Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମେ ୩୦ ତାରିଖରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ମେ ୩୦ ତାରିଖରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ ପ୍ରଧାନମନ୍ତ୍ରୀ

May 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩୦ ତାରିଖ ୨୦୨୨ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୃତ୍ତି ଅର୍ଥ ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଏକ ଜମା ଖାତା, ଏବଂ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏକ ହେଲଥ୍‌ କାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯିବ।

୧୧ ମାର୍ଚ୍ଚ ୨୦୨୦ରୁ ୨୮ ଫେବୃଆରୀ ୨୦୨୨ ମଧ୍ୟରେ କୋଭିଡ-୧୯ ମହାମାରୀ କାରଣରୁ  ଉଭୟ ମାତାପିତା, କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ମାତାପିତା କିମ୍ବା ଜୀବିତ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଶୁଭାରମ୍ଭ କରାଯାଇଥିଲା।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ବିସ୍ତୃତ ଯତ୍ନ ଏବଂ ସୁରକ୍ଷା ଯୋଗାଇ ଦେବା। ସେମାନଙ୍କୁ ଆବାସିକ ସୁବିଧା ଦେବା, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ଶକ୍ତ କରିବା, ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଏବଂ ସ୍ବାସ୍ଥ୍ୟ ବୀମା ଜରିଆରେ ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଲାଗି ଯୋଜନାରେ ପରିକଳ୍ପନା କରାଯାଇଛି।

ଯୋଜନାର ସୁବିଧା ପାଇବା ଲାଗି ଚାହୁଁଥିବା ପିଲାମାନଙ୍କ ପଞ୍ଜୀକରଣ ପାଇଁ pmcaresforchildren.in ନାମକ ଏକ ପୋର୍ଟାଲ ପୂର୍ବରୁ ଖୋଲାଯାଇ ସାରିଛି। ଏହି ପୋର୍ଟାଲରେ ଏକ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ରହିଛି, ଯେଉଁଥିରେ ମଞ୍ଜୁରି ପ୍ରକ୍ରିୟା ସହିତ  ପିଲାମାନଙ୍କୁ ଅନ୍ୟ ସବୁ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି।

ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମେ ୩୦ ତାରିଖ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ୧୨ ରୋଗୀଙ୍କୁ ତୁରନ୍ତ ଯୋଗାଇଲେ ସହାୟତା ରାଶି

July 27, 2026

ସଂସଦରେ ଭଙ୍ଗିବ ଅଚଳାବସ୍ଥା: ଆସନ୍ତାକାଲି ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍ ଉପରେ ହେବ ଆଲୋଚନା

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.