Categories
ଆଞ୍ଚଳିକ

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ସଂଜୀବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫିଟ୍ ଜି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାଶ ଅତିଥି ଭାବେ ଯୋଗଦେଇ ଧ୍ୟାନ, ନିୟମିତ ବ୍ୟାୟମ ସହ କ୍ୟାରିୟର ଚୟନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟାପକ ହେମାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ସ୍ବାଗତ, ରାନୀ, ପ୍ରିତୀ, ସିକି ଓ ତୁଳସୀ ନିଜର ଅନୁଭବକୁ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଦଶମ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମରେ ସରାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶିବାନୀ ବାରିକ ମୁଖ୍ୟ ଅତିଥି, ନାକ୍ଟିଦେଉଳ ୟୁନିଅନ୍ ବ୍ୟାଙ୍କ ଶାଖା ପରିଚାଳକ ଚନ୍ଦ୍ର ମୋହନ ମାଝୀ ମୁଖ୍ୟବକ୍ତା, ମ୍ୟାନେଜର ପ୍ରଶାନ୍ତ କୁମାର ବାରିକ ସାଧନ କର୍ମୀ ଭାବେ ଯୋଗଦେଇ ଡିଜିଟାଲ ଭାରତରେ ଆର୍ଥିକ ସଚେତନତାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ରଙ୍ଗୋଲି,ପାରମ୍ପରିକ ତଥା ଆଧୁନିକ ସଂଗୀତ ଗାନ, ଷ୍ଟାଣ୍ଡ ଅଫ୍ କମିଡି ଓ ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଧ୍ୟାପିକା ବିନୀତା ମୁର୍ମୁ, ଅଞ୍ଜନା ସାହୁ, ବୈଜୟନ୍ତୀ ସାହୁ, ଅରୁଣ ବିଶ୍ବାଳ, ଜିତେନ୍ଦ୍ରିୟ ପ୍ରଧାନ, ହୁସେନ ପ୍ରଧାନ ବିଚାରକ ଭାବେ ଯୋଗ ଦେଇ ଥିଲେ। ଉପସ୍ଥିତ ଅତିଥିଗଣ, ମୁଁ ଦିଲ୍ଲୀ ଯିବି କାର୍ଯ୍ୟକ୍ରମ ଅଧିନରେ ଅନୁଷ୍ଠିତ ଡ୍ରଇଂ, ସାଧାରଣଜ୍ଞାନ, ବକ୍ତୃତା, ନୃତ୍ୟ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମ ଡଃ.ପ୍ରଶାନ୍ତ କୁମାର ଦାଶ ସଂଯୋଜନା କରିଥିଲେ। ନୋଡାଲ ଅଫିସର ସଂଜୀବ ଦାଶ ଓ ସମସ୍ତ ଅଧ୍ଯାପକ ଅଧ୍ୟାପିକା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ଯାପକ ସରୋଜ ଭୁଏ ଧନ୍ୟବାଦ ଅର୍ପଣ କରଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାଧ୍ୟାପିକା ଡଃ.ସରସୀରାଣୀ ନାୟକ, ଡଃ.ପ୍ରଶାନ୍ତ କୁମାର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଭିଭାବକ ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ହଷ୍ଟେଲ ପରିଚାଳନା କମିଟିର ସଦସ୍ୟ, ଅଧ୍ୟାପକ ସଂଜୀବ ଦାଶ, ହେମାନନ୍ଦ ପ୍ରଧାନ, ବିନୀତା ମୁର୍ମୁ ଉଭୟ ଛାତ୍ରୀ ଓ ଛାତ୍ରାବାସର ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରିଥିଲେ। ଅରୁଣ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ସମ୍ମିଳନୀରେ ୭୪ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ। ଅଧ୍ୟାପକ ହୁସେନ ପ୍ରଧାନ,ଅନୀଲ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ, ଜିତେନ୍ଦ୍ରୀୟ ପଣ୍ଡା,ବିଜୟ ପ୍ରଧାନ, ପିତବାସ ସାହୁ ଓ ଶାନ୍ତିଲତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଶିକ୍ଷାୟତନ ରୂପାନ୍ତରିକରଣରେ ୫-ଟି ର ଭୂମିକା ଶୀର୍ଷକ ଆଲୋଚନାଚକ୍ର

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଶିକ୍ଷାୟତନର ରୂପାନ୍ତରିକରଣରେ ୫-ଟି ର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ନାକଟିଦେଉଳ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ, ବିବେକାନନ୍ଦ ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ଯାଳୟର କାର୍ଯ୍ୟକାରୀ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ବିଶ୍ବାଳ ଅତିଥି ଭାବେ ଯୋଗଦେଇ ୫-ଟି ପ୍ରଦତ୍ତ ଅର୍ଥରାଶି ଦ୍ବାରା ସ୍ମାର୍ଟ କ୍ଳାସ ରୁମ୍ ନିର୍ମାଣ, ପରୀକ୍ଷାଗାର ଓ ଲାଇବ୍ରେରୀ ରୂପାନ୍ତରିକରଣ, ଶିକ୍ଷାୟତନ ସୌନ୍ଦର୍ଯ୍ୟକରଣ ଦିଗରେ ଛାତ୍ରଛାତ୍ରୀଙ୍କ ସହଭାଗିତା ସଂପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଂଜୀବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାତ୍ର ଜଗୁଆଳିଙ୍କ ମୃତ୍ୟୁରେ ଶୋକ ସଭା

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାତ୍ର ଜଗୁଆଳି ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ସାତ୍ତ୍ଵିକ ନାଏକଙ୍କ ସ୍ମୃତିରେ ଅନୁଷ୍ଠାନର ଅଧ୍ଯାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ୨ ମିନିଟ୍ ନୀରବ ଶାନ୍ତିପୂର୍ଣ୍ଣ ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ ସ୍ବର୍ଗତ ସାତ୍ତ୍ଵିକ ନାଏକ ତାଙ୍କର ଯୁବାବସ୍ଥାରେ ନାକ୍ଟିଦେଉଳ ପଞ୍ଚାୟତ କାର୍ଯ୍ୟାଳୟରେ ସଫେଇ କାମ କରୁଥିଲେ। ୨୦୦୯ ମସିହାରୁ ସେ ନାକ୍ଟିଦେଉଳ ମହାବିଦ୍ୟାଳୟର ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରିଆସୁଥିଲେ। ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ। ଆୟୋଜିତ ଶୋକ ସଭାରେ ଡଃ. ସରସୀରାଣୀ ଗଡନାୟକ, ଡଃ. ପ୍ରଶାନ୍ତ କୁମାର ଦାଶ, ଅଧ୍ଯାପକ ସଞୀବ ଦାଶ, ସରୋଜ ଭୁଏ, ବିନୀତା ମୁର୍ମୁ,ହେମାନନ୍ଦ ପ୍ରଧାନ,ହୁସେନ ପ୍ରଧାନ, ଅରୁଣ ବିଶ୍ବାଳ, ଜିତେନ୍ଦ୍ରୀୟ ପ୍ରଧାନ, ଅଶୋକ ଧଳ ଓ ଶାନ୍ତିଲତା ପ୍ରଧାନ ପ୍ରମୁଖ ସ୍ବର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳରେ ଭୋଟର ସାକ୍ଷରତା କାର୍ଯ୍ୟକ୍ରମ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭୋଟର ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ଡଃ ମନୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଧ୍ୟାପିକା ଡଃ ସରସୀରାଣୀ ନାୟକ ଓ ଅଧ୍ୟାପକ ସଞ୍ଜୀବ ଦାଶ ଅତିଥି ଭାବେ ଯୋଗଦେଇ ନବାଗତ ଭୋଟର ମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ଦେଶ ଗଠନରେ ଜଣେ ଭୋଟର ଦାତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରୀତି,ଭାରତୀ,ଗାୟତ୍ରୀ , କାହ୍ନା ଓ ଲଜିତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉଭୟ କଳା ଓ ବିଜ୍ଞାନ ବିଭାଗର ୧୬୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅଧ୍ୟାପିକା ବିନିତା ମୁର୍ମୁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ହେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରସ୍ତୁତି କର୍ମଶାଳା

ଭୁବନେଶ୍ୱର: ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ ପାଇଁ ଏକ ଦିନିକିଆ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଜିଲା ଶିକ୍ଷା ଅଧିକାରୀ /ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଏବେଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉନ୍ନୀତ ବିଦ୍ୟାଳୟ ଖୋଳାଯିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଉପରେ ଆଲୋଚନା କରିଥିଲେ।

ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ନିର୍ମାଣ ଓ ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା ସମୟ ସାପେକ୍ଷ। ତେଣୁ ବର୍ତ୍ତମାନ ସ୍ଥିତିରେ ବିଦ୍ୟାଳୟରେ ଉପଲବ୍ଧ କୋଠରୀ ମଧ୍ୟରୁ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ଚିହ୍ନଟ କରି ପ୍ରସ୍ତୁତି, ଆବଶ୍ୟକ ସ୍ଥଳେ, ସକାଳୁଆ ଶିକ୍ଷାଦାନ ବ୍ୟବସ୍ଥା, ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, ନାମଲେଖା ପାଇଁ ନିଜ ନିଜ ବିଦ୍ୟାଳୟ ସମେତ ସ୍ଥାନୀୟ ଅଂଚଳର ଉଚ୍ଚ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଟେବୁଲଚୌକି ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର ଆଲୋକପାତ କରିଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଯୋଗଦେଇ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥା ଆଦି ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମସ୍‌ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ନାମଲେଖା ବ୍ୟବସ୍ଥା ଓ ସାମସ୍‌ ଡାଟାବେସ ଉପରେ ଉପନିର୍ଦ୍ଦେଶକ ଡ଼. ଭାଗୀରଥି କାଣ୍ଡି ବିସ୍ତୃତ ଭାବରେ ଅଂଶଗ୍ରହଣକାରୀ ପ୍ରଧାନ ଶିକ୍ଷକମାନଙ୍କୁ ତାଲିମ ଦେଇଥିଲେ।

ଉନ୍ନୀତ ବିଦ୍ୟାଳୟ ପାଇଁ ସମଗ୍ର ଶିକ୍ଷାରେ ଥିବା ବିଭିନ୍ନ ସୁବିଧା ସୁଯୋଗ, ଗୃହ ନିର୍ମାଣ, ଅର୍ଥ ପରିଚାଳନା ବ୍ୟବସ୍ଥା ଆଦି ଉପରେ ଓସେପାର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ, ସିଏଚ୍‌ଏସ୍‌ଇର ଉପାଧ୍ୟକ୍ଷ ଡ଼. ସୁନୀଲ କୁମାର ଜେନା, ଓସେପାର ଯୁଗ୍ମ ନିର୍ଦ୍ଦେଶକ ସୁରେଖା ତରେଇ, ଦୀପକ ରାୟ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ଡ. ବିଜୟା କୁମାରୀ ପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ପ୍ରଫେସର ତିଲୋତ୍ତମା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ଜିଲ୍ଲା ଶିକ୍ଷା ଅଧିକାରୀ / ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ୧୦୬ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ, ୩ ଜଣ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ଯୋଗଦାନ କରିଥିଲେ। ଯୁଗ୍ମ ନିର୍ଦ୍ଦେଶକ ଡ଼. ସନାତନ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୪୩ ଟି ଉଚ୍ଚ ବିଦ୍ୟାଳୟ ହେଲା ରୂପାନ୍ତରିକରଣ: ଚିଲିକାର ଏହି ସ୍କୁଲରେ ପଢା ହେବ ଯୁକ୍ତ ୨ ପାଠ

ଭୁବନେଶ୍ବର: ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଥିବା ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୩ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାର ରୂପାନ୍ତରିକରଣ କରିଛନ୍ତି। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ତଦନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ସ୍ବୀକୃତି ମିଳିଛି। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତର ଭେଟିନାଥ ଦେବ ବିଦ୍ୟାପୀଠକୁ ରୂପାନ୍ତିକରଣ କରାଯାଇଛି। ଏଣିକି ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ (କଳା) ପର୍ଯ୍ୟନ୍ତ ପାଠ ପଢିପାରିବେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡିକର ନାମ…

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ: ଅଗଷ୍ଟ ୮ରେ କଳା ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ କରିଛନ୍ତି।

ବିଜ୍ଞାନରେ ୭୨, ୧୦୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରେଗୁଲାରରେ ୭୦, ୯୧୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏକ୍ସରେଗୁଲାର ୧୧୮୮ ଜଣ  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି ଆମେ ଛାତ୍ରମାନଙ୍କ ଫଳାଫଳ ଉପରେ ଆଲୋଚନା କରିବା, ତେବେ ୪୨, ୨୦୩ ଜଣ ଛାତ୍ର ଚଳିତ ବର୍ଷ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ
୩୯,୫୮୭ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ଅନୁଯାୟୀ ଛାତ୍ରଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଛି।

ସେହିଭଳି ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୩,୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୮୯.୨୦ ପ୍ରତିଶତ ଅର୍ଥାତ ୨୧,୧୬୫ ଜଣ ପିଲା ଉତ୍ତୀର୍ଣ୍ଣ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ ପିଲା ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ  ଦ୍ବିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଜଣ ପିଲା ପାସ୍‌ କରିଛନ୍ତି।

ତେବେ ବିଜ୍ଞାନରେ ୩୯୩, ପାଣିଜ୍ୟରେ ୧୩୪ କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି।

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ୱେବ୍‌ସାଇଟ୍‌ www.orissaresults.nic.in ରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ନିଜର ରୋଲ୍‌ ନମ୍ବର ଦାଖଲ କରି ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ।

ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି।