Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ
ଆଜିର ଖବର

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ
ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ‘ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି’ (ଆଇଏମପିସିସି) – ଓଡ଼ିଶା ମଣ୍ଡଳର ସେପ୍ଟେମ୍ବର ମାସର ବୈଠକ ଆଜି ଭୁବନେଶ୍ୱରସ୍ଥିତ ଏନଏବିଏମ୍ ପ୍ରସାର ଭାରତୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ସଦସ୍ୟ ସଂଗଠନର ପ୍ରମୁଖ ସଫଳତା ଓ ଶ୍ରେଷ୍ଠ ପ୍ରଚଳନ ସମ୍ପର୍କରେ ଉପସ୍ଥାପନା ସହିତ ଜନସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉଦୀୟମାନ ପ୍ରଯୁକ୍ତି ଓ ଡିଜିଟାଲ୍ ଉପକରଣର ବ୍ୟବହାର ନେଇ ଆଲୋଚନା କରାଯାଇଥିଲା।

ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଆଇଏମପିସିସିର ଅଧ୍ୟକ୍ଷ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସଦସ୍ୟ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ସରକାରୀ ଯୋଗାଯୋଗକୁ ଅଧିକ ସମନ୍ୱିତ ଓ ପ୍ରଭାବଶାଳୀ କରିବା ସମ୍ପର୍କରେ ମତବିନିମୟ କରିଥିଲେ। ସୂଚନାର ପ୍ରଭାବଶାଳୀ ପ୍ରସାର, ବିଭିନ୍ନ ମାଧ୍ୟମର ସମନ୍ୱିତ ବ୍ୟବହାର ଏବଂ ଜନସାଧାରଣଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ମୁଖ୍ୟ ଅଭିଭାଷଣରେ ଶ୍ରୀ ମିଶ୍ର ଫ୍ରାଞ୍ଜ କାଫ୍କାଙ୍କ ୧୯୧୫ ମସିହାର ପ୍ରସିଦ୍ଧ କୃତି ‘ମେଟାମର୍ଫୋସିସ୍’ର ଉଦାହରଣ ଦେଇ ଯୋଗାଯୋଗର ଗୁରୁତ୍ୱ ଓ ଏହାର ଅଭାବର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଗ୍ରେଗର ସାମସାଙ୍କ ଚରିତ୍ର ମାଧ୍ୟମରେ ଏକାକୀତ୍ୱ, ବିଚ୍ଛିନ୍ନତା, ଅବମାନବୀକରଣ ଓ ନିରବତା କିପରି ବ୍ୟକ୍ତିର ପରିବାର, କର୍ମକ୍ଷେତ୍ର ଓ ସାମାଜିକ ସମ୍ପର୍କକୁ ପ୍ରଭାବିତ କରେ, ସେ ତାହା ବ୍ୟାଖ୍ୟା କରିଥିଲେ। ସଂଗଠନାତ୍ମକ ପରିବେଶରେ ଯୋଗାଯୋଗର ଅଭାବ ସୂଚନା ପ୍ରବାହ, ସମନ୍ୱୟ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଥିବା ଦର୍ଶାଇ ସେ କହିଥିଲେ ଯେ, ନିରବତା ଯୋଗାଯୋଗ ପ୍ରକ୍ରିୟାର ମୃତ୍ୟୁ ସଦୃଶ। ମତଭେଦ କିମ୍ବା ଅସନ୍ତୋଷ ଥିଲେ ମଧ୍ୟ ଖୋଲା ଆଲୋଚନା ଜାରି ରଖିବା ନିରବତାଠାରୁ ଅଧିକ ଫଳପ୍ରଦ ବୋଲି ସେ ଉଲ୍ଲେଖ କରି, ବ୍ୟକ୍ତି, ବିଭାଗ ଓ ସଂସ୍ଥା ମଧ୍ୟରେ ନିରନ୍ତର ଓ ଖୋଲା ଯୋଗାଯୋଗ ବ୍ୟବସ୍ଥା ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ।

ବୈଠକରେ ସଦସ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ନବୀନ ଜନସମ୍ପର୍କ ପଦକ୍ଷେପ ଓ ସଫଳ ଯୋଗାଯୋଗ ମଡେଲଗୁଡ଼ିକ ସମ୍ପର୍କରେ ଅଭିଜ୍ଞତା ବିନିମୟ କରାଯାଇଥିଲା। ବିଭିନ୍ନ ସଂସ୍ଥାର ଉତ୍ତମ ଅଭ୍ୟାସଗୁଡ଼ିକୁ ଅନ୍ୟମାନଙ୍କ ସହ ବାଣ୍ଟିବା ସହିତ ସେଗୁଡ଼ିକର ସମ୍ଭାବ୍ୟ ଅନୁପ୍ରୟୋଗ ଉପରେ ମତବିନିମୟ ହୋଇଥିଲା। ଏହା ମାଧ୍ୟମରେ ସରକାରୀ ସୂଚନା ଓ ବାର୍ତ୍ତାକୁ ବିଭିନ୍ନ ମାଧ୍ୟମରେ ଅଧିକ ସୁଗମ ଓ ପ୍ରଭାବଶାଳୀ ଭାବେ ପହଞ୍ଚାଇବାର ଉପାୟ ନେଇ ଆଲୋଚନା କରାଯାଇଥିଲା।

ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ, ଭୁବନେଶ୍ୱରର ଅତିରିକ୍ତ କମିଶନର ଶ୍ରୀଜୁଲିଆନ୍ ଟୋବିଆସ୍, ଆଇଏମଏମଟି, ଭୁବନେଶ୍ୱରର ବୈଜ୍ଞାନିକ-ଜି ସତ୍ୟଜିତ ରଥ, ନ୍ୟାସନାଲ୍ ପ୍ରଡକ୍ଟିଭିଟି କାଉନସିଲ୍ର ଉପ-ନିର୍ଦ୍ଦେଶକ ଶ୍ୟାମ ପ୍ରସାଦ, ଆରଆଇଇର ସହକାରୀ ପ୍ରାଧ୍ୟାପକ ଡଃ ଦେବାଶିଷ ମହାପାତ୍ର, ଆଇସିଏଆର-ସିଫା, ଭୁବନେଶ୍ୱରର ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ ହିମାଂଶୁ କେ. ଦେ, ସିଆରଆରଆଇ, କଟକର ବରିଷ୍ଠ ବୈଜ୍ଞାନିକ ସୁଦୀପ୍ତ ପଲ୍, ସିଆରଆରଆଇ, କଟକର ବୈଷୟିକ ଅଧିକାରୀ ସନ୍ଧ୍ୟାରାଣୀ ଦଲାଲ, ଆକାଶବାଣୀ କଟକର ଟ୍ରାନ୍ସମିସନ୍ ଏକ୍ଜିକ୍ୟୁଟିଭ୍ ରାଜୀବ କୁମାର ମାହୁନ୍ତ, ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ସୁମନ କୁମାର ଝା, ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ନ୍ୟୁଜ୍ ଏଡିଟର ସୁଦର୍ଶନ ସାହୁ, ଆକାଶବାଣୀ ଆରଏନୟୁର ନ୍ୟୁଜ୍ ଏଡିଟର ନିର୍ମାଲ୍ୟ ବେହେରା, ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କେନ୍ଦ୍ର ମୁଖ୍ୟ କପିଲ ଜୈନ୍, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ସହକାରୀ ଜନସମ୍ପର୍କ ଅଧିକାରୀ ଜାଗୃତି ମୟୀ ଦାଶ, ଏଏସଆଇ, ଭୁବନେଶ୍ୱରର ଏସଏସଏ ଅମିତ କୁମାର ଆଚାର୍ଯ୍ୟ, କେଭିଆଇସିର ସହକାରୀ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ପଣ୍ଡା, ବିଏସଏନଏଲ୍, ଭୁବନେଶ୍ୱରର ପ୍ରିନ୍ସିପାଲ୍ ଜେନେରାଲ୍ ମ୍ୟାନେଜର, ଏଚଆର୍ ଓ ପ୍ରଶାସନ ଇନ୍ଦ୍ର ଗୋବିନ୍ଦ ସୋରେନ୍, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ବିମଳ ଚନ୍ଦ୍ର ନନ୍ଦ, ଇଗ୍ନୋ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସନ୍ତୋଷ କେ. ପାଣିଗ୍ରାହୀ, ଏମପିଇଡିଏ, ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଡଃ ବିଜି ଭି.ଏନ୍., ଇପିଏଫଓ, ଭୁବନେଶ୍ୱରର ଆଞ୍ଚଳିକ ପିଏଫ୍ କମିଶନର କାଶୀନାଥ ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସ୍ମିତା କର, ଏନସିଏସସିର ସହକାରୀ ନିର୍ଦ୍ଦେଶକ ସନାତନ ଦାସ, ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁଶୱାହା, ଆଇଆଇଟି ଭୁବନେଶ୍ୱରର ଜନସମ୍ପର୍କ ଅଧିକାରୀ ଧରିତ୍ରୀ ଶତପଥୀ, ମାଇ ଭାରତ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଏଏସଓ ରୋହିତ ନନ୍ଦେଶ୍ୱର, ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ମୁଖୀ, ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲ୍ଡର ସହକାରୀ ନିର୍ଦ୍ଦେଶକ, ସନାତନ ଦାସ, ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଏସ୍ସି/ଏସ୍ଟିର,ସବ୍ ରିଜିଓନାଲ ଏମ୍ପ୍ଲୟମେଣ୍ଟ ଅଫିସର ତପନ କୁମାର ରାଉଳ, କେନ୍ଦ୍ରୀୟ ସଂଚାର ବ୍ୟୁରୋ,ଭୁବନେଶ୍ୱରର ଫିଲ୍ଡ ପବ୍ଲିସିଟି ଅଫିସର ସସ୍ମିତା ପାଇକରାୟ ଏବଂ ପିଆଇବି, ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକର ଆରମ୍ଭରେ ଆଇଏମପିସିସିର ସଦସ୍ୟ ସଚିବ ତଥା କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ଭାବେ ଅବଗତ କରାଇଥିଲେ। ଆଗାମୀ ଆଇଏମପିସିସି ବୈଠକର ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ନେଇ ସଦସ୍ୟମାନେ ମଧ୍ୟ ମତବିନିମୟ କରିଥିଲେ। ଶେଷରେ ପିଆଇବି, ଭୁବନେଶ୍ୱରର ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇଏମପିସିସି ବୈଠକ କେନ୍ଦ୍ର ସରକାର ଗଣମାଧ୍ୟମ ସଂସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026

ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଠିତ: ସଭାପତି ହେଲେ ବିଭୂକଲ୍ୟାଣ ସାମନ୍ତରାୟ

September 3, 2026

ଶେଷ ହେଲା ବିସିସିଆଇ ର ବୈଠକ: ଦୂର ହେଲା ଗମ୍ଭୀର ଏବଂ ଅଗରକରଙ୍କ ଉପରେ ଥିବା ଦ୍ଵନ୍ଦ୍ଵ

September 3, 2026

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

September 3, 2026
Latest News

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026

ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଠିତ: ସଭାପତି ହେଲେ ବିଭୂକଲ୍ୟାଣ ସାମନ୍ତରାୟ

September 3, 2026

ଶେଷ ହେଲା ବିସିସିଆଇ ର ବୈଠକ: ଦୂର ହେଲା ଗମ୍ଭୀର ଏବଂ ଅଗରକରଙ୍କ ଉପରେ ଥିବା ଦ୍ଵନ୍ଦ୍ଵ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.