Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା
ଆଜିର ଖବର

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mango Festival 2026 Started By ORMAS
Mango Festival 2026 Started By ORMAS

ଭୁବନେଶ୍ଵର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆୟୋଜିତ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”ର ଆଜି ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଉଦ୍ଘାଟନ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ।

ରାଜ୍ୟର ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ସହ ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ଚାଷୀମାନେ ସିଧାସଳଖ ଗ୍ରାହକଙ୍କୁ ବିକ୍ରୟ କରି ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ।

ଭୁବନେଶ୍ୱରର ଚାରିଟି ସ୍ଥାନରେ ଏହି ମ୍ୟାଙ୍ଗୋ ଫେଷ୍ଟିଭାଲ ଆୟୋଜିତ ହେଉଛି। ଏସ୍.ଆଇ.ଆର୍.ଡି. କ୍ୟାମ୍ପସ ସମ୍ମୁଖ, ସହିଦ ନଗର ଦୁର୍ଗା ମଣ୍ଡପ, ପୋଖରିପୁଟସ୍ଥିତ ମଧୁସୂଦନ ପାର୍କ ସମ୍ମୁଖ ଏବଂ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆରେ ଏହି ବିକ୍ରୟ କେନ୍ଦ୍ରଗୁଡ଼ିକ ଖୋଲାଯାଇଛି। ରାଜଧାନୀ ବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଏବଂ ସୁନ୍ଦରଗଡ଼ ପରି ରାଜ୍ୟର ୧୮ ଜିଲ୍ଲାରେ ମଧ୍ୟ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ ଆୟୋଜନ କରାଯାଉଛି, ଯାହା ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ବଜାର ସଂଯୋଗ ସୃଷ୍ଟି କରୁଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପହଞ୍ଚିବା ପାଇଁ ଦୁଇଟି “ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ” ନାମକ ବିକ୍ରି ଗାଡିର ସୁବିଧା ମଧ୍ୟ ଆରମ୍ଭ କରାଯାଇଛି, ଯାହା ନିର୍ଦ୍ଧାରିତ ରାସ୍ତାରେ ବୁଲି ଗ୍ରାହକଙ୍କ ନିକଟରେ ସତେଜ ଆମ୍ବ ପହଞ୍ଚାଇପାରିବ ।

ଏହି ମହୋତ୍ସବରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ପ୍ରଜାତିର ଉନ୍ନତମାନର ଆମ୍ବ ଉପଲବ୍ଧ ରହିଛି। ଆମ୍ରପାଲି, ଦଶେରୀ, ଲାଲ ସୁନ୍ଦରୀ, ହିମସାଗର, ମଲ୍ଲିକା, ତୋତାପୁରୀ, ବମ୍ବେ ଗ୍ରୀନ୍, ଲାଙ୍ଗରା ଏବଂ ବଙ୍ଗନପାଲି ସମେତ ବିଭିନ୍ନ ଲୋକପ୍ରିୟ କିସମର ଆମ୍ବ ଏଠାରେ ବିକ୍ରୟ କରାଯାଉଛି।

ଓରମାସ ପକ୍ଷରୁ ଆୟୋଜିତ ଏହି ମ୍ୟାଙ୍ଗୋ ଫେଷ୍ଟିଭାଲ ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରି ଓଡ଼ିଶାର ବିଭିନ୍ନ ପ୍ରଜାତିର ଆମ୍ବକୁ ଅଧିକ ଲୋକପ୍ରିୟ କରିବ ବୋଲି ମାନ୍ୟବର ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଓରମାସ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ଅର୍ଥ) ସଞ୍ଜୀବ କୁମାର ସିଂହଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

“ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬” ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଓରମାସ ପକ୍ଷରୁ ସମସ୍ତ ନାଗରିକଙ୍କୁ ଏହି ମହୋତ୍ସବ ପରିଦର୍ଶନ କରି ଓଡ଼ିଶାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ପ୍ରଜାତିର ଉତ୍ତମମାନର ଆମ୍ବ କ୍ରୟ କରିବାକୁ ଆହ୍ୱାନ କରାଯାଇଛି।

Mango Festival 2026 ORMAS ମ୍ୟାଙ୍ଗୋ ଫେଷ୍ଟିଭାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026
Latest News

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.