Categories
ଆଞ୍ଚଳିକ

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଚ୍ଆଇଭି /ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ସ୍ଥିତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ୍ ରିବନ୍ କ୍ଲବ୍ ଏବଂ ରେଡ୍ କ୍ରସ୍ ବିଭାଗ ପକ୍ଷରୁ ଏଚ୍ଆଇଭି ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଡ଼ଃ ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼. ସୁରଭି ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଚ୍ଆଇଭିର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିଥିଲେ। ସେନାରୁ ଅବସରପ୍ରାପ୍ତ ତଥା ସମାଜସେବୀ ଗୋବର୍ଦ୍ଧନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରେଡକ୍ରସ୍ ର ଭୂମିକା ଓ ଏଡ଼ସ୍ ସଚେତନତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ରେଡକ୍ରସ୍ ସଂଯୋଜକ ସରୋଜ କୁମାର ଭୁଏ ସଂଯୋଜନା କରିଥିଲା ବେଳେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ। ଗ୍ରନ୍ଥାଗାରିକ ଅରୁଣ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳ: ଭୋଟର୍ ସଚେତନତା ଅଭିଯାନ

କନ୍ଦର୍ପ ବେହେରା
ରେଢାଖୋଲ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁର ପକ୍ଷରୁ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଭୋଟର୍ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି।

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଧର ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଗଣତନ୍ତ୍ର କୁ ସୁଦୃଢ଼ କରିବା ପାଇଁ ସମସ୍ତେ ମତଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଥିଲେ।

ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସବୀ ପ୍ରଦୀପ କୁମାର ବିଶ୍ଵାଳ କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନୂତନ ଭୋଟର୍ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥଲେ।

ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଆୟୋଜିତ ଜଣା ଅଜଣା ପ୍ରତିଯୋଗିତାରେ ଶୁଭ୍ର ଜିତ୍ ଦେହୁରୀ, ମାନସ୍ ମହାପାତ୍ର ଓ ତେଜସ୍ମିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ସଂଜୀବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫିଟ୍ ଜି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାଶ ଅତିଥି ଭାବେ ଯୋଗଦେଇ ଧ୍ୟାନ, ନିୟମିତ ବ୍ୟାୟମ ସହ କ୍ୟାରିୟର ଚୟନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟାପକ ହେମାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ସ୍ବାଗତ, ରାନୀ, ପ୍ରିତୀ, ସିକି ଓ ତୁଳସୀ ନିଜର ଅନୁଭବକୁ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶୀତକାଳୀନ ଶିବୀର ଉଦଯାପିତ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ଉପରମୁଣ୍ଡା ଓ ବିଜାଗଡ ଗ୍ରାମ ରେ ତା ୨୮.୧୨.୨୩ ରୁ ୩.୧.୨୪ ରିଖ ପର‌୍ୟ୍ୟନ୍ତ ଶୀତକାଳୀନ ସାତ ଦିନିଆ ଏନ୍ଏସ୍ଏସ୍ ଶିବୀର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଏନ୍ଏସ୍ଏସ୍ ସଂଯୋଜକ ଶାନ୍ତନୁ କୁମାର ପ୍ରଧାନ ଙ୍କ ଦ୍ବାରା ଉଦଘାଟିତ ଏହି ଶିିବୀର ର ବିଭିନ୍ନ ଦିବସ ରେ ଯୋଗାଭ୍ୟାସ, ସଫେଇ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।

୨ୟ ଦିବସରେ ନାକ୍ଟିଦେଉଳର ସିଡିପିଓ ଖିରାବ୍ଦୀ ପାଣ୍ଡିଆ ଯୋଗଦେଇ ବାଲ୍ୟବିବାହ ବିରୋଧ ବିଷୟ ରେ ବକ୍ତବ୍ୟ ରଖିଥିଲେ। ୩ୟ ଦିବସ ରେ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାପାଇଁ ପରାମର୍ଶ ଦେଇଥିଲେ।  ରବିବାର ଦିନ ଯୋଗ ସମ୍ପର୍କିତ ବ୍ୟାୟାମ ଅନୁଷ୍ଠିତ ହୋଇଥିଲା ଓ ସ୍ବେଛାସେବୀ ମାନେ ନାକଟିଦେଉଳ ଗସ୍ତ ରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ସୋମବାର ଦିନ ପଣ୍ଡୁଆଖୋଲ ଶିବ ମନ୍ଦିର ରେ ସଫେଇ କାର୍ଯ୍ୟ ହୋଇଥିଲା। ମଙ୍ଗଳବାର ଦିନ ନାକଟିଦେଉଳ ର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍ ଓ ନିଆଁଲିଭା ତାଲିମ୍ ଦିଆଯାଇଥିଲା। ବିଭିନ୍ନ ଦିବସରେ ଉପରମୁଣ୍ଡା, ବିଜାଗଡ ଓ ମହୁକୁଦ ଗ୍ରାମ ରେ ପୁଚିଖେଳ ଝୋଟି ଓ ମ୍ୟୁଜିକ ଚେୟାର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତା ୩.୧.୨୪ ରିଖ ଦିନ ଉପରମୁଣ୍ଡା ସ୍ଥିତ ବିଜାଗଡ ୟୁପି ସ୍କୁଲ୍ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ଓ ଅଧ୍ୟାପିକା ପୁଷ୍ପାଞ୍ଜଳୀ ରବନାଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ରେଢାଖୋଲର ସିଡିପିଓ ସୁଷମା ପାଢି ମୁଖ୍ୟବକ୍ତା ଭାବେ, ପରିଚାଳନା କମିଟିର ସଭାପତି ଡ ଦୀପେନ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ଜବାନ ଗୋବର୍ଦ୍ଧନ ସାହୁ ନାକଟିଦେଉଳ ର ସିଡିପିଓ ଖୀରାବ୍ଦି ପାଣ୍ଡିଆ, ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ସାହୁ ଓ ରଶ୍ମିତା ମହାନ୍ତି ଯୋଗ ଦେଇ ଗ୍ରାମବିକାଶ ଓ ସମାଜ ମଙ୍ଗଳ ରେ ଏନ୍ ଏସ୍ ଏସ୍ ର ଭୁମିକା ବିଷୟ ରେ ଆଲୋକପାତ କରିଥିଲେ।

ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜମୋହନ ପ୍ରଧାନ ଧନ୍ୟବାଦ ଦେଇ ଥିଲେ। କଲେଜ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଓ ସ୍କୁଲ୍ ପିଲା ମାନଙ୍କ ପାଇଁ ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା।

କୃତ୍ତି ଛାତ୍ର ଛାତ୍ରୀ ଓ ମହିଳା ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଏହି ଶିବୀର ରେ ସୁଦାମ ସାହୁ, ବିଭୁତି ସାହୁ, ଅଧ୍ୟାପକ ଦେବେଶ ବିଶ୍ବାଳ ଓ ବିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ନାକଟିଦେଉଳ ମତ୍ସ୍ୟଅଧିକାରୀ ସ୍ନେହଲତା ମହାନ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଠାରୁ ଚେକ୍ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ନାକଟିଦେଉଳ ବ୍ଲକ୍ ର ଜନୈକା ମତ୍ସ୍ୟ ଅଧିକାରୀ ଧରାପଡି ଗିରଫ ହୋଇଥିବା ଖବର ହସ୍ତ ଗତ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି ଯେ, ନାକଟିଦେଉଳ ବ୍ଲକ୍ ବଳମ୍ ପଞ୍ଚାୟତର ଉପରମୁଣ୍ଡା ଗ୍ରାମରେ ଥିବା ସମଲେଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଆତ୍ମନିର୍ଭର ଶୀଳ ହେବା ପାଇଁ ପଂଚାୟତର ଏକ ପୋଖରୀରେ ମାଛ ଚାଷ କରିଛନ୍ତି। ସରକାରଙ୍କ ତରଫରୁ ଗ୍ରୁପ୍ କୁ ମଧ୍ୟ ସବ୍ ସିଡି ମଧ୍ୟ ଦିଆ ଯାଉଛି। ସବସିଡି ପାଇଁ ନାକଟିଦେଉଳ ବ୍ଲକ୍ ର ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତି ସମଲେଇ ଏସ୍ ଏଚ୍ ଜି ଗ୍ରୁପ୍ କୁ ୨୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ଲାଞ୍ଚ ମାଗିଥିଲେ। ଗ୍ରପ୍ ର ସଭ୍ୟାମାନେ ମଧ୍ୟ ହଁ କରିଥିଲେ।

ଆଜି ଗ୍ରୁପ୍ ସଭାପତି ଓ ସଂପାଦିକାଙ୍କ ଦସ୍ତଖତ ଥିବା ଏକ ଚେକ୍ ଗ୍ରୁପ୍ ତରଫରୁ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତିଙ୍କୁ ଦିଆଯାଉଥିବା ବେଳେ ସମ୍ବଲପୁରର ଭିଜିଲାନ୍ସ ବିଭାଗ ଧରିପକାଇଥିଲା। ସଙ୍ଗେ ସଙ୍ଗେ ମତ୍ସ୍ୟ ଅଧିକାରୀକୁ ଗିରଫ କରିନେବା ସହ ରେଢାଖୋଲ ଠାରେ ଥିବା ତାଙ୍କ ବାସ ଭବନରେ ଚଢଉ କରିଥିଲା ଭିଜିଲାନ୍ସ ବିଭାଗ

ଏହି ଘଟଣା ଘଟିଥିଲେ ମଧ୍ୟ ନାକଟିଦେଉଳ ଗଣ ମାଧ୍ୟମ ପ୍ରତିନିଧି ମାନେ ଜାଣି ପାରି ନଥିଲେ। ଅଂଚଳରେ ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି।

Categories
ଆଞ୍ଚଳିକ

ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ଥିତ ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଉପରମୁଣ୍ଡା ସତୀଘାଟଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ପଦ୍ମ ଲୋଚନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ପରିବାର ଓ ବିଦ୍ୟାଳୟ ପରିବେଶର ଭୂମିକା ସଂପର୍କରେ ଆଲୋଚନା କରିଥିଲେ।ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ ନନ୍ଦ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ କୃତି ଛାତ୍ର ଛାତ୍ରୀମାନଙ୍କ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ତୁଳସୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୋଜାଲିନ ବିଶି, ପୁଷ୍ପାଞ୍ଜଳୀ ଧଳ, ବିକାଶ ପ୍ରଧାନ ଓ ଅଭିଭାବକଗଣ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମାନୁ ଥପା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘୋଷରାମାଳ ଜିଆରଏସ୍ ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା: ନାକଟିଦେଉଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମପଞ୍ଚାୟତର ଜିଆରଏସ୍ ପ୍ରଦୁମ୍ନ ଦାସ୍ ଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ନାକଟିଦେଉଳ ମନ୍ଦିର ଛକ ନିକଟରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ମଧ୍ୟ ପୋଲିସ୍ ମୁତୟନ କରାଯାଇଥିଲା।

ସୂଚନା ଥାଉକି ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ଦାସ୍ ଗତ ୨୨ ନଭେମ୍ବରରେ ଘୋଷରାମାଳ ପଂଚାୟତକୁ ଡ୍ୟୁଟିକୁ ଯାଇ ଲାଣ୍ଡିମାଳ ନିକଟ ଏକ ନାଳ ନିକଟରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଦ୍ୟୁମ୍ନକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ରେଢାଖୋଲ ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଏହାକୁ ନେଇ ଆଜି ଗ୍ରାମବାସୀ ୧୨ ଘଣ୍ଟିଆ ରାସ୍ତା ରୋକ କରିଥିଲେ। ୧୩ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ ନ କରିବା, ମୃତକର ପତ୍ନୀକୁ ସରକାରୀ ଚାକିରୀ ନିଯୁକ୍ତ, ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ, ନାକଟିଦେଉଳ ବ୍ଲକ୍ ରେ ଆଇନ୍ ଶ୍ରୁଙ୍ଖଳା ପରିସ୍ଥିତି ସୁଧାରିବା, ଏହି ହତ୍ୟା କାଣ୍ଡର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବା ଆଦି ଗ୍ରାମବାସୀ ଦାବୀ ରଖିଥିଲେ।

ନାକଟିଦେଉଳ ତହସିଲଦାର୍ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ପତ୍ନୀକୁ ୧୦ ଦିନ ଭିତରେ ନିଯୁକ୍ତି ଦେବା, କ୍ଷତିପୂରଣ ପଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ୧୦ ଦିନ ମଧ୍ୟରେ ଟଙ୍କା ପ୍ରଦାନ କରାଯିବା ସହ ତିନିଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତଦନ୍ତ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗ୍ରାମବାସୀ ଦୋଷୀକୁ ଶିଘ୍ର ଗିରଫ କରିବାକୁ ଅଡି ବସିବାରୁ ଖବର ଲେଖାଯିବା ପର୍ଯନ୍ତ ରାସ୍ତାରୋକ ବନ୍ଦ ହୋଇ ନଥିଲା। ଏହି ରାସ୍ତା ରୋକରେ ମଧ୍ୟ ମୃତକଙ୍କ ବିଧଵା ପତ୍ନୀ ସାମିଲ୍ ହୋଇଥିଲେ।

ଏହି ରାସ୍ତା ରୋକ ଯୋଗୁଁ ନାକଟିଦେଉଳ ମନ୍ଦିର ଛକର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା। ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଥିଲେ। ସରକାରୀ ଅଫିସ୍, ଦୋକାନ ବଜାର ଆଦି ବନ୍ଦ ରହିଥିଲା।

ଏହି ରାସ୍ତାରୋକରେ କଂଗ୍ରେସର ଆସଫ୍ ଅଲ୍ଲୀଖାନ୍ ଓ ବିଜେପିର ପ୍ରମୋଦ କୁମାର ପ୍ରଧାନ, ନାରୀ ନେତ୍ରୀ ଗୀତାଞଳୀ ପ୍ରଧାନ ପ୍ରମୁଖ ଧାରଣାରେ ବସିଥିଲେ।

ଘଟଣାକୁ ଦୃଷ୍ଟିରେ ରଖି ରେଢାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ସମେତ ରେଢାଖୋଲ ଥାନାଧିକାରୀ, ଚାରମାଳ ଥାନାଧିକାରୀ, ନାକଟିଦେଉଳ ପୋଲିସ୍ ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଶିକ୍ଷାୟତନ ରୂପାନ୍ତରିକରଣରେ ୫-ଟି ର ଭୂମିକା ଶୀର୍ଷକ ଆଲୋଚନାଚକ୍ର

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଶିକ୍ଷାୟତନର ରୂପାନ୍ତରିକରଣରେ ୫-ଟି ର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ନାକଟିଦେଉଳ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ, ବିବେକାନନ୍ଦ ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ଯାଳୟର କାର୍ଯ୍ୟକାରୀ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ବିଶ୍ବାଳ ଅତିଥି ଭାବେ ଯୋଗଦେଇ ୫-ଟି ପ୍ରଦତ୍ତ ଅର୍ଥରାଶି ଦ୍ବାରା ସ୍ମାର୍ଟ କ୍ଳାସ ରୁମ୍ ନିର୍ମାଣ, ପରୀକ୍ଷାଗାର ଓ ଲାଇବ୍ରେରୀ ରୂପାନ୍ତରିକରଣ, ଶିକ୍ଷାୟତନ ସୌନ୍ଦର୍ଯ୍ୟକରଣ ଦିଗରେ ଛାତ୍ରଛାତ୍ରୀଙ୍କ ସହଭାଗିତା ସଂପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଂଜୀବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ସାପ୍ତାହିକୀ ବଜାରରେ ଗଛ ପଡ଼ି ଜଣେ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ସାପ୍ତାହିକ ବଜାରରେ ଆଜି ଅପରାହ୍ନ ୧.୩୦ ରେ ଏକ ଗଛ ପଡ଼ି ସରାପାଲି ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ପେଣ୍ଠବାହାଳର ଜଣେ ଗୁରୁତର ଥିବା ଜଣା ପଡ଼ିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମର ନିଳାଞ୍ଚଳ ନାଗ (୩୨) ସାପ୍ତାହିକ ବଜାରକୁ କୌଣସି କାମରେ ଯାଇଥିଲେ। ବଜାରରେ ଜିନିଷ କିଣୁଥିବା ବେଳେ ହାଟ ମଧ୍ୟରେ ଥିବା ଏକ ଗଛର ଡାଳ ତାଙ୍କ ଦେହରେ ପଡ଼ିଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସେହିଭଳି ପେଣ୍ଠବାହାଳ ଗ୍ରାମର ପାହାନ୍ତ ଶବର (୫୦) ଉପରେ ମଧ୍ୟ ଗଛର ଡାଳ ପଡ଼ିଯାଇଥିଲା। ସେ ଗୁରୁତର ଥିବାରୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନା ଏବଂ ପରେ ପରେ ରେଢ଼ାଖୋଲ ଡାକ୍ତରଖାନାକୁ ଆମ୍ବୁଲାନସରେ ନିଆଯାଇଥିଲା। ଘଟଣା ସ୍ଥଳକୁ ନାକଟିଦେଉଳ ସରପଂଚ ଜିତେନ୍ଦ୍ର ପ୍ରଧାନ ପହଂଚି ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ରେଢ଼ାଖୋଲ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର୍ ଘଟଣା: ନାକଟିଦେଉଳରୁ ଧରିଲା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ଗତ୧୬ ତାରିଖ ରାତିରେ ରେଢାଖୋଲ ଥାନା ରଥତଇଲା ଗ୍ରାମରେ ନିଜ ପତ୍ନୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର୍ ହୋଇଯାଇଥିଲା। ଆଜି ରେଢାଖୋଲ ପୋଲିସ୍ ନାକଟିଦେଉଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ କହିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରଥତଇଲା ଗ୍ରାମରେ ବସନ୍ତ ବେହେରାଙ୍କ ଘରେ ରହି ପଶ୍ଚିମବଙ୍ଗ ରାଜ୍ୟର ଅବଦୁଲ୍ ଖାନ୍ ଇଟା କାରଖାନାରେ କାମ କରୁଥିଲା। ରେଢାଖୋଲ ଅଂଚଳର ସାଲମି ମିଞ୍ଜକୁ ସେ ଦ୍ୱିତୀୟ ବିବାହ କରିଥିବା ବେଳେ ସାଲିମି ମିଞ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ ଅବଦୁଲ୍ କୁ। କୈାଣସି କାରଣରୁ ଗତ କାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସେ ଏକ ଠେଙ୍ଗାରେ ସ୍ତ୍ରୀ ସାଲମୀ କୁ ପିଟିପଟି ହତ୍ୟା କରି ସକାଳେ ନାକଟିଦେଉଳ ପଟେ ଫେରାର୍ ମାରିଥିଲା। ମୃତକ ମହିଳାର ଦେଢ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି। ସେ ପତ୍ନୀକୁ ହତ୍ୟା କରି ଡିମିରିକୁଦା ନିକଟରୁ ଏକ ଘରୋଇ ବସ୍‌ରେ ନାକଟିଦେଉଳ ପଟେ ଫେରାର୍ ହୋଇଯାଇଥରଲା। ସଙ୍ଗରେ ଦେଢ ବର୍ଷର ଶିଶୁ ପୁତ୍ର ଥିବାରୁ ସେ ବେଶି ଦୂର ପର୍ଯ୍ୟନ୍ତ ଯାଇ ପାରି ନ ଥିଲା।

ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଆଜି ନାକଟିଦେଉଳରୁ ଗିରଫ କରିଥିଲା। ଦେଢ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ପୋଲିସ୍ ଆଣି ସମ୍ବଲପୁରର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ହସ୍ତାନ୍ତର କରିଛି। ହତ୍ୟାକାରୀକୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ତା ନାମରେ ରେଢାଖୋଲ କେସ୍ ନଂ ୧୪୩ ତା ୧୭/୬/୨୦୨୩ ୟୁ/ଏସ୍ ୪୯୮ –ଏ/୩୦-୨ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!, ନାକଟିଦେଉଳ ଅଂଚଳରେ ହାତୀ ଆତଙ୍କ, ବନବିଭାଗ ନାକେଦମ୍

କନ୍ଦର୍ପ ବେହେରା

ରେଢ଼ାଖୋଲ: କିଛିଦିନ ହେଲା ନାକଟିଦେଉଳ ବ୍ଲକ୍ ଅଂଳରେ ଏକ ଦନ୍ତା ହାତୀ ଆତଙ୍କ ଚଳାଇଥିଲେ ମଧ୍ୟ ବନବିଭାଗ ତାକୁ ଘଉଡାଇବାରେ ବିଫଳ ହୋଇଛି।

ପ୍ରକାଶ ଯେ,ଏକ ଦନ୍ତା ହାତୀ କିଛି ଦିନ ହେଲା ନାକଟିଦେଉଳ, ରେଢ଼ାଖୋଲ, ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଂଚଳରେ ଥିବା ଗାଁ ମାନଙ୍କୁ ଆସି ଘର ଭାଙ୍ଗିବା ସହ ଘର ଭିତରୁ ଧାନ ବସ୍ତା ଟେକି ନେଉଥିବା ଜଣା ପଡ଼ିଛି।

ଗତକାଲି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ବ୍ରହ୍ମଣୀପାଲି ଗ୍ରାମର ଭରତ ଶବରଙ୍କ ଘର ଭାଙ୍ଗି ନାରଖାର କରିଦେଇଥିବା ଜଣା ପଡିଛି। ନାକଟିଦେଉଳ ତହସିଲଦାର କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଘର ଛପର ପାଇଁ ପୋଲିଥିନ୍ ପଠାଇଥିବା ବେଳେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ ଚାଉଳର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଗ୍ରାମରେ ଥିବା ବନସୁରକ୍ଷା ସମିତିର ସଭ୍ୟମାନେ ଘର ତିଆରୀ କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେଇ ଦନ୍ତା ହାତୀଟି ଲୋକମାନଙ୍କର ଘର ଦ୍ବାର ଭାଙ୍ଗୀ ଦେଉଥିବା ବେଳେ ତାକୁ ଘଉଡାଇବାରେ ବନବିଭାଗ ନାକେଦମ୍ ହୋଇପଡ଼ିଥିବା ସୂଚନା ମିଳିଛି।

Categories
ଆଞ୍ଚଳିକ

ବାପୁଜୀ ସରାକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।

ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ଦ୍ରୀୟ ପ୍ରଧାନ ଉଦ୍‌ଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ କୁମାର ନାଏକ , ସମ୍ମାନୀତ ଅତିଥି ଭାବରେ ଡଇଁଚା ଗ୍ରାମ ପଂଚାୟତର ସରପଂଚ ସୌଦାମିନୀ ପ୍ରଧାନ , ଡଇଁଚା ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ , ମୁଖ୍ୟ ବକ୍ତା ଭାବରେ କିସିଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦିଆଯାଇଥିବା ବେଳେ ଚମ୍ପିଆନ୍ ଛାତ୍ରଛାତ୍ରୀମାନଙ୍କୁ ମେଡାଲ୍ ପ୍ରଦାନ କରାଯାଇଥିଲା। ବାଳକ ବିଭାଗ ବରିଷ୍ଠ ବର୍ଗରେ ହରଜିତ୍ ପ୍ରଧାନ, ବାଳକ ବିଭାଗ କନିଷ୍ଠ ବର୍ଗରେ ଆଲୋକ କୁମାର ପ୍ରଧାନ , ବାଳିକା ବରିଷ୍ଠ ବର୍ଗରେ ଚେମିଲି ବିଶ୍ୱାଳ, ବାଳିକା କନିଷ୍ଠରେ ବବିତା ମାହାର ଚମ୍ପିଆନ୍ ହୋଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ କୁମୁଦବନ୍ଧୁ ସାହୁ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ହଳଧର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶିକ୍ଷକ ମଧୁସୂଦନ ରାଉଳ, ତାପସ କୁମାର ପାଢୀ, ପ୍ରଜ୍ଞାପାରମିତା ସାହୁ, ଦେବଦତ ସାହୁ ଦିଲ୍ଲୀପ କୁମାର ପାଣିଗ୍ରାହୀ, ପବିତ୍ର ମୋହନ ପ୍ରଧାନ ପମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯାଗ କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ଆମେରିକାରେ ବୈଜ୍ଞାନିକ ଦିଲ୍ଲୀରେ ବାହାଘର, ଓଡ଼ିଶାରେ ଭୋଜି

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ନାକଟିଦେଉଳ ମାଟିର ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି।

ଯୁବବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ବିହାରର ଭାଗଲପୁର ବାସିନ୍ଦା ଶାଳିନୀ ସିଂଙ୍କୁ ଦିଲ୍ଲୀର ଏକ ହୋଟେଲରେ ବୈଦିକ ରୀତିନୀତିରେ ବିବାହ ହୋଇଛନ୍ତି। ଉଭୟଙ୍କ ବାହା ଘରରେ ଓଡ଼ିଶା ତଥା ବାହାର ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇ ଉଭୟଙ୍କୁ ଆର୍ଶିବାଦ ଦେଇଛନ୍ତି।

ଏହି ବିବାହ ଉତ୍ସବରେ ବହୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ। ଉଭୟ ଆମେରିକାରେ ରହୁଛନ୍ତି। ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ଆମେରିକାର “ଓଆକ୍ ରାଇଡ଼୍ ନ୍ୟାଶନାଲ୍ ଲାବରେଟୋରିରେ” ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ବେଳେ ନବବିବାହିତା ପତ୍ନୀ ଆମେରିକାର “ପେନ୍ସିଲ୍ ଭାନିଆ ଷ୍ଟେଟ୍ ୟୁନିଭର୍ ସିଟିରେ” ବୈଜ୍ଞାନିକ ଭାବରେ କାର୍ଯ୍ୟରତ।

ବୈଜ୍ଞାନିକ ଧିରେନ୍ ପ୍ରଧାନଙ୍କ ଠାରୁ ତାଙ୍କ ପତ୍ନୀ ୧ ହଜାର କିମି ଦୂରରେ କାର୍ଯ୍ୟରତ ଥିବା ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୪୦ ବଣ୍ଡଲ୍ କେନ୍ଦୁପତ୍ର ସହ ମିନିଟ୍ରକ୍ ଜବତ, ୩ ଅଟକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗତକାଲି ବିଳମ୍ବିତ ରାତିରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ବ୍ଲକ୍ ଅଫିସ୍ ପାଖରୁ ଏକ ମିନି ଟ୍ରକ୍ ସହ ୨୪୦ ବଣ୍ଡଲ୍ କେନ୍ଦୁପତ୍ର ବନବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଯୁବକଙ୍କୁ ବନବିଭାଗ ଅଟକ ରଖିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ଡଇଁଚା ପଟୁ ଏକ ମିନି ଟ୍ରକ୍ ରେ କେନ୍ଦୁପତ୍ର ଆସୁଥିବାର ଖବର ମିଳିଥିଲା। ତେଣୁ ବ୍ଲକ୍ ଛକରେ ବନବିଭାଗ ଛକି ରହିଥିଲେ।  ଅଶୋକ ଲେଲ୍ୟାଣ୍ଡ କଂପାନୀର ଏକ ମିନି ଟ୍ରକ୍ କୁ ବନବିଭାଗ ଅଟକାଇଥିଲେ। ଟ୍ରକ୍ ରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବନବିଭାଗ ଜାଣିପାରିଥିଲା। ଗାଡ଼ିରୁ ୩ ଜଣଙ୍କୁ ବନବିଭାଗ ଅଟକ ରଖିଥିଲା। ଅଟକ ଯୁବକମାନେ ହେଲେ ନିମେଇଁ ସାହୁ ( ୨୩), ସୁଧୀର କିସାନ୍ (୩୧) ଏବଂ ସୁଶୀଲ ସାହୁ (୨୧)। ସେମାନେ ସମସ୍ତେ ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମର ବୋଲି ବନବିଭାଗ କହିଛି।

ରେଢ଼ାଖୋଲ ଡିଏଫ୍ଓ ଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଫରେଷ୍ଟର ଅନୀଲ୍ କିସାନ୍ ,ଫରେଷ୍ଟଗାର୍ଡ ମନିସ୍ ହରୋ ସାମିଲ୍ ହୋଇଥିଲେ। ଆସନ୍ତାକାଲି ଚୋରା ବେପାରୀମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ କହିଛି।

Categories
ଆଞ୍ଚଳିକ

ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନାକଟିଦେଉଳ ବିଡିଓ ନିବେକାନନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର୍, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରିୟମ୍ବଦା ସାହୁ, ସାଂସଦ ପତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ତଥା ୧୪ ଟି ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିବା ବେଳେ ବ୍ଲକ୍ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବିନା ପଂଚାୟତ ପ୍ରତିନିଧି ଓ ବିନା ରିଜୋଲସେନ୍ ରେ କୈାଣସି କାମର ଫାଇଲ୍ ନ ଖୋଲିବା ପାଇଁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ବ୍ଲକ୍ ସମ୍ମୁଖ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରିବାକୁ ଅତିରିକ୍ତ ତହସିଲ୍‌ଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବ୍ଲକର ୧୪ ଟି ପଂଚାୟତରେ ପିଇବା ପାଣି ସମସ୍ୟା ଉପରେ ଆଲୋଚନା କରିବା ସହ ନାକଟିଦେଉଳ ଡାକ୍ତରଖାନକୁ ଆସିଥିବା ଘର ତିଆରିପାଇଁ ୪୦ ଡିସିମିଲ୍ ସ୍ଥାନ ଚିହ୍ନଟ କରିବାକୁ ଡାକ୍ତର ଅମୂଲ୍ୟ ରତ୍ନ ମହନ୍ତ ଅଧ୍ୟକ୍ଷାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ବୈଠକରେ ଆର୍ .ଡି, ପିଡବ୍ଲୁଡି, ବନବିଭାଗ, ଇଲେକ୍ଟ୍ରିବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନବନିର୍ବାଚିତ ପ୍ରତିନିଧିମାନଙ୍କର ଏହା ପ୍ରଥମ ବୈଠକ ହୋଇଥିବାରୁ ମନରେ ଉତ୍ସାହ ମଧ୍ୟ ଭରି ରହିଥିଲା। ସମିତି ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ସମସ୍ୟା ସଂପର୍କରେ ସଭାରେ ଉପସ୍ଥାପନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କିସିଣ୍ଡାରେ ଚୋରାରେ ମହୁଲ କାରବାର: ୪୨୫ ବସ୍ତା ମହୁଲ ଫୁଲ ଜବତ, ୨ ଗାଡି ସହ ୭ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଅଂଚଳରେ ମହୁଲ ଫୁଲ ଚୋରା ବେପାରିମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଚାଷୀ ମହୁଲ ଫୁଲ ବିକ୍ରି କରିପାରି ନଥିବା ବେଳେ ଦଲାଲିମାନେ କମ୍ ଦରରେ ଚାଷୀମାନଙ୍କଠାରୁ ମହୁଲ ଫୁଲ କିଣି ଚଢା ଦରରେ ବାହାର ରାଜ୍ୟରେ ବିକ୍ରି କରି ଲାଭ ବାନ୍ ହେଉଛନ୍ତି। ହେଲେ ଆଜି ରାତିରେ କିସିଣ୍ଡା ପୋଲିସ୍ କୁ ବଡ ସଫଳତା ମିଳିଛି। କିସିଣ୍ଡା ପୋଲସ୍‌ ଗତ ରାତି ପ୍ରାୟ ୧୨.୩୦ ସମୟରେ କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମରୁ ୨ ଟି ଗାଡି ସାହାଯ୍ୟରେ ମହୁଲ ଫୁଲ ଲୋଡ୍ ହୋଇ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଡି ସହ ଏହାର ମୁଖ୍ୟ ନାୟକ ତଥା ତାର ସହଯୋଗୀମାନଙ୍କୁ ପୋଲିସ୍ ଗିରଫ କରିଛି।

ପ୍ରକାଶ ଯେ, କିସିଣ୍ଡା ପୋଲିସ୍ ଗତକାଲି ରାତିରେ ବଳମ୍, ବଲାସିଂଘା, ଉପରମୁଣ୍ଡା ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉପରମୁଣ୍ଡା ଗ୍ରାମରେ ମହୁଲ ଫୁଲ ୨ ଟି ଗାଡିରେ ଲୋଡ ହେଉଥିବା କୈାଣସି ସୂତରୁ ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ୨ ଟି ଚାରି ଚକିଆ ଗାଡିକୁ ପୋଲିସ୍ ଜବତ କରି କିସିଣ୍ଡା ଥାନାକୁ ନେଇଯାଇଥିଲା। ଏଥରେ ସଂପୃକ୍ତି ଥିବା ମୁଖ୍ୟ ଦଲାଲି ବିଦ୍ୟାଧର ସାହୁ ସମେତ ଡିଲେଶ୍ୱର ରାଉଳ, ପ୍ରାଣବନ୍ଧୁ ବନଛୋର, ଦୁଆରୁ ରାଉଳ, ସୁବଳ ରାଉଳ, ଧବଳେଶ୍ୱର ପୁଲେଇ, ନରେନ୍ଦ୍ର ପ୍ରଧାନକୁ ପୋଲିସ୍ ଗିରଫ କରିଛି।

ଚାଷୀ ମାନଙ୍କ ଠାରୁ କମ୍ ଦରରେ ମହୁଲ କିଣି ଚଢା ଦରରେ ବିକ୍ରି କରୁଥିବା ମୁଖ୍ୟ ଦଲାଲି ବିଦ୍ୟାଧର ସାହୁ ଏହି ବେପାରର ମୁଖ୍ୟ ପୁରୋଧା ବୋଲି ଜଣା ପଡିଛି। ସେ ସବୁ ସମୟରେ ଏମିତି ଅନୈତିକ ଭାବରେ ଚୋରାରେ ଜଙ୍ଗଲଜାତ ଦ୍ରବ୍ୟ ଚାଷୀମାନଙ୍କ ଠାରୁ କିଛି ଚଢା ଦରରେ ବିକ୍ରି କରିଥାଏ ବୋଲି ପୋଲିସ୍ ପ୍ରକାଶ କରିଛି।

ପୋଲିସ୍ କୁ ଦଲାଲି ମହୁଲ ଫୁଲ କିଣୁଥିବାର କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲା। ଜବତ ଟ୍ରକ୍ ଓଡି-୧୫-ଆର୍ ୩୫୯୫ ରେ ୪୦୦ ବସ୍ତା, ଏବଂ ପିକ୍ ଅପ୍ ଭ୍ୟାନ୍ ଓଡି ୧୫-ଏଚ୍ ୩୮୩୦ ରୁ ୨୦ ବସ୍ତା କୁ ଜବତ କରାଯାଇଛି। କିସିଣ୍ଡା ଥାନା କେସ୍ ନଂ ୟୁ/ଏସ୍‌-୩୭୯/୪୧୧/୩୪ଆଇପିସି/୫୨(ଏ)(ଆଇଆଇ)୬୨ ଓଡିଶା ଏକ୍ସ ସାଇଜ୍ ଆଇନ୍ ବଳରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କିସିଣ୍ଡା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି।

ସମ୍ବଲପୁର ଏସ୍.ପି ଙ୍କ ନିର୍ଦ୍ଦେଶ କ୍ରମେ କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ୍,ଏସ୍ ଆଇ ସନତ କୁମାର ମାନଡଙ୍ଗି, ଏସ୍‌ଆଇ କଷ୍ଟୁ ଚରଣ ବେହେରା ସଦଳେବଳେ ଚଢଉରେ ସାମିଲ୍ ହୋଇଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ, ୮୯୨ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ମହାବିଦ୍ୟାଳୟ ପରିସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟମେଳାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଚିକିତ୍ସା ଓ ଔଷଧ ବଂଟନ କରାଯାଇଥିଲା। ଏଥିରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀ ଓ ପ୍ରସୂତି ସେବା, ଶିଶୁ ରୋଗ ଚିକିତ୍ସା, ଭେଷଜ ଚିକିତ୍ସା, ଦାନ୍ତ ରୋଗ ଚିକିତ୍ସା, ଆୟୁଷ ଚିକିତ୍ସା, ଯୋଗ, ମଧୁମେହ ନିରୁପଣ, ରକ୍ତଚାପ ନିରୂପଣ, ମୁଖ ଗହ୍ୱର ଓ କର୍କଟ ନିରୂପଣ, ସ୍ୱାସ୍ଥ୍ୟ ପରାମର୍ଶ ସେବା, କୋଭିଡ ପରୀକ୍ଷା ଓ ଟିକାକରଣ, ମାଗଣା ରୋଗ ନିର୍ଣ୍ଣୟ ,ମାଗଣା ଔଷଧ ପ୍ରଦାନ କରାଯାଇଥିଲା।

ଏହି ଶିବିରକୁ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ୱରୀ ମେହେର, ନାକଟିଦେଉଳ ସରପଂଚ ଜିତେନ୍ଦ୍ରିୟ ସାହୁ, ଯୁକ୍ତ ୨ ଅଧ୍ୟକ୍ଷ କନ୍ଦର୍ପ ରାଉଳ, ଯୁକ୍ତ ୩ ଅଧ୍ୟକ୍ଷ ସୁଧିର କୁମାର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ। ଡ. ଅଜୟ କୁମାର ରାଉତ, ଡ. ରାମକୃଷ୍ଣ ପତି, ଡ. ଶରତ ଚନ୍ଦ୍ର ଘରାଇ, ଡ. ଚିନ୍ମୟ କର, ଡ. ଲିଲିବାଳା ବେହେରା, ଡ. ସ୍ୱବନିକା କୟାରକୁର ପ୍ରମୁଖ ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଅମୁଲ୍ୟ ରତ୍ନ ମହନ୍ତ ଶିବିର ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ମଧୁସୁଦନ ପୋଢ ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ୮୯୨ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଇଣ୍ଡିଗୋ କାର ସହ ୭୯ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍‌

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଅଂଚଳରେ ଦିନକୁ ଦିନ ଗଞ୍ଜେଇ ଚୋରା ବେପାରିମାନେ ପୋଲିସ୍‌କୁ ଚକମା ଦେଇ ଅନାୟାସରେ ଗଞ୍ଜେଇ ବେପାର କରୁଛନ୍ତି। ପୋଲିସ୍ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲେ ମଧ୍ୟ କିଛି ମାତ୍ରାରେ ସେମାନଙ୍କୁ ଧରିବାରେ ସଫଳ ହେଉଛି। ଅତୀତରେ ବହୁ ବେପାରୀ ନାକଟିଦେଉଳ ଅଂଚଳରୁ ଧରାପଡି ଜେଲର ଚାରି କାନ୍ଥ ଭିତରେ ରହିଛନ୍ତି। ବର୍ଷ ବର୍ଷ ଧରି କେସ୍ ଚାଲିଛି।

ପୋଲିସର ମାତ୍ରାଧିକ ଚଢାଉ ହେଉଥିଲେ ମଧ୍ୟ ଗଞ୍ଜେଇ ବେପାରିମାନେ ଚୋରା କାରବାରରେ ଲିପ୍ତ ରହୁଛନ୍ତି। ଗତକାଲି ସଂଧ୍ୟାରେ ରେଢାଖୋଲରୁ ନାକଟିଦେଉଳ ଅଭିମୁଖେ ଏକ ଧଳା ଇଣ୍ଡିଗୋ କାର୍ (ଓଡି ୦୨ ଡି ୪୫୭୪) ରେ ଚୋରାରେ ଗଞ୍ଜେଇ ଅନୁଗୁଳ ଅଂଚଳକୁ ଆସୁଥିବାର ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ସଦଳବଳେ ଚରଡପଶି ନିକଟରେ ରାସ୍ତାକୁ ବନ୍ଦ କରିଦେଇଥିଲେ। ପୋଲିସ୍ ଥିବାର ଜାଣି ପାରି ଗଞ୍ଜେଇ ବେପାରୀ ଚରଡପଶି ନିକଟରୁ ଗାଡିକୁ ପଛକୁ କରି ଶିମିଳିପାଳ ଛକରୁ କୁଡାନାଳି ରାସ୍ତା ପଟକୁ ଦୃତ ଗତିରେ ଫେରାର୍ ହୋଇଯାଇଥିଲା।

ପୋଲିସ୍ କାର୍ କୁ ପିଛା କରି ଥିଲା। ପୋଲିସ୍ ଆସୁଥିବା ଜାଣି ଜାମୁଜୋରି ପଂଚାୟତର କୁଡାନାଳି ନିକଟ କୋଇଲିପଦା ନିକଟସ୍ଥ ଜଙ୍ଗଲରେ କାରକୁ ଛାଡି ଡ୍ରାଇଭର ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ପହଂଚିଲା ବେଳକୁ ଡ୍ରାଇଭର ନ ଥିଲା।

ପୋଲିସ୍ କାରରେ ଥିବା ଏକ ବସ୍ତାରେ ୭୯ କେଜି ଗଞ୍ଜେଇ ଜବତ କରିବା ସହ କାରକୁ ନାକଟିଦେଉଳ ଥାନାକୁ ଆଣିଥିଲା। କାରର୍ ଓରିଜିନାଲ୍ ଆର୍ ସି ବହି ଏବଂ ଇନସୁରାନସ୍ ଥିବାର ଜାଣିବାକୁ ପାଇଥିଲା।

ନାକଟିଦେଉଳ ଥାନାଧିକାରୀ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, କାର୍ ର ମାଲିକ ଅନୁଗୋଳ ଜିଲ୍ଲାର ବୋଲି ଖବର ପାଇଛନ୍ତି ଏବଂ ଗାଡିର ମାଲିକକୁ ଥାନାକୁ ଅଣାଯିବ ଓ ଏହାର ଅନୁସନ୍ଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ନାକଟିଦେଉଳ ଥାନା କେସ୍ ନଂ ୭୦-ତା୮/୪/୨୦୨୨ ୟୁ/ଏସ୍ ୨୦(ବି) (ଆଇଆଇ)(ସି) ଏନ୍‌ଡିପିଏସ୍ ଆକ୍ଟ ରେ କେସ୍ ରୁଜୁ ହୋଇଥିବା ନାକଟିଦେଉଳ ଥାନାଧିକାରୀ ବିଭୂତି ଭୂଷଣ ଦଳାଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ରୋହିତଙ୍କୁ ଶକ୍ତ ଝଟ୍‌କା: ଅଧ୍ୟକ୍ଷ ପଦ ହାତେଇ ନେଲେ ସୁଦେଇଙ୍କ ପୁତ୍ରବଧୂ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଆଜି ବ୍ଲକ୍ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁ୍‌ଦର୍ଶନ ସାହୁ (ସୁଦେଇ)ଙ୍କ ପୁତ୍ର ବଧୂ ସ୍ୱରୁପାରାଣୀ ସାହୁ ୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସାହେବୀର ସମିତିସଭ୍ୟା ବିଳାସିନୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ମାତ୍ର ୩ ଖଣ୍ଡ ଭୋଟ ମିଳି ସେ ପରାଜିତ ହୋଇଥିଲେ। ତାଙ୍କୁ ରୋହିତ ପୂଝାରୀ ସମର୍ଥନ କରୁଥିଲେ ମଧ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମର୍ଥିତ ତଥା ନାକଟିଦେଉଳ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ପୁତ୍ରବଧୂ ବିଜୟୀ ହୋଇଥିଲେ।

ଜାମୁଜୋରୀର ସମିତିସଭ୍ୟା ତଥା ବିଜେଡି ସମର୍ଥିତ ସ୍ୱର୍ଣଲତା ପ୍ରଧାନ ଭୋଟ ଦେବାକୁ ଆସି ନ ଥିଲେ। ସେ ପଟେ ରେଢାଖୋଲ ବିଧାୟକ ରୋହିତ ପୂଝାରୀଙ୍କ ସମର୍ଥିତ ପ୍ରାର୍ଥୀ ପରାଜୟ ବରଣ କରିଥିବା ବେଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡିର ପ୍ରମୋଦ ରଥ, ଆସଫ୍ ଅଲ୍ଲୀ ଖାଁ ଙ୍କ ସମର୍ଥିତ ପ୍ରାଥୀନୀ ସ୍ୱରୁପାରାଣୀ ସାହୁ ବିଜୟୀ ହୋଇଥିଲେ।

ବିଜେଡି ର ଦୁଇ ଗୋଷ୍ଠି ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ରୋହିତ ପୂଝାରୀ ସମର୍ଥୀତ ପ୍ରାର୍ଥୀ ଅଧ୍ୟକ୍ଷା ପଦରୁ ପରାଜିତ ହୋଇଯାଇଥିଲେ। ବିଜୟୀ ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ ଙ୍କୁ ସ୍ୱାଗତ କରିବା ପାଇଁ ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।

ବିଜେପିର ଗୋବିନ୍ଦ ଅଗ୍ରଓାଲ , ବିଜେଡିର ପ୍ରମୋଦ ରଥ ତଥା ବହୁ ବରିଷ୍ଠ ନେତା ନାକଟିଦେଉଳରେ ଦେଖିବାକୁ ମିଳିଥିଲା। ରୋହିତ ଗୋଷ୍ଠି ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ କିସିଣ୍ଡା କୁଲାଡେରା ଜଙ୍ଗଲରେ ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ଆଶଙ୍କା

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ବାମରା ବନଖଣ୍ଡ କିସିଣ୍ଡା କୁୁଲାଡେରା ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

ବେସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାରୁ ଯାହା ଜଣା ପଡିଛି କିଛି ଦିନ ହେଲା କୁଲାଡେରା ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀଟିର ଗୋଡରେ ଆଘାତ ଲାଗିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଅସୁସ୍ଥ ହାତୀ ପାଖକୁ ମଧ୍ୟ ବନବିଭାଗ ଯାଇଛି। ହେଲେ ତାର ଚିକିତ୍ସାରେ ବନ ବିଭାଗ ଅବହେଳା କରିଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିଛି ଦିନ ହେଲା କେବଳ କୁଲାଡେରା ଜଙ୍ଗଲରେ ହିଁ ଅସୁସ୍ଥ ହାତୀଟି ରହିଥିଲା। ତାର ଗୋଡରେ ଆଘାତ ଲାଗିଥିବନାରୁ ସେ ବେଶି ବାଟ ଯାଇ ପାରୁ ନ ଥିଲା।

ଯାହା ସୂଚନା ଆମ ପ୍ରତିନିଧିଙ୍କୁ ମିଳିଛି ହାତୀଟିର ଗୋଡରେ ଆଘାତ ଲାଗିଥାଉ ବା କୌଣସି ରୋଗ ହୋଇଥାଉ ହାତୀଟି ଭଲ ଭାବରେ ଚଲାବୁଲା କରିପାରୁ ନ ଥିଲା। ବନବିଭାଗ ଆହତ ଥିବା ସମୟରେ ଜଙ୍ଗଲରେ ଦେଖିଛି ହେଲେ ଚିକିତ୍ସା କରିବାରେ ଅବହେଳା କରିଥିଲା। ଯଦି ହାତୀଟିର ଚିକିତ୍ସା ବନବିଭାଗ କରିଥାନ୍ତା ନିଶ୍ଚୟ ବଂଚି ଯାଇଥାନ୍ତା। କିସିଣ୍ଡା ଫରେଷ୍ଟର ଅନୁ ମାଡାମଙ୍କୁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଥିବା ବେଳେ ଜନୈକ ଫରେଷ୍ଟଗାର୍ଡଙ୍କୁ ଫୋନ୍ କରିବାରୁ ସେ ଫୋନ୍ ଟି କାଟିଦେଇଥିଲେ। ଯା’ ଫଳରେ ହାତୀଟିର ମୃତ୍ୟୁକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ବନବିଭାଗ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବାରେ ମଧ୍ୟ କୁଣ୍ଠା ବୋଧ କରୁଛନ୍ତି।

ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ଯେ, ଆଉ ଦୁଇଟି ହାତୀ ମା ଓ ଛୁଆ ମଧ୍ୟ ଅସୁସ୍ଥ ହୋଇ ସେଇ ନିକଟସ୍ଥ ଏକ ଜଙ୍ଗଲରେ ଥିବାର ଅନୁମାନ କରାଯାଉଛି। ସେ ହାତୀମାନଙ୍କୁ ଠାବ କରି ଚିକିତ୍ସା କରିବାକୁ ବନ ବିଭାଗ ଦୃଷ୍ଟିଦେବା ଜରୁରି ହୋଇପଡିଛି। ହାତୀଟି ମୃତ୍ୟୁବରଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବାବଦରେ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳରୁ ଭୁବନେଶ୍ୱରକୁ ସରକାରୀ ବସ୍ ସେବା ଆରମ୍ଭ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଠାରୁ ନାକଟିଦେଉଳରୁ ଭୂବନେଶ୍ୱରକୁ ଏକ ସରକାରୀ ବସ୍ ଚାଲିବା ଆରମ୍ଭ ହୋଇଥିବାରୁ ଅଂଚଳବାସୀ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମରେ ଏହି ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ନାକଟିଦେଉଳ ବାସୀଙ୍କର ଗମନା ଗମନକୁ ଆଖିଆଗରେ ରଖି ମାନ୍ୟବର ବିଧାୟକ ଇଂ ରୋହିତ ପୂଝାରୀଙ୍କ ଉଦ୍ୟମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଏହା କିସିଣ୍ଡାରୁ ରୁ ଭୂବନେଶ୍ୱରକୁ ଯିବାକୁ ଦାବୀ ହେଉଛି। ଏହି ବସ୍ ସେବା ଯୋଗୁଁ ନାକଟିଦେଉଳର ବାସିନ୍ଦା ମାନେ ସିଧା ସଳଖ ରାଜଧାନୀ ସହ ଯୋଡି ହେବେ। ସକାଳ ୪.୩୦ ରୁ ନାକଟିଦେଉଳରୁ ଛାଡିବ ଏବଂ ସଂଧ୍ୟା ୪.୩୦ ରେ ଭୂବନେଶ୍ୱରରୁ ଛାଡିବ ବୋଲି ଜଣା ପଡିଛି।