Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଭବିଷ୍ୟତରେ ଓଡିଶାକୁ ଅନୁକରଣ କରିବେ ବିଶ୍ବବାସୀ ; ମାଳିକା ଗବେଷକ ପଣ୍ଡିତ କାଶୀନାଥ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୨ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ମାଳିକା ଗବେଷକ ପଣ୍ଡିତ କାଶିନାଥ ମିଶ୍ର ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ପଣ୍ଡିତ କାଶୀନାଥ ମିଶ୍ର ବିଶ୍ବ ସଂସ୍କୃତି ଓ ବର୍ତ୍ତମାନ ସମୟରେ ମାଳିକାର ବିଶେଷତ୍ୱ ଉପରେ ବିସ୍ତୃତ ଭାବ ବ୍ୟାଖା କରିଥିଲେ।

ସେ କହିଥିଲେ ଯେ, ଓଡ଼ିଶାର ପରମ୍ପରା, ସଂସ୍କୃତି, ଅଧ୍ୟାତ୍ମିକ ଚେତନା ସମୟ ଆସିବ ଯାହା ସାରା ବିଶ୍ୱର ପରିସ୍ଥିତି ଓ ପରିବେଶକୁ ପରିବର୍ତ୍ତନ କରିବାକୁ ସକ୍ଷମ ହେବ। ଓଡ଼ିଶା ହେଉଛି ଦେବଦେବ ଭଗବାନଙ୍କର ଜନ୍ମସ୍ଥାନ ଏବଂ ଓଡ଼ିଶାରେ ଦ୍ୱିତୀୟ ଅଯୋଧ୍ୟା ଏବଂ ଦ୍ୱିତୀୟ ବୃନ୍ଧାବନ ସୃଷ୍ଟିହେବ।

ସାରା ବିଶ୍ୱରୁ ମନୁଷ୍ୟ ସମାଜ ଓଡ଼ିଶାକୁ ଅନୁସରଣ କରିବାକୁ ସମୟ ଆସିଛି। ବର୍ତ୍ତମାନ ସମୟ ଏକ ବିପଦ ପୂର୍ଣ୍ଣ ସମୟ ଦେଇ ମାନବ ସମାଜ ଗତି କରୁଥିବା ବେଳେ ମାନବ ସମାଜକୁ ନୂତନ ଶକ୍ତି ସଂଚାରର ଆଲୋକ ମାଳିକା ମାଧ୍ୟମରେ ହିଁ ମଣିଷ ସମାଜକୁ ପ୍ରାପ୍ତ ହେବ। ସମସ୍ତ ମାନବକୁ ସନ୍ଦେଶ- ପ୍ରତ୍ୟେକ ମନୁଷ୍ୟ ସତ୍ୟ, ଶାନ୍ତି, ଦୟା, କ୍ଷମା ଏବଂ ମୈତ୍ରିକୁ ନିଜର ଜୀବନର ଶୈଳୀକୁ ଅବଲମ୍ବନ କରନ୍ତୁ।

ପ୍ରତ୍ୟେକ ଦିନ ସନାତନ ଧର୍ମର ପରମ ଶାସ୍ତ୍ର ଶ୍ରୀମଦ୍ ଭାଗବତକୁ ପଠନ କରନ୍ତୁା ପ୍ରତ୍ୟେକ ଦିନ ନିଜର କିଛି ଖାଦ୍ୟର ଅଂଶକୁ ଦିନ, ଦୁଃଖି ଦରିଦ୍ର ଓ ଜୀବଜନ୍ତୁଙ୍କୁ ଦାନ କରନ୍ତୁ। ଉକ୍ତ କର୍ମ କରିବା ଦ୍ୱାରା ମନୁଷ୍ୟ ସତ୍ୟଯୁଗକୁ ଯାଇ ପାରିବ।

ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଯୋଗଦାନ କରିଥିଲୋ ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା।

Categories
ଆଜିର ଖବର ରାଜ୍ୟ ଖବର

ବାପାଙ୍କ ଠାରୁ ଦୁନିଆରେ କେହି ବଡ଼ ନୁହଁନ୍ତି: ପଠୋତ୍ସବ ଓ ଆଲୋଚନାଚକ୍ରରେ ବକ୍ତାଙ୍କ ମତ

ଭୁବନେଶ୍ୱର: ଗୋଧୂଳି ସହିତ୍ୟ ସଂସଦ ଆନୁକୂଲ୍ୟରେ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦ ସହଯୋଗରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମଜୟନ୍ତୀ ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାରଠାରେ ପାଳିତ ହୋଇଯାଇଛି। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ କବିତା ଆସର ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିଟି ବାପା ଚିର ନମସ୍ୟ, ଚିର ସ୍ମରଣୀୟ। ତାଙ୍କର ଅବଦାନକୁ ସ୍ମରଣ କରି ଏହି କବିତା ପାଠ କରାଯାଇଥିଲା।

କବି ଡ. ସୁଚେତା ରାଉତ ଏହି କବିତା ପାଠୋତ୍ସବରେ ସଭାପତିତ୍ୱ କରିଥିବା ବେଳେ କବୟିତ୍ରୀ କାନନବାଳା ପଟ୍ଟନାୟକ ଓ ବୀଣାପାଣି ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଗୋଧୂଳି ସାହିତ୍ୟ ସଂସଦର ସମ୍ପାଦିକା ବିମଳା ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱର୍ଗତ ବିଦ୍ୟାଧର ବାରିକଙ୍କ ସୁପୁତ୍ର ମନୋଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନା ସଭାରେ ଡଃ ସତ୍ୟନାରାୟଣ ମିଶ୍ର, ଡ. ଆରତୀ କର, ଗୀତିକାର ଅଲେଖ ପଢିହାରୀ ପ୍ରମୁଖ ଯୋଗ ଦେଇ ବାପାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ।