Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି
ଜାତୀୟ ଖବର

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026No Comments9 Mins Read
Share Facebook Twitter LinkedIn Email WhatsApp Copy Link
ହର୍ମୁଜ୍ ପ୍ରଣାଳୀ
ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ  ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରମୁଖ ଯୋଗାଣ ଶୃଙ୍ଖଳକୁ ନିରବଚ୍ଛିନ୍ନ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶେଷ କରି ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ପ୍ରଭାବିତ ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ନିୟମିତ ଭାବେ ଦେଶବାସୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରୁଛନ୍ତି।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ବିବରଣୀ ଏବେ ଦେଶକୁ  ଶକ୍ତି ଯୋଗାଣ  ନିରନ୍ତର ଜାରି ରହିଛି। ବର୍ତ୍ତମାନର ଜାଳେଣି ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ହରମୁଜ’ ପ୍ରଣାଳୀକୁ ପ୍ରଭାବିତ କରୁଥିବା ଘଟଣାବଳୀ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲ୍‍ପିଜିର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ  ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ନାଗରିକମାନଙ୍କୁ ଆତଙ୍କିତ ହୋଇ ପେଟ୍ରୋଲ, ଡିଜେଲ ଏବଂ ଏଲ୍‍ପିଜି କିଣିବାରୁ ବାରଣ କରାଯାଇଛି। ଗୁଜବରୁ ସାବଧାନ ରହିବା ସହ  ସଠିକ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି। ଏଲ୍‍ପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ଯିବାକୁ ବାରଣ କରିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନ୍‍ଜି ଏବଂ ଇଲେକ୍ଟ୍ରିକ୍ ବା ଇନଡକ୍ସନ କୁକଟପ୍ ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ନାଗରିକଙ୍କୁ ଦୈନନ୍ଦିନ ବ୍ୟବହାର ସମୟରେ ଶକ୍ତି ସଂରକ୍ଷଣ କରିବାକୁ ଅନୁରୋଧ କରାଯାଇଛି।

ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲ୍‍ପିଜି, ଘରୋଇ ପିଏନ୍‍ଜି ଏବଂ ସିଏନ୍‍ଜି ପରିବହନ ପାଇଁ ୧୦୦% ଯୋଗାଣ ସୁନିଶ୍ଚିତ କରିଛନ୍ତି। ବାଣିଜ୍ୟିକ ଏଲ୍‍ପିଜି ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହା ସହିତ, ୨ ଏବଂ ୩ ମାର୍ଚ୍ଚ ୨୦୨୬ ର ହାରାହାରି ଦୈନିକ ଯୋଗାଣ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କିଲୋଗ୍ରାମ ଏଫ୍‍ଟିଏଲ୍‍ ର ଯୋଗାଣକୁ ଦ୍ୱିଗୁଣିତ କରାଯାଇଛି।

ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ଅନେକ ଯୁକ୍ତିଯୁକ୍ତ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନକୁ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ। ଏଲ୍‍ପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି। କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିୟରିଜକୁ କ୍ଷୁଦ୍ର ଏବଂ ମଧ୍ୟମ ଗ୍ରାହକଙ୍କୁ ବିତରଣ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି। ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ନୂତନ ପିଏନ୍‍ଜି ସଂଯୋଗକୁ ସୁଗମ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ୧୯୫୫ ଏବଂ ଏଲ୍‍ପିଜି ନିୟନ୍ତ୍ରଣ ଆଦେଶ- ୨୦୦୦ ଅନୁଯାୟୀ ରାଜ୍ୟ ସରକାରମାନଙ୍କୁ ଯୋଗାଣ ଉପରେ ନଜର ରଖିବା ଏବଂ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ପେଟ୍ରୋଲ, ଡିଜେଲ ଏବଂ ଏଲ୍‍ପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ପ୍ରାଥମିକ ଭୂମିକା ଗ୍ରହଣ କରିବାକୁ ହେବ। ଭାରତ ସରକାର ଏକାଧିକ ଚିଠି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ଏହା ଦୋହରାଇଛନ୍ତି।

ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଭାରତ ସରକାର ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୨ ତାରିଖର ଚିଠି ଜରିଆରେ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ,  ସଚିବ, ଏମ୍‍ଓପିଏନ୍‍ଜି ଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୨ ତାରିଖରେ  ଏବଂ  ସଚିବ, ଏମଓପିଏନ୍‍ଜି ସହିତ  ଏପ୍ରିଲ ୬ ତାରିଖରେ ସୂଚନା ଏବଂ ପ୍ରସାରଣ ଏବଂ ଗ୍ରାହକ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେରେ ବୈଠକ ଡକାଯାଇଥିଲା, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଭିତରେ ରହିଛି, ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ସର୍ବସାଧାରଣ ପରାମର୍ଶ ଜାରି କରିବା ସସ ସୋସିଆଲ ମିଡିଆରେ ମିଥ୍ୟା ଖବର  ବା ଭ୍ରମାତ୍ମକ ସୂଚନାର ସକ୍ରିୟ ନିରୀକ୍ଷଣ ଏବଂ ପ୍ରତିହତ କରିବା। ସେହିପରି ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିବା ଏବଂ ତୈଳ ବିପଣନ କମ୍ପାନୀଗୁଡିକ ସହିତ ସମନ୍ୱୟ ରକ୍ଷା କରି ଚଢ଼ାଉ ଏବଂ ଯାଞ୍ଚ ଜାରି ରଖିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବାଣିଜ୍ୟିକ ଏଲ୍‍ପିଜି ଆବଣ୍ଟନ ଆଦେଶ ଜାରି କରିବା, ଆବଣ୍ଟିତ ଅତିରିକ୍ତ କିରୋସିନ ପାଇଁ ଆବଣ୍ଟନ ଆଦେଶ ଜାରି କରିବା, ପିଏନ୍‍ଜି ଆପଣାଇବା ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା, ଏବଂ ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ ଏଲ୍‍ପିଜି ଯୋଗାଣକୁ ପ୍ରାଥମିକତା ଦେବା ଏବଂ ଯୋଗାଣ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ୫ କିଲୋଗ୍ରାମ ଏଫ୍‍ଟିଏଲ୍‍ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବିତରଣ ଗ୍ରହଣ କରିବା ବିଷୟରେ ଏହି  ବୈଠକଗୁଡ଼ିକରେ ଗୁରୁତ୍ୱାରୋପ କରାଯାଇଛି।

କଳାବଜାରୀ ଏବଂ ମହଜୁଦକାରୀଙ୍କୁ ରୋକିବା ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ କଣ୍ଟ୍ରୋଲ ରୁମ ଏବଂ ଜିଲ୍ଲା ନିରୀକ୍ଷଣ କମିଟି ଗଠନ କରିଛନ୍ତି। ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରେସ ବ୍ରିଫିଂ ଜାରି କରୁଛନ୍ତି।

ଏଲ୍‍ପିଜି ର କଳାବଜାରୀ ଏବଂ ମହଜୁଦକାରୀଙ୍କୁ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏପ୍ରିଲ ୧୩ରେ, ସାରା ଦେଶରେ ୨,୯୫୦ ରୁ ଅଧିକ ଚଢ଼ାଉ କରାଯାଇଛି। ନିକଟରେ ୧୧ ଏପ୍ରିଲ ୨୦୨୬ରେ, କେରଳର ଯୋଗାଣ ବିଭାଗର ଅଧିକାରୀମାନେ ଥିରୁଅନନ୍ତପୁରମର ଆଟିଙ୍ଗଲରେ ଏକ ବେସରକାରୀ ଗ୍ୟାସ ଏଜେନ୍ସି ପରିସରରୁ ପ୍ରାୟ ୫୦୦ ଅବୈଧ ଭାବେ ଗଚ୍ଛିତ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି। ବର୍ତ୍ତମାନର ଏଲ୍‍ପିଜି ଅଭାବ ସମୟରେ ଏଲ୍‍ପିଜି କଳାବଜାରୀକୁ ରୋକିବା ପାଇଁ ଏହି ଚଢ଼ାଉ ଏକ ସ୍ୱତନ୍ତ୍ର ପ୍ରବର୍ତ୍ତନର ଅଂଶ ଥିଲା। ରାଜ୍ୟ ବିଭାଗ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ସରକାରୀ ତୈଳ ବିତରଣକାରୀ କମ୍ପାନୀଗୁଡ଼ିକ ଗୁଡିକ ଆକସ୍ମିକ ଯାଞ୍ଚକୁ ସୁଦୃଢ଼ ଏବଂ ଜାରି ରଖିଛନ୍ତି ଏବଂ ୨୩୨ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା ଲଗାଇଛନ୍ତି, ଏବଂ ଅନିୟମିତତା ତଥା ଉଲ୍‍ଲଂଘନକାରୀ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ଗତକାଲି ସୁଦ୍ଧା ୫୬ ଏଲ୍‍ପିଜି ବିତରକଙ୍କୁ ନିଲମ୍ବିତ କରାଯାଇଛି।

ପ୍ରଚଳିତ ଭୂ-ରାଜନୈତିକ ସ୍ଥିତି ଦ୍ୱାରା ଏଲ୍‍ପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି। ଏଲ୍‍ପିଜି ବିତରକଙ୍କ ପାଖରେ କୌଣସି ‘ଡ୍ରାଏ-ଆଉଟ୍’ (ଷ୍ଟକ୍ ଶେଷ ହେବା) ହୋଇଥିବା ରିପୋର୍ଟ ହୋଇନାହିଁ। ଗତକାଲିର ତଥ୍ୟ ଅନୁଯାୟୀ ସାରା ଶିଳ୍ପରେ ଅନଲାଇନ୍ ଏଲ୍‍ପିଜି ବୁକିଂ ୯୮% କୁ ବୃଦ୍ଧି ପାଇଛି। ଅପବ୍ୟବହାର ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ୍ କୋଡ୍ (ଡିଏସି) ଭିତ୍ତିକ ଡେଲିଭରି ପ୍ରାୟ ୯୨% କୁ ବୃଦ୍ଧି ପାଇଛି। ଡିଏସି ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୁଏ। ବୁକିଂ ତୁଳନାରେ ଘରୋଇ ଏଲ୍‍ପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ସୂଚନା ଜାରି କରି କୁହାଯାଇଛି।

ବାଣିଜ୍ୟିକ ଏଲ୍‍ପିଜି ଯୋଗାଣ ଏବଂ ଆବଣ୍ଟନ ପାଇଁ ମଧ୍ୟ ଆବଶ୍ୟକ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ମୋଟ ବାଣିଜ୍ୟିକ ଏଲ୍‍ପିଜି ଆବଣ୍ଟନ ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦% କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ସଂଲଗ୍ନ ଆବଣ୍ଟନ ଅନ୍ତର୍ଭୁକ୍ତ। ଭାରତ ସରକାର ୦୬.୦୪.୨୦୨୬ ତାରିଖର ଚିଠି ଜରିଆରେ ଜଣାଇଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ବିତରଣ ପାଇଁ ପ୍ରତ୍ୟେକ ରାଜ୍ୟରେ ଉପଲବ୍ଧ ୫ କିଲୋଗ୍ରାମ ସିଲିଣ୍ଡରର ଦୈନିକ ପରିମାଣକୁ ୨-୩ ମାର୍ଚ୍ଚ ୨୦୨୬ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଦିଆଯାଇଥିବା ହାରାହାରି ଦୈନିକ ଯୋଗାଣ ଆଧାରରେ ଦ୍ୱିଗୁଣିତ କରାଯାଉଛି। ଏହି ୫ କିଲୋଗ୍ରାମ ଏ ସିଲିଣ୍ଡରଗୁଡ଼ିକ ତୈଳ ବିପଣନ କମ୍ପାନୀଗୁଡିକର ସହାୟତାରେ କେବଳ ସେମାନଙ୍କ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ। ୩ ଏପ୍ରିଲ ୨୦୨୬ ପରଠାରୁ, ସରକାରୀ ତୈଳ ବିତରଣ କମ୍ପାନୀଗୁଡିକ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୪୪୫୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୪୯,୩୦୦ ରୁ ଅଧିକ ୫ କିଲୋଗ୍ରାମ   ସିଲିଣ୍ଡର ମଧ୍ୟ ବିକ୍ରି ହୋଇଛି।

ଏପ୍ରିଲ ୧୨ରେ ମହାରାଷ୍ଟ୍ରର ପାଲଘର ସ୍ଥିତ ବୋଇସର ଶିଳ୍ପାଞ୍ଚଳରେ ଇଣ୍ଡିଆନ୍‍ ଅଏଲ କର୍ପୋରେସନ୍‍ଦ୍ୱାରା ଆୟୋଜିତ ଏକ ୫ କିଲୋଗ୍ରାମ ସିଲିଣ୍ଡର ସଚେତନତା ଶିବିରରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ଦିନକ ମଧ୍ୟରେ ପ୍ରାୟ ୮୦୦ ସିଲିଣ୍ଡର ବିକ୍ରି ହୋଇଥିଲା। ୨୩ ମାର୍ଚ୍ଚ ୨୦୨୬ ପରଠାରୁ, ୧୪.୩ ଲକ୍ଷରୁ ଅଧିକ ୫ କିଲୋଗ୍ରାମ  ସିଲିଣ୍ଡର ବିକ୍ରି ହୋଇଛି। ଏପ୍ରିଲ ୧୩ ରେ, ଫେବୃଆରୀ ମାସର ଦୈନିକ ହାରାହାରି ୫ କିଲୋଗ୍ରାମ ଏଫ୍‍ଟିଏଲ୍‍ ସିଲିଣ୍ଡର ବିକ୍ରି ୭୭,୦୦୦ ତୁଳନାରେ ସାରା ଦେଶରେ ପ୍ରାୟ ୧.୧ ଲକ୍ଷ ୫ କିଲୋଗ୍ରାମ ଏଫଟିଏଲ୍‍ ସିଲିଣ୍ଡର ବିକ୍ରି ହୋଇଥିଲା।

ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୪ ମାର୍ଚ୍ଚ ୨୦୨୬ ପରଠାରୁ ସମୁଦାୟ ୧,୩୧,୬୪୫ ମେଟ୍ରିକ ଟନ  ବାଣିଜ୍ୟିକ ଏଲ୍‍ପିଜି ବିକ୍ରି ହୋଇଛି। ୧୩ ଏପ୍ରିଲରେ, ୮୬୬୧ ମେଟ୍ରିକ ଟନ ବାଣିଜ୍ୟିକ ଏଲ୍‍ପିଜି  ବିକ୍ରି ହୋଇଥିଲା।

ମନ୍ତ୍ରଣାଳୟ ପକ୍ଷରୁ ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନ୍‍ଜି ସମ୍ପ୍ରସାରଣ ପଦକ୍ଷେପରେ ଡି-ପିଏନ୍‍ଜି ଏବଂ ସିଏନ୍‍ଜି (ପରିବହନ) କୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଥିବା ସୂଚନା ଦିଆଯାଇଛି। ଉପଲବ୍ଧ ଷ୍ଟକ୍ ଏବଂ ନିର୍ଦ୍ଧାରିତ ଏଲ୍‍ଏନ୍‍ଜି କାର୍ଗୋ ଆଗମନ ଆଧାରରେ, ସାର କାରଖାନାଗୁଡ଼ିକୁ ସାମଗ୍ରିକ ଗ୍ୟାସ ଆବଣ୍ଟନକୁ ୫% ବୃଦ୍ଧି କରାଯାଇଛି, ଯାହା ସେମାନଙ୍କର ୬ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% ରେ ପହଞ୍ଚିଛି, ଯାହା ୦୯.୦୪.୨୦୨୬ ରୁ କାର୍ଯ୍ୟକାରୀ ହୋଇଛି।

ବାଣିଜ୍ୟିକ ଏଲ୍‍ପିଜି ର ଉପଲବ୍ଧତା ସମ୍ପର୍କିତ ଚିନ୍ତା ଦୂର କରିବା ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନ୍‍ଜି ସଂଯୋଗକୁ ପ୍ରାଥମିକତା ଦେବାକୁ ସିଜିଡି ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସରକାରୀ ଗ୍ୟାସ ଯୋଗାଣକାରୀ କମ୍ପାନୀମାନେ କମ୍ପାନୀଗୁଡିକ ଘରୋଇ ଏବଂ ବାଣିଜ୍ୟିକ ପିଏନ୍‍ଜି ସଂଯୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ସିଜିଡି ନେଟୱାର୍କ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।

ଭାରତ ସରକାର ମାର୍ଚ୍ଚ ୧୮ରେ ଚିଠି ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧୦% ବାଣିଜ୍ୟିକ ଏଲ୍‍ପିଜି ଆବଣ୍ଟନ ପ୍ରଦାନ କରିଛନ୍ତି, ଯଦି ସେମାନେ ଏଲ୍‍ପିଜି ରୁ ପିଏନ୍‍ଜି କୁ ଦୀର୍ଘକାଳୀନ ପରିବର୍ତ୍ତନରେ ସାହାଯ୍ୟ କରିପାରିବେ। ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୂର୍ବରୁ ପିଏନ୍‍ଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡ଼ିତ ଅତିରିକ୍ତ ବାଣିଜ୍ୟିକ ଏଲ୍‍ପିଜି ଆବଣ୍ଟନ ପାଉଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପ୍ରାଥମିକତା ଭିତ୍ତିରେ ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ପାଇଁ ୩ ମାସ ପାଇଁ ସିଜିଡି ଭିତ୍ତିଭୂମି ନିମନ୍ତେ ଏକ ‘ତ୍ୱରାନ୍ୱିତ ଅନୁମୋଦନ ଢାଞ୍ଚା’  ଗ୍ରହଣ କରିଛି।

ଭାରତ ସରକାର ମାର୍ଚ୍ଚ ୨୬ ତାରିଖର ଗେଜେଟ୍ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ (ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧା ବିଛାଇବା, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ୟମରେ) ଆଦେଶ, ୨୦୨୬ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶ ସାରା ଦେଶରେ ପାଇପଲାଇନ ବିଛାଇବା ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ଏବଂ ସମୟବଦ୍ଧ ଢାଞ୍ଚା ପ୍ରଦାନ କରେ, ଯାହା ଅନୁମୋଦନ ଏବଂ ଜମି ପାଇବାରେ ବିଳମ୍ବକୁ ଦୂର କରେ।

ଭାରତ ସରକାର ଏକ ମଡେଲ ଡ୍ରାଫ୍ଟ ରାଜ୍ୟ ସିବିଜି ନୀତି ପ୍ରସ୍ତୁତ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଚୟନ କରିବେ, ସେମାନଙ୍କୁ ବାଣିଜ୍ୟିକ ଏଲ୍‍ପିଜି ର ପରବର୍ତ୍ତୀ ଅତିରିକ୍ତ ଆବଣ୍ଟନ ପାଇଁ ପ୍ରାଥମିକତା ଦିଆଯିବ।

ମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୪.୪୦ ଲକ୍ଷ ପିଏନ୍‍ଜି ସଂଯୋଗ ଗ୍ୟାସୀକରଣ ହୋଇଛି ଏବଂ ପ୍ରାୟ ୪.୮୮ ଲକ୍ଷ ଅତିରିକ୍ତ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜିକୃତ କରିଛନ୍ତି। ୧୩.୦୪.୨୦୨୬ ସୁଦ୍ଧା, ୩୩,୦୦୦ ରୁ ଅଧିକ ପିଏନ୍‍ଜି ଗ୍ରାହକ  ସେମାନଙ୍କର ଏଲ୍‍ପିଜି ସଂଯୋଗ ଫେରସ୍ତ କରିଛନ୍ତି।

ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ ପରିଚାଳନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି , ଦେଶର ସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଷ୍ଟକ୍ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛି, ସେହିପରି ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି। ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀରୁ ଘରୋଇ ଏଲ୍‍ପିଜି ଉତ୍ପାଦନ ବୃଦ୍ଧି କରାଯାଇଛି। ଭାରତ ସରକାର ୦୧.୦୪.୨୦୨୬ ତାରିଖର ଆଦେଶ ଜରିଆରେ ଭାରତର ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ରିଫାଇନିଂ କମ୍ପାନୀଗୁଡ଼ିକୁ ଫାର୍ମାସ୍ୟୁଟିକାଲ୍ସ ବିଭାଗ, ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ କିଛି ସର୍ବନିମ୍ନ ପରିମାଣର ସି୩ ଏବଂ ସି୪ ଷ୍ଟ୍ରିମ୍ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।

ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପଦକ୍ଷେପରେ ସାରା ଦେଶରେ ଖୁଚୁରା ଆଉଟଲେଟ୍ ଗୁଡ଼ିକ ଯାଞ୍ଚ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦରରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି, ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି। ଘରୋଇ ବଜାରରେ ଏହି ଉତ୍ପାଦଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ୧୧.୦୪.୨୦୨୬ ତାରିଖର ଗେଜେଟ୍ ବିଜ୍ଞପ୍ତି ଜରିଆରେ ଡିଜେଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୫୫.୫୦ ଟଙ୍କା ଏବଂ  ଉପରେବିାନ ଜାଳେଣୀ ୪୨ ଟଙ୍କାକୁ ବୃଦ୍ଧି କରିଛନ୍ତି। କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିଛି।

କିରୋସିନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ୪୮,୦୦୦ କିଲୋଲିଟିର କିରୋସିନ ଅତିରିକ୍ତ ଆବଣ୍ଟନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି।  ୧୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ କିରୋସିନ ଆବଣ୍ଟନ ଆଦେଶ ଜାରି କରିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ଲଦାଖର ସରକାର ସେଠାରେ କିରୋସିନର କୌଣସି ଆବଶ୍ୟକତା ନଥିବା ସୂଚନା ଦେଇଥିବା ମନ୍ତ୍ରଣାଳୟ କହିଛି।

ସାମୁଦ୍ରିକ ସୁରକ୍ଷା ଏବଂ ପରିବହନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରତୀୟ ଜାହାଜ ଏବଂ ନାବିକମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହିତ ଜଡ଼ିତ କୌଣସି ଅଘଟଣ ରିପୋର୍ଟ ହୋଇନାହିଁ। ଡିଜି ସିପିଂ କଣ୍ଟ୍ରୋଲ ରୁମ ସକ୍ରିୟ ହେବା ପରଠାରୁ ୬,୨୯୨ ଟି କଲ୍ ଏବଂ ୧୩,୨୨୮ ରୁ ଅଧିକ ଇମେଲ୍ ପରିଚାଳନା କରିଛି। ଡିଜି ସିପିଂ ବର୍ତ୍ତମାନ ସୁଦ୍ଧା ୨,୨୬୨ ରୁ ଅଧିକ ଭାରତୀୟ ନାବିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନରେ ସାହାଯ୍ୟ କରିଛି। ଭାରତ ସାରା ବନ୍ଦର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି।

ପ୍ରଭାବିତ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ସରକାର ତତ୍ପର ରହିଛନ୍ତି। ସାରା ଅଞ୍ଚଳରେ ଭାରତୀୟ ମିଶନ ଏବଂ ପୋଷ୍ଟଗୁଡ଼ିକ ଭାରତୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ କୁଏତର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ ଆଞ୍ଚଳିକ ସ୍ଥିତି ଏବଂ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ବିଷୟରେ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ପଶ୍ଚିମ ଏସିଆର ସଂଘର୍ଷର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହା ସହିତ ସେ ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ପଶ୍ଚିମ ଏସିଆର ସଂଘର୍ଷ ଉପରେ ମତ ବିନିମୟ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଆଦାନ ପ୍ରଦାନ ଏବଂ ସମନ୍ୱୟ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ଅଛି। ୨୮ ଫେବୃଆରୀ ପରଠାରୁ ଏହି ଅଞ୍ଚଳରୁ ପ୍ରାୟ ୯,୫୫,୦୦୦ ଯାତ୍ରୀ ଭାରତକୁ ଯାତ୍ରା କରିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସ , ସୌଦି ଆରବ, ଓମାନ ଏବଂ କତାରରୁ ଭାରତକୁ ବିମାନ ଚଳାଚଳ ଜାରି ରହିଛି। କୁଏତ ଆକାଶମାର୍ଗ ବନ୍ଦ ରହିଛି। କୁଏତରୁ ଭାରତୀୟ ନାଗରିକଙ୍କ ଯାତ୍ରା ସାଉଦି ଆରବ ମାଧ୍ୟମରେ ସୁଗମ କରାଯାଉଛି। ତେହେରାନସ୍ଥିତ ଦୂତାବାସ ବର୍ତ୍ତମାନ ସୁଦ୍ଧା ୨,୩୧୩ ଭାରତୀୟ ନାଗରିକଙ୍କୁ ଇରାନରୁ ଆର୍ମେନିଆ ଏବଂ ଆଜରବାଇଜାନ ଦେଇ ଭାରତକୁ ଯିବାରେ ସାହାଯ୍ୟ କରିଛି। ଏଥିରେ ୧୦୨୮ ଜଣ ଭାରତୀୟ ଛାତ୍ର ଏବଂ ୬୫୭ ଜଣ ଭାରତୀୟ ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ। ଇସ୍ରାଏଲ ଆକାଶମାର୍ଗ ଆଂଶିକ ଖୋଲା ଅଛି। ଭାରତୀୟ ନାଗରିକଙ୍କ ଯାତ୍ରା ଇସ୍ରାଏଲରୁ ଜର୍ଡାନ ଏବଂ ଇଜିପ୍ଟ ମାଧ୍ୟମରେ ସୁଗମ କରାଯାଉଛି। ଇରାକ ଆକାଶମାର୍ଗ ଖୋଲା ଅଛି ଏବଂ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

କେନ୍ଦ୍ର ସରକାର ପଶ୍ଚିମ ଏସିଆ ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026
Latest News

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.