Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଭାବବିନିମୟ ଆଲୋଚନାଚକ୍ର
ଆଜିର ଖବର

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଭାବବିନିମୟ ଆଲୋଚନାଚକ୍ର

November 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗଭାନେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ଭବବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଆୟୋଜିତ ଏକ ୱେବିନାର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଫେସର ଗଭାନେ କହିଛନ୍ତି ଯେ ସଙ୍ଗୀତ, ନୃତ୍ୟ,କଳା ଆଦି ଦୁଇଟି ରାଜ୍ୟର ସମ୍ପର୍କକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅନେକ ସମାନତା ଓ ସମ୍ପର୍କ ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ରାଜ୍ୟର ହଜାର ହଜାର ସଂଗ୍ରାମୀ ଆତ୍ମବଳିଦାନ ଦେଇଛନ୍ତି। ଓଡିଆ ପ୍ରାଚୀନ ସାହିତ୍ୟ ଓ ମହାରାଷ୍ଟ୍ରର ପ୍ରାଚୀନ ସାହିତ୍ୟ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରୁ ସାମାଞ୍ଜସ୍ୟ ରହିଥିବା ଭାରତର ବୈଶିଷ୍ଟ୍ୟ ବୋଲି କହିଥିଲେ। ମରାଠା ଶାସନ କାଳରେ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ ନିମନ୍ତେ ନିର୍ମିତ ହୋଇଥିବା ସଡକ ଏବେ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ପରିଣତ ହୋଇଥିବା ଦର୍ଶାଇ ଉଭୟ ରାଜ୍ୟର ବାସିନ୍ଦା ପରସ୍ପର ପ୍ରତି ଅତ୍ୟନ୍ତ ସହନଶୀଳ ବୋଲି ମତ ଦେଇଥିଲେ। ବିଶ୍ୱ ଓଡିଶା ସମାଜର ଭାରତୀୟ ଖଣ୍ଡ ସଭାପତି ଡକ୍ଟର ବିପିନ ବିହାରୀ ମିଶ୍ର ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ଇତିହାସ ଆଲୋଚନା କରିଥିଲେ। ଓଡିଶା ଲୋକମାନଙ୍କ ଯୋଗୁଁ ହିଁ ସମାଜରେ ଶାନ୍ତି ବିରାଜମାନ କରେ ବୋଲି ମହାରାଷ୍ଟ୍ରର ପୂର୍ବତନ ରାଜନେତା ବାଲ୍ ଠାକ୍‌ରେଙ୍କ ମନ୍ତବ୍ୟକୁ ଉଦ୍ଧାର କରି ମହାରାଷ୍ଟ୍ରର ସବୁ ଧର୍ମପୀଠରେ ଓଡିଶାର ଲୋକଙ୍କ ଉପସ୍ଥିତି ଅଧିକା ବୋଲି କହିଥିଲେ।

ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡକ୍ଟର ରାହୁଳ ଟିିଡ୍‌କେ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟର ଲୋକେ ପରସ୍ପରର ସମୃଦ୍ଧିରେ ସହାୟକ ହୋଇଥିବା କହିଥିଲେ। ଦୀର୍ଘ ଦଶନ୍ଧି ଧରି ଓଡିଶାର ଲୋକେ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବାସ କରି ଏହାକୁ ନିଜର ଦ୍ୱିତୀୟ ଘର ବୋଲି ଭାବିବା ଏକ ଗର୍ବର ବିଷୟ ବୋଲି ମତ ଦେଇଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବିବିଧତା ମଧ୍ୟରେ ଏକତାର ଉଦାହରଣ ଭାବେ ଓଡିଶା ଓ ମହାରାଷ୍ଟ୍ରର ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଦେଶରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ଏବଂ ପଶ୍ଚିମ ଉ ପକୂଳବର୍ତ୍ତୀ ରାଜ୍ୟ ମହାରାଷ୍ଟ୍ର ମଧ୍ୟରେ ଭୌଗୋଳିକ, ସାଂସ୍କୃତିକ, କଳାଗତ, ଭାଷାଗତ ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ଦୀର୍ଘକାଳରୁ ରହିଥିବା କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଆରମ୍ଭରେ ଅତିଥି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ୧୯୩୪ମସିହାରୁ ଓଡିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣଠାରୁ ଏପର୍ଯ୍ୟନ୍ତ କଳାର ସବୁ କ୍ଷେତ୍ରରେ ମହାରାଷ୍ଟ୍ର ସହ ଓଡିଶାର ସମ୍ପର୍କ ନିବିଡ ବୋଲି କହିଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତଟ ରେଳବାଇର ପୂର୍ବତନ ଜନସମ୍ପର୍କ ଅଧିକାରୀ ରବିନାରାୟଣ ମହାପାତ୍ରଙ୍କ ସମେତ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଏବଂ ଉଭୟ ରାଜ୍ୟର ବାସିନ୍ଦା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। (ପି.ଆଇ.ବି.)

ଆଲୋଚନାଚକ୍ର ଏକ ଭାରତ ଓଡିଶା କଳା ମହାରାଷ୍ଟ୍ର ରାଜନୈତିକ ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ସାହିତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.