Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବତୀକୁ ଦୁଷ୍କର୍ମ ସହ ହତ୍ୟା ଘଟଣା: ଝିଅର ଶବସତ୍କାର କଲେନି ଗ୍ରାମବାସୀ
ଆଜିର ଖବର

ଯୁବତୀକୁ ଦୁଷ୍କର୍ମ ସହ ହତ୍ୟା ଘଟଣା: ଝିଅର ଶବସତ୍କାର କଲେନି ଗ୍ରାମବାସୀ

September 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନାର ସାହେବି ଗ୍ରାମରେ ଜଣେ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ମୃତ ଯୁବତୀଙ୍କ ଶବକୁ ପରିବାର ଲୋକେ କି ଗାଁ ଲୋକେ ଦାହ କରିବାକୁ ପ୍ରଶାସନକୁ ରୋକ ଠୋକ ମନା କରିଦେଇଥିଲେ।  ପ୍ରଶାସନ ବାଧ୍ୟ ହୋଇ ରେଢ଼ାଖୋଲରେ ଶବକୁ ଦାହ କରିଥିବା ଜଣା ପଡିଛି।

ଯୋଉ ଝିଅ ପାଇଁ ଦୁଇ ଦିନ ଧରି ରାସ୍ତା ରୋକ କରି ଆନ୍ଦୋଳନ କରୁଥିଲେ ସେଇ ଗ୍ରାମବାସୀ ମାନବିକତା ହରାଇଲେ। ମାନବିକତା ଦୃଷ୍ଟିରୁ ଶବ ଟିକୁ ଦାହ କରିବାର ଆବଶ୍ୟକତା ଥିଲା ହେଲେ ଶେଷରେ ତାଙ୍କ ଶବକୁ ଅସମ୍ମାନ କଲେ।

ସୂଚନା ଥାଉକି, ଶୁକ୍ରବାର ଦିନ ଗାଧୁଆ ତୁଠରେ ଦୁଷ୍କର୍ମର ଶିକାର ହୋଇ ମୃତ ବରଣ କରିଥିଲେ ସାହେବି ଗ୍ରାମର ସୁଭାଷିନୀ ମାଟିଆରୀ (୨୫)। ସେହି ଗ୍ରାମର ଶିଶିର ବେହେରା (ହରି) ଦୁଷ୍କର୍ମ କରି ମାରିଦେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପକାଇ ଦେଇଥିବା ବେଳେ ରବିବାର ଦିନ ସୁଭାଷିନୀର ମୃତ ଦେହ ମିଳିଥିଲା। ଏ ନେଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ରାସ୍ତା ରୋକ କରିଥିବା ବେଳେ ରବିବାର ଦିନ ରାତ୍ରିରେ ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଥିଲା।

ତେବେ ପ୍ରଶାସନ ବୁର୍ଲାରୁ ଶବକୁ ଆଣି ରେଢ଼ାଖୋଲ ଡାକ୍ତରଖାନାରେ ରଖିଥିଲେ। ଶବ ଗ୍ରାମକୁ ଆସିବା ଜାଣି ଗ୍ରାମବାସୀ ଉତ୍ୟକ୍ତ ହୋଇଥିଲେ। ଏ ନେଇ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ଅତିରିକ୍ତ ଏସ ପି ଅଜୟ କୁମାର ମିଶ୍ର, ଆଲବିନୁସ କେରକେଟା, ଏସ ଡି ପି ଓ ପ୍ରଶାନ୍ତ କୁମାର ମେହେର, ନାକଟିଦେଉଳ ବିଡ଼ିଓ ଧନାଇ ଚରଣ ଟୁଡୁ, ତହସିଲଦାର ଅମର ଜେ ଡୁଙ୍ଗଡୁଙ୍ଗ ଙ୍କ ସହ ବିଭିନ୍ନ ଥାନାର ଥାନାଧିକାରୀ, ୨ ପ୍ଲାଟୁନ ପୋଲିସ ଫୋର୍ସ ସାହେବୀ ଗ୍ରାମରେ ଉପସ୍ଥିତ ଥିଲେ। ହେଲେ ଶବକୁ ଦାହ କରିବା ପାଇଁ ଗ୍ରାମ ବାସୀ ରାଜି ହୋଇ ନ ଥିଲେ।

ପ୍ରଥମେ କୁଟାସିଂହା, ଝାରବେଡା ଓ ଶେଷରେ ସାହେବୀ ଗ୍ରାମରେ ଶବ ଦାହ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରଣ କରାଯାଇଥିଲା। ବାଧ୍ୟ ହୋଇ ରେଢ଼ାଖୋଲ ଏନଏସି ରେ ଥିବା ଶବ ଦାହ ଗୃହରେ ଶବ ଦାହ କରାଗଲା ବୋଲି ଜଣାପଡିଛି।

ନାକଟିଦେଉଳ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026

ଟେଲିଗ୍ରାମର ବଢ଼ିଲା ସମସ୍ୟା: ୧୫ ଦିନ ପାଇଁ ଅଲଟିମେଟମ୍ ଦେଲେ ସରକାର

July 4, 2026
Latest News

ଆଜିଠାରୁ କାର୍ଯ୍ୟକାରୀ ହେଲା ଭାରତ–ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା

July 4, 2026

ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକଙ୍କୁ ୪ ବର୍ଷ ଜେଲଦଣ୍ଡ, ହରାଇବେ ସଦସ୍ୟତା

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.