ଅସୀମିତ ଦେୟତା ପାଇଁ ତୃତୀୟ ପକ୍ଷ ବୀମା ନିମନ୍ତେ ମୂଳ ପ୍ରିମିୟମ୍ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି

Published: May 26, 2022, 9:37 pm IST

ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣର ପରାମର୍ଶ କ୍ରମେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ (ତୃତୀୟ ପକ୍ଷ ବୀମା ମୂଳ ପ୍ରିମିୟମ୍ ଏବଂ ଦେୟତା) ନିୟମାବଳୀ, ୨୦୨୨ର ବିଜ୍ଞପ୍ତି ଜାରି କରାଯାଇଛି। ୨୫ ମେ ୨୦୨୨ରେ ଜାରି ବିଜ୍ଞପ୍ତି ଜରିଆରେ ପ୍ରକାଶିତ ଏହି ନିୟମାବଳୀ ୧ ଜୁନ୍‌, ୨୦୨୨ ଠାରୁ ଲାଗୁ ହେବ।

କଥିତ ନିୟମାବଳୀ ଅଧୀନରେ ବିଭିନ୍ନ ବର୍ଗର ବାହନ ଗୁଡିକ ନିମନ୍ତେ ଅସୀମିତ ଦେୟତା ବାବଦକୁ ତୃତୀୟ ପକ୍ଷ ବୀମା ପାଇଁ ମୂଳ ପ୍ରିମିୟମର ବିଜ୍ଞପ୍ତି ଜାରି କରା ଯାଇଛି। ଉକ୍ତ ନିୟମ ଗୁଡିକର ପ୍ରିମିୟମ୍‌ରେ ନିମ୍ନଲିଖିତ ରିହାତି ପାଇଁ ମଧ୍ୟ ଅନୁମତି ରହିଛି –

– ଶିକ୍ଷାନୁଷ୍ଠାନଗୁଡ଼ିକର ବସ୍ ପାଇଁ ୧୫% ର ରିହାତି ପ୍ରଦାନ କରାଯାଇଛି।

– ଭିଂଟେଜ୍ କାର୍ ରୂପରେ ପଞ୍ଜିକୃତ ଘରୋଇ କାର୍‌ ପ୍ରିମିୟମ୍‌ରେ ୫୦%ର ରିହାତି ପାଇଁ ଅନୁମତି ଦିଆଯାଇଛି।

– ଇଲେକ୍ଟ୍ରିକ୍ ଏବଂ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପ୍ରମିୟମ୍ ଉପରେ ଯଥାକ୍ରମେ ୧୫% ଏବଂ ୭.୫%ର ରିହାତିକୁ ଅନୁମତି ପ୍ରଦାନ କରା ଯାଇଛି।

Related posts