Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଉଦଘାଟିତ
ବିଶେଷ ଖବର

୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଉଦଘାଟିତ

May 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଉଦଘାଟିତ

କେନ୍ଦ୍ରାପଡା/ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ହୋଇଛି। ଏହାକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲା, କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର, ମହାନଦୀ ଅବବାହିକା (କାଠଯୋଡି) ମୁଖ୍ୟଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି, ଜଳ ନିକାଶ(ଡ୍ରେନେଡ) ମୁଖ୍ୟଯନ୍ତ୍ରୀ ବାଲେଶ୍ୱର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଦାସ, ମହାନଦୀ-ଚିତ୍ରୋତ୍ପଳା ଜଳସେଚନ ପ୍ରକଳ୍ପର ଶୁଭ ଫଳକ ଉନ୍ମୋଚନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୩ଟି ଜିଲ୍ଲାର ୪ଟି ବ୍ଲକର ଦ୍ୱୀପାଂଚଳର କୃଷକ ବିଶେଷ ଭାବେ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଓ ମାର୍ଶାଘାଇ, ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଏବଂ କଟକ ଜିଲ୍ଲାର ନିଶ୍ଟିନ୍ତକୋଇଲି ବ୍ଲକର କୃଷକମାନଙ୍କ ପାଇଁ ୬୪୦୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିଛି।

ଏହି ପ୍ରକଳ୍ପର ଲୋକାର୍ପଣ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କୃଷକମାନଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ, କୃଷି ଓ କୃଷକର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି। ତାଙ୍କର ଦୃଢ ସଂକଳ୍ପ ଓ ଦିଗ୍ ଦର୍ଶନ ଯୋଗୁଁ ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହୋଇପାରିଛି। ଏହି ପ୍ରକଳ୍ପ ଅଧିନରେ ମୋଟ ୧୫ ହଜାର ୩୪୨ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟଧାର‌୍ୟ୍ୟ ରଖାଯାଇଥିବା ବେଳେ ୨୦୦୪ ମସିହାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ୮୯୩୭ ହେକ୍ଟର କାର୍ଯ୍ୟ ସମାପ୍ତ କରାଯାଇଥିଲା।

ଅବଶିଷ୍ଟ ୬୪୦୪ ହେକ୍ଟର ସେଚାଂଚଳକୁ ଜଳସେଚନ ନିମନ୍ତେ କାର୍ଯ୍ୟ ଶେଷ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ବିଶ୍ୱ ବ୍ୟାଙ୍କର ସହାୟତା ସହିତ, ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ, ଜଳ ସଂପଦ ବିଭାଗର ତତ୍ପରତା ତଥା ସ୍ଥାନୀୟ ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ। ବର୍ତ୍ତମାନ ଏହି ପ୍ରକଳ୍ପ କ୍ଷେତ୍ରରେ ପ୍ରାୟ ୧୨ କିଲୋମିଟର ଧରି ଚିତ୍ରୋତ୍ପଳା ଦକ୍ଷିଣ କେନାଲ, ୧୦ କିମି ଧରି ପାଇକା ବାମ କେନାଲ, ପ୍ରାୟ ୫୦ କିମି ଧରି ୪୫ ଗୋଟି ମାଇନର ଓ ସବ୍ ମାଇନର କେନାଲ ଏବଂ ଚାଷୀଙ୍କ ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୪୪୨ଟି ବିଭିନ୍ନ ନିର୍ମାଣ କାର‌୍ୟ୍ୟ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ବିଧାୟିକା ପାଟକୁରା ଶ୍ରୀମତୀ ଅଗ୍ରୱାଲା ଯୋଗଦେଇ ଅଂଚଳରେ କୃଷିଭିତ୍ତିକ ଶିଳ୍ପ ଏବଂ ବାଣିଜ୍ୟିକ ଅଭିବୃଦ୍ଧିରେ ଏହି ଜଳସେଚନ ପ୍ରକଳ୍ପ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପାଳ , କେନ୍ଦ୍ରାପଡା ଶ୍ରୀ ଋତୁରାଜ ଏହି ପ୍ରକଳ୍ପ କାର‌୍ୟ୍ୟକାରିତା ଫଳରେ ଜଳସେଚନ ସୁବିଧା ହେବା ଯୋଗୁଁ ଏହାର ସୁଯୋଗ ନେବା ସହ ଧାନ ଫସଲ ବ୍ୟତୀତ ଉଦ୍ୟାନ କୃଷି ଏବଂ ବିଭିନ୍ନ ଅର୍ଥକରୀ ଫସଲ କରି ସେମାନଙ୍କର ଆର୍ଥିକ ଉନ୍ନତି କରିବାକୁ ଆହ୍ୱାନ ଦେଇଥିଲେ।

ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ, ମହାନଦୀ ଅବବାହିକା (କାଠଯୋଡି ସିଷ୍ଟମ) ଇଂ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ(ଡ୍ରେନେଜ) ବାଲେଶ୍ୱନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

ଭୁବନେଶ୍ବର ନାକାଗେଟ ଛକ ଠାରୁ କାଟେଣୀ ପର୍ଯ୍ୟନ୍ତ ରାସ୍ତା ହେବ ଚାରି ଲେନ

January 23, 2026

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

January 23, 2026

ବିଶାଖାପାଟଣା ରେଳ ଷ୍ଟେସନରେ ହ୍ୟୁମାନଏଡ୍ ରୋବୋଟ୍ ପ୍ରଚଳନ କଲା ପୂର୍ବତଟ ରେଳପଥ 

January 23, 2026
Latest News

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

Davos World Economic Forum: ତେଲେଙ୍ଗାନା ସ୍ବାକ୍ଷରିତ କଲା 30,000 କୋଟି ଟଙ୍କାର ବୁଝାମଣା

January 23, 2026

ଭୁବନେଶ୍ବର ନାକାଗେଟ ଛକ ଠାରୁ କାଟେଣୀ ପର୍ଯ୍ୟନ୍ତ ରାସ୍ତା ହେବ ଚାରି ଲେନ

January 23, 2026

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

January 23, 2026

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.