Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାର ବାର୍ଷିକ କର୍ମଶାଳା
ଆଜିର ଖବର

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାର ବାର୍ଷିକ କର୍ମଶାଳା

May 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇ.ସି.ଏ.ଆର, ନୂଆଦିଲ୍ଲୀ ଅଧୀନସ୍ଥ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା, ଭୁବନେଶ୍ୱରଠାରେ ‘କୃଷିରତ ମହିଳା ଅଖିଳ ଭାରତୀୟ ସମନ୍ୱିତ ଅନୁସନ୍ଧାନ ପରିଯୋଜନା’ ବିଷୟରେ ଏକ ବାର୍ଷିକ କର୍ମଶାଳା ମେ’ ମାସ ୧୨ ଓ ୧୩ ତାରିଖରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାର ଉଦଘାଟନୀ ଉତ୍ସବରେ ଆଇ.ସି.ଏ.ଆରର ଡିଡିଜି, ଶିକ୍ଷା ଡଃ ଆରସି ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଏଡିଜି ଶିକ୍ଷା ଡଃ ପିଏସ ପାଣ୍ଡେ ମୁଖ୍ୟ ବକ୍ତା ରୂପରେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟରେ କୃଷି ମହିଳାଙ୍କ ସଶକ୍ତିକରଣରେ ଆଇସିଏଆର-ଶିବାର ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କର “ଭାରତକୁ କୁପୋଷଣରୁ ମୁକ୍ତ” ଅଭିପ୍ରାୟ କିପରି ମହିଳାମାନଙ୍କ ସାହାଯ୍ୟରେ ଦୂର କରାଯାଇପାରିବ ସେ ବିଷୟରେ କହିଥିଲେ।

ମୁଖ୍ୟବକ୍ତା ନ୍ୟୁଟ୍ରି ସ୍ମାର୍ଟ ଭିଲେଜ ପ୍ରୋଗ୍ରାମ ମାଧ୍ୟମରେ କିପରି ମହିଳାମାନଙ୍କର ଆବଶ୍ୟକ ପୋଷଣକୁ ଯୋଗାଇ ଦିଆଯାଇପାରିବ, ତାହା ବକ୍ତବ୍ୟରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବାର ନିର୍ଦ୍ଦେଶକ ଡଃ ଅନୀଲ କୁମାର ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ କାର୍ଯ୍ୟକଳାପକୁ ବିଶ୍ଳେଷଣ କରିଥିଲେ। ପରେ ପରେ ଏକ ପୋଷଣ ମେଳାର ଉଦଘାଟନ କରାଯାଇଥିଲା।

ଉକ୍ତ ପ୍ରୋଗ୍ରାମରେ ଭାରତ ବର୍ଷର ୧୮ଟି AICRP (women in agriculture) ସେଣ୍ଟରର ଓ ଶିବାର ପ୍ରାୟ ୮୦ ଜଣ ବୈଜ୍ଞାନିକ ଯୋଗଦାନ କରିଥିଲେ। ଟେକ୍ନିକାଲ ସେସନରେ ବୈଜ୍ଞାନିକମାନେ ନିଜ ନିଜ ପ୍ରୋଜେକ୍ଟର କାର୍ଯ୍ୟକଳାପକୁ ଉପସ୍ଥାପନ କରିଥିଲେ। ପ୍ରୋଗ୍ରାମର ଶେଷ ଭାଗରେ ଆଇସିଏଆରର ଡାଇରେକ୍ଟର ଜେନେରାଲ ଡଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃଷିରେ ମହିଳାମାନଙ୍କର ଅବଦାନ ଓ ସେମାନଙ୍କର ଶାରିରୀକ କଷ୍ଟ ଉପରେ ପ୍ରାଧାନ୍ୟ ଦେଇଥିଲେ। ସେ ମଧ୍ୟ ଦେଶକୁ ‘କୁପୋଷଣ ମୁକ୍ତ’ କରିବା ଅଭିଯାନରେ ମହିଳା ବୈଜ୍ଞାନିକମାନଙ୍କର ଭୂମିକାକୁ ଦୃଷ୍ଟିରେ ଆଣିଥିଲେ। ତତସହିତ ଏଆଇସିଆରପି ସେଣ୍ଟରର ସମସ୍ୟା ବିଷୟରେ ଆଲୋଚନା କରି ସମାଧାନର ବାଟ ବତାଇଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିଗରେ ଦୁଇଜଣ ବକ୍ତାଙ୍କ ମାଧ୍ୟମରେ ଦୁଇଟି ବିଷୟର ଉପସ୍ଥାପନା କରାଯାଇଥିଲା। ଆଉ ମଧ୍ୟ ଏକ ଗ୍ରାମ ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡିଡିଜି ଡଃ ଆରସି ଅଗ୍ରୱାଲ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଡୁବୁଡୁବା ଗ୍ରାମ (ଶିବାର ପୋଷ୍ୟ ଗ୍ରାମ) ପରିଦର୍ଶନ କରିଥିଲେ। ସେଠାରେ ନ୍ୟୁଟ୍ରି ସ୍ମାର୍ଟ ଭିଲେଜର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିଥିଲେ। କୃଷି ମହିଳାମାନେ ଗ୍ରାମାଞ୍ଚଳରେ ମିଳୁଥିବା ଖାଦ୍ୟରୁ ପୋଷଣବର୍ଦ୍ଧକ ମୂଲ୍ୟଯୁକ୍ତ ଖାଦ୍ୟପଦାର୍ଥର ଏକ ମେଳା ଲଗାଇଥିଲେ।

କର୍ମଶାଳାଟିକୁ ଡଃ ଲିପି ଦାଶ ଏଆଇସିଆରପିର ନୋଡାଲ ହିସାବରେ ପରିଚାଳନା କରିଥିବାବେଳେ ଡଃ ଜ୍ୟୋତି ନାୟକ ଗ୍ରାମପରିଦର୍ଶନ ଆୟୋଜନ କରିଥିଲେ।

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Latest News

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.