Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ
ଆଜିର ଖବର

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ସାଂସଦ
ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

​ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ‘ସମଗ୍ର ଶିକ୍ଷା’ ଯୋଜନାର ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB)ର ସୁପାରିଶକ୍ରମେ ଗଞ୍ଜାମ ଜିଲ୍ଲାର ୧୨ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ (+୨) ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବାରୁ ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

​ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ସଂଖ୍ୟା ୨୨୬୭୯/SME, ତାରିଖ ୩୧.୦୮.୨୦୨୬ ଅନୁଯାୟୀ ସମଗ୍ର ରାଜ୍ୟର ୭୧ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇଛି, ଯେଉଁଥିରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୨ଟି ବିଦ୍ୟାଳୟ ମିଳିଛି। ଏହି ସମସ୍ତ ବିଦ୍ୟାଳୟ ଆଗାମୀ ୨୦୨୬-୨୦୨୭ ଶିକ୍ଷାବର୍ଷରୁ ନିଜ ନିଜ ମଞ୍ଜୁରୀପ୍ରାପ୍ତ ବିଭାଗରେ ଶିକ୍ଷାଦାନ ଆରମ୍ଭ କରିବ।

ଗଞ୍ଜାମ ଜିଲ୍ଲାରେ ଉନ୍ନୀତ ହୋଇଥିବା ୧୨ଟି ବିଦ୍ୟାଳୟର ତାଲିକା:

ଏସ୍.ଆର୍.କେ. ନୋଡାଲ୍ ହାଇସ୍କୁଲ, କେନ୍ଦୁବାଡ଼ି, ପୋଲସରା ବ୍ଲକ୍ – କଳା (Arts)
​ତଳସରା ନୋଡାଲ୍ ହାଇସ୍କୁଲ, ବେଗୁନିଆପଡ଼ା ବ୍ଲକ୍ – କଳା (Arts)
​ସରକାରୀ ୟୁ.ଜି. ହାଇସ୍କୁଲ, ଏମ୍. ତେନ୍ତୁଳିଆ, ପୋଲସରା ବ୍ଲକ୍ – କଳା (Arts)
​ସରକାରୀ ୟୁ.ଜି. ହାଇସ୍କୁଲ, ସି.ଏଚ୍. ନୂଆଗାଁ, ପୁରୁଷୋତ୍ତମପୁର ବ୍ଲକ୍ – କଳା (Arts)
​ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର, ଶେରଗଡ଼ ବ୍ଲକ୍ – କଳା (Arts)
​ରୟତ ଉଚ୍ଚ ବିଦ୍ୟାପୀଠ, ଜଗନ୍ନାଥପ୍ରସାଦ (ଜେ.ଏନ୍. ପ୍ରସାଦ) ବ୍ଲକ୍ – କଳା (Arts)
​ଜଗଦଳପୁର ହାଇସ୍କୁଲ, ଗୁଣ୍ଠପଡ଼ା, ଆସିକା ବ୍ଲକ୍ – କଳା (Arts)
​ଏସ୍.ପି.ଏମ୍.ଆର୍. ବିଦ୍ୟାପୀଠ, ଜରଡ଼ାଗଡ଼, ପାତ୍ରପୁର ବ୍ଲକ୍ – କଳା (Arts)
​କେ.ଏସ୍. ହାଇସ୍କୁଲ, ବାଲୁଙ୍କେଶ୍ୱର ନଗର, ରଙ୍ଗେଇଲୁଣ୍ଡା ବ୍ଲକ୍ – କଳା (Arts)
​ଗୋକର୍ଣ୍ଣପୁର ନୋଡାଲ୍ ହାଇସ୍କୁଲ, ଦିଗପହଣ୍ଡି ବ୍ଲକ୍ – କଳା (Arts)
​ବିପୁଳିଙ୍ଗି ହାଇସ୍କୁଲ, ଛତ୍ରପୁର ବ୍ଲକ୍ – ବିଜ୍ଞାନ (Science)
​ଭଗବତୀ ବିଦ୍ୟାପୀଠ, ବୁରୁପଡ଼ା, ହିଞ୍ଜିଳିକାଟୁ ବ୍ଲକ୍ – ବିଜ୍ଞାନ (Science)

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ପତ୍ରରେ ଡ. ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ୧୦ଟି କଳା ଏବଂ ୨ଟି ବିଜ୍ଞାନ ବିଭାଗ ଖୋଲିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଉ ଉଚ୍ଚଶିକ୍ଷା ପାଇଁ ଦୂର ସହରକୁ ଯିବାକୁ ପଡ଼ିବ ନାହିଁ। ଏହା ବିଶେଷ କରି ଗ୍ରାମାଞ୍ଚଳର ଝିଅମାନଙ୍କ ମାଟ୍ରିକ ପରବର୍ତ୍ତୀ ଶିକ୍ଷା ତ୍ୟାଗ (ଡ୍ରପଆଉଟ୍) ହାର ହ୍ରାସ କରିବାରେ ବେଶ୍ ସହାୟକ ହେବ।

୨୦୨୬-୨୦୨୭ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏହି ସମସ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି, ଶ୍ରେଣୀଗୃହ, ବିଜ୍ଞାନାଗାର ଏବଂ ଶିକ୍ଷକ ନିଯୁକ୍ତି ଯେପରି ସୁନିଶ୍ଚିତ ହେବ, ସେଥିପାଇଁ ସେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ସାଂସଦ ପ୍ରକାଶ କରିଛନ୍ତି।

‘ସମଗ୍ର ଶିକ୍ଷା’ ଯୋଜନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲା ଗଣଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରକଳ୍ପ ଅନୁମୋଦନ ବୋର୍ଡ ମୋହନ ଚରଣ ମାଝୀ ସରକାରୀ ଉଚ୍ଚ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Latest News

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.