ହିତାଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪ ଅକ୍ଟୋବର ୨ ତାରିଖ, ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ମିଶନ ଅଧୀନରେ ଦେଶର ୮୫ ପ୍ରତିଶତ ଗ୍ରାମ ଖୋଲା ଶୌଚ ମୁକ୍ତ – ଓଡିଏଫ୍‌ ପ୍ଲସ୍‌ ହୋଇସାରିଛି । ସ୍ୱାସ୍ଥ୍ୟ ଓ ଜୀବନ ରକ୍ଷା କ୍ଷେତ୍ରରେ ସ୍ୱଚ୍ଛ ଭାରତ ମିଶନର ସଫଳତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ଉପରେ କାର୍ଯ୍ୟାନୁଷ୍ଠାନ, ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଷିଦ୍ଧ ଖଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଗୋଲଡି ବରାଡ ଜଡିତ।

ଗୃହ ମନ୍ତ୍ରଣାଳୟ କହିଛି ଯେ, ଗୋଲ୍ଡି ବରାଡ ସୀମାରେ ଅବସ୍ଥିତ ଆତଙ୍କବାଦୀ ଏଜେନ୍ସି ଦ୍ୱାରା ସମର୍ଥିତ ଏବଂ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତୀୟତାବାଦୀ ନେତାମାନଙ୍କୁ ଧମକଚମକ ଦେବା, ମୁକ୍ତି ଦାବି କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହତ୍ୟା ଦାବି ପୋଷ୍ଟ କରିବାରେ ବରାଡ ଜଡିତ ଥିଲା।

ଗୋଲ୍ଡି ବରାଡ ଅସ୍ତ୍ରଶସ୍ତ୍ର କାରବାରରେ ଜଡ଼ିତ ଥିଲା:

ଗୃହ ମନ୍ତ୍ରଣାଳୟ କହିଛି ଯେ, ସୀମାରୁ ଡ୍ରୋନ୍ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଚୋରା କାରବାରରେ ଗୋଲ୍ଡି ବରାଡ ସମ୍ପୃକ୍ତ ଥିଲା। ସେ ହତ୍ୟାକାଣ୍ଡ ଘଟାଇବା ପାଇଁ ତୀକ୍ଷ୍ଣ ସୁଟରଙ୍କୁ ଏହି ଅସ୍ତ୍ର ଯୋଗାଉଥିଲା।

ମନ୍ତ୍ରଣାଳୟ କହିଛି ଯେ, ସେ ଏବଂ ତାଙ୍କ ସହଯୋଗୀମାନେ ପଞ୍ଜାବରେ ଅଶାନ୍ତି, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଆଇନ ଶୃଙ୍ଖଳା ତଥା ଜାତୀୟ ବିରୋଧୀ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨ କୋଟି ଟପିଲା ସ୍ଥାନୀୟ ସଂସ୍ଥା ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ଜନ ସମାଗମ

ନୂଆଦିଲ୍ଲୀ: ଅନ୍ତ୍ୟୋଦୟ ଦର୍ଶନ ଅନୁରୂପ ଶେଷ ମାଇଲ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ୨ କୋଟିରୁ ଅଧିକ ଲୋକଙ୍କ ସମାଗମ ହୋଇଛି।

ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧,୦୮,୫୦୦ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ସମୁଦାୟ ଜନସଂଖ୍ୟା ୨,୧୦,୨୪,୮୭୪ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ଶିବିରରେ ନିମ୍ନଲିଖିତ କାର୍ଯ୍ୟକଳାପ କରାଯାଉଛି:

ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ): ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ଏମଓଏଚଏଫଡବ୍ଲୁର ପ୍ରମୁଖ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଉଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ୩୨,୫୪,୬୧୧ରୁ ଅଧିକ କାର୍ଡ ବଣ୍ଟନ କରାଯାଇଥିଲା। ଏନଏଚଏରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ସେଠାରେ ବର୍ତ୍ତମାନ ସୁଦ୍ଧା ୧,୪୪,୮୦,୪୯୮ କାର୍ଡ ସୃଷ୍ଟି ହୋଇଛି।

ଯକ୍ଷ୍ମା (ଟିବି): ଯକ୍ଷ୍ମା ରୋଗୀଙ୍କ ସ୍କ୍ରିନିଂ ଲକ୍ଷଣ ଗୁଡ଼ିକର ସ୍କ୍ରିନିଂ, ସ୍ପୁଟମ୍ ପରୀକ୍ଷା ଏବଂ ଉପଲବ୍ଧ ସ୍ଥାନରେ ଏନଏଏଟି ମେସିନ୍ ବ୍ୟବହାର କରି କରାଯାଏ। ଯକ୍ଷ୍ମା ଥିବା ସନ୍ଦେହ ହେଲେ ଉଚ୍ଚ କେନ୍ଦ୍ରକୁ ପଠାଯାଏ। ଚତୁର୍ଥ ଦିନ ଶେଷ ସୁଦ୍ଧା ୮୦,୦୧,୮୨୫ ରୁ ଅଧିକ ଲୋକଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪,୮୬,୦୪୩ ଜଣଙ୍କୁ ଉଚ୍ଚ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ (ପିଏମଟିବିଏମଏ) ଅଧୀନରେ ଯକ୍ଷ୍ମା ରେ ପୀଡ଼ିତ ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସମ୍ମତି ନିଆଯାଉଛି। ନିକ୍ଷୟ ମିତ୍ର ହେବାକୁ ଇଚ୍ଛୁକ ଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଅନ-ସ୍ପଟ୍ ରେଜିଷ୍ଟ୍ରେସନ୍ ଯୋଗାଇ ଦିଆଯାଉଛି। ୪୪ ଦିନ ଶେଷ ସୁଦ୍ଧା ପିଏମଟିବିଏମଏ ଅଧୀନରେ ୧,୪୦,୮୫୨ରୁ ଅଧିକ ରୋଗୀ ସେମାନଙ୍କର ସହମତି ପ୍ରଦାନ କରିଥିଲେ ଏବଂ ୫୦,୭୯୯ ରୁ ଅଧିକ ନୂତନ ନିକ୍ଷୟ ମିତ୍ର ପଞ୍ଜୀକୃତ ହୋଇଥିଲେ।

ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ) ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏଥିପାଇଁ ବକେୟା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ସଂଗ୍ରହ କରାଯିବା ସହ ଆକାଉଣ୍ଟକୁ ଆଧାର ସିଡ୍ କରାଯାଉଛି। ୪୪ ଦିନ ଶେଷ ସୁଦ୍ଧା ୩୬,୭୬୩ ହିତାଧିକାରୀଙ୍କ ବିବରଣୀ ସଂଗ୍ରହ କରାଯାଇଥିଲା।

ସିକଲ୍ ସେଲ୍ ରୋଗ: ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ ଏସସିଡି ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ସଲ୍ୟୁବିଲିଟି ଟେଷ୍ଟ ମାଧ୍ୟମରେ ସିକଲ୍ ସେଲ୍ ଡିଜିଜ୍ (ଏସସିଡି) ଚିହ୍ନଟ ପାଇଁ ଯୋଗ୍ୟ ଜନସଂଖ୍ୟା (୪୦ ବର୍ଷ ପର୍ଯ୍ୟନ୍ତ) ସ୍କ୍ରିନିଂ କରାଯାଉଛି। ପଜିଟିଭ୍ ଚିହ୍ନଟ ହୋଇଥିବା ମାମଲାଗୁଡ଼ିକୁ ପରିଚାଳନା ପାଇଁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ୪୪ ଦିନ ଶେଷ ସୁଦ୍ଧା ୮,୫୧,୧୯୪ ଜଣଙ୍କର ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରୁ ୨୭,୬୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।

ଅଣ ସଂକ୍ରାମକ ରୋଗ (ଏନସିଡି)

ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପାଇଁ ଯୋଗ୍ୟ ଜନସଂଖ୍ୟା (୩୦ ବର୍ଷ କିମ୍ବା ତା’ଠାରୁ ଅଧିକ) ସ୍କ୍ରିନିଂ କରାଯାଉଛି ଏବଂ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ରୋଗୀଙ୍କୁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ପ୍ରାୟ ୧୫,୬୯୪,୫୯୬ ଜଣଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। ୭,୩୨,୦୫୭ରୁ ଅଧିକ ଲୋକ ଉଚ୍ଚ ରକ୍ତଚାପ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ବେଳେ ୫,୨୮,୫୬୩ ରୁ ଅଧିକ ଲୋକ ଡାଇବେଟିସ୍ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ବେଳେ ୧୧,୫୬,୯୨୭ରୁ ଅଧିକ ଲୋକଙ୍କୁ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।

ପୃଷ୍ଠଭୂମି:

ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ ରେ ଝାଡ଼ଖଣ୍ଡର ଖୁଣ୍ଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଗ୍ରାମ ପଞ୍ଚାୟତରେ ଆଇଇସି ଭ୍ୟାନ୍ ର ଅଟକିଥିବା ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ମୁସଲିମ ଲିଗ୍ ଜମ୍ମୁ କାଶ୍ମୀର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର-ମସରତ ଆଲାମ ଗୋଷ୍ଠୀ (MLJK-MA) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ସଂଗଠନ ଉପରେ ଅଭିଯୋଗ ହୋଇଛି ଯେ ଏହାର ସଦସ୍ୟମାନେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଏହି ସଂଗଠନ ଏବଂ ଏହାର ସଦସ୍ୟମାନେ ଜମ୍ମୁ କାଶ୍ମୀରରେ ଜାତୀୟ ବିରୋଧୀ ତଥା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି ଏବଂ ଜମ୍ମୁ କାଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି। ”

ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବାର୍ତ୍ତା ଉଚ୍ଚ ଏବଂ ସ୍ପଷ୍ଟ। ଆମ ଦେଶର ଏକତା, ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଛଡା ଯିବ ନାହିଁ ଏବଂ ଆଇନର ସମ୍ପୂର୍ଣ୍ଣ ପ୍ରଭାବର ସମ୍ମୁଖୀନ ହେବେ।”

ମସରତ ଆଲାମ କିଏ?:

ଦି ହିନ୍ଦୁ ଅନୁଯାୟୀ, ୨୦୧୦ ରେ ଉପତ୍ୟକାରେ ଘଟିଥିବା ସ୍ୱାଧୀନତା ବିରୋଧୀ ବିରୋଧର ମୁଖ୍ୟ ଆୟୋଜକ ଥିଲେ ମସରତ୍ ଆଲାମ। ସେହି ସମୟ ମଧ୍ୟରେ ବିରୋଧ ପରେ ଆଲାମଙ୍କୁ ଅନ୍ୟ ଅନେକ ନେତାଙ୍କ ସହ ଗିରଫ କରାଯାଇଥିଲା ଏବଂ ୨୦୧୫ ରେ ମୁକ୍ତ କରାଯାଇଥିଲା। ଏହା ପରେ ହିଁ ପିଡିପି ଓ ବିଜେପିର ମେଣ୍ଟରେ ମତଭେଦ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମାଞ୍ଚଳ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଦେଶର ଗ୍ରାମାଞ୍ଚଳରେ ଗରିବ ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରେ । ନିକଟରେ ଏହି ବ୍ଲକ୍‌ ର ବିଭିନ୍ନ ପଞ୍ଚାୟତରେ ପହଞ୍ଚିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଗରିବ ଜନସାଧାରଣ, ବିଶେଷ କରି ମହିଳାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି । ଅଧିକାଂଶ ମହିଳା ହିତାଧିକାରୀ କହିଛନ୍ତି, ପୂର୍ବରୁ ସେମାନେ କଚ୍ଚା ଘରେ ରହୁଥିଲେ ଏବେ ଆବାସ ଯୋଜନାରେ ପକ୍କା ଘର ପାଇ ସେମାନେ ସୁରକ୍ଷିତ ଜୀବନଯାପନ କରିପାରୁଛନ୍ତି ।

ଆବାସ ଯୋଜନା ସହିତ ସ୍ୱଚ୍ଛ ଭାରତ ଅଭିଯାନରେ ଏହି ମହିଳାମାନଙ୍କୁ ଘର ପାଖରେ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିଛି । ଏହାଦ୍ୱାରା ସେମାନଙ୍କୁ ଆଉ ବାହାରକୁ ଶୌଚ ହେବା ଲାଗି ଯିବାକୁ ପଡ଼ୁନାହିଁ । ସ୍ୱଚ୍ଛ ଭାରତ ଓ ଆବାସ ଯୋଜନାର ସମନ୍ୱୟ ମହିଳାମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ସୁବିଧା ଦେଇଛି । ଅନ୍ୟପକ୍ଷରେ ପୂର୍ବରୁ କାଠ ଚୁଲିରେ ରାନ୍ଧିବା ଫଳରେ ଧୂଆଁ ଓ ପ୍ରଦୂଷଣ ଯୋଗୁ ରୋଗାକ୍ରାନ୍ତ ହେଉଥିବା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ବରଦାନ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ସେମାନେ ଧୂଆଁମୁକ୍ତ ରୋଷେଇ କରିପାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଯୋଜନାରେ ସେମାନଙ୍କ ପରିବାରବର୍ଗ ଉପକୃତ ହୋଇଥିବାରୁ ମହିଳାମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନାର ଶତ-ପ୍ରତିଶତ ଲାଭ ପହଞ୍ଚାଇବା ଲକ୍ଷ୍ୟ ନେଇ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଦ୍ଵାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବାଳକୃଷ୍ଣପୁର ଠାରେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଗଞ୍ଜାମ ଜିଲ୍ଲାର ମିଳିତ ଅନୁକୁଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସେବା ସମିତି ସଭାପତି କାହ୍ନୁ ଚରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଏମ.ଏ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକଙ୍କ ହିତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପଠାଉଥିବା ଟଙ୍କା କିପରି ପାଇବେ, କହିବା ସହ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଇ-ଶ୍ରମ କାର୍ଡ ଦ୍ଵାରା ବିନା ମୂଲ୍ୟରେ ଦୁଇ ଲକ୍ଷ ଟଙ୍କାର ବିମା ସହାୟତା ସରକାର ଯୋଗାଉଥିବା ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ବରିଷ୍ଠ ଶିକ୍ଷା ଅଧିକାରୀ ଦିଲୀପ କୁମାର ଶତପଥୀ ଯୋଗଦେଇ ଶ୍ରମିକ ମାନେ ବିଭିନ୍ନ କାର୍ଡ କରିବା ସହ ତାର ସଦୁପଯୋଗ କରି ଜନ୍ମ ଠାରୁ ମୃତ୍ୟ ପର୍ଯ୍ୟନ୍ତ ମିଳୁଥିବା ବିଭିନ୍ନ ସହାୟତା ରାଶି କିପରି ପାଇବେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭାର ଗଞ୍ଜାମ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ତ୍ରୀପାଠୀ ଶ୍ରମିକଙ୍କ ପାଇଁ ସରକାର କିଭଳି ନିଜକୁ ସେମାନଙ୍କ ଅତି ନିକଟତର ହେବେ ସେଥିପାଇଁ ପ୍ରତି ବ୍ଲକରେ ଜଣେ ଲେଖାଏ ସହାୟକ ଶ୍ରମ ଅଧିକାରୀ ନିଯୁକ୍ତି ଦେଇଛନ୍ତି। ସେ ବିଷୟରେ କହିବା ସହ ନିର୍ମାଣ ଶ୍ରମିକ ମାନେ ସେମାନଙ୍କ ପରିଚୟ ପତ୍ର ଠାରୁ ଆରମ୍ଭ କରି ଜନ୍ମ ସହାୟତା, ଶିକ୍ଷା ସହାୟତା, ବାହାଘର ସହାୟତା, ମୁତ୍ୟୁ କାଳୀନ ସହାୟତା ଭଳି ଅନେକ ସହାୟତା ମିଳୁଥିବା ତାଙ୍କ ବକ୍ତବ୍ୟ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ଯକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଶ୍ରେଣୀୟ ଶ୍ରମିକ ଭାଇ ଭଉଣୀ ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ପୂର୍ବତନ ସରପଂଚ ନରସିଂହ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୁଭମ ପାଇକ,ରାଜେଶ ଡାକୁଆ, ପଦ୍ମ ଚରଣ ଗୌଡ, କୁଞ୍ଜ ବିହାରୀ ଗୌଡ ଓ ଅନନ୍ତ ରାମ ସାହୁ ପ୍ରମୁଖ କାର୍ଯକ୍ରମକୁ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫ ଦଫା ଦାବୀରେ ଗ୍ରାମୀଣ ଡାକ ସେବକ ମାନଙ୍କ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଧର୍ମଘଟ

ରଣପୁର: ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ, ଓଡିଶା ସର୍କଲର ଡାକରା କ୍ରମେ ରଣପୁର ଅଂଚଳରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକ ମାନଙ୍କ ତରଫରୁ ରଣପୁର ଉପ-ଡାକଘର ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଧର୍ମଘଟ ଆରମ୍ଭ ହୋଇଛି। ସେମାନଙ୍କ ୫ ଦଫା ଦାବୀ କୁ ବିଚାରକୁ ନିଆନଗଲେ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।

ଏହି ଦାବୀ ଗୁଡିକ (୧) ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଂଟ ଦୈନିକ ୮ଘଂଟା ସ୍ଥିର କରାଯାଉ, (୨)ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶ କୁ ଶୀଘ୍ର ଲାଗୁ କରାଯାଉ, (୩) ସମସ୍ତ ଗ୍ରାମୀଣ ଡାକ ସେବକ ଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉ, (୪) ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ସେଭେରାନ୍ସ ଆଲାଉନ୍ସ ପ୍ରଦାନ କରାଯାଉ, (୫) ଟାର୍ଗେଟ୍ ନାମରେ ଅଧିକାରୀ ମାନଙ୍କ ଜୁଲୁମ୍ ବନ୍ଦ ହେଉ ବୋଲି ଉଲ୍ଲେଖ ରହିଥିବା ଜଣାଯାଇଛି। ଏହି ଧର୍ମଘଟ ଫଳରେ ସମଗ୍ର ରଣପୁର ଅଂଚଳରେ ଡାକସେବା ବ୍ୟାହତ ହୋଇଥିବା ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗହମ ଷ୍ଟକ୍ ସୀମା ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ଏବଂ ବେଆଇନ ମହଜୁଦ ଓ ଅସାଧୁ କାରବାରକୁ ରୋକିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବ୍ୟବସାୟୀ/ପାଇକାରୀ ବିକ୍ରେତା, ଖୁଚୁରା ବିକ୍ରେତା, ବଡ଼ ଖୁଚୁରା ବିକ୍ରେତା ଏବଂ ପ୍ରକ୍ରିୟାକରଣକାରୀଙ୍କ ପାଇଁ ଉଦ୍ଦିଷ୍ଟ ଗହମ ଉପରେ ସଂଶୋଧିତ ଷ୍ଟକ୍ ସୀମା ଲାଗୁ କରିଛନ୍ତି। ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥ ଉପରେ ଲାଇସେନ୍ସ ଆବଶ୍ୟକତା, ଷ୍ଟକ୍ ସୀମା ଏବଂ ଯାତାୟାତ ପ୍ରତିବନ୍ଧକ (ସଂଶୋଧନ) ହଟାଇବା ସଂକ୍ରାନ୍ତ ଆଦେଶ ୨୦୨୩କୁ ୧୨ ଜୁନ୍ ୨୦୨୩ରେ ଜାରି କରାଯାଇଥିଲା ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଲାଗୁ ହୋଇଥିଲା।

ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ, କେନ୍ଦ୍ର ସରକାର ନିମ୍ନଲିଖିତ ସଂସ୍ଥାଗୁଡିକ ସମ୍ପର୍କରେ ଗହମ ଷ୍ଟକ୍ ସୀମା ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି:

ସଂସ୍ଥା ବର୍ତ୍ତମାନର ଗହମ ଷ୍ଟକ୍ ସୀମା ସଂଶୋଧିତ ଗହମ ଷ୍ଟକ୍ ସୀମା
ବ୍ୟବସାୟୀ/ପାଇକାରୀ ବିକ୍ରେତା ୨୦୦୦ ମେଟ୍ରିକ୍‌ ଟନ୍‌ ୧୦୦୦ ମେଟ୍ରିକ୍‌ ଟନ୍‌
ଖୁଚୁରା ବିକ୍ରେତା ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ର ପାଇଁ ୧୦ ମେଟ୍ରିକ୍ ଟନ୍ ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ର ପାଇଁ ୫ ମେଟ୍ରିକ୍ ଟନ୍
ବଡ଼ ଖୁଚୁରା ବିକ୍ରେତା ପ୍ରତ୍ୟେକ ବିକ୍ରୟ କେନ୍ଦ୍ର ପାଇଁ ୧୦ ମେଟ୍ରିକ୍ ଟନ୍ ଏବଂ ସମସ୍ତ ଡିପୋରେ ୨୦୦୦ ମେଟ୍ରିକ୍ ଟନ୍ ପ୍ରତ୍ୟେକ ବିକ୍ରୟ କେନ୍ଦ୍ର ପାଇଁ ୫ ମେଟ୍ରିକ୍ ଟନ୍ ଏବଂ ସମସ୍ତ ଡିପୋରେ୧୦୦୦ ମେଟ୍ରିକ୍ ଟନ୍
ପ୍ରକ୍ରିୟାକରଣକାରୀ ୨୦୨୩-୨୪ର ଅବଶିଷ୍ଟ ମାସ ସୁଦ୍ଧା ବାର୍ଷିକ ପ୍ରତିଷ୍ଠିତ କ୍ଷମତା ବା ପରିମାଣର ୭୫% ଅର୍ଥାତ୍ ମାସିକ ପ୍ରତିଷ୍ଠିତ କ୍ଷମତା ସହ ସମାନ, ଯାହା କମ୍ ହେବ ୨୦୨୩-୨୪ର ଅବଶିଷ୍ଟ ମାସ ସୁଦ୍ଧା ମାସିକ ପ୍ରତିଷ୍ଠିତ କ୍ଷମତାର ୭୦% ଗୁଣ ବୃଦ୍ଧି ପାଇଛି।

ସମସ୍ତ ଗହମ ମହଜୁଦକାରୀ ସଂସ୍ଥାକୁ ଗହମ ଷ୍ଟକ୍ ସୀମା ପୋର୍ଟାଲ (https://evegoils.nic.in/wsp/login)ରେ ପଞ୍ଜୀକରଣ କରିବାକୁ ହେବ ଏବଂ ପ୍ରତି ଶୁକ୍ରବାର ଷ୍ଟକ୍ ସ୍ଥିତି ଅପଡେଟ୍ କରିବାକୁ ହେବ। ପୋର୍ଟାଲରେ ପଞ୍ଜୀକରଣ କରିନଥିବା କିମ୍ବା ଷ୍ଟକ୍ ସୀମା ଉଲ୍ଲଂଘନ କରୁଥିବା କୌଣସି ସଂସ୍ଥା ବିରୋଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ,୧୯୫୫ର ଧାରା ୬ ଓ ୭ ଅନୁଯାୟୀ ଉପଯୁକ୍ତ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯଦି ଉପରୋକ୍ତ ସଂସ୍ଥାମାନଙ୍କ ପାଖରେ ଥିବା ଷ୍ଟକ୍ ଉପରୋକ୍ତ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥାଏ, ତେବେ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ସେମାନଙ୍କୁ ନିର୍ଦ୍ଧାରିତ ଷ୍ଟକ୍ ସୀମାକୁ ଆଣିବାକୁ ପଡ଼ିବ। ଦେଶରେ ଯେପରି ଗହମର କୃତ୍ରିମ ଅଭାବ ସୃଷ୍ଟି ନହୁଏ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ଷ୍ଟକ୍ ସୀମାଗୁଡ଼ିକର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିବେ।

ଏଥିସହ ମୁକ୍ତ ବଜାର ବିକ୍ରୟ ଯୋଜନା (ଘରୋଇ) (ଓଏମ୍ଏସ୍ଏସ୍(ଡି)) ଅଧୀନରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସାପ୍ତାହିକ ଇ-ନିଲାମ ମାଧ୍ୟମରେ ଏଫସିଆଇ ଦ୍ୱାରା ଘରୋଇ ଖୋଲା ବଜାରକୁ ଛାଡିବା ପାଇଁ କ୍ୱିଣ୍ଟାଲ ପିଛା ୨୧୫୦ ଟଙ୍କା ରିହାତି ମୂଲ୍ୟରେ ୧୦୧.୫ ଏଲଏମଟି ଗହମ ଆବଣ୍ଟନ କରାଯାଇଛି। ଆବଶ୍ୟକତା ଅନୁଯାୟୀ ଜାନୁଆରୀ-ମାର୍ଚ୍ଚ ୨୦୨୪ ରେ ଓଏମଏସଏସ ଅଧୀନରେ ଅତିରିକ୍ତ ୨୫ ଏଲଏମଟି ଅଫଲୋଡ୍ କରାଯାଇପାରିବ। ଏପର୍ଯ୍ୟନ୍ତ ଏଫସିଆଇ ପକ୍ଷରୁ ସାପ୍ତାହିକ ଇ-ନିଲାମ ମାଧ୍ୟମରେ ପ୍ରକ୍ରିୟାକରଣକାରୀମାନଙ୍କୁ ୪୪.୬୫ ଲକ୍ଷ ମେଟ୍ରିକ୍ ଟନ୍ ବିକ୍ରି କରାଯାଇଛି ଏବଂ ଏହା ଦ୍ୱାରା ସୁଲଭ ମୂଲ୍ୟରେ ଖୋଲା ବଜାରରେ ଗହମର ଉପଲବ୍ଧତା ବୃଦ୍ଧି ପାଇଛି, ଯାହା ଦ୍ୱାରା ସାରା ଦେଶରେ ସାଧାରଣ ଉପଭୋକ୍ତା ଉପକୃତ ହୋଇଛନ୍ତି।

ଖୋଲା ବଜାରରେ ଯୋଗାଣ ବୃଦ୍ଧି ପାଇଁ ଏଫସିଆଇ ଦ୍ୱାରା ଇ-ନିଲାମ ମାଧ୍ୟମରେ ଦିଆଯାଉଥିବା ସାପ୍ତାହିକ ପରିମାଣକୁ ତୁରନ୍ତ ୩ ଏଲଏମଟିରୁ ୪ ଏଲଏମଟିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ଖୋଲା ବଜାରରେ ଗହମ ଉପଲବ୍ଧତା ଆହୁରି ବୃଦ୍ଧି ପାଇବ।

ଏଫସିଆଇ, ନାଫେଡ, ଏନସିସିଏଫ ଏବଂ କେନ୍ଦ୍ରୀୟ ଭଣ୍ଡାର ଭଳି କେନ୍ଦ୍ରୀୟ ସମବାୟ ସଂଗଠନଗୁଡିକୁ ଅଟା ପ୍ରକ୍ରିୟାକରଣ କରିବା ଏବଂ ‘ଭାରତ ଅଟା’ ବ୍ରାଣ୍ଡ ଅଧୀନରେ ସେମାନଙ୍କ ଭୌତିକ/ମୋବାଇଲ ଆଉଟଲେଟ୍ ମାଧ୍ୟମରେ କିଲୋ ପିଛା ୨୭.୫୦ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ପାଇଁ ଗହମ ପ୍ରଦାନ କରୁଛି। ଯେଉଁ ଅଞ୍ଚଳରେ ଦର ଅଧିକ ରହୁଛି ତାହା ଚିହ୍ନଟ କରାଯାଇଛି ଏବଂ ଏଜେନ୍ସିଗୁଡ଼ିକ ଏହି ସବୁ ଅଞ୍ଚଳରେ ଟାର୍ଗେଟ୍ ବିକ୍ରି କରୁଛନ୍ତି। ଜାନୁଆରୀ ୨୦୨୪ ଶେଷ ସୁଦ୍ଧା ଭାରତ ଅଟା ପାଇଁ ଯୋଗାଇ ଦିଆଯିବାକୁ ଥିବା ଗହମ ପରିମାଣ କୁ ୨.୫ ଏଲଏମଟିରୁ ୪ ଏଲଏମଟିକୁ ବୃଦ୍ଧି କରାଯାଉଛି। ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନାଫେଡ୍ / ଏନସିସିଏଫ ଏବଂ କେନ୍ଦ୍ରୀୟ ବହନ୍ଦରକୁ ଆବଣ୍ଟନର ସମୟ ସମୟରେ ସମୀକ୍ଷା କରାଯାଉଛି।

ଦର ନିୟନ୍ତ୍ରଣ ଏବଂ ଦେଶରେ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଗହମର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି: କେନ୍ଦ୍ର ଶକ୍ତି ମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତିଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟପରିବେଶ, ଦୀର୍ଘସ୍ଥାୟିତ୍ୱ ଓ ପ୍ରଯୁକ୍ତି ଫୋରମ୍‌ (ଆଇଫରେଷ୍ଟ) ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ସମ୍ଭାବନା ୧୬୯ ଜିଡବ୍ଲୁପିଥିବା ଆକଳନ କରିଛି ବୋଲି ଓଡ଼ିଶା ସରକାର ରିପୋର୍ଟଦେଇଛନ୍ତି।

ସେ କହିଛନ୍ତି, ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ଦ୍ୱାରା ବିଭିନ୍ନ ଆଧାରକୁ ନେଇ ରାଜ୍ୟମାନଙ୍କର ସୌର ଶକ୍ତିଉତ୍ପାଦନ ସମ୍ଭାବନାକୁ ଆକଳନ କରାଯାଇଥାଏ। ଏହି ଆଧାରଗୁଡ଼ିକ ହେଲା, କୌଣସି ରାଜ୍ୟର ୩% ଅନୁର୍ବର ଜମିକୁସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। ଅନୁର୍ବର ଜମି ମାନଚିତ୍ର ୨୦୧୦ ଅନୁଯାୟୀ, ଏଥିପାଇଁ ଉଦ୍ଦିଷ୍ଟଜମି ଚିହ୍ନଟ କରାଯିବ। ଏସପିଭି ମଡ୍ୟୁଲ ଦକ୍ଷତାକୁ ୧୫% ସମ୍ଭାବନା ହିସାବରେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ ୧ ବର୍ଗକିମି ଅନୁର୍ବର ଜମିରେ ୫୦ ମେଗାୱାଟ୍‌ ପିକ୍‌ କ୍ଷମତାବିଶିଷ୍ଟଏସପିଭି ପ୍ଲାଣ୍ଟ ସ୍ଥାପନ କରାଯାଇପାରିବ। ଅନୁରୂପ ଭାବେ୨୦୧୧ ଜନଗଣନାକୁ ଆଧାର କରି ଘର ଛାତ ଉପରେ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ମାଧ୍ୟମରେ ସୌର ଶକ୍ତି ଉତ୍ପାଦନସମ୍ଭାବନାକୁ ଆକଳନ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଆର.କେ ସିଂ ଏହି ଅବସରରେ କହିଛନ୍ତି, କେନ୍ଦ୍ରସରକାର ଓଡ଼ିଶା ସମେତ ସବୁ ରାଜ୍ୟକୁ ସୌର ଇନ୍ଧନ ଏବଂଅକ୍ଷୟ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରସହଯୋଗ ଯୋଗାଇ ଦେଉଛନ୍ତି। ସୌର ଶକ୍ତି କ୍ଷେତ୍ରରେସ୍ୱୟଂକ୍ରିୟ ମାର୍ଗରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁଅନୁମତି ମିଳିଛି। ୩୦ ଜୁନ୍‌ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁଥିବା ପ୍ରକଳ୍ପରୁ ସୌର ଏବଂ ପବନ ବିଦ୍ୟୁତ ଶକ୍ତିର ଆନ୍ତଃରାଜ୍ୟବିକ୍ରୟ ଉପରେ କୌଣସି ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ ଶୁଳ୍କଲାଗୁ ହେବ ନାହିଁ। ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଲାଗି ଅକ୍ଷୟ ଶକ୍ତି ଉତ୍ପାଦନକାରୀମାନଙ୍କୁ ଜମି ଓ ସଞ୍ଚାରଣ ସୁବିଧାଯୋଗାଇ ଦେବା ପାଇଁ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠାକରାଯିବାର ପ୍ରସ୍ତାବ ରହିଛି। ପିଏମ୍‌-କୁସୁମ, ଛାତ ଉପରେସୌର ଶକ୍ତି ଉତ୍ପାଦନ ଯୋଜନା ପର୍ଯ୍ୟାୟ-୨, ୧୨ ହଜାରମେଗାୱାଟ୍‌ ସିପିଏସୟୁ ଯୋଜନା ପର୍ଯ୍ୟାୟ ୨ ଆଦି କାର୍ଯ୍ୟକାରୀକରାଯାଉଛି।

ସବୁଜ ଇନ୍ଧନ କରିଡର ଯୋଜନା ଅଧୀନରେନୂଆ ବିଦ୍ୟୁତ ସଞ୍ଚାରଣ ଲାଇନ ଏବଂ ନୂଆ ସବଷ୍ଟେସନ କ୍ଷମତାବିକଶିତ କରାଯାଉଛି। ସେହିପରି ସବୁଜ ହାଇଡ୍ରୋଜେନ ଏବଂ ଏହାର ଯୌଗିକ ଉତ୍ପାଦନ, ଉପଯୋଗ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରେ ପରିଣତ କରିବା ଉଦ୍ଦେଶ୍ୟରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଆରମ୍ଭ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅବିବାହିତ ମହିଳାଙ୍କୁ ସରୋଗେସିର ଫାଇଦା ମିଳିବ କି?

ନୂଆଦିଲ୍ଲୀ: ଅବିବାହିତ ମହିଳାଙ୍କୁ ସରୋଗେସିର ଫାଇଦା ମିଳିବ କି? ସୁପ୍ରିମକୋର୍ଟ ଏହି ସାମ୍ବିଧାନିକ ପ୍ରଶ୍ନର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁଥିରେ କୁହାଯାଇଛି ଯେ, ସରୋଗେସି ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ଅବିବାହିତ ମହିଳା ସରୋଗେସି ମାଧ୍ୟମରେ ସନ୍ତାନ ଜନ୍ମ କରିପାରିବେ ନାହିଁ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଭି ନାଗରତ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ପିଟିସନରେ ଉଠିଲା ସାମ୍ବିଧାନିକ ପ୍ରଶ୍ନ

ସୁପ୍ରିମକୋର୍ଟରେ ଆବେଦନକାରୀ ମହିଳାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲ ହାଜର ହୋଇ କହିଥିଲେ ଯେ, ପ୍ରଚଳିତ ସରୋଗେସି ଆଇନରେ ଏକ ବଡ଼ ତ୍ରୁଟି ରହିଛି ଏବଂ ଏହା ଧାରା ୧୪ ଅର୍ଥାତ୍ ସମାନତା ଅଧିକାର ଏବଂ ଧାରା-୨୧ ଅର୍ଥାତ୍ ଜୀବନ ଓ ସ୍ୱାଧୀନତାର ଅଧିକାରକୁ ଉଲ୍ଲଂଘନ କରୁଛି। କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ହାଜର ହୋଇ କହିଥିଲେ ଯେ, ଅବିବାହିତ ମହିଳାଙ୍କ ପାଇଁ ସରୋଗେସି ବିକଳ୍ପର ମାମଲା ବୃହତ ଖଣ୍ଡପୀଠରେ ବିଚାରାଧୀନ ରହିଛି। ଏହା ଉପରେ ଆବେଦନକାରୀଙ୍କ ଓକିଲ ସୌରଭ କହିଛନ୍ତି ଯେ, ଏହା ଏକ ବୃହତ ସାମ୍ବିଧାନିକ ପ୍ରଶ୍ନ ହୋଇଥିବାରୁ ଏହି ମାମଲାର ଶୁଣାଣିର ଆବଶ୍ୟକତା ରହିଛି। ଏହାପରେ ଜଷ୍ଟିସ୍ ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ କହିଛନ୍ତି।

ମାତୃତ୍ୱ ଅନୁଭୂତି ଚାହୁଁଛନ୍ତି ବୋଲି ଆବେଦନକାରୀ ମହିଳା କହିଛନ୍ତି

ଆବେଦନକାରୀଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ସେ ସରୋଗେସିର ଅଧିକାର ଚାହୁଁଛନ୍ତି। ସରକାରଙ୍କ ହସ୍ତକ୍ଷେପ ବିନା ସେ ନିଜ ବ୍ୟକ୍ତିଗତ ଜୀବନରେ ମାତୃତ୍ୱ ଅନୁଭବ କରିବାକୁ ଚାହୁଁଛନ୍ତି। ଆବେଦନକାରୀ କହିଛନ୍ତି ଯେ, ବିବାହ ନ କରି ମାତୃତ୍ୱ ପାଇବାର ଅଧିକାର ତାଙ୍କର ରହିଛି। ମହିଳା ଜଣକ କହିଛନ୍ତି ଯେ, ତାଙ୍କ ବୟସ ୪୦ ବର୍ଷ ଏବଂ ସେ ମଧୁମେହରେ ପୀଡ଼ିତ ଏବଂ ଏହି ପରିସ୍ଥିତିରେ ଅନେକ ସମସ୍ୟା ରହିଛି। ଆବେଦନକାରୀ ସୁପ୍ରିମକୋର୍ଟଙ୍କ ରାୟକୁ ଉଦାହରଣ ଦେଇ କହିଛନ୍ତି ଯେ, ସନ୍ତାନ ଜନ୍ମ ଓ ମାତୃତ୍ୱ ଅଧିକାରକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏଠାରେ ସନ୍ତାନ ଜନ୍ମ କରିବାର ଅଧିକାର କେବଳ ପ୍ରକୃତିରେ ସୀମିତ ରହିପାରିବ ନାହିଁ। ଏଭଳି ପରିସ୍ଥିତିରେ ମାତୃତ୍ୱ ଓ ପିଲାଙ୍କ ଅଧିକାରରେ ବୈଜ୍ଞାନିକ ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ। ବୈଜ୍ଞାନିକ ପଦ୍ଧତିରେ ସାମିଲ ହେବା ପାଇଁ ସରୋଗେସିକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଅବିବାହିତ ମହିଳାଙ୍କୁ ସରୋଗେସି କରିବାକୁ ଏହି ଆଇନ ଅନୁମତି ଦିଏ ନାହିଁ

ଆବେଦନକାରୀ ମହିଳା କହିଛନ୍ତି ଯେ, ସରୋଗେସି ହେଉଛି ଏକମାତ୍ର ମାଧ୍ୟମ ଯାହା ମାଧ୍ୟମରେ ସେ ସନ୍ତାନ ଜନ୍ମ କରିପାରିବେ ଏବଂ ନିଜର ପରିବାର ଜନ୍ମ କରିପାରିବେ, କିନ୍ତୁ ବର୍ତ୍ତମାନର ସରୋଗେସି (ନିୟନ୍ତ୍ରଣ) ଆଇନ ୨୦୨୧ ଏବଂ ସରୋଗେସି ରେଗୁଲେସନ ନିୟମ ୨୦୨୨ ଅନୁଯାୟୀ ତାଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି। ସରୋଗେସି ରେଗୁଲେସନ ଆକ୍ଟ ୨୦୨୧ର ଧାରା ୨(୧) ଅନୁଯାୟୀ ଜଣେ ଅବିବାହିତ ମହିଳାଙ୍କୁ ବାରଣ କରାଯାଇଛି। ତେବେ ଉକ୍ତ ଆଇନ ଅନୁଯାୟୀ ଛାଡ଼ପତ୍ର ପ୍ରାପ୍ତ କିମ୍ବା ବିଧବା ମହିଳାଙ୍କୁ ସରୋଗେସିର ସୁବିଧା ଦିଆଯାଉଛି। ତେଣୁ ଏହି ବ୍ୟବସ୍ଥା ମନମୁଖୀ।

ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ, ଅବିବାହିତ ମହିଳାଙ୍କୁ ସନ୍ତାନ ଗ୍ରହଣ କରିବାକୁ ବାରଣ କରାଯାଇନାହିଁ। ତେବେ ସରୋଗେସି ଆକ୍ଟ କେବଳ ଜଣେ ବିବାହିତ ମହିଳାଙ୍କୁ ଅନୁମତି ଦେଇଥାଏ ଯିଏ ଛାଡ଼ପତ୍ର ନେଇଛନ୍ତି କିମ୍ବା ବିଧବା ହୋଇଛନ୍ତି।

Categories
ଆଞ୍ଚଳିକ

ଚିଲିକା: ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ

ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି।  ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି ବିଭାଗକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ସୁମନ୍ତ ଜେନା ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟରୁ ରଚିତା ସାସମଲ, ନୀଳକଣ୍ଠେଶ୍ଵର ବିଦ୍ୟାପୀଠରୁ ଶୁଭମ ସାହୁ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ସର୍ବେଶ୍ୱର ବରାଳ ଏବଂ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଳରାମ ସ୍ୱାଇଁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ ହୋଇଥିଲେ।

ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ବିଭାଗରୁ ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରରୁ ୨୪ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୫୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

ସେହିଭଳି ଶନିବାର ପୂର୍ବାହ୍ନରେ ଚିଲିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ୧୨୪ ଟି ବିଜ୍ଞାନ, କୃଷି, ପରିବେଶ, ଘଟଣା ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ,ବିଶିଷ୍ଟ ଅତିଥି ଭାବେ ବିରିବାଡି ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଚରଣ ସେଣ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ, ମିନତୀ ଶତପଥୀ, ଗୀତାଞ୍ଜଳୀ ନାୟକ, ବିଜ୍ଞାନ ମେଳା କମିଟି ସମ୍ପାଦକ କୁନା ମହତ୍ୱ,ସାଧନ କେନ୍ଦ୍ର ସଂଯୋଜକ ଦେବରାଜ ପରିଡା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ପରିଦର୍ଶନ କରିବାସହ ତୃଣମୂଳ ସ୍ତରରେ ଥିବା ସୁପ୍ତ ପ୍ରତିଭାଙ୍କୁ ବିକଶିତ କରିବା ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଫଳରେ ଅନେକ କୁନି ବୈଜ୍ଞାନିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ।

ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ପୂର୍ବତନ ଚିକିତ୍ସା ଅଧିକାରୀ ମଧୁସୂଦନ ସେନାପତି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶୃଙ୍ଖଳା ଓ ସମାୟାନୁବର୍ତ୍ତୀ ହେବାସହ ସାଧନାରେ ଏକାଗ୍ରତା ରଖିବାପାଇଁ ଦିଗଦର୍ଶନ ଦେଇଥିଲେ।

ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ ନେଇ ଅତିଥି ଗହଣରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଜ୍ଞାନ ମେଳା କମିଟିର ସମସ୍ତ ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା : ଓଡିଶାର ଜଣେ ସାଧାରଣ କୃଷକଙ୍କ କାହାଣୀ

ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ାର ପୂର୍ଣ୍ଣଚନ୍ଦ୍ର ବେନିଆ ତାଙ୍କ ପତ୍ନୀ ଏବଂ ମା’ଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ। ମହିଳାମାନେ ପାରମ୍ପରିକ ଚୁଲାରେ ପୂରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରେ ଘଣ୍ଟା ଘଣ୍ଟା ବିତାଇଥାନ୍ତି। ଏହି ଚୁଲା ଘର ଏବଂ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ସାଜିଥାଏ। “ଧୂଆଁପୂର୍ଣ୍ଣ” ରୋଷେଇ ଘରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ବେନିଆ ପରିବାର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ଏଥିସହିତ, ଉପଯୁକ୍ତ ଜାଳେଣୀ କାଠ, ନଡ଼ା, ଏବଂ ଗାଈ ଗୋବର ସଂଗ୍ରହ କରିବା ଲାଗି ଏହି ମହିଳାମାନଙ୍କର ବହୁ ସମୟ ବ୍ୟୟ ହେବା ସହିତ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା – ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଜରିଆରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକ ଆଶାର କିରଣ ମିଳିଲା ଯାହା ମାଧ୍ୟମରେ ସେ ତାଙ୍କ ଘରେ ଏକ ମାଗଣା ଏଲପିଜି ସଂଯୋଗ ପାଇପାରିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୦ ନଭେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ବେଳେ ପୂର୍ଣ୍ଣ ଚାନ୍ଦ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଭଳି କଲ୍ୟାଣକାରୀ ଯୋଜନା ତାଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସେ କହିଛନ୍ତି ଯେ ତାଙ୍କ ପରିବାରର ମହିଳାମାନେ ବର୍ତ୍ତମାନ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ କିସାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଅନ୍ୟ ସରକାରୀ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ସେ ଏବଂ ତାଙ୍କ ପରିବାର ମଧ୍ୟ ବହୁ ଉପକୃତ ହୋଇଥିବା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାଗୁଡିକର ଶତପ୍ରତିଶତ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପିଲାମାନଙ୍କ ଭବିଷ୍ୟତ ପାଇଁ ପୂର୍ଣ୍ଣ ଚାନ୍ଦଙ୍କର କିଭଳି ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ପୂର୍ଣ୍ଣ ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କର ତିନି ସନ୍ତାନ ଅଛନ୍ତି। ତାଙ୍କ ପିଲାମାନେ ବଡ଼ ହେବାପରେ ଡାକ୍ତର ଏବଂ ଇଞ୍ଜିନିୟର ଭାବରେ କ୍ୟାରିୟର କରିବାକୁ ଏହି ସାଧାରଣ ଚାଷୀ ଜଣଙ୍କ ଇଚ୍ଛା ପ୍ରକାଶ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀ ଜାଣିବା ପରେ ପରେ ପୂର୍ଣ୍ଣ ଚାନ୍ଦଙ୍କୁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଏକ ଅଂଶ ଭାବରେ ତାଙ୍କ ଗ୍ରାମ ପରିଦର୍ଶନ କରୁଥିବା ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ। ଏହା ସହିତ, ସେ ପୂର୍ଣ୍ଣ ଚାନ୍ଦଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକାରୀମାନଙ୍କୁ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ।

ଶେଷରେ, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ଣ୍ଣ ଚାନ୍ଦଙ୍କୁ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସଙ୍କଳ୍ପ ନେବାକୁ ଅନୁରୋଧ କରିଥିଲେ। ପୂର୍ଣ୍ଣ ଚାନ୍ଦ ତାଙ୍କର କର୍ତ୍ତବ୍ୟ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଯାହା ଦେଶକୁ ବିକଶିତ ଭାରତ ହେବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।