Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଶ୍ରୀ ଜଗନ୍ନାଥ ଓ ବିଶ୍ୱ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନରେ ନୂତନ ଉନ୍ନତ ଅଭିଳାଷ ଓଡିଶା ତଥା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଦେଶ୍ୟରେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ଓ ବିଶ୍ୱ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଆଲୋଚନା ଚକ୍ରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ଅତିଥି ପରିଚୟ ପରେ ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ମୁଖ୍ୟ ଅତିଥି ଡକ୍ଟର ଶାନ୍ତନୁ କୁମାର ରଥ ଯୋଗ ଦେଇ କହିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆର ପରିଚୟ। ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ସଂସ୍କୃତିର ପ୍ରତୀକ।  ମହାପ୍ରସାଦରେ ଜାତିଭେଦ ନାହିଁ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମଗ୍ର ବିଶ୍ୱଜନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ସର୍ବ ଧର୍ମ ସମନ୍ୱୟର ଉତ୍ସ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ଦେବେନ୍ଦ୍ରନାଥ ଦାଶ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଚେତନା ବିଶ୍ୱରେ ସର୍ବତ୍ର ପ୍ରତିଫଳିତ ହେଇଛି। ଏହି ସଂସ୍କୃତି ବିଶ୍ୱର ସକଳ ଶୃଙ୍ଖଳାକୁ ପ୍ରତିଫଳିତ କରିଥାଏ। ସମ୍ମାନିତ ଅତିଥି ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ହିଁ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମନ୍ୱୟ। ସେ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ଠାକୁର ଓ ହଜାର ହଜାର ବିଶ୍ୱାସର ଦେବତା।

ଏହାପରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସlମନ୍ତରାୟଙ୍କ ସଂଯୋଜନାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ସୁଧାକର ନାୟକ, କୀର୍ତ୍ତିମୟୀ ବାରିକ, ଡଃ ଲକ୍ଷ୍ମୀଧର ବିଶ୍ୱାଳ, ବିଦ୍ୟାଧର ଜୁଝାରସିଂହ, ସଂଗ୍ରାମ ବେହେରା, ଲକ୍ଷ୍ମୀପ୍ରିୟା ଶତୃଶଲ୍ୟ, ଶିବ ମହାରଣା, ସ୍ନେହା ନାୟକ, ସନ୍ତୋଷ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ ମଞ୍ଚ ସଂଚାଳନ କରିଥିବା ବେଳେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଝରଣା ନାଥ ଓ ପୂର୍ଣଚନ୍ଦ୍ର ସାମନ୍ତରାୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର

ପୁରୀ: ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତିକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର। ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବା। ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ସ୍ଥିତ ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସଦାଶିବ କ୍ୟାମ୍ପସର ପ୍ରତିଷ୍ଠାତା ମହାମହୋପାଧ୍ୟାୟ ଆଚାର୍ଯ୍ୟ ହରିହର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଲକ୍ଷ୍ମୀ ପୂରାଣର ବୈଜ୍ଞାନିକ ମହତ୍ତ୍ୱ ଉପରେ କହିଛନ୍ତି ଯେ ଲକ୍ଷ୍ମୀ ପୁରାଣ ଜୀବନରେ ମୋତେ ବହୁତ ପ୍ରଭାବିତ କରିଛି। ଲକ୍ଷ୍ମୀ ପୁରାଣ ଆଜି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତିକରଣ ଯୋଜନାରେ ପ୍ରତିଫଳିତ ହୋଇଛି। ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ। ସମାଜିକ ସମରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତିକରଣ, ଅଧିକାରବାଦ ଏବଂ ସ୍ୱଚ୍ଛ ଭାରତ ଲକ୍ଷ୍ମୀ ପୁରାଣର ସାମାଜିକ ତତ୍ତ୍ୱ ଅଟେ। ଏହା ଥିଲା ସମାଜ ଜୀବନର ନିଚ୍ଛକ ପ୍ରତିଫଳନ। ଅତୀତରେ ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତ ମାନଙ୍କ ମନ୍ଦିର ପ୍ରବେଶ ଅଧିକାର ନ ଥିବାରୁ ଏହାର ବିରୋଧ କରିଥିଲେ। ମାତ୍ର ଗାନ୍ଧିଙ୍କ ଓଡ଼ିଶା ଆସିବାର ପାଖାପାଖି ଅନେକ ବର୍ଷ ପୂର୍ବରୁ ସିଦ୍ଧ ବଳରାମ ଦାସ ଜାତିପ୍ରଥା ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ସଂସ୍କୃତ ହେଉଛି ବିଶ୍ୱର ବୈଜ୍ଞାନିକ ଭାଷା। କମ୍ପ୍ୟୁଟର କୋଡିଂ ବନାଇବାର ସବୁଠୁ ସୁଗମ ଭାଷା ହେଉଛି ସଂସ୍କୃତ ଭାଷା। ପ୍ରାଚୀନ ସଂସ୍କୃତ ଭାଷା ନିଜ ଭାଷାରେ ପରିପୂର୍ଣ୍ଣ। ବେଦର ଭାଷା ହେଉଛି ସଂସ୍କୃତ ଭାଷା। ବେଦ ଭାଷାରେ ଚିକିତ୍ସା, ନ୍ୟାୟ ଶାସ୍ତ୍ର, ରାଜନୀତି, ସମାଜ ନୀତି, ଇତିହାସ, ମେଟ୍ରୋଲୋଜି ଏବଂ ବେଦବିଦ୍ୟା ସଂସ୍କୃତ ଭାଷାରେ ପ୍ରାଚୀନ କାଳରୁ ଲେଖାହୋଇଛି। ବିଶ୍ୱକୁ ଜ୍ଞାନ ଦେବାର ଶକ୍ତି ସଂସ୍କୃତି ପାଖରେ ଅଛି। ସଂସ୍କୃତ ଭାଷା ଆଗାମୀ ଦିନରେ ଆମ ସମସ୍ତ ଭାଷାର ମାତୃଭାଷା ଭାବରେ କାମ କରିବ। ତେଣୁ ସଂସ୍କୃତ ପାଠପଢି କେବଳ ଶିକ୍ଷକ ହେବାର ଲକ୍ଷ୍ୟ ନ ରଖି ବିଶ୍ୱକୁ ଦିଗଦର୍ଶନ ଦେବାର ଲକ୍ଷ୍ୟ ରଖିବାକୁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଛନ୍ତି।

ହଜାର ହଜାର ବର୍ଷ ପୂର୍ବରୁ ସାରଳା ଦାସ ସଂସ୍କୃତ ଭାଷାରୁ ଓଡ଼ିଆ ମହାଭାରତ ଲେଖିଥିଲେ। ବଳରାମ ଦାସ ସଂସ୍କୃତ ଭାଷାରୁ ଦାଣ୍ଡି ବା ଜଗମୋହନ ରାମାୟଣ ଲେଖିଥିଲେ। ଜଗନ୍ନାଥ ଦାଶ ଓଡ଼ିଆ ଭାଗବତ ଏବଂ ଅଚ୍ୟୁତାନନ୍ଦ ଦାସ  କେଉଁ ଭାଷାରୁ ମାଳିକା ଲେଖିଥିଲେ। ଭାରତ ସରକାର ସେଥିପାଇଁ ସର୍ବବିଦ୍ୟାର ଆଦ୍ୟଗ୍ରନ୍ଥ ବେଦକୁ ଅଧ୍ୟୟନ କରିବା ପାଇଁ ଉଜ୍ଜୟିନୀର ଗୋଟିଏ ଶାଖା ଏଠାରେ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ହିଁ ଭାରତର ସବୁ ସଂସ୍କୃତ ଅନୁଷ୍ଠାନକୁ ମର୍ଯ୍ୟାଦା ଦିଆଯିବା ସହ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କଳ୍ପନା କରାଯାଇଛି। ଜାତୀୟ ଶିକ୍ଷା ନୀତିରେ ସଂସ୍କୃତ ଭାଷା ସହ ସବୁ ଭାରତୀୟ ଭାଷାକୁ ମହତ୍ତ୍ୱ ଦିଆଯାଇଛି। ମୋଦିଜୀଙ୍କ ଶାସନ ପ୍ରଣାଳୀରେ କେବଳ ସଂସ୍କୃତ ନୁହେଁ ବରଂ ସବୁ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା।  ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ନେବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ସଂସ୍କୃତ ବିଶ୍ୱବିଦ୍ୟାଳୟର ଏହି ସଦାଶିବ ପରିସର ଏକ ସ୍ୱୟଂସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ । ଏହି କ୍ୟାମ୍ପସ ଆଗାମୀ ଦିନରେ ଇନୋଭେସନ, ଟେକ୍ନୋଲୋଜି, ଭାଷା ସଂଯୋଗ ସହ ସଂସ୍କୃତ ଓ ବୈଦ ଅଧ୍ୟୟନର ଏକ ପ୍ରୟୋଗଶାଳା ହେଉ ଏବଂ ଏଥିପାଇଁ ଭାରତ ସରକାର ସହଯୋଗୀ ପୂର୍ଣ୍ଣ ହେବେ।

ଉତ୍କଳୀୟ ପରମ୍ପରା ହେଉଛି ଜଗନ୍ନାଥ ପରମ୍ପରା। ଖ୍ରୀଷ୍ଟଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ , ଶିଖ ଧର୍ମ –ବିଶ୍ୱର ସବୁ ଧାରା-ଉପଧାରାର ମୂଳ “ଧର୍ମଗୁରୁ”ମାନେ ସାଧନା ପାଇଁ ପୁରୀ ଆସିଥିବା ଇତିହାସରେ ପ୍ରମାଣ ରହିଛି। ପୁରୀ ଭାରତ ଜୀବନ ପ୍ରବାହର ସଂସ୍କୃତି, ଭାଇଚାରା ଓ ସମରସତାର ଅନନ୍ୟ ପ୍ରୟୋଗଶାଳା। ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ମହାପ୍ରଭୁଙ୍କ ଦର୍ଶନର କେନ୍ଦ୍ର ନୁହେଁ। ଏହା  ମହାବିଦ୍ୟା, ମହାଜ୍ଞାନ ଓ ମହାସଂସ୍କାରର ପରମ ଶ୍ରୀକ୍ଷେତ୍ର। ଏହାର ମୂଳ ମଞ୍ଜି ପର୍ଯ୍ୟନ୍ତ ଯିବା ଏବଂ ବେଦକୁ ଅଧ୍ୟୟନ କରି ସଂସ୍କୃତ ଭାଷାରେ ଦକ୍ଷତା ଅର୍ଜନ କରିବା ଦରକାର।

ଖାରବେଳଙ୍କ ସମୟରୁ କପିଳେନ୍ଦ୍ର ସମୟ ପର୍ଯ୍ୟନ୍ତ ଗଙ୍ଗାରୁ ଗୋଦାବରି ପର୍ଯ୍ୟନ୍ତ ଭାରତ ଭୂଖଣ୍ଡ ମଧ୍ୟରେ କଳିଙ୍ଗ, ଓଡ଼ିଆ ଭାଷା, ଓଡିଆତ୍ୱ, ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କାରର ଆଧିପତ୍ୟ ଥିଲା। ଯେଉଁ ଭୂମିରେ ସାରଳା ଦାସ ମହାଭାରତ ଲେଖିଥିଲେ, ରାମାୟଣର ବର୍ଣ୍ଣନ କରିଥିଲେ, ୧୦୦ ବର୍ଷ ପରେ ଶ୍ରୀଚୈତନ୍ୟଙ୍କ ଆଗମନ ସମୟରେ ଓଡ଼ିଶାରେ ପଞ୍ଚସଖା ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ପଞ୍ଚସଖାଙ୍କ ଧାର୍ମିକ ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ କରିବାର ପ୍ରଚେଷ୍ଟା, ଆମ ସମାଜର ଐଶର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ପରିଚୟକୁ ପ୍ରତିପାଦିତ କରେ। ପୃଥିବୀର ସବୁ ସମାଧାନର ସୂତ୍ର ଆମ ଓଡ଼ିଆ ସାହିତ୍ୟରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ସନ୍ଥ କବି ବଳରାମ ଦାସଙ୍କ ଦ୍ୱାରା ରଚିତ ମହାଲକ୍ଷ୍ମୀ ପୁରାଣର ସଂସ୍କୃତ ସଂସ୍କରଣ ପୁସ୍ତକର ଉନ୍ମୋଚନ କରିଥିଲେ। ଶ୍ରୀ ଶଦାଶିବ କ୍ୟାମ୍ପସରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ୩୬ କୋଟି ବ୍ୟୟରେ ୮ ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ, ୨୨ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ଛାତ୍ରୀନିବାସ, ୨୮ କୋଟି ବ୍ୟୟରେ ୩୦୦ ଜଣ କ୍ଷମତା ସମ୍ପନ୍ନ ଛାତ୍ରାବାସ ସହ , ୭ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଅତିଥି ଭବନ, ଷ୍ଟାଫ୍ କ୍ୱାଟର ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବଳକା ୭ କୋଟି ଅର୍ଥ ବ୍ୟୟବରାଦ ହୋଇଛି।

ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର, ବ୍ରହ୍ମଗିରି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ପଦ୍ମଶ୍ରୀ ଚମ୍ମୁକୃଷ୍ଣଶାସ୍ତ୍ରୀଙ୍କ ସମେତ ବିହାର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ଶତାଧିକ ଛାତ୍ରଛାତ୍ରୀ ଏବଂ ଅନ୍ୟ ବିକ୍ତିବିଶେଷମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଶିକ୍ଷାୟତନ ରୂପାନ୍ତରିକରଣରେ ୫-ଟି ର ଭୂମିକା ଶୀର୍ଷକ ଆଲୋଚନାଚକ୍ର

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଶିକ୍ଷାୟତନର ରୂପାନ୍ତରିକରଣରେ ୫-ଟି ର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ନାକଟିଦେଉଳ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ, ବିବେକାନନ୍ଦ ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ଯାଳୟର କାର୍ଯ୍ୟକାରୀ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ବିଶ୍ବାଳ ଅତିଥି ଭାବେ ଯୋଗଦେଇ ୫-ଟି ପ୍ରଦତ୍ତ ଅର୍ଥରାଶି ଦ୍ବାରା ସ୍ମାର୍ଟ କ୍ଳାସ ରୁମ୍ ନିର୍ମାଣ, ପରୀକ୍ଷାଗାର ଓ ଲାଇବ୍ରେରୀ ରୂପାନ୍ତରିକରଣ, ଶିକ୍ଷାୟତନ ସୌନ୍ଦର୍ଯ୍ୟକରଣ ଦିଗରେ ଛାତ୍ରଛାତ୍ରୀଙ୍କ ସହଭାଗିତା ସଂପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଂଜୀବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ୱାଡା ଆଥଲେଟ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର: ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀ ଠାରେ ତିନିଦିବସୀୟ ୱାଡା ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର- ୨୦୨୨ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଆଲୋଚନାଚକ୍ର ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ଓ ଜାତୀୟ ଡୋପ ପରୀକ୍ଷଣ ଗବେଷଣାଗାର (ଏନଡିଟିଏଲ) ଦ୍ୱାରା ଆୟୋଜିତ ହୋଇଛି। କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ, ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନର ମହାନିର୍ଦ୍ଦେଶକ ରିତୁ ସାଇଁ, (ଆଥଲେଟ ବାୟୋଲଜିକଲ ପାସପୋର୍ଟ) ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ସହଯୋଗୀ ନିର୍ଦ୍ଦେଶକ ଡଃ ରିଡ ଆଇକିନ, ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ଏସିଆ/ଓସିଏନିଆ କାର୍ଯ୍ୟାଳୟ ନିର୍ଦ୍ଦେଶକ କାଜୁଗିରୋ ହୟାଶି ଓ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ବରିଷ୍ଠ ପ୍ରବନ୍ଧକ ଡଃ ନୋବର୍ଟ ବାମେ ଏହି ଅବସରରେ ଉପସ୍ଥିତ ଥିଲେ।

ଆମେ ନିଜ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶର ଇତିହାସରେ ପ୍ରଥମ ପାଇଁ ଏବିପି ଆଲୋଚନାଚକ୍ର ଆୟୋଜିତ ହେବା ବେଶ ନିଆରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ କ୍ରୀଡା ପରିଦୃଶ୍ୟରେ ଲଗାତର ନୂଆ ଉଚ୍ଚତା ସ୍ପର୍ଶ କରିଚାଲିଥିବା ଅନୁରାଗ ସିଂହ ଠାକୁର କହିଛନ୍ତି।

ଆଥଲେଟ ବାୟୋଲଜିକଲ ପାସପୋର୍ଟକୁ ଡୋପିଂ ନିରୋଧ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପକରଣ ଭାବେ ଅଭିହିତ କରି ଏ ସମ୍ପର୍କିତ ଗବେଷଣା ଦ୍ୱାରା ବିଶ୍ୱ କ୍ରୀଡାରୁ କେବଳ ଡୋପିଂ ଚିହ୍ନଟ ନୁହେଁ ଏହାକୁ ଦୂରେଇବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଠାକୁର କହିଛନ୍ତି। ଏହି ଆଲୋଚନାଚକ୍ର କେବଳ ଏବିପିକୁ ଦୃଢ ଓ ମଜବୁତ କରିବ ନାହିଁ ଡୋପିଂ ବିରୋଧରେ ଆମ ସାମୂହିକ ଲଢେଇ ପାଇଁ ଏକ ବଡ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି ସୁଯୋଗର ଉପଯୋଗ କରି କ୍ରୀଡାବିତମାନଙ୍କୁ ତଥା ସମୂର୍ଣ୍ଣ କ୍ରୀଡା ବ୍ୟବସ୍ଥାକୁ ଡୋପିଂ କବଳରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରତିଯୋଗୀମାନେ ଜ୍ଞାନ, ଉପକରଣ, ଗବେଷଣା ଓ ବିଶେଷଜ୍ଞମତ ଆହରଣ କରିବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଆଲୋଚନାଚକ୍ର ଭାରତରେ ଡୋପିଂ ନିରୋଧୀ କାର୍ଯ୍ୟକ୍ରମ ସୁଦୃଢ କରିବାରେ ସହାୟକ ହେବ।

ଭାରତ ସରକାର ନିକଟରେ ଜାତୀୟ ଡୋପିଂ ନିରୋଧୀ ଅଧିନିୟମ, ୨୦୨୨ ନାମରେ ଡୋପିଂ ନିରୋଧୀ ଆଇନ ପ୍ରସ୍ତୁତ କରିଛନ୍ତି। ବିଶ୍ୱ ଡୋପିଂ ନିରୋଧୀ ଅଭିଯାନ ପ୍ରତି ଏହା ଭାରତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। ଏହି ଅଧିନିୟମ ଦେଶରେ ସମସ୍ତ ସ୍ତରରେ ସ୍ୱଚ୍ଛ କ୍ରୀଡା ପାଇଁ ଭାରତ ସରକାରଙ୍କ ଦୃଢ ସଂକଳ୍ପର ଅଭିବ୍ୟକ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।

ବିଗତ ଏକ ବର୍ଷ ମଧ୍ୟରେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ (ୱାଡା)କୁ ଅନୁଦାନ ବଢାଇଛୁ ଓ ଆମ ଅନୁଦାନ ଏସିଆରେ ଚତୁର୍ଥ ସର୍ବାଧିକ ବୋଲି ଶ୍ରୀ ଠାକୁର କହିଛନ୍ତି। ସେହିପରି ଆମେ ୟୁନେସ୍କୋ ସ୍ୱେଚ୍ଛାସେବୀ ପାଣ୍ଠିର ପ୍ରମୁଖ ଅବଦାନକାରୀ। ପୋଷକ ତତ୍ତ୍ୱ ସହ ନିଷିଦ୍ଧ ପଦାର୍ଥ ଅନିଚ୍ଛାକୃତ ଭାବେ ସେବନରୁ କ୍ରୀଡାବିତମାନଙ୍କୁ ସୁରକ୍ଷା ପ୍ରଦାନ ସୁନିଶ୍ଚିତ କରିବା ସହ ନାଡା ଜାତୀୟ ଫୋରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଓ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସହ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଭିନ୍ନକ୍ଷମ କ୍ରୀଡାବିତମାନଙ୍କ ପାଇଁ ସମାବେଶୀ ଆଉଟରିଚ ବିଷୟ ବିକଶିତ ହୋଇଛି। ୟୁନିଭର୍ସଲ ଡିଜାଇନ ଫର ଲର୍ଣ୍ଣିଂ (ୟୁଡିଏଲ) ନୀତିକୁ ଆଧାରିତ ସାଙ୍କେତିକ ଭାଷା ଡୋପିଂ ନିରୋଧୀ ମଡ୍ୟୁଲ କେବଳ ଭାରତର ଭିନ୍ନକ୍ଷମ କ୍ରୀଡାବିତଙ୍କ ପାଇଁ ନୁହେଁ ସାରା ବିଶ୍ୱର କ୍ରୀଡାବିତମାନଙ୍କ ପାଇଁ ଉପଯୋଗୀ। ନାଡା, ଭାରତ ଏସବୁ ସଂସାଧନକୁ ଏସିଆର ଅନ୍ୟ ନାଡୋମାନଙ୍କ ସହ ଶେୟାର କରୁଛି।

ଏହି ଆଲୋଚନାଚକ୍ରରେ ମୁଖ୍ୟ ଚର୍ଚ୍ଚାର ବିଷୟ ରହିବ ବର୍ତ୍ତମାନର ଘଟଣାକ୍ରମ, ସଫଳତା ଓ ଏବିପିର ଆହ୍ୱାନ, ଷ୍ଟେରୋଇଡା ମଡ୍ୟୁଲକୁ ପ୍ରଭାବିତ କରୁଥିବା ବିଶୃଙ୍ଖଳିତ କାରଣର ପ୍ରବନ୍ଧନ, ଏବିପି ପାଇଁ ରଣନୈତିକ ପରୀକ୍ଷଣ ପ୍ରସ୍ତୁତି। ଏବଂ ଏପିଏମୟୁ ମାଧ୍ୟମରେ କ୍ରୀଡାରୁ ଡୋପିଂ ଚିହ୍ନଟ ଓ ନିବାରଣ ପାଇଁ ୱାଡାକୁ ସାହାଯ୍ୟ କରିବ।

ପ୍ରଥମ ୱାଡା ଏବିପି ଆଲୋଚନାଚକ୍ର ୨୦୧୫ରେ ଦୋହା, କାତାର ଠାରେ ଡୋପିଂ ନିରୋଧୀ ଲ୍ୟାବ କାତାର (ଏଡିଏଲକ୍ୟୁ) ଦ୍ୱାରା ଆୟୋଜିତ ହୋଇଥିଲା। ଦ୍ୱିତୀୟ ୱାଡା ଏବିପି ଆଲୋଚନାଚକ୍ର ୨୦୧୮ ଇଟାଲୀର ରୋମ ଠାରେ ଇଟାଲିଆନ ଫେଡେରେସନ ଅଫ ସ୍ପୋର୍ଟସ ମେଡିସିନ (ଏଫଏମଏସଆଇ) ଦ୍ୱାରା ଆୟୋଜିତ ହୋଇଥିଲା। ଏହା ତୃତୀୟ ୱାଡା ଏବିପି ଆଲୋଚନାଚକ୍ର ଓ ଭାରତ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ୫୬ଟି ଦେଶର ଦୁଇ ଶହକୁ ଅଧିକ ପ୍ରତିଯୋଗୀ, ୱାଡା ଅଧିକାରୀ, ବିଭିନ୍ନ ଜାତୀୟ ଡୋପିଂ ନିରୋଧୀ ସଂଗଠନର ପ୍ରତିନିଧି ଓ ବିଶେଷଜ୍ଞ, ଆଥଲେଟ ପାସପୋର୍ଟ ପ୍ରବନ୍ଧନ ୟୁନିଟ (ଏପିଏମୟୁ) ଓ ୱାଡା ମାନ୍ୟତା ପ୍ରାପ୍ତ ଗବେଷଣାଗାରର ପ୍ରତିନିଧି ଓ ବିଶେଷଜ୍ଞ ଏହି ଆଲୋଚନାଚକ୍ରରେ ଭାଗ ନେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଭାବବିନିମୟ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗଭାନେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ଭବବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଆୟୋଜିତ ଏକ ୱେବିନାର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଫେସର ଗଭାନେ କହିଛନ୍ତି ଯେ ସଙ୍ଗୀତ, ନୃତ୍ୟ,କଳା ଆଦି ଦୁଇଟି ରାଜ୍ୟର ସମ୍ପର୍କକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅନେକ ସମାନତା ଓ ସମ୍ପର୍କ ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ରାଜ୍ୟର ହଜାର ହଜାର ସଂଗ୍ରାମୀ ଆତ୍ମବଳିଦାନ ଦେଇଛନ୍ତି। ଓଡିଆ ପ୍ରାଚୀନ ସାହିତ୍ୟ ଓ ମହାରାଷ୍ଟ୍ରର ପ୍ରାଚୀନ ସାହିତ୍ୟ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରୁ ସାମାଞ୍ଜସ୍ୟ ରହିଥିବା ଭାରତର ବୈଶିଷ୍ଟ୍ୟ ବୋଲି କହିଥିଲେ। ମରାଠା ଶାସନ କାଳରେ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ ନିମନ୍ତେ ନିର୍ମିତ ହୋଇଥିବା ସଡକ ଏବେ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ପରିଣତ ହୋଇଥିବା ଦର୍ଶାଇ ଉଭୟ ରାଜ୍ୟର ବାସିନ୍ଦା ପରସ୍ପର ପ୍ରତି ଅତ୍ୟନ୍ତ ସହନଶୀଳ ବୋଲି ମତ ଦେଇଥିଲେ। ବିଶ୍ୱ ଓଡିଶା ସମାଜର ଭାରତୀୟ ଖଣ୍ଡ ସଭାପତି ଡକ୍ଟର ବିପିନ ବିହାରୀ ମିଶ୍ର ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ଇତିହାସ ଆଲୋଚନା କରିଥିଲେ। ଓଡିଶା ଲୋକମାନଙ୍କ ଯୋଗୁଁ ହିଁ ସମାଜରେ ଶାନ୍ତି ବିରାଜମାନ କରେ ବୋଲି ମହାରାଷ୍ଟ୍ରର ପୂର୍ବତନ ରାଜନେତା ବାଲ୍ ଠାକ୍‌ରେଙ୍କ ମନ୍ତବ୍ୟକୁ ଉଦ୍ଧାର କରି ମହାରାଷ୍ଟ୍ରର ସବୁ ଧର୍ମପୀଠରେ ଓଡିଶାର ଲୋକଙ୍କ ଉପସ୍ଥିତି ଅଧିକା ବୋଲି କହିଥିଲେ।

ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡକ୍ଟର ରାହୁଳ ଟିିଡ୍‌କେ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟର ଲୋକେ ପରସ୍ପରର ସମୃଦ୍ଧିରେ ସହାୟକ ହୋଇଥିବା କହିଥିଲେ। ଦୀର୍ଘ ଦଶନ୍ଧି ଧରି ଓଡିଶାର ଲୋକେ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବାସ କରି ଏହାକୁ ନିଜର ଦ୍ୱିତୀୟ ଘର ବୋଲି ଭାବିବା ଏକ ଗର୍ବର ବିଷୟ ବୋଲି ମତ ଦେଇଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବିବିଧତା ମଧ୍ୟରେ ଏକତାର ଉଦାହରଣ ଭାବେ ଓଡିଶା ଓ ମହାରାଷ୍ଟ୍ରର ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଦେଶରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ଏବଂ ପଶ୍ଚିମ ଉ ପକୂଳବର୍ତ୍ତୀ ରାଜ୍ୟ ମହାରାଷ୍ଟ୍ର ମଧ୍ୟରେ ଭୌଗୋଳିକ, ସାଂସ୍କୃତିକ, କଳାଗତ, ଭାଷାଗତ ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ଦୀର୍ଘକାଳରୁ ରହିଥିବା କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଆରମ୍ଭରେ ଅତିଥି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ୧୯୩୪ମସିହାରୁ ଓଡିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣଠାରୁ ଏପର୍ଯ୍ୟନ୍ତ କଳାର ସବୁ କ୍ଷେତ୍ରରେ ମହାରାଷ୍ଟ୍ର ସହ ଓଡିଶାର ସମ୍ପର୍କ ନିବିଡ ବୋଲି କହିଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତଟ ରେଳବାଇର ପୂର୍ବତନ ଜନସମ୍ପର୍କ ଅଧିକାରୀ ରବିନାରାୟଣ ମହାପାତ୍ରଙ୍କ ସମେତ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଏବଂ ଉଭୟ ରାଜ୍ୟର ବାସିନ୍ଦା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। (ପି.ଆଇ.ବି.)

Categories
ଆଜିର ଖବର ରାଜ୍ୟ ଖବର

ବାପାଙ୍କ ଠାରୁ ଦୁନିଆରେ କେହି ବଡ଼ ନୁହଁନ୍ତି: ପଠୋତ୍ସବ ଓ ଆଲୋଚନାଚକ୍ରରେ ବକ୍ତାଙ୍କ ମତ

ଭୁବନେଶ୍ୱର: ଗୋଧୂଳି ସହିତ୍ୟ ସଂସଦ ଆନୁକୂଲ୍ୟରେ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦ ସହଯୋଗରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମଜୟନ୍ତୀ ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାରଠାରେ ପାଳିତ ହୋଇଯାଇଛି। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ କବିତା ଆସର ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଟି ବାପା ଚିର ନମସ୍ୟ, ଚିର ସ୍ମରଣୀୟ। ତାଙ୍କର ଅବଦାନକୁ ସ୍ମରଣ କରି ଏହି କବିତା ପାଠ କରାଯାଇଥିଲା।

କବି ଡ. ସୁଚେତା ରାଉତ ଏହି କବିତା ପାଠୋତ୍ସବରେ ସଭାପତିତ୍ୱ କରିଥିବା ବେଳେ କବୟିତ୍ରୀ କାନନବାଳା ପଟ୍ଟନାୟକ ଓ ବୀଣାପାଣି ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଗୋଧୂଳି ସାହିତ୍ୟ ସଂସଦର ସମ୍ପାଦିକା ବିମଳା ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱର୍ଗତ ବିଦ୍ୟାଧର ବାରିକଙ୍କ ସୁପୁତ୍ର ମନୋଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନା ସଭାରେ ଡଃ ସତ୍ୟନାରାୟଣ ମିଶ୍ର, ଡ. ଆରତୀ କର, ଗୀତିକାର ଅଲେଖ ପଢିହାରୀ ପ୍ରମୁଖ ଯୋଗ ଦେଇ ବାପାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ।