Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ: ଅଗଷ୍ଟ ୮ରେ କଳା ରେଜଲ୍ଟ

ଭୁବନେଶ୍ବର: ଆଜି ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ କରିଛନ୍ତି।

ବିଜ୍ଞାନରେ ୭୨, ୧୦୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରେଗୁଲାରରେ ୭୦, ୯୧୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏକ୍ସରେଗୁଲାର ୧୧୮୮ ଜଣ  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି ଆମେ ଛାତ୍ରମାନଙ୍କ ଫଳାଫଳ ଉପରେ ଆଲୋଚନା କରିବା, ତେବେ ୪୨, ୨୦୩ ଜଣ ଛାତ୍ର ଚଳିତ ବର୍ଷ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ
୩୯,୫୮୭ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ଅନୁଯାୟୀ ଛାତ୍ରଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଛି।

ସେହିଭଳି ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୩,୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୮୯.୨୦ ପ୍ରତିଶତ ଅର୍ଥାତ ୨୧,୧୬୫ ଜଣ ପିଲା ଉତ୍ତୀର୍ଣ୍ଣ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ ପିଲା ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ  ଦ୍ବିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଜଣ ପିଲା ପାସ୍‌ କରିଛନ୍ତି।

ତେବେ ବିଜ୍ଞାନରେ ୩୯୩, ପାଣିଜ୍ୟରେ ୧୩୪ କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି।

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ୱେବ୍‌ସାଇଟ୍‌ www.orissaresults.nic.in ରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ନିଜର ରୋଲ୍‌ ନମ୍ବର ଦାଖଲ କରି ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ପାଇପାରିବେ।

ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି।