Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଡିଏସ୍ ଡିଲର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶିରେ ସଂଶୋଧନ
ଆଜିର ଖବର

ପିଡିଏସ୍ ଡିଲର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶିରେ ସଂଶୋଧନ

May 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କୁ ଆନ୍ତଃ ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ ଡିଲର ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ବିଜ୍ଞପ୍ତି ତାରିଖ ୨୩ ମେ ୨୦୨୨ ଅନୁସାରେ ପ୍ରଦାନ କରା ଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି।

କେନ୍ଦ୍ରୀୟ ସହାୟତାର ସଂଶୋଧିତ ନିୟମ ଗୁଡିକର ସାରାଂଶ ନିମ୍ନ ସାରଣୀରେ ପ୍ରଦାନ କରାଗଲା ଏବଂ ୧ ଏପ୍ରିଲ୍ ୨୦୨୨ ଠାରୁ ସେହି ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ପାଇଁ ଏହା ଲାଗୁ ହେବ, ଯେଉଁମାନେ ଧାରା ୧୨ରେ ଉଲ୍ଲେଖ କରା ଯାଇଥିବା ପରିବର୍ତନ/ ସଂସ୍କାର ଗୁଡିକର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟାନ୍ତରରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶାବଳୀ ଗୁଡିକର ଅନୁପାଳନ କରୁଥିବେ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କ ପାଇଁ ଆନ୍ତଃ ରାଜ୍ୟ ପରିବହନ, କଂଟ୍ରୋଲ ଡିଲର ମାନଙ୍କ ଦେୟ ବାବଦକୁ କେନ୍ଦ୍ରୀୟ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ଏହି ମୂଲ୍ୟ ଗୁଡିକ ଅଧିକ ଦର ଭାବରେ ହିତାଧିକାରୀ ମାନଙ୍କ ଉପରକୁ ଯିବ ନାହିଁ ଏବଂ ଏହି ଆଇନ୍ ଅଧୀନରେ ସ୍ଥିର କରା ଯାଇଥିବା ଦର ସବୁ ସ୍ଥାନରେ ସମାନ ରଖା ଯାଇପାରିବ। ଏହି ସବୁ ନିୟମ ଗୁଡିକ ପ୍ରଥମେ ୨୦୧୫ ମସିହାରେ ସ୍ଥିର କରା ଯାଇଥିଲା।

କେନ୍ଦ୍ରୀୟ ସହାୟତାର ଏହି ନିୟମ ଗୁଡିକ ଏନ୍ଏଫ୍ଏସ୍ଏ ଆଇନ୍, ୨୦୧୩ ଲାଗୁ ହେବାର ୩ ବର୍ଷ ପରେ ପୁନର୍ବାର ଅବଲୋକନ କରାଯିବାର ବ୍ୟବସ୍ଥା ରହିଥିଲା। ନିୟମ ଗୁଡିକ ଅର୍ଥନୈତିକ ବ୍ୟାପାର ଉପରେ ଥିବା କ୍ୟାବିନେଟ୍ କମିଟିର ଅନୁମୋଦନ କ୍ରମେ ସଂଶୋଧିତ ହୋଇଛି।

କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବା ପାଇଁ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ଦୁଇ ଗୋଟି ବର୍ଗରେ ବର୍ଗୀକୃତ କରା ଯାଇଛି, ଯଥା – ସାଧାରଣ ବର୍ଗର ରାଜ୍ୟ ସମୂହ ଏବଂ ବିଶେଷ ବର୍ଗର ରାଜ୍ୟ ସମୂହ। ଉତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ରହିଥିବା ରାଜ୍ୟ ଗୁଡିକ ବିଶେଷ ବର୍ଗର ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଗୁଡିକ ସାଧାରଣ ବର୍ଗର ରାଜ୍ୟ ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଉତ୍ତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ସାଧାରଣ ବର୍ଗର ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଗୁଡିକ ତୁଳନାରେ ଅଧିକ କଷ୍ଟକର ଅବସ୍ଥା ରହିଥିବାରୁ ଖାଦ୍ୟଶସ୍ୟ ପ୍ରଦାନ ପ୍ରକ୍ରିୟାକୁ ବିଚାରକୁ ନିଆ ଯାଇ ଦର ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି। କେନ୍ଦ୍ରୀୟ ସହାୟତାର ବର୍ଦ୍ଧିତ ଦର ସମଗ୍ର ଦେଶରେ ପାଂଚ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟର ଦୋକାନ (କଂଟ୍ରୋଲ ଦୋକାନ ) ଗୁଡିକର କାର୍ଯ୍ୟକ୍ଷମତାରେ ଉନ୍ନତି ଘଟାଇବ।

ପ୍ରୋତ୍ସାହନ ରାଶି
Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.