Categories
ଆଞ୍ଚଳିକ

ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାତ୍ର ଜଗୁଆଳିଙ୍କ ମୃତ୍ୟୁରେ ଶୋକ ସଭା

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାତ୍ର ଜଗୁଆଳି ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ସାତ୍ତ୍ଵିକ ନାଏକଙ୍କ ସ୍ମୃତିରେ ଅନୁଷ୍ଠାନର ଅଧ୍ଯାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ୨ ମିନିଟ୍ ନୀରବ ଶାନ୍ତିପୂର୍ଣ୍ଣ ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ ସ୍ବର୍ଗତ ସାତ୍ତ୍ଵିକ ନାଏକ ତାଙ୍କର ଯୁବାବସ୍ଥାରେ ନାକ୍ଟିଦେଉଳ ପଞ୍ଚାୟତ କାର୍ଯ୍ୟାଳୟରେ ସଫେଇ କାମ କରୁଥିଲେ। ୨୦୦୯ ମସିହାରୁ ସେ ନାକ୍ଟିଦେଉଳ ମହାବିଦ୍ୟାଳୟର ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରିଆସୁଥିଲେ। ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ। ଆୟୋଜିତ ଶୋକ ସଭାରେ ଡଃ. ସରସୀରାଣୀ ଗଡନାୟକ, ଡଃ. ପ୍ରଶାନ୍ତ କୁମାର ଦାଶ, ଅଧ୍ଯାପକ ସଞୀବ ଦାଶ, ସରୋଜ ଭୁଏ, ବିନୀତା ମୁର୍ମୁ,ହେମାନନ୍ଦ ପ୍ରଧାନ,ହୁସେନ ପ୍ରଧାନ, ଅରୁଣ ବିଶ୍ବାଳ, ଜିତେନ୍ଦ୍ରୀୟ ପ୍ରଧାନ, ଅଶୋକ ଧଳ ଓ ଶାନ୍ତିଲତା ପ୍ରଧାନ ପ୍ରମୁଖ ସ୍ବର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ।