ବାପାଙ୍କ ଠାରୁ ଦୁନିଆରେ କେହି ବଡ଼ ନୁହଁନ୍ତି: ପଠୋତ୍ସବ ଓ ଆଲୋଚନାଚକ୍ରରେ ବକ୍ତାଙ୍କ ମତ

Published: Nov 21, 2021, 10:08 pm IST

ଭୁବନେଶ୍ୱର: ଗୋଧୂଳି ସହିତ୍ୟ ସଂସଦ ଆନୁକୂଲ୍ୟରେ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦ ସହଯୋଗରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମଜୟନ୍ତୀ ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାରଠାରେ ପାଳିତ ହୋଇଯାଇଛି। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ କବିତା ଆସର ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଟି ବାପା ଚିର ନମସ୍ୟ, ଚିର ସ୍ମରଣୀୟ। ତାଙ୍କର ଅବଦାନକୁ ସ୍ମରଣ କରି ଏହି କବିତା ପାଠ କରାଯାଇଥିଲା।

କବି ଡ. ସୁଚେତା ରାଉତ ଏହି କବିତା ପାଠୋତ୍ସବରେ ସଭାପତିତ୍ୱ କରିଥିବା ବେଳେ କବୟିତ୍ରୀ କାନନବାଳା ପଟ୍ଟନାୟକ ଓ ବୀଣାପାଣି ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଗୋଧୂଳି ସାହିତ୍ୟ ସଂସଦର ସମ୍ପାଦିକା ବିମଳା ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱର୍ଗତ ବିଦ୍ୟାଧର ବାରିକଙ୍କ ସୁପୁତ୍ର ମନୋଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନା ସଭାରେ ଡଃ ସତ୍ୟନାରାୟଣ ମିଶ୍ର, ଡ. ଆରତୀ କର, ଗୀତିକାର ଅଲେଖ ପଢିହାରୀ ପ୍ରମୁଖ ଯୋଗ ଦେଇ ବାପାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ।

Related posts