Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କାହାଣୀ ପ୍ରସ୍ତୁତ କରିବା, କଳାକୁ ପ୍ରେରଣା ଦେବା ଏବଂ ଛାତ୍ରଛାତ୍ରୀଙ୍କ ସହ ଖୁସି ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ “କାହାଣୀ, କଳା, ଖୁସି’ ପାଳିତ ହୋଇଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ସ୍କୁଲ ବ୍ୟାଗ୍‌‌, କଲର ବକ୍ସ, କ୍ରେୟନ, ଆର୍ଟ ବ୍ରସ୍ ଆଦି କଳା /ଚିତ୍ରାଙ୍କନ ସାମଗ୍ରୀ ଏବଂ ଆଉ କିଛି ଉପହାର ବଣ୍ଟନ କରାଯାଇଛି। ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ସିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ଅଧିକାରୀ ଏବଂ ରିଲାଏନ୍ସ ଜିଓ, ରିଲାଏନ୍ସ ରିଟେଲ, ଜିଓ-ବିପି ସମେତ ଅନ୍ୟ ଆରଆଇଏଲ୍ ଗ୍ରୁପ୍ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ ଓ ଓଏସଡିଏମଏର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ-ସାମାଜିକ ବିଶେଷଜ୍ଞ ମଧୁମିତା ଦାସ, ମିଳିତ ଜାତିସଂଘ- ଇଣ୍ଡିଆ ୟୁୱା ଆଡଭୋକେଟ୍ ୨୦୨୨-୨୪ ସୌମ୍ୟରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ବଜ୍ରପାତ ସମୟରେ ବିଭିନ୍ନ ସୁରକ୍ଷା କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବଜ୍ରପାତ ନିରାପତ୍ତା କୌଶଳ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ଉପସ୍ଥିତିରେ ଓଏସଡିଏମଏ ମାଷ୍ଟର ଟ୍ରେନର ପ୍ରିୟ ରଞ୍ଜନ ରାଉତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁରକ୍ଷା ଉପାୟ ଓ ବଜ୍ରପାତ ନିରାପତ୍ତା ସ୍ଥିତି ପ୍ରଦର୍ଶିତ କରିଥିଲେ।

ଅନ୍ୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ପାଇଁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ମିଳିତ ଜାତିସଂଘ-ଇଣ୍ଡିଆ ୟୁୱା ଆଡଭୋକେଟ ୨୦୨୨-୨୪ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ପାଇଁ ହେନ୍ତାଳବଣ ପରିବ୍ୟବସ୍ଥା ଏବଂ ହେନ୍ତାଳବଣ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ପ୍ରଭାବିତ ପରିବାରଗୁଡିକୁ ସହାୟତା ପ୍ରଦାନ କରିବା ସହ ଶୁଖିଲା ରାସନ ବଂଟନ, ପ୍ରଭାବିତ ବ୍ୟକ୍ତି ଓ ପରିବାରକୁ ସହାୟତା ଉପକରଣ ଯୋଗାଣ ସହିତ ସ୍ନେହ ସୃଜନ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭାବନାତ୍ମକ ଓ ମାନସିକ ସହାୟତା ଭଳି ଅନେକ ପଦକ୍ଷେପ ଆରମ୍ଭ କରିଥିଲା। ରିଲାଏନ୍ସ ଫାଉଣ୍ଡେସନ “ସ୍ନେହ ସୃଜନ’ ଅଭିଯାନ ମାଧ୍ୟମରେ ପିତାମାତା ଏବଂ ପିଲାମାନଙ୍କ ସମେତ ଗୋଷ୍ଠୀ ସମୁଦାୟର ମାନସିକ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ ଅଧିବେଶନର ତିନୋଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ଫଳସ୍ୱରୂପ ବିଦ୍ୟାଳୟକୁ ଆସୁଥିବା ଏବଂ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ ଏହି ବିଦ୍ୟାଳୟକୁ କିଛି ଲେଖନ ବୋର୍ଡ ପ୍ରଦାନ କରିଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ ଉଦଯାପିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ୧୯୪୯ ମସିହାରେ ପ୍ରତିଷ୍ଠିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ଦୀର୍ଘ ଦୁଇ ଦିନ ଧରି ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳିତ ହେଉଥିବା ବେଳେ ବୁଧବାର ସନ୍ଧ୍ୟାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗହଣରେ ଉଦଯାପିତ ହୋଇଛି।

ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସମୟରେ ଅଭୁଲା ଦିନର ସ୍ମୃତି ମନେ ପକାଇ ଭାବବିହ୍ଵଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବହୁ ଦିନ ପରେ ଏପରି ଏକ ସ୍ମରଣୀୟ ଦିନରେ ପୁରୁଣା ସାଙ୍ଗ ସାଥି ଏକାଠି ପାଇ ଭାବର ଆଦାନ ପ୍ରଦାନ କରିଥିଲେ। ଦିନ ତମାମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳା ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।

ଅପରାହ୍ନରେ ହୀରକ ଜୟନ୍ତୀ ସମାରୋହ କମିଟି ସଭାପତି ବିଜୟ କୁମାର ନାୟକଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୃହନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସମ୍ମାନିତ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧିନା ମଞ୍ଜରୀ ବେହେରା, ମୁଖ୍ୟବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଡ଼. ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ସଭା ପ୍ରାରମ୍ଭରେ ଅତିଥି ଗହଣରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ହୀରକ ଜୟନ୍ତୀ ସମାରୋହ କମିଟି ସମ୍ପାଦକ ମୁରଲୀଧର ସାମନ୍ତସିଂହାର ବାର୍ଷିକ ବିବରଣୀ ପାଠ କରିଥିଲେ।

ମୁଖ୍ୟ ବକ୍ତା ଡ଼.ସ୍ୱାଇଁ ନିଜ ଅଭିଭାଷଣରେ ସଫଳତାର ଶିଡି ଚଢ଼ିବାକୁ ହେଲେ ଶୃଙ୍ଖଳାଗତ ଗୁଣାତ୍ମକ ଶିକ୍ଷା ଦ୍ୱାରା ଶୈକ୍ଷିକ ପରିବେଶକୁ ବିକଶିତ କରିଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଉଷା ଦେବୀ ଦୀର୍ଘ ୭୫ ବର୍ଷର ଘାତ ପ୍ରତିଘାତ ମଧ୍ୟରେ ବିଦ୍ୟାଳୟ ପ୍ରତିବର୍ଷ ବହୁ ଉଜ୍ବଳମୟୀ ଭବିଷ୍ୟତ ଗଠନ କରିଆସିଛି। ବହୁ ମାନି ଗୁଣି ଏମାଟିରୁ ଜନ୍ମିତ। ଏପରିକି ଏହି ବିଦ୍ୟାଳୟରୁ ବହୁ ଉଚ୍ଚ ପଦାଧିକାରୀ ଅଧିକାରୀ ଦେଶ ତଥା ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିପାରିଛନ୍ତି। ଯାହାକି ଉତ୍ତମ ଶିକ୍ଷା ଭବିଷ୍ୟତ ଆଶାକୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏହିଅବସରରେ ବିଦ୍ୟାଳୟର ମୁଖ୍ୟ ଅତିଥିଙ୍କ ଦ୍ଵାରା ମୁଖପାତ୍ର ଚିଲିକା ଉନ୍ମୋଚିତ କରାଯାଇଥିଲା।

ସାନ୍ଧ୍ୟ ଅଧିବେଶନରେ ଅତିଥି କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ବହୁ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ସମାରୋହ କମିଟି ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଦୀର୍ଘ ଦୁଇ ଦିନ ଧରି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳିତ ହେବାକୁ ଥିବା ବେଳେ ଆଜି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମା’ ଉତ୍ତରାୟଣୀ ମନ୍ଦିର ଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା। ବିଦ୍ୟାଳୟ ପରିସରରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରା ଛାତ୍ରଛାତ୍ରୀ ମାନଙ୍କ ଠାରୁ ମଶାଲ ଗ୍ରହଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସମୟରେ ଅଭୁଲା ଦିନର ସ୍ମୃତି ମନେ ପକାଇ ଭାବବିହ୍ଵଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବହୁ ଦିନ ପରେ ଏପରି ଏକ ସ୍ମରଣୀୟ ଦିନରେ ପୁରୁଣା ସାଙ୍ଗ ସାଥି ଏକାଠି ପାଇ ଭାବର ଆଦାନ ପ୍ରଦାନ କରିଥିଲେ। ମଧ୍ୟାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।

ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଭାବେ ସାଂସଦ ତଥା କିଟ ପ୍ରତିଷ୍ଠାତା ପ୍ରଫେସର ଡ଼.ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଡ଼.ସାମନ୍ତ ନିଜ ଅଭିଭାଷଣରେ ସଫଳତାର ଶିଡି ଚଢ଼ିବାକୁ ହେଲେ ଶୃଙ୍ଖଳା ନିହାତି ଆବଶ୍ୟକ।ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ରହିଛି।

କେବଳ ପାଠ ପଢିବାର ଆବଶ୍ୟକ ରହିଛି। କାହିଁକି ନା ଗୁଣାତ୍ମକ ଶିକ୍ଷା ଦ୍ୱାରା ଭକ୍ତି,ସାଧୁତା ସହ ଶୈକ୍ଷିକ ପରିବେଶକୁ ବିକଶିତ କରିଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନିଜ ଅଭିଭାଷଣରେ ଦୀର୍ଘ ୭୫ ବର୍ଷର ଘାତ ପ୍ରତିଘାତ ମଧ୍ୟରେ ବିଦ୍ୟାଳୟ ପ୍ରତିବର୍ଷ ବହୁ ଉଜ୍ବଳମୟୀ ଭବିଷ୍ୟତ ଗଠନ କରିଆସିଛି। ବହୁ ମାନି ଗୁଣି ଏମାଟିରୁ ଜନ୍ମିତ। ଏପରିକି ଏହି ବିଦ୍ୟାଳୟରୁ ବହୁ ଉଚ୍ଚ ପଦାଧିକାରୀ ଅଧିକାରୀ ଦେଶ ତଥା ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିପାରିଛନ୍ତି। ଯାହାକି ଉତ୍ତମ ଶିକ୍ଷା ଭବିଷ୍ୟତ ଆଶାକୁ ଉଜ୍ବଳିତ କରିଥାଏ। ପ୍ରାଥମିକ,ମାଧ୍ୟମିକ,ଉଚ୍ଚ ମାଧ୍ୟମିକ ଶିକ୍ଷା ଛାତ୍ରଛାତ୍ରୀ ଜୀବନରେ ପ୍ରଥମ ସୋପାନ।ପ୍ରଥମ ସୋପାନର କୃତିତ୍ୱ ହିଁ ଆଗକୁ ବାଟ ଚାଲିବାର ରାସ୍ତା ଦେଖାଇଥାଏ। ଆପ୍ରାଣ ଚେଷ୍ଟା,କର୍ତଵ୍ୟନିଷ୍ଠା ଓ ପରିଶ୍ରମ ପ୍ରତିଟି କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ବୋଲି କହିଥିଲେ।

ଏହିଅବସରରେ ବିଦ୍ୟାଳୟର ମୁଖ୍ୟ ଅତିଥିଙ୍କ ଦ୍ଵାରା ମୁଖପାତ୍ର ଚିଲିକା ଉନ୍ମୋଚିତ କରାଯାଇଥିଲା ସାନ୍ଧ୍ୟ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ସମାରୋହ କମିଟି ସଭାପତି,ସମ୍ପାଦକ ଓ ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ସୁଦୂର ନୂଆଦିଲ୍ଲୀରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଉକ୍ତ ଟିମ ସହ ଓସେପା ଉପ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଯୁଗ ନିର୍ଦ୍ଦେଶିକା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ବିଇଓ ସନାତନ ଜାଲୀ ଏବଂ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ଥିଲେ।

ଉକ୍ତ ଟିମ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଅଧ୍ୟୟନ କରୁଥିବା ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ। ତତସହିତ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Categories
ଅପରାଧ ଆଞ୍ଚଳିକ

ଭୀମପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚୋରୀ, ଜଣଙ୍କୁ ଅଟକ ରଖିଛି ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଜୋରସୋରରେ ଜାରି ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ବୁତ୍ତମାନେ ଲୁହା କବାଟ ଲୁଟିନେଇଛନ୍ତି।

ସୂଚନା ଥାଉକି ୫-ଟି ଅନ୍ତର୍ଗତ ରୂପାନ୍ତର ଯୋଜନାରେ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି। ତେଣୁ ବର୍ତ୍ତମାନ ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଚାରି ଗୋଟି ପୁରୁଣା କବାଟକୁ ବଦଳାଇ ନୂଆ କବାଟ ବସିଛି। ତେବେ ଉକ୍ତ ପୁରୁଣା କବାଟଗୁଡିକୁ ବିଦ୍ୟାଳୟ ପରିସରରେ ରଖାଯାଇଥିବା ବେଳେ ଗତକାଲି ତାହା ଚୋରି ହୋଇଥିବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।  ବିଦ୍ୟାଳୟରେ ରାତ୍ର ଜଗୁଆଳି ନଥିବାରୁ ଏହାର ଫାଇଦା ନେଇ ଦୁର୍ବୁତ୍ତମାନେ ନିକଟ ରାତିରେ ଲୁହା କବାଟ ଲୁଟି ନେଇଛନ୍ତି।

ଏ ନେଇ ବିଦ୍ୟାଳୟ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ସଦ୍ୟ ତଥ୍ୟ ଅନୁଯାୟୀ ଉକ୍ତ ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଉ ୧୧୪୦୩ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬୭୨୦ ଜଣ TGT କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା ।

ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ଟି ଶିକ୍ଷକ ପଦବୀ ମଧ୍ୟ ମଂଜୁର କରାଯାଇଛି।

ଏବେ ଖାଲି ପଦବୀ ତଥା ନୂତନ ମଂଜୁରୀପ୍ରାପ୍ତ ପଦବୀକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅପ୍ରେଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।

୪ ମାସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏତେ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସୂଚାରୁରୂପେ ଶେଷ କରିବା ତଥା ଆଉ ଏକ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଶିକ୍ଷା କ୍ଷେତ୍ରରେ ରୂପାନ୍ତର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।