ଦିଲ୍ଲୀ ମ୍ୟୁନିସପାଲ ନିଗମରେ ନିଯୁକ୍ତ ହେଲେ ନୂଆ କମିଶନର, ଆଜିଠାରୁ ହେଲା ଗୋଟିଏ

Published: May 22, 2022, 2:39 pm IST

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଥିବା ତିନୋଟି ମ୍ୟୁନିସପାଲ ନିଗମକୁ ମିଶାଇ ଗୋଟିଏ ହେଲା। ଏଥିପାଇଁ କେନ୍ଦ୍ର ସରକାର ବରିଷ୍ଠ ଆଇଏଏସ ଅଧିକାରୀ ଗଣେଷ ଭାରତୀଙ୍କୁ ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି।

କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଥିବା ତିନୋଟି ମ୍ୟୁନସପାଲ ନିଗମକୁ ମିଶାଇ ଗୋଟିଏ କରାଯାଇଛି। ଏ ନେଇ ସଂସଦରେ ବିଲ ସଂଶୋଧନ କରାଯାଇ ପାରିତ କରାଯାଇଛି। ଏହାପରେ ଆଜିଠାରୁ ଏହି ଆଇନ କାର୍ଯ୍ୟକାରୀ ହେଲା ବୋଲି ଗୃହବିଭାଗ ତରଫରୁ କୁହାଯାଇଛି।

Related posts